Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Pramila Sahoo

Tragedy

3  

Pramila Sahoo

Tragedy

ନବ ବର୍ଷର ନୂଆ ବୋହୂ

ନବ ବର୍ଷର ନୂଆ ବୋହୂ

3 mins
7.4K


  ପୁଅ ସରକାରୀ ଚାକିରୀ କଲେ "ମା" ର କି ପରିଣାମ ହୁଏ ତାହା ଏ କାହାଣୀରେ ପ୍ରତିଫଳନ କରାଯାଇଛି..।

ଏ ରେବତୀ ବୋଉ କୁଆଡେ ଗଲୁଣି ମ, ତତେ କ'ଣ ମୋ ଡାକ ଶୁଭାଯାଉନି ,ତୋ କାନରେ ପଥର ପଡିଛି କିଲୋ , ବେଳ ଆସି କେତେ ହେଲାଣି ତତେ ଜଣାପଡୁନି।

ମୁଣ୍ଡ ଉପରେ ଆସି ଖରାପଡିଲାଣି । ଗୋବର ପାରିବା ବା ଆ ! ହଁ ଲୋ ସନା ବୋଉ ଯାଉଛି ଟିକେ ରହ ଏମିତି କାହିଁକି ହେଉଛୁ ତୁ ,ମୋର ପରା କେତେ କାମ ତୋର ତ ଗୋଟିଏ ପିଲା ଆଉ ତୋର କାମ କିଛି ନାହିଁ । ମୋର ପରା 4ଗୋଟି ପିଲା, ସବୁ କାମ ସାରିଲେ ତ ଯିବି । ଆଲୋ ରେବତୀ ବୋଉ ସେ ଘର ଭିତରେ ଥିବୁନା ବାହାରକୁ ଆସିବୁ । ରହ ଯାଉଛି ମରୁଚୁ କାହିଁକି ସନା ବୋଉ। ଆଉ କାଲି କାଳେ ସନାକୁ କନ୍ୟା ଘର ଲୋକ ଦେଖିବାକୁ ଆସିଥିଲେ କଣ ହେଲା, ରେବତୀ ବୋଉ ସନାକୁ ଆଉ ଘରଦ୍ୱାର ଦେଖି ପସନ୍ଦ କରୁଛନ୍ତି ଲୋ ଏ ନୂଆବର୍ଷରେ ଘରକୁ ନୂଆ ବୋହୂ ଆଣି ବି ଲୋ ରେବତୀ ବୋଉ । ମୁଁ ତ ଗୋଡ଼ ଉପରେ ଗୋଡ଼ ପକାଇ ବସି ଖାଇବି, ହଁ ଲୋ ସନା ବୋଉ ତୋର ତ ଦୁଃଖ ଗଲା ଜାଣେ, ଆଉ ସନାକୁ କେମିତି ରାଜି ହେବେନି ଯେ ସେ ପରା ସରକାରୀ ଚାକିରୀ କରିଛି । ଆଲୋ ରେବତୀ ତୋର ଗୋବର ପରା ସରିଲା ନା ଅଛି, ଆଲୋ ଏ ସନା ବୋଉ ତୋର ବୋହୂ ଆସିଲେ ଘରକୁ ଡାକିବୁ ନା ନାହିଁ ଲୋ, ଏମିତି କାହିଁକି କହୁଛୁ ତୁ ପରା ଆଉ ଗୋଟିଏ ମା । ମୁଁ ସିନା ଜନ୍ମ ଦେଇଛି କିନ୍ତୁ ସନା ତୋହରି ପାଖରେ ସେ ବଡ଼ହେଇଛି.....। ହଉ ଚାଲ ଯିବା।

କିଛି ଦିନ ପରେ.... ।

ଏ ରେବତୀ ବୋଉ ତୁ ଆସେ ସନାର ଆଜି ପରା ମଙ୍ଗଳପାଗ...ଯାଉଛି ଯାଉଛି ଯାଇଛି......ଯାହା ହେଉ ଭଲରେ ଭଲରେ ସନାର ବାଘର ସରିଗଲା । ଲୋ ସନା ବୋଉ ଏବେ ତୋର ପୁଅ ବୋହୂ ଆସି ପହଞ୍ଚି ଯିବେ । ହଁ ଲୋ ରେବତୀ ବୋଉ ମୋର ଖୁସିରେ ଆଉ ଗୋଡ଼ ତଳେ ଲାଗୁ ନାହିଁ । ଦୀପ,ଫୁଲ ସବୁ ରଖିଛୁ ତ ,ଆସି ଗଲେ ପୁଅ ବୋହୂ...ରେବତୀ ବୋଉ ବନ୍ଦେଇ ଦେ.....ମୁଁ ତ ବିଧବା ସ୍ତ୍ରୀ ଲୋକଟା ....ଏ ଶୁଭ କାମରେ ମୋ ହାତ ଲାଗିବା ଠିକ୍ ନୁହେଁ । ହେଉ ଦେ... ଏ ବୋଉ ଏ କଣ....କଣ କିରେ ସନା...ପୁରୁଣା କାଳିଆ ଲୋକ ପରି ଏ ଦୀପ ଭିପ ଲଗାଉଛୁ ଯେ ! ଦେଖିଲୁ ତୋ ବୋହୂ ମୁହଁ ନିଆଁ ଧାସରେ କେମିତି ଦେଖାଯାଉଛି...ଇଲୋ ସନା ବୋଉ ଏ କି ବୋହୂ ଆଣିଛୁ..... ସେ ମୁଣ୍ଡରେ ଲୁଗା ନାହିଁ ଟିକେ ଗୁରୁଜନଙ୍କୁ ନମସ୍କାର ନାହିଁ ଛି ଛି...ମୁଁ ଯାଉଛି ମୋ ଘରକୁ ସନା ବୋଉ...ରାତି ପାହିଲା ସକାଳ 8ଟା ବାଜିଲାଣି...ଆରେ ସନା ବୋହୂକୁ ଉଠା ଆଉ କେତେ ସମୟ ଶୋଇବ । ବୋଉ ସେ ଏବେ ନୂଆ ନୂଆ ବାହା ହୋଇଛି ପୁରୁଣା ହେଲେ ସବୁ କାମ କରିବନିକି, ତୁ ଦିନ କେଇଟା ସମ୍ଭାଳି ନେ ।

