ପ୍ରଶାନ୍ତ କୁମାର ବେହେରା

Tragedy Inspirational Others

4.5  

ପ୍ରଶାନ୍ତ କୁମାର ବେହେରା

Tragedy Inspirational Others

ଜଣେ ଭଲ ମଣିଷଙ୍କ ସ୍ମୃତିରେ

ଜଣେ ଭଲ ମଣିଷଙ୍କ ସ୍ମୃତିରେ

6 mins
527



( ସ୍ମୃତିରେ ଶ୍ୟାମସୁନ୍ଦର ---- ତା ୧୧/୧୧/୨୦୨୨ରିଖରେ ସ୍ୱର୍ଗତ ଶ୍ୟାମସୁନ୍ଦର ରାଉତଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ .... )


ଏଇ କେଇଦିନ ତଳେ ଆମ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଥିବା ଡ଼. ନିରଞ୍ଜନ ବିଶ୍ୱାଲଙ୍କ ନିକଟରୁ ଜଣିଲି ଯେ, ଆଉ କେଇଦିନ ପରେ ଶ୍ୟାମ ଭାଇଙ୍କର ଏ ଧରାପୃଷ୍ଠରୁ ବିଦାୟ ନେବା ଏକ ବର୍ଷ ପୁରିଯିବ l ଆଉ ସେଇ ଉପଲକ୍ଷେ ଏକ ସ୍ମୃତିପତ୍ର ପ୍ରକାଶ ପାଇବାକୁ ଯାଉଛି l ଶ୍ୟାମ ଭାଇଙ୍କ ପରି ଜଣେ ସରଳ, ନିଷ୍କପଟ, ସାଧାସିଧା ତଥା ସୁନ୍ଦର ମାନବୀୟ ସ୍ୱଭାବରେ ପରିପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କ ଉପରେ ହେଉଥିବା ସ୍ମରଣିକାଟିରେ ଯଦି ମୋ ଲେଖାଟିଏ ସ୍ଥାନ ପାଇବ ତାହା ମୋର ପରମ ସୌଭାଗ୍ଯ ହେବ ନିଶ୍ଚୟ l 


ଶ୍ୟାମ ଭାଇ ଆର୍ଥାତ୍ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ରାଉତ ଆମ ଏସ୍.ଭି.ଏମ୍. କଲେଜ ରସାୟନ ବିଜ୍ଞାନ ବିଭାଗର ଡ଼େମନଷ୍ଟ୍ରଟର ଭାବରେ ପାଖା ପାଖି ୩୬ ବର୍ଷ କାର୍ଯ୍ୟ କରି ୨୦୦୯ ମସିହାରେ ଅବସର ନେଇଥିଲେ l ଏଠି ତାଙ୍କ ଚାକିରିକାଳ ଭିତରେ ହିଁ ଏଇ ଜଗତସିଂହପୁର ଟାଉନର ଆଖୁନ୍ ସାହିରେ ଘରକରି ସ୍ଥାୟୀ ବାସିନ୍ଦା ହୋଇସାରିଥିଲେ l ମୁଁ ୧୯୮୬ ମସିହାରେ ଯୁକ୍ତ ଦୁଇ ପଢିବା ଦିନରୁ ହିଁ କଲେଜରେ ତାଙ୍କୁ ଦେଖିଆସିଛି l ପରେ ୧୯୯୩ ମସିହାରେ ଅଧ୍ୟାପକ ହେବାପରେ ତାଙ୍କ ସହିତ ମିଶିବାର ସୁଯୋଗ ମିଳିଲା l ଏମିତିରେ ଆମେ ଉଭୟ ଜଗତସିଂହପୁରରେ ସ୍ଥାୟୀ ଭାବରେ ରହୁଥିବାରୁ କେବଳ କଲେଜ କାହିଁକି ବଜାର ଘାଟରେ ବି ବହୁ ସମୟରେ ଆମର ଦେଖା ସାକ୍ଷାତ ହୁଏ l କଲେଜରେ ତାଙ୍କ କ୍ଲାସ ନେବାରେ ସେ ଅବହେଳା କରିଥିବେ ଏମିତି କେବେ ହୋଇନାହିଁ l କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ ସବୁବେଳେ ସେ ନିଜକୁ ସାମିଲ୍ କରିଥାନ୍ତି l ଆମ ଏସ୍.ଭି.ଏମ୍. କଲେଜକୁ ସବୁବେଳେ ନିଜର ବୋଲି ଭାବୁଥିବା ଅଳ୍ପ କେଇଜଣ ଲୋକଙ୍କ ଭିତରେ ସେ ଥିଲେ - ଚାକିରି କରିବା ସମୟରେ ଆଉ ଅବସର ନେବା ପରେ ମଧ୍ୟ l ତାଙ୍କ ହୃଦୟ ଯେମିତି ନିର୍ମଳ ବ୍ୟବହାର ସେମିତି ଖୁବ୍ ମାର୍ଜିତ l କାହା ସହିତ ଉଚ୍ଚବାଚ ହେବା କେହି କେବେ ଦେଖି ନଥିବେ l ଜାକଜମକରେ ଆଦୌ ରୁଚି ରଖୁନଥିବା ବ୍ୟକ୍ତି ହିସାବରେ ଖଚମିଛ, ଚୁଗୁଲି ଆଦି ଶବ୍ଦ ଠାରୁ କାହିଁ କେତେ ଦୂରରେ ରହିବା ଲୋକ ଥିଲେ ଶ୍ୟାମ ଭାଇ l ଅଜାତଶତ୍ରୁ ହେତୁ ତାଙ୍କର କେହି ଶତ୍ରୁ ନଥିଲେ କିମ୍ୱା ସେ ମଧ୍ୟ କାହାର କେବେ କ୍ଷତି କରିନାହାଁନ୍ତି l 


