Prasanta Kumar Behera

Classics Inspirational Others

4  

Prasanta Kumar Behera

Classics Inspirational Others

ଚନ୍ଦ୍ରା ଥିଲା ଆମ କଲେଜ ପାଇଁ ସତରେ ଜଣେ ବାହାଦୂର........

ଚନ୍ଦ୍ରା ଥିଲା ଆମ କଲେଜ ପାଇଁ ସତରେ ଜଣେ ବାହାଦୂର........

4 mins
629



ମାତ୍ର ୧୬ ବର୍ଷ ବୟସରେ ନିଜ ଦେଶ ନେପାଳ ଛାଡି ଆମ ଦେଶ ଭାରତବର୍ଷକୁ ଆସିଥିଲା ଏଇ ଚନ୍ଦ୍ରା ବାହାଦୂର ( Chandra Bahadur )l ନେପାଳର ଗଣ୍ଡlକି ରାଜ୍ୟର ତନlହୁନ ଜିଲ୍ଲା ଅନ୍ତର୍ଗତ ଏକେଲେଶlଲ୍ ଅଞ୍ଚଳରେ ବାସିନ୍ଦା ହେଇଚି ଏଇ ଚନ୍ଦ୍ରl ବାହାଦୂର l ସେ ୧୯୮୧ ମସିହାରେ ସିଧାସଳଖ ଆସି ପହଞ୍ଚିଥିଲା ଆମ ଜଗତସିଂହପୁରର ପାରାଦୀପରେ କିଛି ରୋଜଗାର କରିବା ଲକ୍ଷରେ l ସେଠି ଦୁଇମାସ କାମ କରିବା ପରେ ଜଣେ ଲୋକ ତାକୁ ଜାନୁଆରୀ ମାସରେ ମକର ମେଳା ଦେଖିବକୁ ଜଗତସିଂହପୁର ଡାକି ଆଣିଥିଲା l ୧୯୮୧ ମସିହାରେ ଜଗତସିଂହପୁର ଏକ ଛୋଟ ସହର ଥିଲା ଯାହା ସେତେବେଳେ ଜିଲ୍ଲାର ମାନ୍ୟତା ପାଇନଥିଲା l ଚନ୍ଦ୍ରା ବାହାଦୂର ଏଠାକୁ ଆସିବା ପରେ ସେଇ ସୋମନାଥ ହାଟ ବଜାରରେ ଥିବା ଗୋପୀବାବୁ ( ଗୋପୀ ମହାପାତ୍ର ) ଙ୍କ ଗୋଦାମ ଘରକୁ ଜଗିବା କାମରେ ନିୟୋଜିତ ହେଲା l ଯାହା ପାରିଶ୍ରମିକ ମିଳୁଥିଲା ସେଥିରେ କଷ୍ଟେ ମଷ୍ଟେ ଜୀବନ ଅତିବାହିତ କରି ସ୍ଵଳ୍ପ ପଇସା ନେପାଳରେ ଥିବା ନିଜ ପରିବାରକୁ ପଠାଉଥିଲା l ସେଠାରେ ମାତ୍ର ତିନି ମାସ ରହିବା ପରେ ତା ୦୪/୦୨/୧୯୮୨ ରିଖରେ ଆମ କଲେଜ୍ ରେ ନିଯୁକ୍ତି ପାଇ ରାତ୍ରି ଜଗଆଳି ଭାବରେ ନିକ ଚାକିରୀ ଜୀବନ ଆରମ୍ଭ କରିଥିଲl ଏଇ ଚନ୍ଦ୍ରl ବାହାଦୂର ମାତ୍ର ୧୭ ବର୍ଷ ବୟସରେ l ସରକାରୀ ନିୟମ ଅନୁସାରେ ୧୮ ବର୍ଷ ବୟସରେ ଚାକିରି କରିବା କଥା କିନ୍ତୁ ଚନ୍ଦ୍ରା ଆମ କଲେଜର ଜଣେ କର୍ମଚାରୀ ଭାବରେ ନିଯୁକ୍ତି ପାଇଥିଲା ୧୭ ବର୍ଷ ବୟସରେ l ପୂର୍ବରୁ ନେପାଳରୁ ଆସି ବୁଦ୍ଧି ବାହାଦୂର ଆମ କଲେଜ୍ ରେ ୧୯୬୬ ମସିହାରୁ ରାତ୍ରୀ ଜଗୁଆଳୀ ଭାବରେ ନିଯୁକ୍ତି ପାଇ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ l ସେ ୨୦୦୩ ମସିହାରେ ଅବସର ଗ୍ରହଣ କରିସାରବା ପରେ ନିଜ ଜନ୍ମ ମାଟି ନେପାଳରେ ଏ ଭିତରେ ପରଲୋକ ଗମନ କରିସାରିଲେଣି l ତାଙ୍କ ପରେ ଏଇ ଚନ୍ଦ୍ରl ହେଉଚି ଦ୍ଵିତୀୟ ବ୍ୟକ୍ତି ଯିଏ ସୁଦୂର ନେପାଳରୁ ଆସି ଆମ କଲେଜରେ ଚାକିରି କରିବା l ସରକାରୀ ନିୟମ ଅନୁସାରେ ୧୮ ବର୍ଷ ବୟସରେ ଚାକିରି କରିବା କଥା କିନ୍ତୁ ଚନ୍ଦ୍ରା ୱାଚମାନ୍ ଭାବରେ ନିଯୁକ୍ତି ପାଇଥିଲା ମାତ୍ର ୧୭ ବର୍ଷ ବୟସରେ l ଏଇ ୧୭ ବର୍ଷ ବୟସରେ ମାନେ ଅଣ୍ଡରଏଜ୍ ରେ ନିଜ ଚାକିରି ଜୀବନ ଆରମ୍ଭ କରିଥିବା ହେତୁ ପରେ ୨୦୦୯ ବ୍ଲକ୍ ଗ୍ରାଣ୍ଟ ରେ ଡାଇରେକ୍ଟ ପେମେଣ୍ଟ ପାଇବାରେ ଗୋଟିଏ ବର୍ଷ ବିଳମ୍ୱ ହୋଇଥଲା ଚନ୍ଦ୍ରlର l


