STORYMIRROR

Sunanda Mohanty

Romance Tragedy Thriller

4  

Sunanda Mohanty

Romance Tragedy Thriller

କାଳିଆଭୁଆ

କାଳିଆଭୁଆ

4 mins
3


ରାତି ପାହୁ ନପାହୁ ରତ୍ନମଣୀ ଙ୍କ ଜୋର ଜୋର ପାଟି ଶୁଭୁଥିଲା. କହୁଥିଲ ପରା ତୁମ ପୁଅ ସେମିତି କରିପାରେ ହେଲେ ମୋ ଝିଅ ନୁଁହଁ. ଏଇ ଦେଖ ଦାଣ୍ଡ କବାଟ ଖୋଲା, ଝିଅ ରୁମରେ ନାହିଁ. ମୁଁହରେ କଳା ବୋଳି ଘରଛାଡି କୁଆଡେ କାହା ସଙ୍ଗେ ଗଲା ଦେଖିବ ଆସ. ଯାଅ ବୁଝ. ପୋଲିସ ଆସୁ. ଛାନଭିନ କରୁ ତୁମକୁ ସୁନ୍ଦର ଦିଶିବ. ପୁଅ ଆଜି ନହେଲେ କାଲି ସମ୍ପତ୍ତି ନେଇଥାନ୍ତା ତ ତା ଭାଗ ସେ ବିକି ସହରରେ କୋଠା ତୋଳି ରହିବାକୁ ଅଡ଼ି ବସିଲା ବେଳେ ବହୁତ କଥା କହୁଥିଲ. ତୁମ ପୁଅ ସଂସ୍କୃତି ସଭ୍ୟତା ଜାଣେନାହିଁ. ପରଲୋକଙ୍କୁ ନିଜର କରିବା ଶିଖିନି ବୋଲି ବାପା ମାଆ ଥାଉଣୁ ପିତୃ ସମ୍ପତ୍ତିରେ ଭାଗ ମାଗିବସିଥିଲା ଇତ୍ୟାଦି ଇତ୍ୟାଦି.  କଣ ଯେ ଗୋଟେ ବଡ଼ ଭୁଲ କରିପକେଇଲା ପୁଅ ମୋର!ତା ଲାଇଫ ଷ୍ଟାଇଲ ରେ ସେ ସହରରେ ଚଳିବା ପାଇଁ ଭାଗ ମାଗିନେଲା ତ କଣ ଖରାପ କଲା! ଆମେ ଯୋଉଠି ଚାହିଁଲେ ବାହା ହେଲା ନା ନାହିଁ. ଆଉ ଝିଅ ଗୁଣମଣି କି ରଖି ନିଜ ଭାଗରେ ପଡ଼ିଥିବା ଘର ସଜାଡି ରହିବାର ଫଳ ଏବେ ଭୋଗ କହି ବହୁନା ପକେଇବା ଆରମ୍ଭ କରିଦେଇଥିଲେ ରତ୍ନମଣୀ ତ ଆଉ ଶୋଇନପାରି ଉଠି ଆସିଲେ ଚନ୍ଦ୍ରମଣି କହିଲେ ଏଇ ପାଖକୁ କୋଉଠି କୋଉ ସାଙ୍ଗ ପାଖକୁ ଯାଇଥିବ, ଫେରିଆସିବନି ମୋ ଝିଅ. ଦେଖୁ ଦେଖୁ ସକାଳ ଯାଇ ସଞ୍ଜ ହେଲା ହେଲେ ଅଳକା ଫେରିନଥିଲା ଘରକୁ. ସତରେ କଣ ଅଳକା ତାଙ୍କ ମାନ ସମ୍ମାନ ତଳେ ପକେଇ କାହା ସଙ୍ଗେ ଚାଲିଗଲା!ଆଖି ଦେଖିନଥିବା କଥାକୁ ମନ ବୁଝୁନଥିଲା କିନ୍ତୁ ଅଳକା ଫୋନ ମଧ୍ୟ ନେଇନଥିଲା କି କିଛି ଚିଠି ମଧ୍ୟ ଛାଡ଼ି ଯାଇନଥିଲା. ଥାନାରେ ଝିଅ ନାମରେ ଫେରାର ଏତେଲା ଦେବାକୁ କୁଣ୍ଠାବୋଧ କରି ବାପା ଚନ୍ଦ୍ରମଣି ଗାଁ ଶେଷମୁଣ୍ଡ ଅଶୋକ ଘରେ ପହଁଚିଲେ. ହୁଏତ ତାଙ୍କ କଥାରେ ରାଜି ହୋଇଥିଲେ ଅଳକା ଆଜି ଏ ଘରେ ଅଶୋକର ପତ୍ନୀ ଦରଜା ପାଇ ବୋହୁ ହୋଇ ରହିଥାଆନ୍ତା କିନ୍ତୁ ସେ କାଳିଆଭୁଆ କୁ ବାହାହୋଇ ମୋ ଜୀବନ ବରବାଦ କରିପାରିବିନି କହୁଥିବା ଅଳକା କୋଉ ଚମ୍ପାଫୁଲିଆ ସଙ୍ଗେ ଚାଲିଗଲା ବୁଝିପାରୁନଥିଲେ ଵି ଝିଅ କଥା ବୁଝିବାକୁ ତା ପିଲାଦିନେ ଯେମିତି ତା କ୍ଲାସମେଟ ଅଶୋକ ଘରକୁ ଚାଲିଆସନ୍ତି ବାପା ଚନ୍ଦ୍ରମଣି,ଆଜି ମଧ୍ୟ ସେମିତି ପାଦ ତାଙ୍କୁ ବାଟ କଢେଇ ଆଣିଥିଲା ଅଶୋକ ଘର ଯାଏଁ. ଚନ୍ଦ୍ରମଣି ପ୍ରକୃସ୍ଥିତ ହେଲେ. ଅଶୋକ ସହ ବିବାହ ଭାଙ୍ଗି ଯିବା ପରେ ଅଶୋକ ଓ ତା ବାପା ମାଆ ଅଳକାର ଏହି ପଳାୟନ କୁ ନେଇ କଣ ଭାବିବେ ଭାବି ସେ ପଛକୁ ଲେଉଥିଲେ. ରାତି ଏଗାରଟା ହୋଇସାରିଥିଲା ନା ଏଭିତରେ.
   ଘର ଭିତରେ ପାଦ ଦେଇ ସେ କିନ୍ତୁ ଚମକି ପଡିଲେ. ରତ୍ନମଣୀଙ୍କ ବହୁନା ତଥାପି ଶୁଭୁଥିଲା କିନ୍ତୁ ସକାଳର ବହୁନା ଠାରୁ ଏକଦମ ଭିର୍ନ୍ନ. ବୋଧହୁଏ ବାହୁନି ବାହୁନି ଏଯାବତ ଥକି ପଡି କଣ୍ଠଶ୍ୱର ନରମି ପଡିଛି ଭାବି ଯାଇ ଦେଖନ୍ତି ତ ଅଳକା ଓ ଅଶୋକ ତାଙ୍କ ଘରେ. ବେକରେ ପଡିଛି ସଦ୍ୟ ଗେଣ୍ଡୁ ଫୁଲମାଳ ଓ ସିନ୍ଥି ରେ ସିନ୍ଦୁର ଝିଅର. ରତ୍ନମଣୀଙ୍କ ନରମ ବହୁନା ଅର୍ଥ ବୁଝିପାରୁଥିବା ଚନ୍ଦ୍ରମଣି କିନ୍ତୁ ଆବାକାବା ହୋଇ ଝିଅ ଅଳକା କୁ ନା ଅଶୋକ ମୁଁହଁକୁ ଚାହିଁ ପାରୁନଥିଲେ ମଧ୍ୟ କହିଥିଲେ ଦେଖିଲ ମୋ ଝିଅ କେମିତି ସରପ୍ରାଇଜ ଗିଫ୍ଟ ଦେଲା!ତୁମେ କିଣିଥିବା ଗହଣା ଗାଣ୍ଠିରେ ଲୋଭ କଲାନି କି ମୁଁ ସାଇତି ଥିବା ଟଙ୍କା ଗାଡି ଓ ଅନେକ ଉପହାର କୁ ପାଦ ରେ ଆଡେଇ ନିରାଡମ୍ବର ଭାବେ, ଆମରି ପସନ୍ଦ କୁ ହିଁ ସମ୍ମାନ ଦେଇ ଅଶୋକକୁ ନିଜ ସ୍ୱାମୀ ରୂପେ ସ୍ୱୀକାର କରିନେଲା. ରତ୍ନମଣୀ ଙ୍କ ବହୁନା ବନ୍ଦ ହୋଇଯାଇଥିଲା. ଖୁସିରେ ଗୋଡ଼ ପାଞ୍ଚ ହାତରେ ପଡୁଥିଲା.
     ସେହି ବାପା ମାଆ କି ଶାଶୁ ଶଶୁର ଆଜି ନାଁହାଁନ୍ତି ସତ. ସତ କଥାଟା ନଜାଣି ସଂସାରରୁ ବିଦାୟ ନେଇସାରିଲେଣି କିନ୍ତୁ ଅଳକା ଭୁଲିନି ସେଦିନ ରାତି କଥା. ଭୂପେନ କଥା ଦେଇ କଥା ରଖିନଥିଲା. ଷ୍ଟେସନ ରେ ଏକାକୀ ଠିଆ ହୋଇ ଅଳକା ପଛକୁ ଫେରିବ ନା ଟ୍ରେନ ରେ ବସିବ ବୁଝିପାରୁନଥିବା ବେଳେ ଟ୍ରେନ ଲାଗିସାରିଥିଲା ଓ ଅଳକା ଯନ୍ତ୍ରବତ ଚଢି ସାରିଥିଲା କିନ୍ତୁ ସକାଳ ଆସିବା ପୂର୍ବରୁ ସେ କୁଆଡେ ଯିବ କଣ କରିବ ସ୍ଥିର କରିପାରୁନଥିବା ବେଳେ ଅଶୋକ ତାକୁ ଡାକିଥିଲେ. ଅଚିହ୍ନା ଯାତ୍ରୀଗଣଙ୍କ ଭିତରେ ଜଣେ ଚିହ୍ନା ମୁଁହଁ ଦେଖି ସେଦିନ ଭୋ ଭୋ କାନ୍ଦି ସବୁକଥା ଅଶୋକ ଆଗରେ କହିବାରୁ ପରବର୍ତ୍ତୀ ଷ୍ଟପେଜ ରେ ଓଲ୍ହେଇ ନେକ୍ଟ ଟ୍ରେନ ଧରି ଘରକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଅଶୋକ ଯୋଉ ଡ୍ରାମା କରିଥିଲେ ତାହା ସତ୍ୟରୂପ ନେଇଗଲା ଘରେ ପହଁଞ୍ଚି. ତା ପରଠୁ ଆଉ ପଛକୁ କେବେ ଦୁହେଁ ଚାହିଁନଥିଲେ ସତ କିନ୍ତୁ ଅଶୋକ ପ୍ରତି ଥିବା ପ୍ରଚ୍ଛର୍ଣ୍ଣ ଘୃଣା, ରାଗ ଓ ଅପ୍ରେମ ଦିନେ ପୁଣି ଆଖିଆଗରେ ଛିଡା ହେଲା ସ୍ତ୍ରୀ ଅଳକାର ଯେବେ ଭୂପେନ ଦେଖାହେଲା. ସେ ଅଶୋକ କମ୍ପାନୀର ସର୍ବମୟ କର୍ତ୍ତା ଥିଲା. ସେଦିନ ଏହି କମ୍ପାନୀର ମୁଖ୍ୟ ପଦବୀ ପାଇଁ ସେ ଷ୍ଟେସନକୁ ଆସିବାକୁ ସକ୍ଷମ ହୋଇପାରିନଥିଲା ବୋଲି ସଫେଇ ଦେଇଥିଲା. ତା ପରେ ପରେ ଅଶୋକ ସହିତ ତା ବାହାଘର ଶୁଣି ଟିକେ ବଧେଇ ଜଣେଇବାକୁ ମଧ୍ୟ ସେ ସାହାସ କରି ପାରିନଥିଲା କାରଣ ତାର ନୀଚ୍ଚ ଜାତିଆଣ ମନୋଭାବ ସହ ଅଭିମାନ ତାକୁ ନିବୃତ୍ତ କରିଥିଲା. ଏସବୁକୁ ସତ କରି ଅଳକା ପୁଣି ଗୋପନରେ ଭୂପେନ ସଙ୍ଗେ ମିଳାମିଶା କରୁଥିଲା. ମନ ସହ ଦେହର ମିଳନ ପାଇଁ ଦୁହେଁ ଘର ଛାଡିବାକୁ ନିଷ୍ପତ୍ତି ନେଇସାରିଥିଲେ. ସେଦିନ ସେହି ରାତି ପରି ଅଳକା ଆଜି ବାପା ମାଆ ଙ୍କ ପରିବର୍ତ୍ତେ ସ୍ୱାମୀଙ୍କୁ ଛାଡ଼ି ଭୂପେନ କଥାକୁ ସତ ମଣି ଘର ଛାଡିବାକୁ ପ୍ରସ୍ତୁତ ଥିଲା ବେଳେ ସୁଯୋଗ ଥିଲା ଅଶୋକ ଘରେ ନଥିଲେ. ଟୁର ରୁ ଫେରୁ ଫେରୁ ଆହୁରି ସାତ ଦିନ ବାକି ଅଛି. ସେହି ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ପାଖେଇ ଆସୁଥିଲା.ଶେଷ ଥର ପାଇଁ ଘରର ଚାରିଆଡକୁ ଚାହିଁଲା ଅଳକା. ସବୁଠି କାନ୍ଥ, ବାଡ଼ ଓ ଡାନିଂ ତଥା ଡ୍ରେସିଂ ଟେବୁଲ ରେ ଅଶୋକ ସହ ତାର ଫଟୋ ଗୁଡିକ ତାକୁ ବିଦ୍ରୁପ କରୁଥିଲେ. ହଠାତ ତାର ସେଦିନ କଥା ମନେପଡ଼ିଲା. ଭୂପେନ ଆଜି ଯଦି ଦଗା ଵା ଧୋକା ଦିଅନ୍ତି ତେବେ ଵି ଅଶୋକ କଣ ତାଙ୍କୁ ଆଗ ଭଳି କ୍ଷମା କରିପାରିବେ!ନା ଭୂପେନ ଏଥର ସେମିତି କରିପାରିବେନି ଭାବି ସେ ଗୋଡ଼ କାଢିବା ପୂର୍ବରୁ ବେକର ମଙ୍ଗଳସୂତ୍ର ବାହାର କରୁଥିବା ବେଳେ ବୋଉ କହିଥିବା ଆଲୋ ଝିଅ ଏଇ ମଙ୍ଗଳସୂତ୍ର ହିଁ ନାରୀର ପରିଚୟ କଥାଟି ମନେ ପଡୁଥିଲା ଓ ବାପା କହୁଥିବା ସେ ମୋ ଝିଅଟି! ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆଗକୁ ଦି ପାଦ ପକେଇଲେ ପଛକୁ ଚାରିପାଦ ହଟେଇ ଟିକେ ଚିନ୍ତା କରିବ. ନଥ କରି ସୋଫା ଉପରେ ବସିପଡ଼ିଲା ଅଳକା. ଭୂପେନ ଫୋନ କରି କହୁଥିଲେ ସରି ଅଳକା ମୋର ଆଜି ହଠାତ ଫରେନ ଯିବାର ହେଲା ତ ତୁମେ ବରଂ ଏଥର ଘରକୁ ଫେରିଯାଅ. ମୁଁ ଘରେ ହିଁ ଅଛି କହି ସ୍ୱାମୀଙ୍କ ପାଖକୁ ଫୋନ ଲଗେଇଲା ଅଳକା. ଅଶୋକ କହୁଥିଲେ ମୁଁ ଏବେ ଦିଲ୍ଲୀର ଅନ୍ୟ ଏକ କମ୍ପାନୀର ଏମ. ଡି ହିସାବରେ ଜଏନ କରୁଛି ଅଳକା. ସବୁ ତୁମ ପାଇଁ. ଅଳକା କହୁଥିଲେ ନା ନା ସବୁ ଏଇ ମଙ୍ଗଳସୂତ୍ର ପାଇଁ. ଅଶୋକ କହୁଥିଲେ ହଁ ହଁ ସବୁ ତୁମ ବଡ଼ ମନ ପାଇଁ.ଅଳକା ହସିବେ କି କାନ୍ଦିବେ ବୁଝିପାରୁନଥିଲା ବେଳେ ସ୍ୱାମୀଙ୍କୁ ଫୋନ କରି କେବେ ଫେରିବ ପଚାରୁଥିଲେ.


Rate this content
Log in

Similar oriya story from Romance