STORYMIRROR

Prasanta Kumar Behera

Classics Inspirational Others

4  

Prasanta Kumar Behera

Classics Inspirational Others

ଛୋଟ ପିଲାଟା ବୋଲି ସିନା ତାକୁ ଏତେ ହଇରାଣ କଲେ ! - 2nd

ଛୋଟ ପିଲାଟା ବୋଲି ସିନା ତାକୁ ଏତେ ହଇରାଣ କଲେ ! - 2nd

10 mins
72

ଛୋଟ ପିଲାଟା ବୋଲି ସିନା ତାକୁ ଏତେ ହଇରାଣ କଲେ ! ( ଦିତୀୟ ଭାଗ )....

------------------------------------------------------------------


( ଭଂଜର ଆମ କଲେଜରେ ଆଡ଼ମିଶନ ହେବା ନ ହେବା ଏହା ମୋ ଲେଖାର ପ୍ରକୃତ ଲକ୍ଷ୍ୟ ନୁହେଁ l ଆମ କଲେଜର ଇତିହାସ, ଏହାର ପ୍ରତିଷ୍ଠାତା, ଏଠି ଅଧ୍ୟକ୍ଷ ଭାବରେ ଯେଉଁମାନେ କାମ କରିଛନ୍ତି, ଏଠି ଯେଉଁମାନେ ଅଧ୍ୟାପକ ଅଧ୍ୟାପିକା ଭାବରେ କାମ କରି ଏହି କଲେଜକୁ ଏଇ ସ୍ତରକୁ ଉନ୍ନୀତ କରିଛନ୍ତି ସେମାନଙ୍କ ବିଷୟରେ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କୁ ଜଣାଇବା ମୋର ଏହି ଲେଖା ର ଉଦ୍ଦେଶ୍ୟ କେବଳ l ଯେଉଁ ମାନଙ୍କ ବିଷୟରେ ମୁଁ ଲେଖୁଛି ସେମାନେ ମୋର ଶିକ୍ଷକ, ମୋର ନମସ୍ୟ l ପୂର୍ବରୁ କେତେ ଜଣ ସେଇ ମହାନ୍ ବ୍ୟକ୍ତିଙ୍କ ବିଷୟରେ ମୁଁ ଲେଖି ପୋଷ୍ଟ କରିଚି ଆମ SVM କଲେଜ ଫେସବୁକ୍ ପେଜ୍ ରେ l ସେମାନଙ୍କ ଭିତରୁ କେଇ ଜଣ ମୋ ଲେଖା ପଢି ଖୁସି ହୋଇ ମୋତେ ଫୋନ୍ କରି କହିଛନ୍ତି ଯେ କଲେଜ ଉପରେ ଏତେ କଥା ଲେଖୁଛ, ବହୁତ୍ ଭଲ ଲାଗୁଛି l ମୁଁ ଜଣେ ଛାତ୍ର ହିସାବରେ ସେମାନଙ୍କୁ ଯେମିତି ସେଇ ସମୟରେ ଆକଳନ କରିଥିଲି ସେଇ ହିସାବରେ ଲେଖିଛି l ଏମିତି ହୋଇପାରେ ମୋ ଆକଳନରେ କିଛି ଭୁଲ୍ ରହିଥିବ l ସେଥିପାଇଁ ମୁଁ ସେମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି l )