କିଛି ଦିନ ଏମିତି ବିତିଗଲା....

ଆରେ ସନା ମୋ ଦେହ ଖରାପରେ ମୁଁ ଆଉ କାମ କରି ପାରୁନି । ତୁମେ ଯାହା କରୁଛ କର ଶାଶୁ ବୋହୂ ମୁଁ ଯାଉଛି । ଆଲୋ ସନା ବୋଉ ତୁ ତୋ ବୋହୂକୁ କାମ କରିବାକୁ କହୁନୁ, ହଁ ଲୋ ରେବତୀ ବୋଉ..ଆଉ ଏମିତି କେତେ ଦିନ ତୁ ରାନ୍ଧିକି ଦବୁ ସନା ବୋଉ । ଘରର ଭିତରୁ ସନା ସ୍ତ୍ରୀ ବାହାରି ଆସି କହିଲା...ମୁଁ କାହିଁକି କାମ କରିବି ମୋ ସ୍ୱାମୀ ପରା ସରକାରୀ ଚାକିରୀ କରିଛି । ମୁଁ ମହାରାଣୀ ହୋଇ ବସିକି ଖାଇବି । ସେଦିନ ସନା ସ୍ତ୍ରୀର ସାଙ୍ଗ ମାନେ ଘରକୁ ଆସିଥିଲେ । ସନା ସ୍ତ୍ରୀ ଶାଶୁକୁ କହୁଛି ଏ ବୁଢ଼ୀ ଗଲୁ ....ଭଲ କରି ରୋଷେଇ କରିବୁ ଆଜି ମୋ ସାଙ୍ଗ ମାନେ ଖାଇବେ......ଆଉ ଶୁଣେ ପାଣି କପଡା ଆଣି ଭଲ କରି ପୋଛି ଦେ । ଆଲୋ ମା ମୋର ଦେହ ଭଲ ଲାଗୁନି ମୁଁ କେମିତି ଏତେ ସବୁ କଥା କରିବି ଯାଉଛି ଟିକେ ଶୋଇବି । ଏ ବୁଢ଼ୀ ଗିଳିଲା ବେଳକୁ ତ ଭଲ ଗିଳୁଛୁ ସେତେବେଳେକୁ ତୋ ଦେହ ଖରାପ ହେଉନାହିଁ ଏଠି ନାଟକ ପରିବେଷଣ କରୁଛି ବୁଢ଼ୀ । ମୋ ସ୍ୱାମୀ ସରକାରୀ କର୍ମଚାରୀ ପରା ମୁଁ କଣ ପାଇଁ କାମ କରିବି । ଏ ସବୁ କଥା ସନା ବାହାରେ ଠିଆ ହୋଇ ସବୁ ଶୁଣୁ ଥାଏ । ରାଗରେ ଧରିଲା ପହରା ମୁଣ୍ଡି ଗୋଡ଼ରୁ ମୁଣ୍ଡ ଯାଏଁ ପିଟିଗଲା ତା ସ୍ତ୍ରୀକୁ । ଯା ଯା ମୋ ବୋଉ ଗୋଡ଼ ତଳେ ପଡ଼ ,କ୍ଷମା ମାଗେ ଆଉ ଘରର ସବୁ କାମ କରିବୁ କହ ନହେଲେ ତତେ ଆଜି ଏ ଘରୁ ବାହାର କରିଦେବି । ବୋଉ ମୋର ଭୁଲ ହୋଇଯାଇଛି ମତେ କ୍ଷମା କରିଦିଅ । ଆଉ ଏମିତିକା ଭୁଲ୍ କରିବିନାହିଁ ବୋଉ ...ଉଠୁ ମା ଯା....ସନା ସ୍ତ୍ରୀ ଏବେ ଶାଶୁର ସେବା କରୁଛି ଆଉ ରୋଷେଇ କରି ଶାଶୁକୁ ଖାଇବାକୁ ଦେଉଛି....

ଯଦି ଠିକ୍ ସମୟରେ ସନା ତାହା ସ୍ତ୍ରୀକୁ ସଜାଡି ନଥାଆନ୍ତା ....ଆଉ ସ୍ତ୍ରୀ ପ୍ରେମରେ ଅନ୍ଧ ହୋଇ ଯାଇଥାନ୍ତା ତାହା ହେଲେ ଗୋଟିଏ ନୀରିହ ମା ଆଖି ଲୁହରେ କେବେ ଶାନ୍ତିରେ ରହିପାରିନଥାନ୍ତା....।


Rate this content
Log in

More oriya story from Pramila Sahoo

Similar oriya story from Tragedy