ମୁଁ ୧୯୮୬ ମସିହାରେ ଯୁକ୍ତ ଦୁଇ ଶ୍ରେଣୀରେ ଆମ କଲେଜକୁ ପଢିବାକୁ ଆସିବା ବହୁ ପୁର୍ବରୁ ଚନ୍ଦ୍ରା ବାହାଦୂରକୁ ସବୁବେଳେ ଦେଖୁଥିଲି l ଏହାର ଦୁଇଟି କାରଣ ହେଉଛି ନିକଟସ୍ଥ ଶ୍ରୀକୃଷ୍ଣ ଏକାଡେମୀର ଛାତ୍ର ହିସାବରେ କଲେଜ ପଡ଼ିଆକୁ କ୍ରିକେଟ ଖେଳ ଖେଳିବାକୁ ଆସିବା ଆଉ ଦ୍ୱିତୀୟ କାରଣ ହେଉଚି ମୋର ଶ୍ରୀକୃଷ୍ଣ ଏକାଡେମୀର ସାଙ୍ଗ ଜି. ଭି. ରାକେଶ ଏଇ କଲେଜ ଭିତରେ ରହୁଥିବାରୁ ତାଙ୍କ ଘରକୁ ବି ମୋର ସମୟେ ସମୟେ ଯିବା ଆସିବା ଥାଏ l ( ଜି. ଭି. ରାକେଶ ହେଉଚି ଆମ କଲେଜର ରସାୟନ ବିଜ୍ଞାନ ବିଭାଗରେ ବିଭାଗୀୟ ମୁଖ୍ୟ ଥିବା ଜି. ଭି. ସୂର୍ଯ୍ୟନlରାୟଣ ଓ ଜଗତସିଂହପୁର ମେଡ଼ିକାଲରେ ଡ଼ାକ୍ତର ଥିବା ଅନସୂୟl ଦାସଙ୍କ ପୁତ୍ର ) 