https://www.facebook.com/share/p/yJ4b51WdxpiaTRHy/?mibextid=oFDknk


ହୋ ହାଲ୍ଲା ଭିତରେ ଆଡ଼ମିଶନ ଦାୟିତ୍ୱରେ ଥିବା ଅଧ୍ୟାପକ / ଅଧ୍ୟାପିକା ମାନେ ଆମ୍ଭମାନଙ୍କୁ ବୁଝାଇବା ଆରମ୍ଭ କରିଥିଲେ l କିନ୍ତୁ ଆମେ ସମସ୍ତେ ଗୋଟିଏ ନାରା ଧରିଥିଲୁ ଯେ ଆଗ ଭଞ୍ଜ ର ଆଡ଼ମିଶନ ହେବ ତା ପରେ ଆଉ ଯାହାର l ସେଠି ଆଡ଼ମିଶନ - ଇନ୍ - ଚାର୍ଜ ଭାବରେ ଦାୟିତ୍ୱରେ ଥାଆନ୍ତି ଡ଼ ବିଜୟ କୁମାର ସ୍ବାଇଁ l ଅର୍ଥାତ୍ ବିଜୟ ସାର୍ ଥିଲେ ଆଡ଼ମିଶନର ମୁଖ୍ୟ l ବିଜୟ ସାର୍ ହେଉଛନ୍ତି ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ୟାପକ l ତାଙ୍କୁ ଆମେ ଜାଣିଥିଲୁ ଜଣେ କଠୋର ବ୍ୟକ୍ତି ହିସାବରେ l ପୁରା ଖଣ୍ଡା ଧାରରେ ଚାଲିବା ଲୋକ l ନିୟମ ଅନୁସାରେ ହିଁ କାମ କରିବା ତାଙ୍କର ଲକ୍ଷ୍ୟ l ବିଜ୍ଞାନରେ ପଢ଼ୁଥିବା ମୋର କିଛି ବନ୍ଧୁ ବିଜୟ ସାର୍ ଙ୍କ ପାଠ ପଢ଼ା ତାରିକlକୁ ଖୁବ୍ ପସନ୍ଦ କରନ୍ତି l ବିଜୟ ସାର୍ ଙ୍କର ଆଉ ଏକ ପରିଚୟ ହେଉଚି ସେ ଜଗତସିଂହପୁର ରେ ପ୍ରଥମେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ( RSS) ର ପ୍ରତିଷ୍ଠାତା ସଦସ୍ୟ l ୧୯୮୦ ଦଶକର ପ୍ରଥମ ଭାଗରେ ମାତ୍ର ୬ କି ୭ ଜଣ ଯୁବକଙ୍କୁ କଲେଜ ର ପଛ ପଡ଼ିଆ ( Gents Hostel ପାଖରେ ) ରେ ଖାକି ହାଫ୍ ପ୍ୟାଣ୍ଟ ଆଉ ଧଳା ହାଫ୍ ସାର୍ଟ ପିନ୍ଧି ହାତରେ ଦଣ୍ଡା ଧରି ଜଣେ ସ୍ଵୟଂ ସେବକ ଭାବରେ ଟ୍ରେନିଂ ଦେବାର ବି ଆମେ ଦେଖିଛୁ l ସେତେବେଳ ଗୋପାଳସାଗର ଆଉ କଲେଜଛକ ମଝିଆ ମଝି ଜାଗାରେ ଗୋଟେ ଦୁଇମହଲା କୋଠା ଯାହାର ଗ୍ରାଉଣ୍ଡ ଫ୍ଲୋର ପୁରା ରାସ୍ତା ସହିତ ମିଶିକି ମାନେ ଅଣ୍ଡର ଗ୍ରାଉଣ୍ଡ ରେ ଥିଲା ଆଉ ଉପର ମହଲରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଅଫିସ୍ ହୋଇଥିଲା l ବିଜୟ ସାର୍ ସେଠି ଆସି ବୁଝାବୁଝି କରିବାର ବି ଦେଖାଯାଏ l ମଝିରେ ମଝିରେ ଯେତବେଳେ ସେତେବେଳର ସରକାର RSS କୁ ଆଉଟ୍ ଲ ଘୋଷଣା କରନ୍ତି, ସେଦିନ ସେଠି ସକାଳୁ ସକାଳୁ ପୋଲିସ୍ ପହଞ୍ଚି ତଦନ୍ତ କରିବା ନାଁ ରେ ସେ ଘରେ ଥିବା ଜିନିଷ ପତ୍ର ସବୁକୁ ଚେକ୍ କରିଥାନ୍ତି l ବିଜୟ ସାର୍ ବୋଧହୁଏ ୧୯୮୫ ରୁ ୨୦୦୧ ପର୍ଯ୍ୟନ୍ତ ମୋଟ ୧୬ ବର୍ଷ ଆମ କଲେଜରେ ଅଧ୍ୟାପନା କରିଥିଲେ l ୨୦୦୦ ମସିହାରୁ ସେ ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ l ସବୁବେଳେ ପ୍ରାୟ ସାର୍ ଖଦୀର ଧଳା ଟ୍ରାଉଜର ଆଉ ଧଳା ପଞ୍ଜାବୀ ପିନ୍ଧନ୍ତି l ଗୋରା ପତଳା ଚେହେରା ସହିତ ଉଚ୍ଚତା ପ୍ରାୟ ୬ ଫୁଟ୍ ଆଉ ଆଖିରେ ସବୁବେଳେ ଚଷମା ଥାଏ ସାର୍ ଙ୍କର l ମୁଁହରେ କେମିତି ଗୋଟେ ଗମ୍ଭୀର ଭାବ ସହିତ ଖୁବ୍ କମ୍ କଥାବାର୍ତ୍ତା କରୁଥିବା ଲୋକ ହେଉଛନ୍ତି ବିଜୟ ସାର୍ l ମୁଁ ଯେତିକି ଜାଣିଛି ସେତେବେଳେ ଲୋକସଭାର ବାଚସ୍ପତି ଥିବା ଶ୍ରୀଯୁକ୍ତ ରବି ରୟଙ୍କ ସମ୍ପର୍କୀୟ ହେଉଛନ୍ତି ଏଇ ବିଜୟ ସାର୍ l ବିଜୟ ସାର୍ ଙ୍କ ମିସେସ୍ ଶ୍ରୀମତୀ ସୁଲେଖା ସାମନ୍ତରାୟ ମାଡ଼ମ ବି ଆମ କଲେଜରେ ଇଂରାଜୀ ବିଭାଗର ଅଧ୍ୟାପିକା ଭାବରେ ୧୯୮୭ ରୁ ୧୯୯୮ ଅର୍ଥାତ୍ ୧୧ ବର୍ଷ କାର୍ଯ୍ୟ କରିଛନ୍ତି l ମୁଁ ସୁଲେଖା ମାଡ଼ାମଙ୍କ ଡାଇରେକ୍ଟ ଷ୍ଟୁଡେଣ୍ଟ୍ l ମାଡ଼ାମ ୧୯୮୭ ରୁ ଆମ କଲେଜକୁ ଆସିବା ଏବଂ ମୋର ୧୯୯୧ ରେ କଲେଜ ସରିବା ଭିତରେ ବହୁତ୍ ଥର ମାଡ଼ାମ ମୋ କ୍ଲାସ୍ ନେଇଛନ୍ତି l ସୁଲେଖା ମାଡ଼ାମ ଖୁବ୍ ଷ୍ଟ୍ରିକ୍ଟ l ତାଙ୍କ କ୍ଲାସ୍ ପାଖରେ ପାଟିତୁଣ୍ଡ କରୁଥିବା ଛାତ୍ରମାନଙ୍କୁ ସେ ଗାଳି ଦେଉଥିବାର ଦୃଶ୍ୟ ପ୍ରାୟ ଆମେ ଦେଖିବାକୁ ପାଉ l ଲେଡିଜ ହଷ୍ଟେଲର ସୁପରଇନ୍ଟେନ୍ଦେଣ୍ଟ ଭାବରେ କାର୍ଯ୍ୟ କରୁଥିବା ସମୟରେ ଛାତ୍ରମାନେ ସେଠି ଯାଇ ଛାତ୍ରୀମାନଙ୍କ ସହିତ କଥlବାର୍ତ୍ତା କରିବାକୁ ଡରୁଥିଲେ l ମାଡାମ୍ ଙ୍କ ସମୟରେ ଲେଡିଜ୍ ହଷ୍ଟେଲ ଚାରିପାଖରେ ଯେମିତି ୧୪୪ ଧାର ଜାରି ରହିଚି ସେମିତି ଲାଗେ l ମାଡ଼ାମ ଜଣେ ସୁସlହିତ୍ୟିକl l ସେ ପାଖାପାଖି ୪୦୦ରୁ ଉର୍ଦ୍ଧ ଗଳ୍ପ ଓ କବିତା ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖିବା ସହିତ ତାଙ୍କର ୬ ଖଣ୍ଡ ବହି ମଧ୍ୟ ପବ୍ଲିସ୍ ହୋଇଛି l ଏମିତିରେ ମାଡ଼ାମ ହେଉଛନ୍ତି ଓଡିଆ ସାହିତ୍ୟର ବିଶିଷ୍ଟ ସମାଲୋଚକ ଓ ସାହିତ୍ୟିକ ଡ଼କ୍ଟର ନଟବର ସାମନ୍ତରାୟଙ୍କ ଝିଅ l ମୋଟାମୋଟି ଭାବରେ କହିବାକୁ ଗଲେ ଉଭୟ ସାର୍ ଓ ମାଡ଼ାମ ଖୁବ୍ ଷ୍ଟ୍ରିକ୍ଟ୍ ମିଞ୍ଜlସ୍ ର ଅଧ୍ୟାପକ ଓ ଅଧ୍ୟାପିକା ଥିଲେ l


