STORYMIRROR

Prasanta Kumar Behera

Classics Inspirational Children

3  

Prasanta Kumar Behera

Classics Inspirational Children

ଛୋଟ ପିଲାଟା ବୋଲି ସିନା ତାକୁ ଏତେ ହଇରାଣ କଲେ!(3rd Part)

ଛୋଟ ପିଲାଟା ବୋଲି ସିନା ତାକୁ ଏତେ ହଇରାଣ କଲେ!(3rd Part)

7 mins
19

ଛୋଟ ପିଲାଟା ବୋଲି ସିନା ତାକୁ ଏତେ ହଇରାଣ କଲେ ! ( ତୃତୀୟ ଭାଗ )....

 -----------------------------------------------

 ( ଭଂଜର ଆମ କଲେଜରେ ଆଡ଼ମିଶନ ହେବା ନ ହେବା ଏହା ମୋ ଲେଖାର ପ୍ରକୃତ ଲକ୍ଷ୍ୟ ନୁହେଁ l ଆମ କଲେଜର ଇତିହାସ, ଏହାର ପ୍ରତିଷ୍ଠାତା, ଏଠି ଅଧ୍ୟକ୍ଷ ଭାବରେ ଯେଉଁମାନେ କାମ କରିଛନ୍ତି, ଏଠି ଯେଉଁମାନେ ଅଧ୍ୟାପକ ଅଧ୍ୟାପିକା ଭାବରେ କାମ କରି ଏହି କଲେଜକୁ ଏଇ ସ୍ତରକୁ ଉନ୍ନୀତ କରିଛନ୍ତି ସେମାନଙ୍କ ବିଷୟରେ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କୁ ଜଣାଇବା ମୋର ଏହି ଲେଖା ର ଉଦ୍ଦେଶ୍ୟ କେବଳ l ଯେଉଁ ମାନଙ୍କ ବିଷୟରେ ମୁଁ ଲେଖୁଛି ସେମାନେ ମୋର ଶିକ୍ଷକ, ମୋର ନମସ୍ୟ l ପୂର୍ବରୁ କେତେ ଜଣ ସେଇ ମହାନ୍ ବ୍ୟକ୍ତିଙ୍କ ବିଷୟରେ ମୁଁ ଲେଖି ପୋଷ୍ଟ କରିଚି ଆମ SVM କଲେଜ ଫେସବୁକ୍ ପେଜ୍ ରେ l ସେମାନଙ୍କ ଭିତରୁ କେଇ ଜଣ ମୋ ଲେଖା ପଢି ଖୁସି ହୋଇ ମୋତେ ଫୋନ୍ କରି କହିଛନ୍ତି ଯେ କଲେଜ ଉପରେ ଏତେ କଥା ଲେଖୁଛ, ବହୁତ୍ ଭଲ ଲାଗୁଛି l ମୁଁ ଜଣେ ଛାତ୍ର ହିସାବରେ ସେମାନଙ୍କୁ ଯେମିତି ସେଇ ସମୟରେ ଆକଳନ କରିଥିଲି ସେଇ ହିସାବରେ ଲେଖିଛି l ଏମିତି ହୋଇପାରେ ମୋ ଆକଳନରେ କିଛି ଭୁଲ୍ ରହିଥିବ l ସେଥିପାଇଁ ମୁଁ ସେମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି l ) ମୋର ଏହି ଲେଖା ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିବା ଘଟଣାକୁ ନେଇ କିଛି କଥା ପ୍ରଥମେ ରଖିବି l ପ୍ରଥମ ଭାଗ ପୋଷ୍ଟ ହେବାପରେ କିଛି ପାଠକ ଫୋନ୍ କରି ଶୀଘ୍ର ସାରିବାକୁ କହିବା , ଆଉ କିଛି ପାଠକ ସେଇ ପୋଷ୍ଟ ରେ କମେଣ୍ଟ୍ ଦେଇ ଆଗକୁ ବଢ଼ାଇବା ପାଇଁ ଲେଖିଥିବା ବେଳେ ଆଉ କେତେ ଜଣ Whatsapp ଆଉ Messenger ରେ ଲେଖୁଥିଲେ ଶୀଘ୍ର ଅପଡେଟ ଦେବlକୁ l ତେବେ ଦ୍ବିତୀୟ ଭାଗ ପୋଷ୍ଟ କରିବା ପରେ ଯେଉଁ କେତୋଟି ଫୋନ୍ ଆସିଲା ସେଥିରେ ସବୁଠାରୁ ଅଧିକ ଗୁରୁତ୍ଵ ବହନ କରୁଥିବା ଫୋନ୍ ବ୍ରଜ ସାର୍ ଙ୍କର ଥିଲା l ବ୍ରଜ ସାର୍ ମାନେ ଶ୍ରୀଯୁକ୍ତ ବ୍ରଜ ସୁନ୍ଦର ମିଶ୍ର, ଆମ ସମୟର ଇତିହାସ ବିଭାଗର ରିଡର୍ ତଥା ବିଭାଗୀୟ ମୁଖ୍ୟ ମଧ୍ଯ l ଦ୍ୱିତୀୟ ଭାଗ ଲେଖା ପୋଷ୍ଟ ହେବାର ମାତ୍ର ୧୫ ମିନିଟ୍ ପରେ ସାର୍ ଫୋନ୍ କରି କହିଲେ , " ଆରେ ପ୍ରଶାନ୍ତ, ଆଗ କହିଲୁ ସେ ଭଞ୍ଜର ଆଡ଼ମିଶନ ହେଲା କି ନାହିଁ l ଏଠି ମାଡ଼lମଙ୍କ ସହିତ ଘରର ସମସ୍ତେ ତୋ ଲେଖା ପଢ଼ିବା ପରେ ମୋତେ କହିଲେ ଆଗ ଫୋନ୍ କରି ବୁଝ ଭଞ୍ଜ ର ଆଡ଼ମିଶନ କଥା କଣ ହେଲା ? ତେଣୁ ମୁଁ ତତେ ଫୋନ୍ କାଲି l " ସାର୍ ଅବସର ନେବା ଏ ଭିତରେ ୨୬ ବର୍ଷ ହେଲାଣି l ଏଇ ୮୬ ବର୍ଷ ବୟସରେ ଗୋଟିଏ ଘଟିଥିବା ଘଟଣା ଉପରେ ସାର୍ ଙ୍କ ଏତେ ବେଗ୍ରତା ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି l ପରେ କିନ୍ତୁ ଭାବିଲି ସାର୍ ଙ୍କ ଏଇ ବେଗ୍ରତା ଭିତରେ ଆମ କଲେଜକୁ ଭଲ ପାଇବା ହିଁ ଭରପୁର ହୋଇ ରହିଛି l ମାସକୁ ନିଶ୍ଚୟ ଦୁଇ କି ତିନି ଥର ମୋତେ ଫୋନ୍ କରି କଲେଜ କଥା ବୁଝନ୍ତି l ମୋର ଇତିହାସ Subject ନଥିଲା, କିନ୍ତୁ ଆମ ସମୟର ସାର୍ ମାନଙ୍କ ମଧ୍ୟରେ ମୋ ପାଇଁ ବ୍ରଜ ସାର୍ ଙ୍କ ସ୍ଥାନ ସ୍ଵତନ୍ତ୍ର l ମୁଁ ଅଧ୍ୟାପକ ହେବା ପରେ ସାର୍ ଙ୍କୁ ପାଖରୁ ଦେଖିଛି l ଯେତେବେଳେ କିଛି ଆମ ସମୟର ବରିଷ୍ଠ ସାର୍ ମାନେ ବସି କଥା ହେଉଥାନ୍ତି ସେଠି ବସିବାକୁ ମୋତେ ଖୁବ୍ ସଙ୍କୁଚିତ ଲାଗେ l ସେଠି ଦେଖିଛି ବ୍ରଜ ସାର୍ ଙ୍କର୍ କଥାବାର୍ତ୍ତାର ଶୈଳୀ ସହିତ ଇଂରାଜୀ ଶଦ୍ଦ ମାନଙ୍କର ଚମତ୍କାର ବ୍ୟବହାର - ଯାହା ମୋ ଦୃଷ୍ଟିରେ ସ୍ଵତନ୍ତ୍ର ଥିଲା l ସେଇ ଭଳି ଇଣ୍ଟେଲେକ୍ଟୁଆଲ୍ ଆଲୋଚନା ଆଜିକାଲି ଷ୍ଟାଫ୍ କମନରୁମ୍ ରେ ପାଇବା ଏକବାରେ ବିରଳ l ମୁଁ ସତ ଘଟଣା ଉପରେ ଗପ ଆଉ ପ୍ରେମ କବିତା ଲେଖୁଥିବାରୁ ସାର୍ ମୋତେ ସବୁବେଳେ ଉତ୍ସାହିତ କରନ୍ତି l ମୋତେ ଉପଦେଶ ଦେଇ ସାର୍ କୁହନ୍ତି , " ଆରେ ପ୍ରଶାନ୍ତ ତୋ ଲେଖା ସେ କବିତା ହେଉ କି ଗପ ବହୁତ ଭଲ ଲାଗେ l " ମୁଁ ଜଣେ ଅଧ୍ୟାପକ ହୋଇ ପ୍ରେମ କବିତା ଲେଖିବା ଠିକ୍ ନୁହେଁ ବୋଲି କାଳେ କିଏ ଭାବୁଥିବେ ଏଇ ପ୍ରଶ୍ନର ଉତ୍ତର ରେ ସାର୍ କହିଲେ, " ଆରେ କି କଥା ! ପ୍ରେମ କବିତା ଲେଖିବା କଣ ଏତେ ସହଜ ବୋଲି ଭାବୁଛୁ ? କିଛି ଚିନ୍ତା ନ କରି ଯେମିତି ଲେଖୁଚୁ ସେମିତି ଲେଖିଚାଲ l" ବର୍ତ୍ତମାନ ଭଞ୍ଜର ଆଡ଼ମିଶନ ପାଇଁ କମିଟି ଗଠନ କରିଥିବା ଅଧ୍ୟକ୍ଷ ଡ଼କ୍ଟର ପ୍ରଦୀପ୍ତ କୁମାର ଜେଷ୍ଠୀ ସାର୍ ଙ୍କ ଉପରେ କିଛି ତଥ୍ୟ ରଖିବି l ସେ ଆମ କଲେଜର ମେନ୍ ବିଲ୍ଡିଙ୍ଗର ପ୍ରବେଶ ପଥରେ mosaic ସେଇ ୧୯୯୦ ରେ କରିଥିଲେ ଯାହା ପ୍ରଥମ କରି ହୋଇଥଲା l ଏବେ କଲେଜରେ ବିଭିନ୍ନ ବ୍ଲକ୍ ରେ ( କଳା , ବିଜ୍ଞାନ, ବାଣିଜ୍ୟ, ୱାଲ୍ଡ୍ ବ୍ୟାଙ୍କ୍ building ) ମାର୍ବଲ, ଟାଇଲ୍ ପଡ଼ିଛି l ଯେଷ୍ଠି ସାର୍ ଆଉ ଗୋଟେ ବହୁତ ଭଲ କାମ କରିଥିଲେ ତାହା ହେଉଚି DSA ତରଫରୁ କଲେଜର ଗୋଟିଏ ଜାଗାରେ ଗଣେଷ ଓ ସରସ୍ୱତୀ ପୂଜା କରିବା l ପୂର୍ବରୁ ଯୁକ୍ତ ଦୁଇ ପିଲାଙ୍କ ଠାରୁ ଆରମ୍ଭ କରି ଅନର୍ସ ଆଉ ପାସ୍ ପିଲା ପ୍ରତି ସେକ୍ସନ ହିସାବରେ କଲେଜର ବିଭିନ୍ନ ରୁମ୍ ରେ ଗଣେଷ ପୂଜା ଓ ସରସ୍ଵତୀ ପୂଜା କରୁଥିଲେ l ପିଲାମାନେ କରୁଥିବା decorations ରେ କଲେଜର କାନ୍ଥର ରଙ୍ଗ ସବୁ ଖରାପ୍ ହେଉଥିଲା l ମୁଁ ଯେତେବେଳେ ଯୁକ୍ତ ଦୁଇ ରେ ପଢ଼ୁଥିଲି , A Section ତରଫରୁ ଅlମେ 130 ନମ୍ୱର୍ ରୁମ୍ ରେ ଗଣେଶ ପୂଜା କରିବା ଯେମିତି କାଲି ପରି ଲାଗୁଛି l ଜେଷ୍ଠୀ ସାର୍ ଙ୍କର ସେଇ ଯୁଗାନ୍ତକରୀ ପଦକ୍ଷେପ ଆଜିଯାଏ କଲେଜରେ ଚାଲିଛି, ଅର୍ଥାତ୍ ଗୋଟିଏ ଜାଗାରେ ହିଁ କଲେଜର ପୂଜା ହେଉଛି l ଦୁଃଖର କଥା ହେଉଛି, ଏ ଭିତରେ ଜେଷ୍ଠି ସାର୍ ଏଇ ଦୁନିଆରୁ ବିଦାୟ ନେଇ ସାରିଲେଣି l ଆଡ଼ମିଶନ କମିଟିର meeting କୁ ରବିବାର ଦିନ 2.30 ମିନିଟ୍ ରେ ରଖାଯାଇଥିଲା l ଅର୍ଥାତ୍ ସମସ୍ତ ବିଭାଗୀୟ ମୁଖ୍ୟ ଓ ଅନ୍ୟ ସଦସ୍ୟ ମାନେ ଲଞ୍ଚ ଖାଇସlରିବା ପରେ ସଭା ଆହୁତ କରାଯାଇଥିଲା l ଆମେ କେତେଜଣ ପିଲା ବୁଲି ବୁଲି ସମସ୍ତ ବିଭାଗୀୟ ମୁଖ୍ୟ ଯେଉଁମାନେ କଲେଜ କ୍ୟାମ୍ପସରେ ଥିବା କ୍ୱାର୍ଟର ରେ ଅଥବା ଜଗତସିଂହପୁରର ସଦର ମହକୁମାରେ ନିଜ ଘରେ ବା ଭଡ଼ାରେ ରହୁଥିଲେ ତାଙ୍କୁ ସବୁ ବୁଝାଇ ବୁଝାଇ କହୁଥିଲୁ କି ମାତ୍ର ପାଞ୍ଚ ମିନିଟ୍ ବିଳମ୍ବ ପାଇଁ ଭଞ୍ଜ ଭଳି ଜଣେ ନିରୀହ ଆଉ ମେଧାବୀ ପିଲାକୁ ଆଡ଼ମିଶନ ନ ଦେବା ନିହାତି ଅନ୍ୟାୟ l ତେଣୁ ରବିବାର ଆଡ଼ମିଶନ କମିଟି meeting ରେ ଆପଣ ଦେଖିବେ ସେ ଯେମିତି ଆଡ଼ମିଶନ ନେବ l ସେ ସମୟରେ ମାନେ ୧୯୯୦ ମସିହାରେ ଯେଉଁ ମାନେ ସବୁ ବିଭାଗୀୟ ମୁଖ୍ୟ ଥିଲେ ସେମାନଙ୍କ ମଧ୍ୟରୁ କେଇଜଣଙ୍କ ନାମ ଏଠାରେ ରଖୁଛି l ଶ୍ରୀଯୁକ୍ତ କ୍ଷେତ୍ରମୋହନ ମହାରଣା ( ବାଣିଜ୍ୟ ବିଭାଗ ), ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ( ରାଜନୀତି ବିଜ୍ଞାନ ବିଭାଗ ), ଡ଼. ଶ୍ରୀଯୁକ୍ତ କ୍ଷେତ୍ରମୋହନ ଦାସ ( ଦର୍ଶନ ବିଭଗ ), ଶ୍ରୀଯୁକ୍ତ ଶୁକଦେବ ପାଣି ( ଇତିହାସ ବିଭାଗ ) , ଡ଼. ଶ୍ରୀଯୁକ୍ତ ଭୋଳlନlଥ ରାଉତ ( ଓଡିଆ ଭାଷା ସାହିତ୍ୟ ବିଭାଗ ), ଶ୍ରୀଯୁକ୍ତ ଲଳିତ କୁମାର ସିହ୍ନା ( ପ୍ରାଣୀ ବିଜ୍ଞନ ବିଭାଗ ), ଶ୍ରୀଯୁକ୍ତ ହରେକୃଷ୍ଣ ନନ୍ଦ ( ପଦାର୍ଥ ବିଜ୍ଞାନ ବିଭାଗ ), ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମିଶ୍ର ( ରସାୟନ ବିଜ୍ଞାନ ବିଭାଗ ), ଶ୍ରୀଯୁକ୍ତ ହରେକୃଷ୍ଣ ଦାଶ ( ଅର୍ଥନୀତି ବିଭାଗ ), ଶ୍ରୀଯୁକ୍ତ ଶାରଦା ଚରଣ ମହାନ୍ତି ( ଗଣିତ ବିଭାଗ ) , ଶ୍ରୀମତୀ ଅଗସ୍ତି କାନୁନଗୋ ( ଉଦ୍ଭିଦ ବିଜ୍ଞାନ ବିଭାଗ ), ଶ୍ରୀଯୁକ୍ତ ନିତ୍ୟାନନ୍ଦ ନାୟକ ( ଇଂରାଜୀ ବିଭାଗ ), ଓ ଡ଼ ଶ୍ରୀଯୁକ୍ତ ଅନନ୍ତ ଚରଣ ଦାସ ( ସଂସ୍କୃତ ବିଭାଗ ) l ସମସ୍ତେ ପ୍ରାୟ ସେଇ ଗୋଟେ କଥା କହିଲେ କି ପାଞ୍ଚ ମିନିଟ୍ ବିଳମ୍ବ ପାଇଁ ତାକୁ ଆଡ଼ମିଶନ ନକରିବା ଠିକ୍ ହୋଇନି l ଦେଖିବା ସେ ମିଟିଂରେ କହିବୁ ଆମେ l ଯେହେତୁ ଷ୍ଟାଫ କମନ୍ ରୁମ୍ ରେ ଆଡ଼ମିଶନ କମିଟି ର ମିଟିଂ ହେବାକୁ ଥିଲା, ସେଇ ହିସାବରେ ଆମେ କେଇଜଣ ରବିବାର ଦିନ ୨ଟା ବେଳକୁ ସେଇ ରୁମ୍ ପାଖରେ ଟହଲ ମାରିବା ଆରମ୍ଭ କରିଦେଇଥିଲୁ l ଆମର ଗୋଟେ ନାରା ଥାଏ କି ଭଞ୍ଜର ଆଡ଼ମିଶନ ଆମ କଲେଜରେ ହେବ ହିଁ ହେବ l ପାଖାପାଖି ଦିନ ୨.୨୫ ସୁଦ୍ଧା ସବୁ ବିଭାଗୀୟ ମୁଖ୍ୟ ମାନଂକ ସହିତ ଆଡ଼ମିଶନ କମିଟିର ଅନ୍ୟ ସଦସ୍ୟମାନେ ସେଇ କମନରୁମ୍ ରେ ପହଞ୍ଚି ସାରିଥିଲେ l ଠିକ୍ ୨.୩୦ ରେ ଅଧ୍ୟକ୍ଷ ଡ଼ ପ୍ରଦୀପ୍ତ କୁମାର ଜେଷ୍ଠି ପହଞ୍ଚିବା ପରେ ମିଟିଂ ଆରମ୍ଭ ହେଲା l ଆମେ ସବୁ ବାରଣ୍ଡାରେ ଥିବାରୁ କମନ ରୁମ୍ ର ସବୁ ଝରକା ଓ କବାଟ ବନ୍ଦ କରିଦିଆଗଲା, ଯେମିତିକି ଭିତରେ କଣ ହେଉଚି ଆମେ କେହି କିଛି ଦେଖି ପାରିବୁନି କି ଶୁଣି ପାରିବୁନି l ତଥାପି ଆମେ କେଇଜଣ ସେଇ ବାରଣ୍ଡାରେ ଥିବା ଝରକା ପାଖରେ କାନ ଡେରି ଭିତର କଥା ସବୁ ଶୁଣିବାକୁ ଚେଷ୍ଟିତ ଥାଉ l ମୁଁ କାନ ଡେରିଥିବା ଝରକା ପାଖାପାଖି ବସିଥିଲେ ଅଧ୍ୟକ୍ଷ Dr. P. K. Jesthi l ସଭା ଆରମ୍ଭର ପ୍ରଥମରୁ ବିଜୟ ସ୍ବାଇଁ ସାର୍ ( ଆଡ଼ମିଶନ ଦାୟିତ୍ବରେ ଥିଲେ ) ଯାହା ଯାହା ସେଦିନ ଘଟିଥିଲା ସବୁ କହିଗଲେ - ଯେଉଁଥିରେ କେମିତି ଆଡ଼ମିଶନ କରିବାକୁ ଆସିଥିବା ପିଲାମାନେ ତାଙ୍କ ଇଣ୍ଟିମେସନ ଲେଟର ରଖାଯାଇଥିବା ବକ୍ସ ରେ ଦିନ ୧୦ ରୁ ୧୨ ଟା