ବର୍ଣ୍ଣବୋଧ
ବର୍ଣ୍ଣବୋଧ


ସେଦିନ ସରୋଜ ବିଦ୍ଯାଳୟରେ ପହଞ୍ଚି ଆଖିରୁ ଲୁହ ଗଡେ଼ଇ ବସିଲା। ତାର ଲୁହ ଦେଖି ତାର ସାଙ୍ଗ ଚଗୁଲୁ ଦୌଡି଼ ଆସି କହିଲା,"ଗୁରୁଜୀ ! ସରୋଜ କାନ୍ଦୁଛି।" ଏ କଥାକୁ ଶୁଣି ଗୁରୁଜୀ ସରୋଜର ପାଖକୁ ଯଥାଶୀଘ୍ର ଯାଇ କହିଲେ,"ବାପା ! କାନ୍ଦିବାର କାରଣ କ'ଣ କି?" ସରୋଜ ନିଜର କୋହକୁ ସମ୍ଭାଳି ନ ପାରି ଆହୁରି ଜୋରରେ କାନ୍ଦି ଉଠିଲା। ସେ ନିଜ ଲୁହରେ ପୂରା ଗୋଧୋଇ ପଡି଼ଲା ତ ଗୁରୁଜୀ ମୁଣ୍ଡ ଆଉଁସି ଗେଲ କରି ଅତି ସ୍ନେହରେ କହିଲେ,"ବାପା ! କୌଣସି ଭୟର କାରଣ ନାହିଁ। ତୁ ଏବେ ନିଜର ସମସ୍ଯାଟି କହିବୁ ତ ଯଥାଶୀଘ୍ର ସମାଧାନର ବାଟ ବାହାର କରିବା। ସରୋଜ ନିଜର ଲୁହକୁ ପୋଛି ପକେଇ କହିଲା,"ଗୁରୁଜୀ ! ବାପା ମୋତେ ଆଜି ଗଧ କହିଲେ। ମୁଁ କୁଆଡେ଼ ପାଠ ପଢି଼ବାକୁ ଅସମର୍ଥ ଓ ମହାମୂର୍ଖ ଅଟେ। ଓଡି଼ଆ ଜାତି ଓ କୁଳରେ ଜନ୍ମ ନେଇ ବି ମୋତେ ଓଡି଼ଆ ଭାଷା ଜଣା ହିଁ ନାହିଁ। ଏହି କଥା ଶୁଣି ମୋର ଦେହ ଓ ମନ କୋରି ହୋଇ ଯାଉଛି। ମୁଁ କେମିତି ଭଲ ପଠ ପଢି଼ବି ଆଜି ହିଁ ଆପଣ ମୋତେ ବତେଇ କୁହନ୍ତୁ।" ଗୁରୁଜୀ ଦେଖିଲେ ସରୋଜ ଆଜି ଶକ୍ତ ଧକ୍ଖା ପାଇଛି ତେଣୁ ପଢି଼ବାର ଅଭିଳାଷ ମନ ଓ ହୃଦୟ କୋଣରେ ଜାଗ୍ରତ ହୋଇଛି। ସରୋଜ ପଞ୍ଚମ ଶ୍ରେଣୀରେ ପଢେ଼। ତାକୁ ଓଡି଼ଆ ଅକ୍ଷର ସୁଦ୍ଧା ଭଲକି ଜଣା ନାହିଁ। ସବୁଦିନ ବିଦ୍ଯାଳୟକୁ ଆସି ଭାତ,ଅଣ୍ଡା ଡାଲମା ଓ ସୋୟାବଡି଼ ତରକାରୀ ଖାଇ ଘରକୁ ଯାଉଛି। ତାକୁ ଯେତେ ବୁଝାଇଲେ ସୁଦ୍ଧା ବୁଝେ ନାହିଁ କି ଶୁଣେ ନାହିଁ। ବିଲକୁଲ ଜ୍ଞାନ ଦାସର ଅଭାବରୁ। ଆଜି ଅଚାନକ ମୁଣ୍ଡରେ ଅକାଳ ଚଡ଼କ ପଡି଼ଛି ତ ବୋଧହୁଏ ଏବେ ସଠିକ୍ ରାସ୍ତାରେ ଚାଲିବ।