ଏଇ ଭିତରେ ସାର୍ ଓ ମାଡ଼ାମ ଉଭୟ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି l ସାର୍ ଅବସର ନେବା ୧୪ ବର୍ଷ ଆଉ ମାଡ଼ାମ ଅବସର ନେବା ୧୦ ବର୍ଷ ରୁ ଉର୍ଦ୍ଧ ସମୟ ଗତ ହୋଇସାରିଲାଣି l ପ୍ରାୟ ୩ ମସ ତଳେ ବିଜୟ ସାର୍ ମୋତେ ଫୋନ୍ କରିଥିଲେ l ସାର୍ ଙ୍କ ଫୋନ୍ ପାଇ ଖୁବ୍ ଖୁସି ଲାଗିଲା l ଖୁସି ହେବାର କାରଣ ସାର୍ ହେଉଛନ୍ତି ଆମ ସମୟର SVMC ର ଶିକ୍ଷକ l ଫୋନ୍ ରେ ସାର୍ ଙ୍କ କଥାବାର୍ତ୍ତା ରୁ ଜାଣିଲି ଆମ ସମୟରେ ସାର୍ ଯେମିତି ଥିଲେ ଏବେ ବି ଠିକ୍ ସେମିତି ହିଁ ଅଛନ୍ତି l ସାର୍ ଫୋନ୍ କରିବାର କାରଣ ହେଉଛି ମୁଁ ଯେହେତୁ SVMC ଉପରେ ତଥା ଆମ ସମୟର ସାର୍ ମାନଙ୍କ ଉପରେ ଲେଖା ଲେଖୁଛି, ତେଣୁ ଜଣେ ତାଙ୍କ ସମସାମୟିକ ଶିକ୍ଷକଙ୍କ ମୋବାଇଲ ନମ୍ବର ନେବା ପାଇଁ ମୋତେ କଲ୍ କରିଥିଲେ l ସାର୍ ଆଉ ମୋ ଭିତରେ ସେଦିନ ହୋଇଥିବା କଥାବାର୍ତ୍ତାକୁ ଅବିକଳ ନିମ୍ନରେ ରଖୁଛି 👎


ସାର୍ - " ହଲୋ କିଏ ପ୍ରଶାନ୍ତ ତ ? " 


ମୁଁ - " ହଁ ! ଆପଣ କିଏ କହୁଥିଲେ ? " ସାର୍ ଙ୍କ ମୋବାଇଲ୍ ନମ୍ବର୍ ମୋ contact list' ରେ ନ ଥିବାରୁ ମୁଁ ନ ଜାଣି ପାରିବା ସ୍ଵାଭାବିକ କଥା ଥିଲା l


ସାର୍ - " ଆରେ ମୁଁ ବିଜୟ ସାର୍ କହୁଛି l"


ମୁଁ - " ବିଜୟ ସାର୍ ? " ଏବେ ବି ମୁଁ ଜାଣି ନ ପlରିବାର କାରଣ ହେଇଛି ଆମ ସମୟରେ ପ୍ରାଣୀ ବିଜ୍ଞାନ ବିଭାଗର ସାର୍ ନିଜେ , ପଦାର୍ଥ ବିଜ୍ଞାନର ବିଜୟ ମହାନ୍ତି ସାର୍, ଆଉ ଏବେ ଆମ କଲେଜ ରେ ଦୁଇ ଜଣ ବିଜୟ ସାର୍ କାର୍ଯ୍ୟ କରୁଛନ୍ତି - ସଂସ୍କୃତ ଅଧ୍ୟାପକ ବିଜୟ ବିଶ୍ଵାଳ ସାର୍ ଓ ଇତିହାସ ବିଭାଗର ବିଜୟ ପାତ୍ର ସାର୍ l


ସାର୍ - " ଆରେ ମୁଁ ବିଜୟ ସାର୍ ! Zoology ର ମ !"


ଏବେ ମୁଁ ଜାଣିଗଲି ସାର୍ ଙ୍କୁ l ତେଣୁ ସଙ୍ଗେ ସଙ୍ଗେ କହିଲି " ସାର୍ ନମସ୍କାର l କୁହନ୍ତୁ ସାର୍ l ମୁଁ ଏବେ ଜାଣିପାରିଲି ! "


ମୋ କଥା ଶୁଣି ମୁଁ ଠିକ୍ ସାର୍ ଙ୍କ ପରିଚୟ ଜାଣି ସାରିଛି ନାଁ ଏମିତି ଉପରେ ଉପରେ କହୁଛି ତାହା ମନରେ ରଖି ସାର୍ ପୁଣି କହିଲେ , " ଠିକ୍ ଜାଣି ପାରିଲ ମୁଁ କିଏ ? "


ମୁଁ ପୁଣି କହିଲି , " ହଁ ସାର୍ ! ଆପଣ ଆମ ସମୟର Zoology ର ସାର୍ l ଆପଣ ଆମ ସୁଲେଖା ସାମନ୍ତରାୟ ମାଡ଼lମଙ୍କ ସ୍ବାମୀ l "


ମୁଁ ସାର୍ ଙ୍କୁ ଠିକ୍ ଚିହ୍ନି ସାରିଛି ବୋଲି confirm କରିବାକୁ ଯାଇ ସିନା ଏମିତି କହିଦେଲି l କିନ୍ତୁ ଭୁଲ୍ କରିଦେଲି l ଯଦି ମୁଁ କହିଥାନ୍ତି ଆପଣ ଆମ ସମୟର Zoology ର ସାର୍ ଯିଏ RSS ର ସ୍ୱୟଂ ସେବକ ଭାବରେ କାର୍ଯ୍ୟ କରୁଥିଲେ ତେବେ ସାର୍ ବହୁତ ଖୁସି ହୋଇଥାନ୍ତେ l ସେଦିନ କିନ୍ତୁ ମୋ ଉତ୍ତରରେ ସାର୍ ବିଗିଡ଼ିବା ଆରମ୍ଭ କରିଦେଲେ l


ସାର୍ କହିଲେ , " କଣ କହିଲ ତମେ ? ମୋ ପରିଚୟ କଣ ସେଇଆ ?"


ସାର୍ ମୋ ଉପରେ ବିଗିଡ଼ିଲେ ମଧ୍ଯ ମୁଁ ଖୁସି ହେଉଥାଏ l ଖୁସି ହେବାର କାରଣ ସାର୍ ଙ୍କୁ ମୁଁ ସେଇ ୨୦୦୨ କି ୨୦୦୩ ରେ ଦେଖିଥିଲି l ଏ ଭିତରେ ୨୦ ବର୍ଷ ରୁ ଅଧିକ ସମୟ ଗତ ହୋଇ ସାରିଲାଣି l ସାର୍ ଙ୍କ ବାୟସ ୭୪ କି ୭୫ ହେବଣି l ବୟସ ବଢିବା ସହିତ ସାର୍ ଙ୍କ physical appearance ରେ କିଛି ପରିବର୍ତ୍ତନ ଆସିଥାଇ ପରେ, କିନ୍ତୁ ସାର୍ ଙ୍କ କଥାବାର୍ତ୍ତା ରେ କିଛି ପରିବର୍ତ୍ତନ ହୋଇନି l ଆମ ବେଳେ ସାର୍ ଯେଉଁ ଷ୍ଟାଇଲ ରେ ଯେମିତି କଥା ହେଉଥିଲେ ଏବେ ବି ଠିକ୍ ସେମିତି ହିଁ କଥା ହେଉଛନ୍ତି l


