ଏମିତି ଗୋଟେ କଥା ପିଲାବେଳେ
ଏମିତି ଗୋଟେ କଥା ପିଲାବେଳେ
2 mins
0
ପିଲାବେଳେ ଦୁଇଭାଇ ଅଜୁ ଓ ବିଜୁ ରେନ କୋର୍ଟ ଅପେକ୍ଷା ଛତା ତଳେ ରହି ସ୍କୁଲ ଯିବାକୁ ପସନ୍ଦ କରନ୍ତି. ସେ ଦୁହିଁଙ୍କ ପସନ୍ଦ ରଙ୍ଗର ଦୁଇଟି ଛତା ବାପା ଆଣିଦେଇଥାନ୍ତି. ପ୍ରତିଦିନ ସ୍କୁଲ ଗଲାବେଳେ ତାଙ୍କ ବୟସ ସମସାମୟିକ ପିଲାଟିଏ ରାମୁ କି ଖରା କି ବର୍ଷା କି ଶୀତ ଗୋଟେ ବଡ଼ ଛତା ତଳେ ବସିଥାଏ ଓ ତା ମାଆ ତେଲଭାଜି ଜିନିଷ ଯଥା ବରା, ଆଲୁଚପ, ପିଆଜି ପକଡି ଓ ସିଙ୍ଗଡ଼ା ସହିତ ମଟର ତରକାରୀ ବିକ୍ରୀ କରୁଥାନ୍ତି.ସେଇଠି ଅଟକି ଦୁଇଭାଇ ବିଜୁ ଓ ଅଜୁ କିଛି କିଣି ଖାଆନ୍ତି. ଏହି ଖାଇବା ପ୍ରକୃତରେ ଭୋକ ଯୋଗୁଁ ନୁଁହଁ ବରଂ ରାମୁ ଯେଉଁ ଛତା ତଳେ ବସିଥାଏ ସେଠାରେ ଦୁଇଭାଇ ଟିକେ ଠିଆ ହେବାକୁ ଏ ଜଳଖିଆ ଖାଇବା ବାହାନା ଥିଲା. ରାମୁର ମାଆ ବହୁତ ଭଲ କିନ୍ତୁ ଅନ୍ୟ କେହି ମଣିଷ ଆସିଲେ ସେ ସେହି ଛତା ତଳେ ଠିଆ ହେବାକୁ ଦିଅନ୍ତି ନାହିଁ. ଯେତେ ଖରା ବର୍ଷା କି ଶୀତ ହୋଇଥାଉ ପଛେ ରାମୁ ର କେବଳ ସେଠି ବସିବାର ଅଧିକାର ଥାଏ. ବିଜୁ ଓ ଅଜୁ ସେହି ଭାଗ୍ୟ ପାଉଥିବାରୁ ଘରେ ଯାଇ ରାମୁ କଥା ଓ ତା ମାଆ ଲତିକା ମାଉସୀଙ୍କ ସ୍ନେହ ଶ୍ରଦ୍ଧା କଥା କୁହନ୍ତି.
ଦୁଇ ପୁଅ ବିଜୁ ଓ ଅଜୁ ଙ୍କର ଏହି ଛତା ତଳେ ବସିବାର ଆଗ୍ରହ କୁ ନେଇ ବାପା ମାଆ କେତେ କୁଆଡେ ବୁଲି ଗଲାବେଳେ ସେମିତି ଛତା ଟିଏ ନେଇ ଯାଇଥାନ୍ତି. ସମସ୍ତେ ପିକନିକ ର ମଜ୍ଜା ନେଲାବେଳେ ଅଜୁ ଓ ବିଜୁ ସେହି ଛତା ତଳେ ଘଡିଏ ବସି ଖୁସି ବ୍ୟକ୍ତ କଲାବେଳେ ସେଦିନ କହିଥିଲେ ଯେ ମାଆ ରାମୁର ମାଆ ଲତିକା ମାଉସୀ ତ ଖୁବ ସ୍ନେହି କିନ୍ତୁ ରାମୁ ଯେଉଁ ଛତା ତଳେ ବସେ ତା ଉପର କପଡା ଚିରି ଯାଇଥିଲେ ମଧ୍ୟ ଏଯାଏଁ ନୂଆ କପଡା କିଣିବାକୁ ଲତିକା ମାଉସୀ କାହିଁକି ଚାଁହୁଁନାହାଁନ୍ତି ପଚାରିବାରୁ ସେଦିନ ସେ କାନ୍ଦିପକେଇଲେ. ମାଆ ବୁଝେଇଦେଲେ ଯେ ତେଲଭାଜି ବିକ୍ରୀ କରି ଆଜିକାର ଯୁଗରେ ଚଳିବା ବହୁତ କଷ୍ଟ. ହୁଏତ ତାଙ୍କ ପାଖରେ ପଇସା ନଥିବ. ଏଥର ମୁଁ ଯାଇ ଛତାରେ ନୂଆ କପଡା ପକେଇବାକୁ ପଇସା ଦେଇ ଆସିବି. ବିଜୁ ଓ ଅଜୁ ମାଙ୍କ କଥା ଶୁଣି ଖୁବ ଖୁସି ହୋଇ ନିଜର ସେହି ଭଳି ଛତା ତଳେ ବସି ବଣଭୋଜିର ସ୍ୱାଦ ନେଇଥିଲେ.
