STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଚଳନ୍ତି ଠାକୁର

ଚଳନ୍ତି ଠାକୁର

3 mins
2

ବହୁତ ଭାବି ଚିନ୍ତି ସ୍ଥିର ନିଷ୍ପତ୍ତି ନେଇଥିଲା ଆଶା. କହିଥିଲା ଘରେ ଯେ ସେ ତା ସହସାଥି ଉମାଶଙ୍କର ର ଜୀବନ ସାଥି ହେବାକୁ ଚାହେଁ. କଥାଟାକୁ ବାପା ବୋଉ ଆଶ୍ଚର୍ଯ୍ୟ ଭାବରେ ଗ୍ରହଣ କରିନଥିଲେ ବରଂ ମୋ ଝିଅ ଯାହା ନିର୍ଣ୍ଣୟ ନେବ ଭାବିଚିନ୍ତି ନେବ କହିବାକୁ ଯାଉଥିବା ବାପା ବୋଉ ଭାଉଜ ଙ୍କ କଥାରେ ପାଟି ଫିଟେଇ ନଥିଲେ. ଭାଉଜ କହିଥିଲେ ହୁଏତ ଉମାଶଙ୍କର ରାଜି ଥିବେ ଓ ତାଙ୍କ ପିତା ମାତାଙ୍କୁ ରାଜି କରେଇ ଦେଇଥିବେ କିନ୍ତୁ ତାଙ୍କ ଘର ବଡ଼ବୋହୁ ହେଲା ପରେ, ମୋ ନଣନ୍ଦ ଆଶା ଙ୍କ ହାତରୁ ତାଙ୍କ ପିତୃପୁରୁଷ ପାଣି ନପାଇଲେ ପ୍ରତ୍ୟେକ୍ଷ ନହେଲ ମଧ୍ୟ ପରୋକ୍ଷ ଭାବରେ ପାପ ମୁଣ୍ଡେଇବ କିଏ!ବାପା ଭାଉଜଙ୍କର ଏହି ପାପବୋଧ କଥାଟାକୁ ହୃଦୟଙ୍ଗମ କରି ଚୁପ ରହିଲେ କି କଣ କେଜାଣି ଆଶା ଵି ତୁନି ପଡିଥିଲା କିନ୍ତୁ ବୋଉ ଚୁପ ରହିନଥିଲା. ଏଇ ଅଳ୍ପ ଦିନ ତଳେ ବାପା ଆଣିଥିବା ତାଙ୍କ ଜାତି ର ଡାକ୍ତର ପୁଅର ପ୍ରସ୍ତାବରେ ଆଶା କୁ ଛାଡ଼ି ସମସ୍ତେ ରାଜି ଥିଲେ ମଧ୍ୟ ଡାକ୍ତର ପୁଅର ମାମୁଁ କହିଥିଲେ ଭଣଜା ଆମର ମେଧାବୀ ଛାତ୍ର ବୋଲି ଆଜି ଡାକ୍ତର ହୋଇପାରିଛି ସତ ହେଲେ ପୁଅର କୃତିତ୍ୱ ସହ ଯୋଡି ହୋଇ ଭିଣୋଇ ଯେଉଁ କରଜ କରିଛନ୍ତି ସେଇପାଇଁ କିଛି ଆର୍ଥିକ ସହାୟତା ନକରି ଜୋଇଁଙ୍କୁ ଆପଣ ଗାଡି ଖଣ୍ଡିଏ ଦେବେ. ଆପଣଙ୍କ ଶକ୍ତି ଅନୁଯାୟୀ ଆମକୁ ଦାଣ୍ଡସୁନ୍ଦର କୁ ଏହି ଉପହାର ଦେଇ ସାହାଯ୍ୟ କରିବେ . ଏହା ଯୌତୁକ ନୁଁହଁ ବରଂ ସହଯୋଗ ପୂର୍ଣ୍ଣ ସହାୟତା ଭାବିବେ.