ଛାଡନ୍ତୁ ସେ ସବୁ କଥା l ଏବେ ଭଞ୍ଜ ନାମଧାରୀ ପିଲା ର ଆଡ଼ମିଶନ ବିଷୟକୁ ଆସିବା l ମୁଁ ଡ଼. ବିଜୟ କୁମାର ସ୍ବାଇଁ ସାର୍ ଙ୍କ ଉପରେ ଏତେ କଥା କହିବାର କାରଣ ହେଉଚି ସେ ହିଁ ନିଷ୍ପତ୍ତି ନେଇଥିଲେ କି ଭଞ୍ଜ ର ଆଡ଼ମିଶନ ହୋଇ ପାରିବନି l ସାର୍ ନିୟମର କଥା ହିଁ କହୁଥିଲେ l ନିୟମ ର ଟିକେ ବି ଵ୍ୟତିକ୍ରମ କରିବା ଲୋକ ସାର୍ ନୁହଁନ୍ତି l ସାର୍ ଙ୍କ ଯୁକ୍ତି ଥିଲା କି ଯଦି ଜଣେ ପାଞ୍ଚ ମିନିଟ୍ ବିଳମ୍ୱରେ ଆସି ଆଡ଼ମିଶନ କରିବ, ତେବେ ଦୁଇ ଘଣ୍ଟା କି ଦୁଇ ଦିନ ପରେ ପିଲା ଆସି କହିବେ ଆମକୁ ବି ଆଡ଼ମିଶନ କର l ଏଇ ସବୁ କଥାରୁ ଆମ ସମୟର ସାର୍ ଓ ମାଡ଼lମ ମାନେ କେତେ ନିୟମରେ ବାନ୍ଧି ହୋଇ ରହୁଥିଲେ ତାହା ଆପଣମାନେ ସମସ୍ତେ ଜାଣିପାରୁଥିବେ l ସେଇମାନଙ୍କ ପାଇଁ ଆଜି ଆମେ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହୋଇଛୁ - ଏହା ହିଁ ଆମ ପାଇଁ ଗର୍ବର କଥା l ସେତେବେଳେ ଜଣେ ଛାତ୍ର ହିସାବରେ ହୁଏତ ବିଜୟ ସାର୍ ଙ୍କ ସେଇ ନିଷ୍ପତ୍ତିକୁ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲି, କିନ୍ତୁ ଆଜି ଜଣେ ଅଧ୍ୟାପକ ଭାବରେ ସାର୍ ଙ୍କ ସେଇ ନିଷ୍ପତି ଠିକ୍ ଥିଲା ବୋଲି ମୁକ୍ତ କଣ୍ଠରେ ସ୍ବୀକାର କରୁଛି l


ଅବଶ୍ୟ ନିୟମ ଅନୁସାରେ ସାର୍ ଯାହା କହୁଥିଲେ ତହା ଏକବାରେ ଠିକ୍ l ପୁର୍ବରୁ ନୋଟିସ ରେ ବାହାରିଛି ୧୨ ଭିତରେ intimation ବକ୍ସ ରେ ପକାଯିବ ଏଵଂ ସେଇ କଥା Intimation ଲେଟର୍ ରେ ବି ରହିଛି l କିନ୍ତୁ ଭଞ୍ଜର ବୟସ, ହାଫ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଠିଆ ହୋଇ କାନ୍ଦିବାର ଦୃଶ୍ୟ ଖୁବ୍ କରୁଣ ଥିଲା l ସେଇ ଭିତରେ ଗଣ୍ଡଗୋଳ କରିବା ପିଲାଙ୍କ ସଂଖ୍ୟା ବଢି ଯାଇ ୨୦୦ କ୍ରସ୍ କରିସାରିଥିଲl l ଗଣ୍ଡଗୋଳ କରିବା ପାଇଁ ଆସିଥିବା ସମସ୍ତେ ଥିଲେ କଲେଜ ଛାତ୍ର ଆଉ ସମସ୍ତଙ୍କର ଯୁବକ ବୟସ ହେତୁ ରକ୍ତ ବି ଗରମ ଥିଲା l ଧୁମ୍ ଧାମ ଶବ୍ଦ ସହିତ ଗଣ୍ଡଗୋଳ ବଢ଼ି ଚାଲିଥିଲା l


ମୋର ଲକ୍ଷ୍ୟ ଥିଲା ଯେଉଁମାନେ ସବୁ ଇଣ୍ଟିମେସନ ପକାଇଛନ୍ତି ସେଇ ଇଣ୍ଟିମେସନ୍ ଲେଟରରୁ କୌଣସି ପ୍ରକାରରେ କିଛି ଝାମ୍ପି ନେଇଗଲେ କଲେଜ ବାଧ୍ୟ ହୋଇ ପୁଣି ଥରେ ସମସ୍ତଙ୍କ ପାଖକୁ intimation ପଠାଇବ ଆଉ ସେଇ ହିସାବରେ ଭଞ୍ଜ ବି ପୁଣି Intimation ପାଇ ଆସି ଆଡ଼ମିଶନ କରିପାରିବ l କିନ୍ତୁ ଆମେ ଡାଳେ ଡାଳେ ଗଲେ ବିଜୟ ସାର୍ ପତ୍ରେ ପାତ୍ରେ ଯିବା ଲୋକ ଥିଲେ l ସେ ଠିକ୍ ଆକଳନ କରିନେଇଥିଲେ ଆମ ଲକ୍ଷ କଣ l ସେଥିପାଇଁ ସେଦିନ ପଡ଼ିଥିବା ସବୁ Intimation ଲେଟର୍ କୁ ଧରି ସେ ପ୍ରିନସିପlଲ୍ ଙ୍କ ଚାମ୍ବର କୁ ପଳାଇଗଲେ l ଆମେ ବି ତାଙ୍କ ପଛେ ପଛେ ଚାଲିଲୁ l ସେତେବେଳ କଲେଜର ଅଧ୍ୟକ୍ଷ ଥିଲେ ଡ଼କ୍ଟର ପ୍ରଦୀପ୍ତ କୁମାର ଜେଷ୍ଠି l ତାଙ୍କୁ ଆମେ ଘେରାଉ କରିବା ସହିତ କଲେଜର ସବୁ ଅଫିସ୍ କୁ ଧୁମ୍ ଧାମ କରି କବାଟ ବାଡ଼େଇ ବନ୍ଦ କରିଦେଲୁ l ପ୍ରିନ୍ସିପାଲଙ୍କ ରୁମ୍ ଭିତରେ ଆଉ ବାହାରେ ଆମେ ସବୁ ଚକା ପକାଇ ବସିଯାଇ ନାରା ଧରିଲୁ , " ଭଞ୍ଜ ର ଆଡ଼ମିଶନ ଆଗ ହେବ ତାପରେ ଆଉ ଯାହାର l"