ଶ୍ୟାମ ଭାଇ ମୋତେ ତାଙ୍କ ସାନ ଭାଇ ପରି ସ୍ନେହ କରନ୍ତି l ସୋସିଆଲ୍ ମିଡ଼ିଆ ଫେସବୁକରେ ସେ ଅଧିକ ଆକ୍ଟିଭ୍ ନ ହେଲେ ମଧ୍ୟ ମୋର ସବୁ ପୋଷ୍ଟକୁ ପଢନ୍ତି l ଏସ୍.ଭି.ଏମ୍. କଲେଜ ନାମରେ ଏକ ଗୃପ୍ ଫେସବୁକରେ କରିଥିବା ହେତୁ ସେ ସବୁବେଳେ ମୋତେ ପ୍ରଶଂସା କରି କୁହନ୍ତି ,---- " ଯାହା ହେଉ ପ୍ରଶାନ୍ତ ତମେ ଗୋଟେ ଭଲ କାମ କରିଛ l ତମ ପାଇଁ ଆମ ଏସ୍.ଭି.ଏମ.କଲେଜର ପିଲା ଦେଶ ବିଦେଶରେ ଯେଉଁଠି ବି ଅଛନ୍ତି, ସେଠାରୁ ଥାଇ କଲେଜର ସବୁ କଥା ଜାଣି ପାରୁଛନ୍ତି l ଗୃପ୍ ଆଡ଼ମିନି ହିସାବରେ ତମେ କେବେ କୌଣସି ରାଜନୈତିକ ପୋଷ୍ଟକୁ ଆପ୍ରୁଭ୍ କରିବାର ମୁଁ ଦେଖିନି l ୧୯୬୩ ମସିହାରେ ଜଲେଜ ପ୍ରତିଷ୍ଠା ହେବା ଦିନରୁ ଆଜି ପର୍ଯ୍ୟନ୍ତ କଲେଜର ଇତିହାସକୁ ସଠିକ୍ ଭାବରେ ତମେ ଲୋକଙ୍କ ସାମ୍ନାକୁ ଆଣୁଛ l ତମ ଲେଖୁଥିବା ଗପ କବିତା ବି ମୁଁ ପଢେ l ସତରେ ତମେ ବହୁତ ଭଲ ଲେଖୁଛ l ଏମିତି ଲେଖୁଥାଅ ସାନ ଭାଇ l " --- ଏମିତି ସମାନ କଥା ମୋତେ ସେଇ ରସାୟନ ବିଜ୍ଞାନ ବିଭାଗର ଡ଼େମନଷ୍ଟ୍ରଟର ଭାବରେ ଅବସର ନେଇଥିବା ରାଜୁ ବାବୁ ( ରାଜେନ୍ଦ୍ର କୁମାର ମହାନ୍ତି ) ମଧ୍ୟ ଦେଖାହେଲେ କୁହନ୍ତି l ଭଭୟ ଶ୍ୟାମ ଭାଇ ଓ ରାଜୁ ବାବୁ ମୋର ଅଧିକାଂଶ ପୋଷ୍ଟରେ କମେଣ୍ଟ ବି ଦେଇଥାନ୍ତି l 