ଏକଥା ଶୁଣି ବାପା ଗଦଗଦ ହୋଇ ନିଶ୍ଚୟ ନିଶ୍ଚୟ କହୁଥିବା ସହ କହିଥିଲେ ମୋ ପୁଅ ଡାକ୍ତର ନହେଲେ ମଧ୍ୟ ହାଇସ୍କୁଲ ଟିଚର.କାହିଁକି ନୁଁହଁ!ସେତେବେଳେ ପୁଅର ମାମୁଁ କହିଥିଲେ ଝିଅ ମଧ୍ୟ ଆପଣଙ୍କର ଚାରିରୀ କରିଛି, ମୋର ଏମିତି କହିବା ବୋଧେ ଉଚିତ ହୋଇନି.ବୋଉ କିନ୍ତୁ କହିଥିଲା ସତ କଥା ଆମମାନଙ୍କ ପରି ଶୁଦ୍ର ଜାତିର ଲୋକଙ୍କ ଘରେ ପୁଅ ଡାକ୍ତର ହେବା କଣ କମ କଥା!ଡାକ୍ତରୀ ପଢେଇବା ପରେ ଆଉ କୋଉ ସମ୍ବଳ ବଳିପଡିବ ଯେ ଗାଡି କିଣାଯିବ!ଭାଉଜ କହିଥିଲେ କାହିଁକି ଆମ ଝିଅ କଣ ନିରୋଜଗାରିଆ କି!ଆମେ କାହିଁ ତାଙ୍କ ଋଣ ପାଇଁ ନିଜେ ଋଣ କରି ଗାଡି କିଣି ବ୍ୟାଙ୍କ ଲୋନ ଶୁଝିବା!ସେଇଥିପାଇଁ ତ ଆଶା ସବୁକଥା ଖୋଲି କହିଦେଇଥିଲା ଯେ କାହାର କିଛି ଋଣ କରିବା ବା ସହାୟତା କରିବା ଦରକାର ନାହିଁ.ମୋର ଉମାଶଙ୍କର ପସନ୍ଦ. ତାଙ୍କ ଘରେ ମଧ୍ୟ ରାଜି. ଏଥର ଭାଉଜ ଙ୍କ ଉପରେ ଉଠିଆସୁଥିବା ଆକ୍ରୋଶ ଝିଅ ଆଶା ଆଡକୁ ଗଲା କି ନଗଲା କିନ୍ତୁ ନୀରବତା ବା ଚୁପ ରହିବାକୁ ସମ୍ମତି ଲକ୍ଷଣ ବୋଲି ଭାବିବ ଆଶା ନା ଭାଉଜ ଙ୍କ କଥାରେ ଉମାଶଙ୍କର ଘରର ପିତୃପୁରୁଷ ତା ହାତରୁ ପାଣି ପାଇବେନି କହିବା ପରେ ପିତା ମାତା ଏମିତି ଚୁପ ହୋଇଗଲେ ବୁଝିପାରୁନଥିଲା ସେ.ବୋଉ କିନ୍ତୁ ଚୁପ ନରହି ବୁଝାଇଦେଲା କି ମୋ ଝିଅ ଯାହା ଉଚିତ ଭାବିବ ତାହା କରିବ.
    ଉମାଶଙ୍କର ସବୁ ବୁଝାଇ ଦେଇଥିଲେ ଆଶାକୁ. ଜାତିଭେଦ ଇଶ୍ୱର ନୁଁହଁନ୍ତି ବରଂ ମଣିଷ ସୃଷ୍ଟି କରିଛି. ପିତୃପୁରୁଷଙ୍କ ଜାତି ନଥାଏ. ସେମାନେ ଇଶ୍ୱର ଙ୍କ ପାଖକୁ ଲେଉଟି ଯାଇ ଇଶ୍ୱରଙ୍କ ଜାତି ସହିତ ସମାନ. ଏଠି ମଣିଷ ଖାଲି ଜାତି ଗୋତ୍ର ଖୋଜି ନିଜ ସୁବିଧାବାଦୀ ମନୋଭାବ ର ପରିଚୟ ଦେଉଛି ଆଶା. ତୁମେ ସେସବୁ କଥା ଶୁଣି ଆମ ଘର ପାପ ତୁମକୁ ବା ତୁମ ପିତାମାତାଙ୍କୁ ଲାଗିବ ବୋଲି ଚିନ୍ତା କରନାହିଁ. ଯଦି ସେମିତି ଭାବିବ ତେବେ ସବୁଦିନ ପାଇଁ ମୁଁ ଅଭିଆଡା ରହିବା ପାପ କଣ ତୁମେ ନେବନି!