ଏଇ ଗଣ୍ଡଗୋଳ ଭିତରେ ପ୍ରିନ୍ସିପାଲ ସାର୍ ଘଟଣା ବିଷୟରେ ପୁରା ଅବଗତ ଥାଆନ୍ତି l ସେ ଏଇ ପରିସ୍ଥିତିରେ କଣ କରିବେ ତାହା ସ୍ଥିର କରିବା ତାଙ୍କ ପାଇଁ ନିଶ୍ଚୟ କଠିନ କାମ ଥିଲା l ଯାହାଙ୍କୁ ଆଡ଼ମିଶନ ଦାୟିତ୍ଵ ଦେଇଛନ୍ତି ସେ ନିୟମ ଅନୁସାରେ ଆଡ଼ମିଶନ ହୋଇ ପାରିବ ନାହିଁ ବୋଲି କହୁଥିବା ବେଳେ ପିଲାମାନେ ଅଲଗା ଜିଦି ଧରି ବସିଛନ୍ତି l ତାଙ୍କ ନିଷ୍ପତି ଯଦି ବିଜୟ ସାର୍ ଙ୍କୁ ସମର୍ଥନ କରି ହେଲା ତେବେ ପିଲାମାନେ ବୁଝିବେନି ଆଉ ଗଣ୍ଡଗୋଳ ବଢ଼ି ଭଙ୍ଗାରୁଜା ସହିତ କଲେଜର ବ୍ୟାପକ କ୍ଷତି ହୋଇପାରେ l ଆଉ ଯଦି ପିଲାଙ୍କ ଜିଦୀ ଆଗରେ ନଇଁ ପଡି ଭଞ୍ଜ ର ଆଡ଼ମିଶନ କରିବାକୁ କହିବେ ତେବେ ଯାହାକୁ ଆଡ଼ମିଶନ ଦାୟିତ୍ଵ ଦେଇଛନ୍ତି ତାଙ୍କ ସମ୍ମାନ ହାନି ହେବା ସହିତ ଆଗକୁ ହୁଏତ କଲେଜରେ କିଛି ନିୟମ କାନୁନ୍ ରହିବନି l ଏମିତି ହରଡ଼ଘଣା ରେ ପଡ଼ିଥିବେ ନିଶ୍ଚୟ ଆମ ସମୟର ପ୍ରିନ୍ସିପଲ ଡ଼କ୍ଟର ଜେଷ୍ଟି ସାର୍ l


