STORYMIRROR

Pranati Mahapatra

Action Inspirational

3  

Pranati Mahapatra

Action Inspirational

ଚେନାଏ ହସ

ଚେନାଏ ହସ

1 min
214


ଜୀବନର ପ୍ରତିଟି ମୂହୁର୍ତ୍ତ ଦୁଃଖର ମହାସମୁଦ୍ରରେ ପହଁରି ପହଁରି ସୁଖକୁ ଖୋଜୁଥବା ବେଳେ, ଯନ୍ତ୍ରଣାର ଯଜ୍ଞ ବେଦୀରେ ତିଳତିଳ କରି ଜଳି ଆଉଟି ହୋଇ ବି,ବିନା ପ୍ରତ୍ୟାଶାରେ ଅନ୍ୟକୁ ଯଥାସମ୍ଭବ ସାହାଯ୍ୟ ସହଯୋଗ ତଥା ଅନ୍ୟର ଦୁଃଖକୁ ଗଣ୍ଠିଲି କରି ବାଟ ଚାଲି ଚାଲି, ଜୀବନ ସାରା ନିନ୍ଦା, ଅପବାଦ, ପ୍ରତାରଣା, ଛଳନା,ଅବହେଳାର ମୁକୁଟ ପିନ୍ଧି ପିନ୍ଧି ଆଉ ପରାଜୟ ବରଣ ନ କରି ସଗର୍ବରେ ମଥାଟେକି ଚାଲି ଚାଲି ଥକି ଯାଇ ଶୋଇ ପଡିଛି ମହାନିଦ୍ରାରେ ଓଠ କୋଣରେ ଚେନାଏ ହସ ରଖି।

ବିଚରା ହୋଇନାହିଁ କିନ୍ତୁ କାହା ପାଖରେ। 

ପଥସାରା କଣ୍ଟା ସଫା କରି କରି କେତେବେଳେ ଯେ କଣ୍ଟକିତ ହୋଇଯାଇଛି ନିଜେ ବି ଜାଣି ପାରି ନାହିଁ। ତଥାପି ମିଶୁ ମୋର ଦେହ ଏ ଦେଶ ମାଟିରେ ଅହରହ ପାଳନ କରିଆସିଛି ନିଜ କର୍ମମୟ ଜୀବନରେ।

ଦୁଃଖ କଷ୍ଟର ଅଗ୍ନିଦାହ ମଧ୍ୟେ ମାନବ ଜୀବନ ଜାଜ୍ଜ୍ଵଲ୍ୟମାନ ହୁଏର ମହାମନ୍ତ୍ର ଧାରଣ କରି ଦାହ ହୋଇ ଯାଇଛି ନିଜେ।ସମସ୍ତଙ୍କ ଓଠରେ ପ୍ରଶଂସା ପାଇବା ପାଇଁ ନୁହେଁ ପ୍ରଶଂସିତ କରିବା ପାଇଁ ଦୁର୍ବାର ଚେଷ୍ଟା ଅବ୍ୟାହତ ରଖି ଦୁର୍ଗତ ମାନବର ବନ୍ଧୁ ଭଳି ସବୁକିଛି ତ୍ୟାଗ ଭିତରେ ଭୋଗ୍ୟ ହୋଇଯାଇ କେତେବେଳେ ନିଶ୍ଚିହ୍ନ ହୋଇ ଯାଇଛି।

ନିଷ୍ଠୁର ସତ୍ୟ ଆଜି ସାମ୍ନାରେ ଦେଖିବାକୁ,ଉପଲବ୍ଧି କରିବାକୁ ଆଉ ନାହିଁ ସେ ।

କି ଦୁଃଖ !ଗରମ ରଡ଼ ନିଆଁ ରେ ରସ ହାଣ୍ଡିରେ ଗବଗବ ହୋଇ ଫୁଟି ଅନ୍ୟର ଉଦର ଶାନ୍ତ କରିଛି।ବାରମ୍ବାର କ୍ଷତାକ୍ତ ହୋଇ ଉତ୍ତମ ଫସଲ ଦେଇ ଦେଖେଇ ନାହିଁ ତା କ୍ଷତାକ୍ତ ଶରୀର।ଅନ୍ୟ ଦେହରଲାଜ ଢାଙ୍କିବାକୁ ଯାଇ ନିଜେ ହାରିନାହିଁ,ହରେଇ ଦେଇଛି।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action