 ଗତବର୍ଷ ତା ୨୨/୧୧/୨୦୨୧ ରିଖରେ ନୀର ଭାଇ ( କଲେଜ ଅଧ୍ୟକ୍ଷ ଡ଼. ନିରଞ୍ଜନ ବିଶ୍ୱାଳ ) ଫୋନ କରି ଖୁବ୍ ଦୁଃଖ ଭାରା ସ୍ୱାରରେ କହିଲେ, " ଟୀକା, ଶ୍ୟାମ ଭାଇ ଚାଲିଗଲେ ।" 


ମୁଁ ପ୍ରଥମେ ଜାଣି ପାରିଲି ନାହିଁ ସେ କାହା କଥା କହୁଛନ୍ତି । ତେଣୁ ତାଙ୍କୁ ପଚାରିଲି , " ଶ୍ୟାମ ଭାଇ ଚାଲିଗଲେ ମାନେ ? " 


ସେ ଏଥର ଖୋଲିକି ଯାହା କହିଲେ ସେଥିରେ ମୁଁ ହତବାକ୍ ହୋଇଗଲି l ବିଶ୍ୱାସ କରି ପାରୁ ନଥିଲି ସେଇ କେଇ ପଦ କଥାକୁ l ତାଙ୍କୁ ମୁଁ କହିଲି, " ଏମିତି କେମିତି ହେଲା ? ଶ୍ୟାମ ଭାଇ ତ ଏଇ ୧୦ ଦିନ ତଳେ ମୋ ସହିତ ବଜାରରେ ଦେଖା ହୋଇଥିଲେ l ସେ ତ ପୁରା ଠିକ୍ ଠାକ୍ ଥିଲେ l ସେଦିନ ଆମେ କଥା ବି ହୋଇଥିଲୁ l ଦେହ ଖରାପ ଥିବାର କୌଣସି ଆଭାଷ ତ ମୁଁ ପାଇନଥିଲି ସେଦିନ l" 


ଉତ୍ତରରେ ନୀର ଭାଇ କହିଲେ, " ଏଇ ଟିକେ କଣ ଥଣ୍ତା କଫ ହୋଇଥିବାରୁ ଅଣ-ନିଃଶ୍ବାସୀ ଲାଗିବାରୁ ୪ ଦିନ ତଳେ କଟକ ଅଶ୍ୱନୀ ହସ୍ପିଟଲ୍ ରେ ତାଙ୍କ ପୁଅ ନେଇ ଆଡ଼ମିଶନ କରିଥିଲା l ଏବେ ଚାଲିଗଲେ ବୋଲି ଖବର ପାଇଲି l" 