ଏମିତିରେ ଆମ କଲେଜ ଓଡ଼ିଶାର ଏକ ପ୍ରତିଷ୍ଠିତ କଲେଜ ଏଥିରେ କୌଣସି ସନ୍ଦେହ ନାହିଁ l ଏଠି ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ଉପେନ୍ଦ୍ର ଚନ୍ଦ୍ର ପଣ୍ଡା l ପରେ ରlମସ୍ୱlମୀ ସେନାପତି, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଅଜୟ କୁମାର ମହାନ୍ତି, ଶାନ୍ତନୁ କୁମାର ଆଚାର୍ଯ୍ୟ, ପ୍ରଦୀପ୍ତ କୁମାର ଜେଷ୍ଠୀ, ରମେଶ ଚନ୍ଦ୍ର ପଟ୍ଟନାୟକ, ମହମ୍ମଦ ମଞ୍ଜୁର ଅଲ୍ଲି ଓ ଶଶି ଭୂଷଣ ମହାନ୍ତିଙ୍କ ପରି ମହାନ୍ ଶିକ୍ଷାବିତ୍ ମାନେ ଏହି କଲେଜର ଅଧ୍ୟକ୍ଷ ଭାବେ କର୍ଯ୍ୟ କରିଛନ୍ତି l ୧୯୬୩ ମସିହାରେ ଆମ କଲେଜ ପ୍ରତିଷ୍ଠା ହେବା ଦିନଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଆମ କଲେଜର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିବା ଅଧ୍ୟକ୍ଷ ମାନଙ୍କ ମଧ୍ୟରୁ କେବଳ ମହମ୍ମଦ ମଞ୍ଜୁର ଅଲ୍ଲିଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ସରକାରୀ କଲେଜର ଅଧ୍ୟାପକ ଭାବରେ ନିଯୁକ୍ତି ପାଇ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ l ସରକାରୀ କଲେଜରୁ ଡେପୁଟେସନ୍ ରେ ଆମ କଲେଜକୁ ଆସି ଏହାର ଅଧ୍ୟକ୍ଷ ହୋଇ ଆମ କଲେଜର ଗରୀମା ବଢ଼ାଇ ଥିଲେ l ସେଇ କେତେଜଣ ବିଶିଷ୍ଟ ଶିକ୍ଷାବିତ୍ ଙ୍କ ପାଇଁ ଆମ କଲେଜ ଓଡିଶାରେ ଏକ ପ୍ରତିଷ୍ଠିତ ବେସରକାରୀ କଲେଜ ଭାବରେ ପରିଗଣିତ ହେଉଥିଲା l ସେତେବେଳ ଏହାକୁ ମିନି ରେଭେନ୍ସା ବୋଲି କୁହାଯାଉଥିଲା l ଆମ କଲେଜର ପ୍ରାଣ ପ୍ରତିଷ୍ଠାତା ଶ୍ରୀପତି ନନ୍ଦ, ବିରେନ୍ ମିତ୍ର ଓ ଜଗତସିଂହପୁର ବାସୀଙ୍କ ଅବଦାନ ପାଇଁ ପାଖାପାଖି ୩୭ ଏକର ଜମିରେ ଆମ କଲେଜ ପ୍ରତିଷ୍ଠା ହେବା ସେ ସମୟରେ ବହୁତ୍ ବଡ଼ କଥା ଥିଲା l ଏମିତିରେ ଆମ କଲେଜ ତା ୨୫/୦୭/୧୯୬୩ ରିଖରେ ଉଦ୍ଘାଟିତ ହେବା ସମୟରେ ମାତ୍ର ୬୪ ଜଣ ବିଜ୍ଞାନ ଶ୍ରେଣୀର ଛାତ୍ରଛାତ୍ରୀ , ୭ ଜଣ ଅଧ୍ୟାପକ ଓ ଦୁଇଜଣ ଅଣ-ଶିକ୍ଷକ କର୍ମଚାରୀରେ ଚାଲିଥିଲା l ପ୍ରତିଷ୍ଠାତା ସମ୍ପାଦକ ଶ୍ରୀପତି ନନ୍ଦ ପ୍ରଥମରୁ ହିଁ ପାଠପଢାର ଉଚ୍ଚମାନ ରକ୍ଷାପାଇଁ ସେତେବେଳେ ସରକାରୀ ମହାବିଦ୍ୟାଳୟର ଅଧ୍ୟାପକମାନେ ଯେତିକି ଦରମା ପାଉଥିଲେ ସେତିକି ଦରମା ଆମ କଲେଜର ଅଧ୍ୟାପକ ମାନଙ୍କୁ ଦେବାର ବ୍ୟବସ୍ଥା କରିଥିଲେ l କେବଳ ସେତିକି ନୁହେଁ, କଲେଜର ଅଧ୍ୟକ୍ଷ ଭାବରେ ସେତେବେଳେ ରେଭେନ୍ସା ମହାବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକଥିବା ପ୍ରଫେସର ଉପେନ୍ଦ୍ର ଚନ୍ଦ୍ର ପଣ୍ତାଙ୍କୁ ଡ଼େପୁଟେସନରେ ନେଇଥିଲେ l ସେ ସମୟରେ ବିଜ୍ଞାନରେ ଅଧିକ ସ୍ନାତକୋତ୍ତର ପାଶ୍ କରିଥିବା ଲୋକଙ୍କ ସଂଖ୍ୟ ଖୁବ୍ ନଗନ୍ୟ ଥିବାରୁ , ଉପଯୁକ୍ତ ଅଧ୍ୟାପକ ପାଇବାପାଇଁ ଆମ ମହାବିଦ୍ୟାଳୟ ତରଫରୁ " The Times of India ", " The Indian Express, ଓ " The Statesman " ଆଦି ସର୍ବଭାରତୀୟ ଇଂରାଜୀ ଖବରକାଗଜ ମାନଙ୍କରେ ବିଜ୍ଞାପନ ଦିଆଯାଇଥିଲା l ଫଳରେ ପଦାର୍ଥବିଜ୍ଞାନରେ ଏମ୍. ବାସବଲିଙ୍ଗମ୍, ରାସାୟନ ବିଜ୍ଞାନରେ ଜି. ଭି. ସୂର୍ଯ୍ୟନାରାୟଣ, ପ୍ରାଣୀବିଜ୍ଞାନରେ ଲଲିତ୍ କୁମାର ସିହ୍ନା ଆଦି ବହୁ ଅଣ ଓଡିଆ ତଥା ଆମ ରାଜ୍ୟ ବାହାରର ଲୋକ ଏଠାରେ ଅଧ୍ଯାପକ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ l


 ବିଗତ କେଇବର୍ଷ ହେଲା କଲେଜରେ ଘଟିଥିବା କିଛି ଘଟଣା, ଦୁର୍ଘଟଣା ଯାହା ଓଡ଼ିଶାର ବିଭିନ୍ନ ଖବରକାଗଜ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆରେ ପ୍ରମୁଖ ଭାବରେ ସ୍ଥାନ ପାଇ ଆମ ମହାବିଦ୍ୟାଳୟର ଇମେଜକୁ ବହୁ ଭାବରେ ନକରାତ୍ମକ ଦିଗକୁ ଟାଣି ନେଇଛି l ଅବଶ୍ୟ ଏମିତି ପରିସ୍ଥିତି ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଘଟୁଛି l କଲେଜ ପ୍ରତିଷ୍ଠା ହେବାର ୬୨ ବର୍ଷ ଏ ଭିତରେ ଗତ ହୋଇଗଲାଣି l ମାତ୍ର ୬୪ ପିଲାରୁ ଆରମ୍ଭ ହୋଇଥିବା ଆମ କଲେଜର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଏବେ ଛଅ ହାଜର ହେବା ସହିତ ଓଡିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି l ଏଇ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ଡ଼କ୍ଟର ଜ୍ୟୋତିର୍ମୟୀ ଦାଶ ବିଜ୍ଞାନରେ ଶାନ୍ତି ସ୍ୱରୁପ ଭଟ୍ଟନାଗର ପୁରସ୍କାର ୨୦୨୦ ପାଇଛନ୍ତି ଏବଂ ପ୍ରତିବର୍ଷ ବହୁ ପିଲା ଓଏଏସ, ଓଜେଏସ, ଡ଼lକ୍ଟର, ସରକାରୀ ଓ ବିଭିନ୍ନ ବେସରକାରୀ କଲେଜରେ ଅଧ୍ୟାପକ/ ଅଧ୍ୟାପିକା ସହିତ ରାଜ୍ୟ o କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇ ଆମ ମହାବିଦ୍ୟାଳୟ ପାଇଁ ଗର୍ବ ଆଣୁଛନ୍ତି l ଏମିତି ବହୁ ଛାତ୍ରଛାତ୍ରୀ ଆଜି ପୃଥିବୀ ବିଭିନ୍ନ ଦେଶ ସହିତ ଭାରତରେ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି ଓ ଆଗକୁ ହେଉଥିବେ ମଧ୍ୟ l


