STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଭୋକ

ଭୋକ

4 mins
1

ମକର ସଂକ୍ରାନ୍ତି ଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ଆସ୍ତେ ଆସ୍ତେ ଦିନ ବଡ଼ ହୋଇ ରାତି ଛୋଟ ହେଉ ହେଉ ଫଗୁଣ ମାସରୁ ଖରା ଜୋର ହେଲାଣି. କବି, କବୟିତ୍ରୀ, ସାହିତ୍ୟ ସାହିତ୍ୟିକା, ଗାଳ୍ପିକ ଗାଳ୍ପିକା ଙ୍କ ସମାବେଶ ରେ ଫଗୁଣ ଆସରରେ ମଞ୍ଚ ଦୁଲୁକେ. ଭୋଜିଭାତ ହୋଇଥାଏ. ହେଲେ ରବିବାରିଆ ଆମିଷ ଭୋକ ପାଇଁ କିଛି ଜଣ ଙ୍କ ମନ ଏ ଅରୁଆ ଭାତ,ଡ଼ାଲମା, ଶାଗ, ଖଟା କି ମାଣ୍ଡିଆ ରସଗୋଲାରେ ବୁଝେନା ତ ହାଜର ହୋଇଯାଆନ୍ତି ଆମିଷ ଷ୍ଟଲ ପାଖେ. ସେଇଠି ସଫା ସଫି ଓ ଓଳାପୋଛା ପାଇଁ ନିଯୁକ୍ତି ପାଇଥିବା ରମା ଏ ବାବୁ ବାବୁଆଣୀ ମାନଙ୍କ ଆମିଷ ଭୋକ ଦେଖି ହସିବ କି କାନ୍ଦିବ ବୁଝିପାରେନା. ମାସକୁ ଥରେ ହୁଏ ଆସର କାହାର ତ ପୁଣି କାହାର କାହାର ବର୍ଷକୁ ଥରେ ଥରେ କବିତା ସମ୍ମିଳନୀ ହେଲେ ସେ ପାଖ ଅଡିଟୋରିଅମ ରେ ଓଳାପୋଛା କରି ଭଲ ଦୁଇ ପଇସା ସହ ବଳି ପଡ଼ିଥିବା ନିରାମିଷ ଖାଦ୍ୟ ନେଇ ଘରକୁ ଆସେ.ଯେ କେତେ ଆଗ୍ରହରେ ସ୍ୱାମୀ ପୁଅଙ୍କୁ ବାଢି ବସିଲେ ସେମାନେ ଵି ଶୁଙ୍ଘି ଶୁଙ୍ଘି ଜାଣି ଯାଆନ୍ତି ଯେ ଏହା ଆମିଷ ଖାଦ୍ୟ ନୁଁହଁ. ଭୋକ ଯୋଗୁଁ ଖାଇଲେ ମଧ୍ୟ ଦୁଇ ପୁଅ ବିଜୁ ଓ ଅଜୁ ପଚାରନ୍ତି ମାଛ କି ମାଉଁସ ହୁଏନା ନା ବଳେନି ବୋଳି ତୁ ଆଣୁନା ମାଆ?ରମା ର ସେତେବେଳେ ମନେ ପଡେ ସେ ଯେଉଁ ଆମିଷ ଷ୍ଟଲ ରେ କାମ କରେ, ସେଠାରେ ସଜା ହୋଇ ରଖା ଯାଇଥିବା ଚୋପା ଲଗା ଚୁଙ୍ଗୁଡ଼ି ଛଣା ସହ ଗୋଟା ଅଣ୍ଡା ଆଲୁଚପ ସାଙ୍ଗକୁ ଜାତି ଜାତି ଚିକେନ ଓ ମଟନ ପକୋଡା. କି ଦର ଲୋ ମାଆ ସେସବୁ!ମସଲା ବାଟି, କର୍ଣ୍ଣଫ୍ଲୋର ଗୋଳାଗୋଳି ତଥା ପିଆଜ ରସୁଣ ଅଦା ବଟା ସହ କେତେ ଜାତି ଜାତି ମସଲା ପ୍ୟାକେଟ ଖୋଲୁଥିଲେ ଵି ରମା କେବେ ଭାବିନି ଏସବୁ ରେ ତାର ଭାଗ ପଡ଼ନ୍ତାନି!