ପର୍ଯ୍ୟନ୍ତ ପକାଇଲେ ଆଉ ଠିକ୍ ଦିନ ୧୨ ରେ ସେଇ ବକ୍ସ ଖୋଲାଯାଇ ସବୁ intimation Letter ସଂଗ୍ରହ କରି ଆଡ଼ମିଶନ ହେବାକୁ ଥିଲା ବେଳେ ପାଞ୍ଚ ମିନିଟ୍ ବିଳମ୍ବ ରେ ଭଞ୍ଜ ଆସିଲା, ଆଉ ନିୟମ ଅନୁଯାୟୀ ମୁଁ ତା intimation Letter ଗ୍ରହଣ ନକରିବାରୁ ଏଇ ଗଣ୍ଡଗୋଳ ହୋଇଛି l ତେଣୁ ଏଇ କମିଟି ଯେଉଁ ନିଷ୍ପତି ନେବ ତାହା ହିଁ ଫାଇନାଲ ହେବ l ବିଜୟ ସ୍ବାଇଁ ସାର୍ ତାଙ୍କ କଥା ରଖି ସାରିବା ପରେ ଅଧ୍ୟକ୍ଷ P. K. Jesthi ସାର୍ କହିବା ଆରଂଭ କଲେ l ମୁଁ ଠିକ୍ ଶୁଣି ପlରୁଥାଏ ତାଙ୍କ ଶଦ୍ଦ ସବୁ l ସେ ଇଂରାଜୀରେ ତାଙ୍କ ବକ୍ତବ୍ୟ ରଖିଥିଲେ ଯାହାର ଓଡ଼ିଆ ଅନୁବାଦ ଏମିତି ଥିଲା , " ଆମକୁ ନିୟମ ଅନୁସାରେ ସବୁ କିଛି କରିବାକୁ ହେବ l ନିୟମ ବାହାରକୁ ଆମେ ଯାଇ ପରିବା ନାହିଁ l ଆଜି ଯଦି ୫ ମିନିଟ୍ ଡେରିରେ ଜଣେ ଆସିଲା କାଲି ହୁଏତ ଆଉ କିଏ ୨ ଘଣ୍ଟା ବିଳମ୍ବରେ ଆସି କହିବ ମୋତେ ଆଡ଼ମିଶନ ଦିଆଯାଉ l ପରେ ଆଉ କିଏ ୨ ଦିନ ପରେ ଆସି କହିବ ତାକୁ ବି ଆଡ଼ମିଶନ କରିବାକୁ ଦିଆ ଯାଉ କାହିଁକି ନା ଡେରି ପାଞ୍ଚ ମିନିଟ୍ ହେଉ କି ୨ ଦିନ ହେଉ, ସେଠି ( ପାଞ୍ଚ ମିନିଟ୍ ) ନିୟମ ବାହାରକୁ ଯାଇଛନ୍ତି ମାନେ ଏଠି ( ଦୁଇ ଘଣ୍ଟା ) ବି ସେଇ ନିୟମ ବାହାରକୁ ଯିବାରେ ଅସୁବିଧା କେଉଁଠି l ତେଣୁ ଏ ପିଲାକୁ ଆଡ଼ମିଶନ ଦେଲେ ଆମକୁ ନିୟମ ବାହାରକୁ ଯିବାକୁ ହେବ, ଯାହା ଏକ ସୁସ୍ଥ ପରମ୍ପରା ନୁହେଁ l ପିଲାମାନେ ଯଦି ଏଇ ପିଲାର ଆଡ଼ମିଶନ କରିବାକୁ ସେମିତି ଅଡି ବସି ଗଣ୍ଡଗୋଳ କରନ୍ତି , ତେବେ ଆମେ ପୋଲିସ ପ୍ରୋଟେକ୍ସନରେ ଆଡ଼ମିଶନ କରିବା ପଛେ ନିୟମ ବାହାରକୁ ଯିବା ନାହିଁ l ଆମ କଲେଜ ୧୯୬୩ ମସିହାରେ ପ୍ରତିଷ୍ଠା ହେବା ଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ୩୭ ବର୍ଷ ଅବଧି ଭିତରେ ମାତ୍ର ୪ ବର୍ଷ ଛାଡ଼ିଦେଲେ ଆଉ ୩୩ ବର୍ଷ ଧରି ସରକାରୀ କଲେଜର ସିନିୟର୍ ରିଡର୍ ବା