ବୁଦ୍ଧିଆ ମଉସl
ବୁଦ୍ଧିଆ ମଉସl
ରାକେଶ ପୁରୀରୁ କଟକ ଯିବାପାଇଁ ସନ୍ଧ୍ୟା ରେ ଟ୍ରେନ୍ ରେ ଉଠିଲା | ଟ୍ରେନ ଖାଲି ଖାଲି ଥିଲା | ସେ ଗୋଟେ ବର୍ଥ ରେ ବସି ପଡିଲା ଓ ମୋବାଇଲ ଦେଖିବାକୁ ଲାଗିଲା | ଟ୍ରେନ ଚାଲିଲା , ଥଣ୍ଡା ପବନରେ ତାର ଆଖି ଲାଗିଗଲା | ସ୍ୱପ୍ନରେ ସେ ଦେଖିଲା ତା ପାଖରେ ଜଣେ ବୁଢା ମଉସl ବସିଛନ୍ତି | ସେ ଦୁଃଖରେ କହିଲେ ପୁଅରେ , ମୋ ନାଁଆ ବୁଧିଆ ସାହୁ, ଘର ଡେଲାଙ୍ଗ ମୋ ପୁଅମାନେ ମୋ ଅସ୍ତି ନେଇ ପକାଇବାକୁ ଆଲ୍ହାବାଦ ଯାଉଥିଲେ ହେଲେ, ଅସ୍ଥି ବ୍ୟାଗ ଗାଡ଼ିରେ ଭୁଲିଗଲେ | ତତେ ଗୋଟେ ଅନୁରୋଧ କି ତୁ ଏ ବ୍ୟାଗ କୁ ଟିକେ ଆଲ୍ହାବାଦ ପଠାଇଦେ , ବ୍ୟାଗଟା ଉପର ବର୍ଥ ରେକଡ଼କୁ ପଡିଛି | ରାକେଶ ର ଛାଇନିଦ ଟା ଧଡ଼ କରି ଭାଙ୍ଗି ଗଲା | ସେ ଉଠି ଚାରିଆଡ଼କୁ ଦେଖିଲା ପାଖରେ କେହି ନଥିଲେ , ତା ମୁଣ୍ଡ ଝିମ ଝିମ କରୁଥିଲା | ସେ ଟିକେ ପାଣି ପିଇଲା ପରେ ଉପର ବର୍ଥ କୁ ଉଠି ଦେଖିଲା ଗୋଟେ ଛୋଟ ବ୍ୟାଗ ପଡିଛି | ତାକୁ ଟିକେ ଡର ଲାଗିଲା , କିଛି ସମୟ ପରେ ଟିଟି ଆସିଲେ ସେ ଟିକେଟ ଦେଖାଇଲା ଓ ସବୁ କଥା କହିଲା | ଟିଟି କହିଲେ ହଉ ଦେଖିବା ଆଲ୍ହାବାଦ ଲୋକ ମିଳିଲେ ତାଙ୍କୁ ଦେଇଦେବl |ଭୁବନେଶ୍ୱର ରେ କିଛି ଲୋକ ଆସିଲେ ହେଲେ କିଏ ସେ ଅସ୍ଥି ନେବା ପାଇଁ ରାଜି ହେଲେନି | ରାକେଶ କୁ ବହୁତ ଖରାପ ଲାଗୁଥାଏ ଏହା ପରେତ କଟକ ଆସିଯିବ ସେ କଣ କରିବ ? ଆଲ୍ହାବାଦ ଯାଉଥିବା ଲୋକଙ୍କୁ ସେସବୁ କହିଲା ଓବ୍ୟାଗ ଦେଖାଇଲା ,ସେମାନେ ଟିକେ ଡରିଗଲେ କିନ୍ତୁ ଅସ୍ଥି ନେବାକୁ ରାଜି ହେଲେନି | ଠିକ ଏତିକି ବେଳେ ତାସାଙ୍ଗ ରମେଶ ତାକୁ ଫୋନକଲା ଓ କହିଲା ଆରେ ଟିକେ ଷ୍ଟେସନ ଆ | ମୁଁ ବାପା ଙ୍କ ନ ଅସ୍ଥି ନେଇ ବିସର୍ଜନ ପାଇଁ ଆଲ୍ହାବାଦ ଯାଉଛି | ରାକେଶ ଖୁସି ହୋଇଗଲା ତାକୁକହିଲା ଆରେ ତୋ ବର୍ଥ ନଂ କେତେ ? ସେ ଯାହା କହିଲା ତାକୁ ଶୁଣି ରାକେଶ ଦେହରେ କରେଣ୍ଟ ଦୌଡ଼ି ଗଲା | କାରଣ ସେ ବ୍ୟାଗ ଥିବା ବର୍ଥ ଟl ରମେଶ ର ଥିଲା | କଟକ ପ୍ଲlଟ ଫର୍ମରେ ରାକେଶ ଓ ରମେଶ ଦେଖା ହେଲେ ,ରାକେଶ ରମେଶ କୁ ସବୁ କହି ସେ ବ୍ୟlଗ ଦେଖାଇ ଦେଲା ଓ କହିଲା ତା ପୁଅ ମାନେ ଯଦି ମିଳିଗଲେ ତ ଭଲ କଥା ନହେଲେ ଗଙ୍ଗାରେ ବିସର୍ଜନ କରିଦେବ | ଦିଜଣ ମିଶି ସେ ବ୍ୟାଗ ଦେଖିଲେ ସେଥିରେ ତା ପୁଅର ଠିକଣା ଓ ଫୋନ ନମ୍ବର ମିଳିଲା | ରାକେଶ କଥା ହେଲା ତାଙ୍କ ସହିତ ଓ ତା ବାପାଙ୍କ ଅସ୍ଥି | ରମେଶ ଠାରୁ ନେବାକୁ କହିଲା | ଗାଡି କଟକ ଛାଡିଦେଲା ରାକେଶ ଓହ୍ଲାଇଗଲା ଗାଡ଼ିରୁ ,ହେଲେ ବୁଦ୍ଧିଆ ମଉସl ଙ୍କ କଥା ତା ମନରେ ରହିଗଲା ଚିରଦିନ |