ସେଇ ୧୯୮୨ରୁ ଆରମ୍ଭ କରି ମୋର କଲେଜ ପଢ଼ିବା ସମୟ ଅର୍ଥାତ୍ ୧୯୯୧ ମସିହା ପର୍ଯ୍ୟନ୍ତ ମୁଁ ଚନ୍ଦ୍ରା ଭାଇ ବୋଲି ଡାକୁଥିଲି l ସେଇ ସମୟ ମଧ୍ୟରେ ୧୯୮୮ ଓ ୧୯୮୯ ମସିହାରେ ମୁଁ ଛାତ୍ର ସଂସଦ ନିର୍ବାଚନରେ ଭାଗନେଇଥିବା ବେଳେ କଲେଜ ପାଖରେ ଥିବା ଓଲଟ ଦେବଦlରୁ ଗଛରେ ମୋର ବ୍ୟାନର ସେ ଗଛରେ ଚଢ଼ି କେଇଥର ଟାଙ୍ଗିଥିଲେ ଯାହା ଏବେ ବି ମୋ ଆଖି ସାମ୍ନାରେ ନାଚି ଉଠୁଚି l ଅବଶ୍ୟ ସେଇ ଦୁଇଟି ଯାକ ନିର୍ବାଚନରେ ମୁଁ ଭଲ ଭୋଟରେ ହlରିଥିଲି l ମୋର ଯୁକ୍ତ ତିନି ଦ୍ଵିତୀୟ ବର୍ଷ ମାନେ ୧୯୯୦ ମସିହାର କଥା l ସେତେବେଳେ କଲେଜ ପଡିଆର ଉତ୍ତର ଭାଗରେ କିଛି ନଡିଆ ଗଛ ଥିଲା ଯେଉଁଥିରେ ଭଲ ପଇଡ଼/ ନଡ଼ିଆ ହେଉଥିଲା l ଆମେ କିଛି ପିଲା କଲେଜ ପଡ଼ିଆରେ ବସି ଗୁଲି ଖଟି କରୁ କରୁ କେତେବେଳେ ବଡ଼ ବଡ଼ ଟେକା ( ଇଟାର ଭଙ୍ଗା ଖଣ୍ଡ ) ମାରି ସେଇ ନଡ଼ିଆ ଗଛରୁ ପଇଡ଼ ବା ନଡ଼ିଆ ଖସାଇ ଥାଉ l ଏସବୁ ସେତେବେଳେ ଆମ କଲେଜର ପିଲାମାନଙ୍କର ନିୟମିତ ଅଭ୍ୟାସ ଥିଲା l ଆମର ଏଇ ଦୁଷ୍ଟାମୀ କାମ ସମୟରେ କେତେବେଳେ ଏଇ ଚନ୍ଦ୍ରା ବାହାଦୂର କଲେଜ ଆଡୁ ତା ହାତରେ ଧରିଥିବା ବଡ଼ି ଧରି ଗୋଡ଼ାଇ ଆସିଥିବା ତ ଆଉ କେତେବେଳେ ଏପଟୁ ଲଜ୍ ସାଇଡ ରୁ ମୁରଲୀ ଆମକୁ ଗୋଡ଼ାଇ ଥିବାର ନଜିର ରହଛି l


ଚନ୍ଦ୍ରl ର ଆମ କଲେଜରେ ଚାକିରି କାଳ ହେଉଚି ୪୨ ବର୍ଷ ୬ ମାସ ଅର୍ଥାତ୍ ୧୯୮୨ ମସିହା ଫବୃଆରୀ ମାସରୁ ୨୦୨୪ ଅଗଷ୍ଟ ମାସ ପର୍ଯ୍ୟନ୍ତ l ଏହି ଚାରି ଦଶନ୍ଧିରୁ ଉର୍ଦ୍ଧ ସମୟ ମଧ୍ୟରେ ବହୁ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ଚନ୍ଦ୍ରl ଦେଖିତି ଆଉ ସେମାନେ ମଧ୍ଯ ଚନ୍ଦ୍ରlକୁ ଦେଖିଛନ୍ତି l ସମସ୍ତେ ଦେଖିଛନ୍ତି ଆଉ ପରଖିଛନ୍ତି ଚନ୍ଦ୍ରାର ବିଶ୍ଵସ୍ତତା ତଥା ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ପ୍ରତି ସମର୍ପିତ ଭାବ ବହନ କରୁଥିବ ମନୋଭାବକୁ l ତା ପରି ଜଣେ ସଚ୍ଚୋଟ ଓ ନିର୍ଭୀକ କର୍ମଚାରୀ ଅଗକୁ ମିଳିବା ନିଶ୍ଚୟ ସନ୍ଦେହ ଜନକ l