ଶ୍ରୀଯୁକ୍ତ ଶାନ୍ତନୁ କୁମାର ଆଚାର୍ଯ୍ୟ ଆମ କଲେଜର ଅଧ୍ୟକ୍ଷ ଭାବେ ଯୋଗ ଦେବା ପୁର୍ବରୁ ବର୍ଷେ ବା ଦୁଇବର୍ଷ ପାଇଁ ଏଠାରେ ବ୍ୟାପକ କପି ହେଉଥିବା ଅଭିଯୋଗ ଉଠିଛି l ସେ ଏଠାରେ ପାଖାପାଖି ସାଢେ଼ ପାଞ୍ଚ ବର୍ଷ ( ୧୯୮୩ ରୁ ୧୯୮୮ ) ଧରି ଅଧ୍ୟକ୍ଷ ରହି ଆମ ଅସଜଡା ହୋଇପଡ଼ିଥିବା କଲେଜକୁ ଠିକ୍ ବାଟକୁ ଆଣିଥିଲେ l କଲେଜ ଇତିହାସ ସମ୍ବନ୍ଧରେ ଏଇ ନିମ୍ନ ଲେଖା ପଢ଼ିଲେ ଆପଣ ମାନେ ବହୁ କଥା ଜାଣି ପାରିବେ l 👎


https://www.facebook.com/share/p/iY2ZrdKADboDvz3K/?mibextid=oFDknk


https://www.facebook.com/share/p/WZkvPup9wopujcu5/?mibextid=oFDknk


https://www.facebook.com/share/p/5m37BhAaUK3hrKjZ/?mibextid=oFDknk


ଶାନ୍ତନୁ କୁମାର ଆଚାର୍ଯ୍ୟ ସାର୍ ଙ୍କ ପରେ ପରେ ହିଁ ଆମ କଲେଜକୁ ଅଧ୍ୟକ୍ଷ ହୋଇ ଆସିଥିଲେ ଡ଼. ଜେଷ୍ଠୀ l ପରବର୍ତ୍ତୀ ସମୟରେ ସେ ଉଚ୍ଚ ଶିକ୍ଷା ବିଭାଗର ଡାଇରେକ୍ଟର ପଦବୀ ବି ମଣ୍ଡନ କରି ଅବସର ଗ୍ରହଣ କରିଥିଲେ l ସେଦିନ ଗଣ୍ଡଗୋଳ ଭିତରେ ସେ କିଛି ସମୟ ଚିନ୍ତା କରି ସେଇଠି ନିଷ୍ପତି ନେଲେ ଯେ," ଆଜି ହେଉଛି ଶୁକ୍ରବାର, ଆସନ୍ତା ରବିବାର ଦିନ ଦୁଇଟlରେ କଲେଜ ଆଡ଼ମିଶନ କମିଟିର ବୈଠକ ବସିବ l ସେଇଠି ହିଁ ନିଷ୍ପତି ହେବ ଭାଞ୍ଜର ଆଡ଼ମିଶନ ବିଷୟରେ l ସେଠି ନିଷ୍ପତି ହେବା ପର୍ଯ୍ୟନ୍ତ ଆଡ଼ମିଶନ ବନ୍ଦ ରହିଲା l ଯେଉଁମାନେ ଆଜି ଆଡ଼ମିଶନ ପାଇଁ ଆସିଛନ୍ତି ତାଙ୍କୁ ପୁଣି କଲେଜ ତରଫରୁ Intimation ଲେଟର୍ ପଠାଯାଇ କେବେ ଆଡ଼ମିଶନ ହେବ ଜଣାଇ ଦିଆଯିବ l ଆଡ଼ମିଶନ କମିଟି କହିଲେ ଏହାର ସଭ୍ୟ ହେଉଛନ୍ତି ଆଡ଼ମିଶନ ଦାୟିତ୍ୱରେ ଥିବା ଅଧ୍ୟାପକ ଅଧ୍ୟାପିକା ଏବଂ ସବୁ ବିଭଗର ବିଭାଗୀୟ ମୁଖ୍ୟମାନେ l ଏହାର ଅଧ୍ୟକ୍ଷ ହେଉଛନ୍ତି ନିଜେ ପ୍ରିନସିପlଲ୍ l ସେଦିନ ଏହି ନିଷ୍ପତି ହେବା ପରେ ଆମେ ସବୁ ଧାରଣାରୁ ଉଠିଲୁ ଏଵଂ ଆଡ଼ମିଶନ ପାଇଁ ଆସିଥିବା ଛାତ୍ର ଛାତ୍ରୀ ତଥା ସେମାନଙ୍କ ଅଭିଭାବକ ମାନଙ୍କ ସହିତ ଭଞ୍ଜ ବି ଫେରିଗଲା ନିଜ ଘରକୁ l ( କ୍ରମଶଃ ........)


ପ୍ରଥମ ଭାଗ ଲେଖା 👎


https://www.facebook.com/share/p/ZYK6p8nySQiMGiaF/?mibextid=oFDknk



Rate this content
Log in

Similar oriya story from Classics