ସେଇ ଫୋନ୍ ପାଇବାର କିଛି ସମୟ ମୁଁ ସ୍ତବ୍ଧ ହୋଇ ବସିରହିଲି l ମୁଣ୍ଡ ପୁରା ଯେମିତି ଗୋଳମାଳ ହୋଇ ଏକବାରେ ଭ୍ୟାକୁମ୍ ହୋଇଗଲା l ଯାହା ଶୁଣି ଅବିଶ୍ବାସ ବୋଲି ଭାବୁଥିଲି ତାହା ସତ୍ୟ ହିଁ ଥିଲା l ୧୦ ମିନିଟ୍ ପରେ ମନକୁ ସ୍ଥିର କରି ଶ୍ୟାମ ଭାଇଙ୍କ ଉପରେ ଏମିତି କିଛି ଲେଖି ଏସ୍.ଭି.ଏମ. କଲେଜ ଟାଇମଲାଇନ୍ ରେ ପୋଷ୍ଟ କଲି l ସେଇ ଲେଖାର ଅବିକଳ ନକଲ ନିମ୍ନରେ ରଖୁଛି :- 


" Sj. Shyam Sundar Rout , who served our college as demonstrator in Chemistry for more than 36 years ( from 1973 to 2009 ), is no more. He breathed his last this evening , i.e. on 22/11/2021 at Aswani Hospital, Cuttack. He died at an age of 73.


I convey my condolences to the bereaved family. May the divine light shine on him & may he Rest in Peace with the Almighty God.


OMM SHANTI "


ଏଇ ଲେଖା ପୋଷ୍ଟ ହେବାର କିଛି ସମୟ ପରେ ଶ୍ୟାମ ଭାଇଙ୍କୁ ଭଲ ପାଉଥିବା ତାଙ୍କ ଛାତ୍ରଛାତ୍ରୀମାନଙ୍କ ସହିତ ତାଙ୍କୁ ଜାଣିଥିବା ଲୋକମାନଙ୍କର ଦୁଃଖଭରା କମେଣ୍ଟ ସେଇ ପୋଷ୍ଟରେ ଆସିବାକୁ ଲାଗିଲା ଯାହାର ସଂଖ୍ୟା କେଇ ମିନିଟ୍ ଭିତରେ ୫୦୦ରୁ ଉର୍ଦ୍ଧ ହୋଇଗଲା l ଭାଗବତରେ ଥିବା ଏହି ଉକ୍ତି " ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି l" - ଶ୍ୟାମ ଭାଇଙ୍କ କ୍ଷେତ୍ରରେ ସଠିକ୍ ଢଙ୍ଗରେ ପ୍ରତିଫଳିତ ହୋଇଗଲା l 


ଶ୍ୟାମ ଭାଇଙ୍କୁ ମନେ ପକାଇ ମୋର ସେଇ ପୋଷ୍ଟରେ ଆମ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ୧୯୮୩ରୁ ୧୯୮୮ ମସିହା ପର୍ଯ୍ୟନ୍ତ ଥିବା ବିଶିଷ୍ଟ ସହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଲେଖିଥିଲେ , " ଶ୍ୟାମ ବାବୁଙ୍କ ମୃତ୍ଯୁରେ ମୁଁ ଅତ୍ୟନ୍ତ ଦୁଖିତ ।" ସେହିପରି ଆମ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗରେ ବହୁବର୍ଷ ଧରି ଅଧ୍ୟାପନା କରିବାପରେ ଅଧ୍ୟକ୍ଷ ପଦରୁ ୨୦୦୯ ମସିହାରେ ଅବସର ନେଇଥିବା ଡ଼. ଅନନ୍ତରାମ ପଣ୍ତା ଲେଖିଥିଲେ - " I am extremely sad to know the sudden death of Shyama Babu. He was an excellent gentleman. Pray Lord Jagannath to offer his soul rest in peace in its heavenly abode. My heartfelt condolences for the bereaved family members, friends and relatives. Om Shyanti. Om Shyanti. Om Shyanti. "


ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପ୍ରଦିପ୍ତ କୁମାର ନାୟକ ଲେଖିଥିଲେ " Very shocked to know the sad demise of Shyma Babu•He was a true gentleman and an amicable person•Pray God for his soul rest in peace• Om Shanty •" 


ଅବସରପ୍ରାପ୍ତ ଓଡ଼ିଆ ବିଭାଗର ମୁଖ୍ୟ ଡ଼. ଶ୍ରୀମତି ନିରୁପମା ମିଶ୍ର ଲେଖିଥିଲେ , " ଏତେ ଵଡ ଦୁଃଖ ଖବର...ଭାରି କଷ୍ଟପ୍ରଦ ଶୁଣିମା ଵେଳକୁ।ଈଶ୍ୱର ତାଙ୍କ ପରିଵାରକୂ ଏପରି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ। "  


ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ବି.ଇ.ଓ. ଭାବଗ୍ରାହୀ ପ୍ରଧାନ - " ଅମର ଆତ୍ମାର ସତ୍ ଗତି କାମନା କରୁଛି।ଏହି ଦୁଃଖଦ ଖବର ଜାଣି ମୁଁ ଅତ୍ୟନ୍ତ ମର୍ମାହତ।ଭଗବାନ ଏହି ଦୁଃଖକୁ ସହିବ ପାଇଁ ତୁମ ପରିବାର ବର୍ଗଙ୍କୁ ଶକ୍ତି ଦିଅନ୍ତୁ ।" 


ଓଚିଣ୍ତା ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ତା - " ଜଣେ ସ୍ନେହୀ, ସରଳ ଓ ଶାନ୍ତି ପ୍ରିୟ ମଣିଷ ଙ୍କ ବିୟୋଗ ରେ ମର୍ମାହତ.ଚଳିତ ବର୍ଷ ଜଗତସିଂହପୁର କଲେଜ ତାର ଅନେକ ଆପଣାର ମଣିଷ ଙ୍କୁ ହରାଇ ଅତ୍ୟନ୍ତ ଦୁଖାଭିଭୂତ l ଏହା ଏକ ଦୁର୍ଭାଗ୍ୟ ର ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ. ଅମର ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ପଵିତ୍ର ଆତ୍ମା ର ସଦଗତି କାମନା କରୁଛି. ଜୟ ଜଗନ୍ନାଥ. । " 


ଆମ କଲେଜରେ ବହୁବର୍ଷଧରି ଇଂରାଜୀ ବିଭାଗର ଅଧ୍ୟାପକ ତଥା ରାହାମା ଶାରଳା ମହାବିଦ୍ୟାଳୟ , ତିର୍ତ୍ତୋଲ କଲେଜ ଓ ଧର୍ମଶାଳା ବହାବିଦ୍ୟାଳୟର ଅଧ୍ୟକ୍ଷ ଥିବା ଲକ୍ଷ୍ମୀକାନ୍ତ ଚାଉପଟ୍ଟନାୟ ଲେଖିଥିଲେ , " Really shocked to know about Shyam bu. & Pray for his soul to rest in peace. "


ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ତଥା ତିର୍ତ୍ତୋଲ କଲେଜ ଅଧ୍ୟକ୍ଷ ପଦରୁ ଅବସର ନେଇଥିବା ଶ୍ରୀଯୁକ୍ତ ବ୍ରଜ ସୁନ୍ଦର ମିଶ୍ର - " Feel shocked.May the departed soul rest in peace. "


ଶ୍ୟାମ ଭାଇଙ୍କର ଜଣେ ଛାତ୍ର ଭବାନୀ ଶଂକର ସ୍ୱାଇଁ ଲେଖିଥିଲେ , " Very shocked news of sad demise of Shyam Sir. Very student friendly, a philanthropic personality . May his divine soul rest in peace "  


ବର୍ତ୍ତମାନ ଅଳକା କଲେଜର ଅଧ୍ୟକ୍ଷଥିବା ବିଶ୍ୱଜିତ୍ ରାୟ ଲେଖିଥିଲେ , " Really the death of Shyam Babu shocked me a lot.He is a very very sincere and lovable person.Mayhis soul rest in peace. " 