ପ୍ରଫେସର୍ ଆମ କଳେଜକୁ deputation ରେ ଅଧ୍ୟକ୍ଷ ଭାବରେ ଆସୁଥିଲେ l ସେମାନଙ୍କ ମଧ୍ୟରେ ଏଇ Dr. P.K.Jesthi ସାର୍ ବି ଥିଲେ ଯିଏ ସରକାରୀ କଲେଜରୁ ହିଁ ଆସିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ, ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟ, ଶ୍ରୀଯୁକ୍ତ ରାମସ୍ଵାମୀ ସେନlପତୀ, ଶ୍ରୀଯୁକ୍ତ ଉପେନ୍ଦ୍ର ଚନ୍ଦ୍ର ପଣ୍ଡା ( ପ୍ରତିଷ୍ଠାତା ଅଧ୍ୟକ୍ଷ ), ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତି, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଟ୍ଟନାୟକ ଓ ଡ଼. ଶ୍ରୀଯୁକ୍ତ ଶଶି ଭୂଷଣ ମହାନ୍ତି l ଏମାନେ ସମସ୍ତେ ସରକାରୀ କଲେଜରୁ ଆସିଥିବାରୁ ଉଚ୍ଚଶିକ୍ଷା ବିଭାଗରେ ସେମାନଙ୍କର ଖୁବ୍ ଦବ୍ ଦବା ରହୁଥିଲା ଏଵଂ ସେଇ ହିସାବରେ କଲେଜରେ ସେମାନଙ୍କ ପ୍ରତି କେମିତି ଏକ ଭୟ ସହିତ ଖୁବ୍ ସମ୍ମାନ ରହୁଥିଲା l ତେବେ ୨୦୦୦ ମସିହା ପରଠାରୁ ଆମ କଲେଜକୁ ଆଉ ସରକାରୀ କଲେଜରୁ ଅଧ୍ୟକ୍ଷ ଆସିନାହାନ୍ତି l ତେଣୁ ସେଦିନ ସରକାରୀ କଲେଜରୁ deputation ରେ ଆସିଥିବା ଅଧ୍ୟକ୍ଷ ଯେଷ୍ଠି ସାର୍ ନିୟମ କଥା ଉଠାଇ ଭଞ୍ଜର ଏଇ ପରିସ୍ଥିତିରେ ଆଡ଼ମିଶନ କରିବା ଠିକ୍ ହେବନାହଁ କହିବା ପରେ ସେଇ ସଭା ସ୍ଥଳରେ ପୁରା ନୀରବତା ବିରାଜମାନ କଲା l ଆଉ ସେଇ ନୀରବତା ଭିତରେ ଏଣେ କଲେଜ ବାରଣ୍ଡାରେ ଥିବା ଆମ ସମସ୍ତଙ୍କର ମନ ବି ପୁରା ଅବସାଦରେ ଭରିଗଲା l ( କ୍ରମଶଃ ........)

 ***************************************

 ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା, ରାଜନୀତି ବିଜ୍ଞାନ ବିଭାଗ, ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର l ଦୂରଭାଷ - ୯୪୩୭୧୩୫୯୧୬  


Rate this content
Log in

Similar oriya story from Classics