ତାର ମଧ୍ୟ କାରଣ ଅଛି. ପ୍ରଥମରେ ଷ୍ଟଲ ଵାଲା ମୁଠା ମୁଠା ଟଙ୍କା ଫୋପାଡି ମାଛ, ଚୁଙ୍ଗୁଡ଼ି, କଙ୍କଡା, ଚିକେନ ମଟନ କିଣୁଥିବା ସେ ନିଜ ଆଖିରେ ଦେଖିଛି. ସେସବୁକୁ ବିକ୍ରୀ ଦୁଇ ପଇସା ବାହାରିଲେ ସେ ନିଜ ପରିବାର ଚଳେଇ ପୁଣି ପୁଣି ମାଛ ଇତ୍ୟାଦି କିଣିପାରିବ ଓ ଦ୍ୱିତୀୟରେ ସେମାନଙ୍କୁ ସବୁ ଦରମା ଦେବ ନା ନାହିଁ. ତା ଛଡା ଏଇ ଆମିଷ ଜାତୀୟ ଖାଦ୍ୟ ରେ କାଳେ ଜୀବାଣୁ, ଭୁତାଣୁ, କରୋନା, ନିପ୍ପା ଭଳି ଭାଇରସ ଥାଏ ବୋଲି ସେ ଶୁଣିଛି.ତେଣୁ ସେପରି ଦାମିକିଆ ଦରବ ତା ଭାଗରେ ପଡ଼ୁ ବୋଲି ସେ ଚାହେଁନା ବରଂ ପିତା ଶାଗ, ଜହ୍ନି ପୋଡା, ବାଇଗଣ ପୋଡା ସହ ପଖାଳ ବାଢି ସ୍ୱାମୀ ଓ ଦୁଇ ପୁଅଙ୍କୁ ଦେବା ସହ ନିଜେ ଖାଇବସେ ଆଗ୍ରହରେ. ସ୍ୱାମୀ ଓ ଦୁଇପୁଅଙ୍କର କିନ୍ତୁ ଆମିଷରେ ଭାରି ଲୋଭ. ଭାରି ଆମିଷ ଭୋକ ସେମାନଙ୍କୁ.ମାଆ ତତେ କେବେ କେହି କିଛି ଆମିଷ ଦରବ ନେଇଯା ବୋଲି କହେନି ନା ବଳେନି ନା ତୋ ଲୁଗା ଆମିଷ ହୋଇଗଲେ ତୁ ସଞ୍ଜ ଦେଇପାରିବୁନି ବୋଲି ଆଣୁନା. ପୁଅ ଦୁହିଁଙ୍କ ର ପ୍ରଶ୍ନରେ ଆନମନା ହୁଏ ରମା. ତା ଆଖିରେ ନାଚିଯାଏ ସ୍ୱାମୀ ସ୍ତ୍ରୀ, ଭାଇ ଭଉଣୀ, ପ୍ରେମିକ ପ୍ରେମିକା ଓ ସାଙ୍ଗ ସାଥି ମିଶି, ସେମାନେ କେମିତି ପ୍ଲେଟ ପରେ ପ୍ଲେଟ ଆମିଷ ଖାଇ ଭୋକ ମାରି ତା ବଦଳ ରେ ତା ନିଜ ମାସିକ ଦରମାର ଦୁଇ ଗୁଣା କି ତିନି ଗୁଣା ପଇସା ଝଣଝାଣ ଗଣିଦେଇ ଗଲା ବେଳେ ସେ ଏମାସ ଦରମା ରେ ସ୍ୱାମୀ ପାଇଁ ଟୋପି ଟିଏ ଓ ପୁଅ ଦୁହିଁଙ୍କ ଗୋଡ଼କୁ ଚପଲ କିଣିବ ଭାବୁଥାଏ କେବେ ତ ପୁଣି ଭାବୁଥାଏ ଛତା କଥା କେବେ.ତ ନିଅଣ୍ଟିଆ ପଣତ ଭିତରେ ଏତେ ଭୋକର ସ୍ବପ୍ନ ସତ ହେବା ପୂର୍ବରୁ ପଣତ ଚିରି ସାରିଥାଏ. ସ୍ୱାମୀ କଣ କମକି! ସିଧା ନକହି କହେ କେତେ ସେଇ ପିତା ଶାଗ, କଲରା ଭଜା ଲଗେଇ ଭାତ ଖାଇବ!
    ସେଦିନ ବାଡ଼ିପଟ ପୋଖରୀ ରେ ଗାଧଉ ଗାଧଉ ମୀନ ମାଛ ଦୁଇଚାରୋଟି ପଣତ ରେ ଉଠି ଆସିବାରୁ ଭାତ ଦିଟା ଥୋଇ ପଣତ ବିଛେଇ କିଛି ସମୟ ପରେ ଉଠେଇ ଆଣି ଖୁସି ହୋଇଗଲା ରମା. ଦୁଇ କି ଚାରିଥାର ଏମିତି କରୁ କରୁ ଆଞ୍ଜୁଳି ସରିକି ଚୁନା ମାଛ ପାଇ ତାକୁ ବାଛି ଭାଜିଲା. ସେଦିନ ରଙ୍ଗ ଖେଳ. ତାରି