ତେବେ ଖୁବ୍ ଦୁଃଖର କଥା ହେଉଚି ଏଇ ଚନ୍ଦ୍ରା ୪୨ ବର୍ଷ ୬ ମାସ ନିଜର ସମସ୍ତ ସାମର୍ଥ୍ୟ ଲଗାଇ ୱାଚମାନ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରୁଚି ତାହା ପୁଣି ବିନା ପେନସନରେ l ବର୍ତ୍ତମାନ ୪୨୦୦୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀ ଜଣଙ୍କ ଏଇ ମାସଠାରୁ ଆଉ କୌଣସି ଦରମା ପାଇବ ନାହିଁ l ଇପିଫ ବାବଦକୁ ମାସିକ ମାତ୍ର ୩୦୦୦ ଟଙ୍କା ଲେଖାଏଁ ପାଇବ ଯାହା ଆଜିକା ଯୁଗରେ କିଛି ନୁହେଁ l ଯଦି ସରକାର ଅନ୍ୟମାନଙ୍କୁ ଯେମିତି ଏବେ ପେନସନ ଦେଉଛନ୍ତି ସେମିତି ଦେଉଥିଲେ ସେ ପାଖାପାଖି ୨୨୦୦୦ ମାସିକ ପେନସନ ପାଇଥାନ୍ତା l 


ଚନ୍ଦ୍ରlର ପରିବାର ନେପାଳ ରେ ହିଁ ରୁହନ୍ତି l ସାନ ଭାଇ ବାରିପଦାରେ ଓଡିଶା ପୁଲିସ୍ ରେ କାର୍ଯ୍ୟରତ l ଚନ୍ଦ୍ରlର ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ l ସମସ୍ତେ ବିବାହିତ l ବଡ଼ ପୁଅର ଦୁଇ ପୁଅ ଆଉ ସାନ ପୁଅ ର ଗୋଟିଏ ପୁଅ l ଝିଅର ବି ଗୋଟିଏ ପୁଅ l ତେଣୁ ଚନ୍ଦ୍ରlର ବର୍ତ୍ତମାନ ଚାରିଜଣ ନାତି l ସାନ ପୁଅ ନେପାଳ ପୁଲିସ୍ ରେ କାର୍ଯ୍ୟ କରୁଥିବl ବେଳେ ବଡ଼ ପୁଅ ଘରେ ରହି ଛୋଟ ମୋଟ କାମ କରୁଚି l ଅବସର ପରେ ସେଠାରେ ବିନା ପେନସନରେ ଚଳିବା ଚନ୍ଦ୍ରା ପାଇଁ ନିଶ୍ଚୟ ଖୁବ୍ କଷ୍ଟକର ହେବ l ଚାକିରୀ ସମୟରେ ଘରକୁ କେମିତି ଅଧିକ ପଇସା ପିଲାଙ୍କ ଚଳିବା ପାଇଁ ପାଠାଇବ ସେହି ହିସାବରେ କଲେଜରେ ନିଜର ଡ଼ିଉଟି ସାରି ସାଇକେଲରେ ଗ୍ୟାସ ଟାଙ୍କି ଧରି ନିଜର ଚିହ୍ନା ପରିଚୟ ଥିବା ଲୋକମାନଙ୍କ ଘରେ ନେଇ ଗ୍ୟାସ ଯୋଗାଇ ଦେଉଥିଲା ଚନ୍ଦ୍ରl l ଏବେ ବୟସ ବଢିବା ସହିତ ଅନ୍ୟ କିଛି ରୋଜଗାର କରିବାର ପନ୍ଥା ପ୍ରାୟ ନାହିଁ ବୋଲି କହିଲେ ଚଳେ l ତେବେ ନାତିମାନଂକ ଗହଣରେ ତାର ଅବସର ଜୀବନ ଖୁସିରେ କଟୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି କାମନା l


ଚନ୍ଦ୍ରl ବାହାଦୂର ପରି ଜଣେ କର୍ମଠ, ଶାନ୍ତ, ସରଳ, ନିର୍ଭୀକ କର୍ମଚାରୀର ଅବସର ଆମ କଲେଜ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି l ଚନ୍ଦ୍ରା ଥିଲା ଆମ କଲେଜ ପାଇଁ ସତରେ ଜଣେ ବାହାଦୂର .......


ଚନ୍ଦ୍ରାର ମୋବାଇଲ ନମ୍ବର - 9438175677



Rate this content
Log in

Similar oriya story from Classics