ସେହିପରି କାଦୁଆପଡ଼ା କଲେଜରେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ସ୍ୱାଇଁ - "ସବୁଠାରୁ ଦୁଖଃ ର ଖବର ଏ ମାସ ରେ ମୋର ଅତି ପ୍ରିୟ ଲୋକ ମାନଙ୍କ ତିରୋଧାନ ମୋତେ ବହୁତ କଷ୍ଟ ଦେଉଛି।ଶ୍ୟାମ ଭାଇ ମୋର ଅତି ପ୍ରିୟ ଥିଲେ।ତାଙ୍କ ହସ ହସ ମୁହଁ ଆଖି ଆଗରେ ନାଚି ଯାଉଛି।ଜଣେ ଭଲମଣିଷ ସବୁ ଦିନ ପାଇଁ ଆମକୁ ଛାଡି ଚାଲି ଗଲେ।ଈଶ୍ୱର ତାଙ୍କ ଅମର ଆତ୍ମାର ସଦ୍ଗତି କରନ୍ତୁ। " 


ଏମିତି ବହୁତ ମେସେଜ୍ ସେଇ ପୋଷ୍ଟରେ ଅସିଛି ଯାହାସବୁ ଶ୍ୟାମ ଭାଇଙ୍କ ଛାତ୍ରଛାତ୍ରୀ, ସହକର୍ମୀ ଓ ପ୍ରିୟଜନ ଦୁଃଖରେ ଲେଖିଥିଲେ l 


ଭାଗବତ ବାଣୀ କହେ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ l ଏହା ହିଁ ଧ୍ରୁବ ସତ୍ଯ। ସତରେ ମହାକାଳର ଗତି ଅପ୍ରତିହତ l ଏହା ସର୍ବଦା ଚଳମାନ ଓ ସର୍ବଗ୍ରାସୀ ମଧ୍ୟ l ଏପରି କୌଣସି ବ୍ୟକ୍ତି ନାହିଁ ଯିଏ କାଳଦ୍ୱାରା କବଳିତ ହୋଇନାହିଁ ବା ହେବନାହିଁ । ଯାହାର ଜନ୍ମ ଅଛି - ମୃତ୍ଯୁ ତା ପାଇଁ ଏକ ନିଶ୍ଚିତ ସତ୍ୟ l ତେଣୁ ମୃତ୍ଯୁ ପରି ଏକ ଅବଶ୍ୟମ୍ଭାବି ସତ୍ୟକୁ କେବେ ଫାଙ୍କି ଦେଇ ହେବ ନାହିଁ l ଏହି କଥାକୁ ଶ୍ୟାମ ଭାଇ ମଧ୍ୟ ଫାଙ୍କି ପାରିନାହାନ୍ତି l ୭୩ବର୍ଷ ବୟସରେ ଆମ ମାନଙ୍କ ଗହଣରୁ ଚିରକାଳ ପାଇଁ ବିଦାୟ ନେଇଗଲେ ସେ l ପଞ୍ଚଭୂତରୁ ଆସିଥିବା ସେଇ ଶରୀର ସିନା ସେଦିନ ଅର୍ତାତ୍ ତା ୨୨/୧୧/୨୦୧ ରିଖରେ ପଞ୍ଚଭୂତକୁ ପୁନଶ୍ଚ ଫେରିଗଲା, ହେଲେ ତାଙ୍କୁ ଜଡିତ କରି ଆମ ମାନଙ୍କ ମନ ଭିତରେ ଯେଉଁ ସବୁ ସ୍ମୃତି ରହିଗଲା ତାକୁ କଣ କେବେ ଭୁଲିହେବ ? ସବୁ ଭୁଲି ହୋଇ ଯାଉଥିବା ସତ୍ତ୍ୱେ ଯାହା ମନରେ ରହିଯାଏ ତାହା ସ୍ମୃତି l ସେଇଥିପାଇଁ ପରା କୁହାଯାଏ ସ୍ମୃତି ଚିରକାଳ ମଧୁର l ଶ୍ୟାମ ଭାଇ ମୋର ଅତି ପ୍ରିୟ ଥିଲେ।ତାଙ୍କ ହସ ହସ ମୁହଁ ମୋ ଆଖି ଆଗରେ ଆଜି ବି ନାଚି ଯାଉଛି। ସତରେ ଜଣେ ଭଲମଣିଷ ସବୁ ଦିନ ପାଇଁ ଆମକୁ ଛାଡି ଚାଲିଯାଇଛନ୍ତି l 




Rate this content
Log in

Similar oriya story from Tragedy