ହସିଥିଲା ଆଶା ଓ କହିଥିଲା କାହିଁ ମୁଁ କୋଉ ଅନ୍ୟ ସ୍ଥାନରେ ବାହା ହୋଇଯାଆନ୍ତି ନା କଣଜ଼!ଆମ ଦୁହିଁଙ୍କ ଅଭିଆଡା ଦୋଷ କଟ ଖାଇ ଗୁଡ଼ି ପରି ଅଟକି ଯିବ ହୁଏତ କୋଉ ଗଛ ଡାଳରେ. ଆଶା କଥା ଶୁଣି ଉମାଶଙ୍କର ହସିଥିଲେ ମଧ୍ୟ ପରେ ଗମ୍ଭୀର ହୋଇ ଶୀଘ୍ର ନିଷ୍ପତ୍ତି ନେବାକୁ କହିଥିଲେ ଓ ସେଦିନ ବୁଝାଇଥିଲେ ବାପା ବୋଉ ଏବେ ଚୁପ ରହୁଛନ୍ତି କାରଣ ତୁମ ଘରେ ତୁମ ଭାଇ ଭାଉଜ ମୁରବୀ ପଣିଆ ଜାହିର କରୁଛନ୍ତି କିନ୍ତୁ ଆଜି ଯଦି ମୋ କଥା ନମାନିବ,ତେବେ ବାପା ବୋଉଙ୍କ ଅନ୍ତେ ଯେତେ ରୋଜଗାରକ୍ଷମ ହେଲେ ମଧ୍ୟ ତୁମେ ଏକୁଟିଆ ଏ ଜନସମୁଦ୍ର ସଂସାର ରେ ଚାଲିପାରିବ ଆଶା!ଆମ ଦୁହିଁଙ୍କ ଦେଖିଥିବା ସ୍ବପ୍ନ ଓ ଆଶା କୁ ନିରାଶା କଲେ ପାପ କଣ ହେବନି ତୁମକୁ!ଆଶା ବହୁତ ଭାବି ଚିନ୍ତି ଶେଷକୁ ଚିଠିଟିଏ ଲେଖି, ଛାଡ଼ି ଚାଲିଆସିଥିଲା ଉମାଶଙ୍କର ଘରକୁ.ଚାଲିଆସି ବିବାହ ବେଦୀରେ ଉମାଶଙ୍କରଙ୍କୁ ଜନ୍ମ ଜନ୍ମର ସାଥି କରିନେଲା ପରେ ବାପା ମାଆ ତାକୁ ଜିଅନ୍ତା ଶୁଦ୍ଧ ହେବା କଥାଟା ଆଶା ହଜମ କରିପାରୁନଥିଲା. ଭାଉଜ କିନ୍ତୁ ଗାଁ ସାରା କହି ବୁଲୁଥିଲେ ଭାଇ ଓ ମୁଁ ରାଜି ଥିଲେ କଣ ହେବ ବାପା ମାଆ ଙ୍କ ନିଜ ଡର ଆଜି ତାଙ୍କୁ ଶୁଦ୍ଧିଘର କରିବାକୁ ବାଧ୍ୟ କରିଛି. ଆଶା କିନ୍ତୁ ନିଜ ଜନ୍ମ ଜନ୍ମାନ୍ତର ସାଥିଙ୍କୁ ନେଇ ବାପା ମାଆ ଙ୍କ ଆଶୀର୍ବାଦ ଆଣିବା ବେଳେ ଦୁହିଁଙ୍କ ଆଖିରୁ ଝରିପଡ଼ୁଥିଲେ ସତେ ଯେମିତି କୃତଜ୍ଞତା ଭରା ଆଶୀର୍ବାଦ.



Rate this content
Log in

Similar oriya story from Romance