ଭିତରେ ବଡ଼ ଓ ସାନ ପୁଅ ଦିହେଁ ଥରକୁ ଥର ଦେଖିଯାଉଥାଆନ୍ତି ଚୁଲିମୁଣ୍ଡ. ବୋଉ ଆଜି ମାଛ ଭାଜୁଛି ପୁଣି ସୋରିଷ ବାଟୁଛି. ଆଜି ଖାଇବା ଜମିବ. ଭାରି ଭୋକ ବୋଉ କହି ସାନ ପୁଅଟା ଚୁଲି ମୁଣ୍ଡୁ ଉଠୁ ନଥିଲା ଯେ ବଡ଼ ତା ହାତ ଧରି ଭିଡି ନେଉଥିଲା. ଆରେ ଆଜି ପରା ରଙ୍ଗ ଖେଳ. ହୋଲି ଖେଳି ଗାଧେଇ ପାଧେଇ ଆସିଲେ ଖାଇବା. ଏମିତି କହି ଦୁଇ ପୁଅ ହୋଲି ଖେଳିବାକୁ ଚାଲିଗଲା ପରେ ସ୍ୱାମୀ ହଟ କହୁଥିଲା ଆଜି ଭାରି ଭୋକ ଲୋ ରମା. ଏ ଖରା ଗରମରେ ଟ୍ରଲି ଭିଡ଼ିଲେ ଯେତିକି ଭୋକ ନଥାଏ ଆଜି ମୀନ ମାଛ ଟୁକୁଟୁକା ଦେଖି ଭୋକ ଆଉ ସମ୍ଭଳା ପଡୁନି ଲୋ. ଜଲଦି ବାଢେ. ମୁଁ ଆଜି ରଙ୍ଗ ଖେଳିବିନି. ହେଲେ ଦୁଇ ପୁଅ ପରା ଦେହରୁ ରଙ୍ଗ ଛାଡ଼େଇବାକୁ ନଈ କି ଯାଇଛନ୍ତି ଆସନ୍ତୁ. ସାହି ପିଲା ସବୁ ଫେରିଲେଣି. ପାଟି ତୁଣ୍ଡ ଶୁଭୁଛି. ତେବେ ସାନ ପୁଅ ଅଜୁ କୁ ବେକ ଲଗା ଛାତିରେ ଶୁଆଇ ଧରି ଜଣେ ଆସୁଛି ଆଉ ପଛେ ପଛେ ବିଜୁ. ଅଜୁ ଭରା ପାଣିରେ ଭାସି ଗଲାବେଳେ ତା ଭାଇ ବିଜୁ ର ଡାକ ଶୁଣି ଆମେ ସମସ୍ତେ ତାକୁ ଉଦ୍ଧାର କରି ପାଣି କାଢି ହସ୍ପିଟାଲ ନେଇଥିଲୁ କାଇଁ କଥା କହୁନି ବୋଲି ରେ ହଟିଆ ଇ ହେଲେ ଡାକ୍ତର କହିଲେ ସେ ଆଉ ନାହିଁ. ଅଜୁ କୁ ଶୁଆଇ ଯିଏ ଯାହା ଘରକୁ ଫେରିପଡିଲେ ଦୁଃଖରେ. ରମା ବାହୁନୁ ଥିଲା ଆଉ ବିଜୁ ନିରବୀ ଗଲା ସେଇଦିନଠୁ ଯେ ଆଜିଯାଏଁ କଥା କହିନି. ଆଉ ହଟ ସେଦିନ ମାଛ ଟୁକୁଟୁକା ତକ ଧରି ନଈକୁ ଧାଇଁଥିଲା ପାଗଳଙ୍କ ଭଳି. କହିଥିଲା ତତେ ଭାରି ଭୋକ ନା ନଈ!ନେ ଖା ତୋ ଗରଭ ରେ ବଢିଥିବା ଏ ଚୁନା ମୀନ ମାଛ ଟୁକୁଟୁକା ହେଲେ ମୋ ଅଜୁ କୁ ଫେରେଇଦେ. ରମା ବିଜୁ କୁ ଧରି ବହୁନା ପକେଇଥିଲା ତ ଫଗୁଣର ରଙ୍ଗ ମଳିନ ପଡିଯାଇଥିଲା. ଗାଁ ଟା ସାରା ଦୁଃଖର ଧୂସର ରଙ୍ଗ କନ୍ଦେଇ ଦେଉଥିଲା ଗଛ ପତର.ଏବେ ହଟ ସହ ଆଉ ପରିବାରରେ କାହାକୁ ସେମିତି ଭୋକ ହେଉନଥିଲା ଜମା, ଖାଲି ବଞ୍ଚିବାକୁ ଗଣ୍ଡେ ଖାଇବା କଥା.


Rate this content
Log in

Similar oriya story from Tragedy