ଗୁରୁଜୀ ସରୋଜକୁ ଗୋଟିଏ ବର୍ଣ୍ଣବୋଧ ବହି ଧରାଇ ଦେଇ କହିଲେ,"ବାପା ! ଦେଖ ତ ଏଠାରେ ଓଡି଼ଆ ଅକ୍ଷର କେମିତି ସୁନ୍ଦର ଭାବରେ ପ୍ରାବନ୍ଧିକ ୰ମଧୁସୂଦନ ରାଓ ସଜେଇକି ରଖିଛନ୍ତି। ଅ'ଅକ୍ଷର ଠାରୁ କ୍ଷ'ଅକ୍ଷର ଯାଏ। ଏହି ଅକ୍ଷର ସମୂହକୁ ଦୁଇ ଭାଗ କରି ଦେଇଛନ୍ତି। ଦ୍ବିତୀୟ ପୃଷ୍ଠାରେ ସ୍ବରବର୍ଣ୍ଣ ଯାହା ଅ'ଠାରୁ ଔ'ଅକ୍ଷର ଯାଏ ଲିପିବଦ୍ଧ ହୋଇଅଛି ପୁଣି କ'ଅକ୍ଷର ଠାରୁ କ୍ଷ'ଅକ୍ଷର ଯାଏ ବ୍ଯଞ୍ଜନ ବର୍ଣ୍ଣ ଯୋଡା଼ ଯାଇଛି। ସେ ଆଡ଼କୁ ଦେଖ ତ ତୃତୀୟ ପୃଷ୍ଠାରେ ଅବନା ଅକ୍ଷରରେ ଯୋଡା଼ ହୋଇଛି ଯଥା-ଅଖ,ଆଈ ଓ ଓଟ ପରି ଅନେକ ଶଦ୍ଦ।" ଟିକିଏ ରହି ପୃଷ୍ଠା ଓଲଟାଇ ଗୁରୁଜୀ କହିଲେ,"ବାପା ! ଚତୁର୍ଥ ପୃଷ୍ଠାରେ ଲିପିବଦ୍ଧ ଆ'କାର ଯୋଗ ଯଥା-କାମ,ଜାଳ ଓ ପଣା ପରି ଅନେକ ଶଦ୍ଦ। ପଞ୍ଚମ ପୃଷ୍ଠାରେ ଲେଖା ଯାଇଛି ହ୍ରସ୍ବ ଇ'କ
ାର ଯୋଗ ଯଥା-ଚକି,ଜିଆ ଓ ମଣି ପରି ଅନେକ ଶଦ୍ଦ। ଷଷ୍ଠ ପୃଷ୍ଠାରେ ଦୀର୍ଘ ଈ'କାର ଯୋଗ ଯଥା-ବୀଣା,ବୀର ଓ ବାଣୀ ପରି ଆହୁରି କେତେକ ଶଦ୍ଦ। ସପ୍ତମ ପୃଷ୍ଠାରେ ହ୍ରସ୍ବ ଉ'କାର ଯୋଗ ଯଥା-ଶିଶୁ,ମୁନି,ଓ ତରୁ ପରି ଶଦ୍ଦ। ଅଷ୍ଟମ ପୃଷ୍ଠାରେ ଲିପିବଦ୍ଧ କି ଦୀର୍ଘ ଊ'କାର ଯୋଗ ଯଥା-କୂପ,ମୂକ ଓ ଶୂଳ ପରି ଶଦ୍ଦ ପୁଣି ଋ'କାର ଶଦ୍ଦ ମଧ୍ଯ ଏହି ଅଷ୍ଟମ ପୃଷ୍ଠାରେ ଲେଖି ଦେଇଛନ୍ତି। ନବମ ପୃଷ୍ଠାରେ ଲିପିବଦ୍ଧ ଏ'କାର ଯୋଗ ଯଥା ମେଘ,ମେଷ ଓ ଶେଣି ଓ ଐକାର ଯୋଗରେ ଯଥା-ତୈଳ,ନୈଶ ଓ ଶୈବ ପରି ଶଦ୍ଦ। ଦଶମ ପୃଷ୍ଠାରେ ଲିପିବଦ୍ଧ ଓ'କାର ଯୋଗ ଯଥା-ଘୋର,ଭୋଗ ଓ ସୋମ ପରି ଶଦ୍ଦ ପୁଣି ଏହି ପୃଷ୍ଠାରେ ମଧ୍ଯ ଔ'କାର ଯୋଗ ହୋଇଛି ଯଥା-ଗୌର,ଶୌଚ ଓ ଗୌରବ ପରି ଅନେକ ଶଦ୍ଦ।"
ଗୁରୁଜୀ ଟିକିଏ ଅଟକି ଗଲେ ଆଉ କହିଲେ,"ବାପା ! ଆମକୁ ଏହି କ୍ରମରେ ନିତି ଶିକ୍ଷାଲାଭ କରିବାକୁ ହେବ ଯେମିତି ଗରମ ଭାତକୁ ମଝିରେ ଧରି ପକେଇଲେ ହାତ ଜଳିଯାଏ ଠିକ ସେହିପରି କୌଣସି ବି ପାଠକୁ ମଝିରୁ ହାତ ମାରିବ ତ କୌଣସି ସୁଫଳ ମିଳିବ ନାହିଁ। ତୁ ଆଜି ବାପାଙ୍କର ଏହି ଗଧ ଶଦ୍ଦରେ ମର୍ମାହତ ହୋଇଛୁ। ଏହାକୁ ଯଦି ଅନେକ ଦିନରୁ ବୁଝି ପାରିଥାନ୍ତୁ କି ପାଠ ହିଁ ବାଟ ବତାଏ ତେବେ ଏହି ଓଡି଼ଆ ବର୍ଣ୍ଣବୋଧ ବହିକୁ ଶିକ୍ଷାଲାଭ କରି ସାରି ଦେଇଥାନ୍ତୁ। ଏହି ବହିଟି ଏପରି ଏକ ଅମୂଲ୍ଯ ସମ୍ପଦ ଯାହା ଜଣେ ଶିକ୍ଷାଲାଭ କରିବ ତ ତାର ଓଡି଼ଆ ସାହିତ୍ଯ ଜ୍ଞାନ ବଢି଼ଯିବ ଆଉ କୌଣସି ଶ୍ରେଣୀରେ ବି ଭଲ ନମ୍ବର ରଖି ପାଶକରି ପାରିବ।" ଏଥର ସରୋଜ କହିଲା,"ଗୁରୁଜୀ ! ଏହି ବର୍ଣ୍ଣବୋଧ ବହିକୁ ଏବେଠୁ ଶିକ୍ଷାଲାଭ କରିବି ଆଉ ଗଧ ଶଦ୍ଦ ଯେମିତି ମୋ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କେହି ବି କରି ପାରିବେ ନାହିଁ।" ଏ କଥା ଶୁଣି ଗୁରୁଜୀ ସରୋଜର ମୁଣ୍ଡ ଆଉଁସି ଦେଲେ ଆଉ କହିଲେ,"ସରୋଜ ! ଆଜି ପାଇଁ ଏତିକି ଥାଉ ଆର ଥରକୁ ଏଗାର ପୃଷ୍ଠାରୁ ପଢି଼ବା ଯାହା ବିବିଧ ପାଠ। ସବୁ ଅକ୍ଷରର ମିଳନ ସ୍ତମ୍ଭ ମାତ୍ର ଅବନା ଓ ଯୋଗର ସମ୍ମିଶ୍ରଣ ଥିବ।" ସରୋଜର ହୃଦୟରେ ଆନନ୍ଦର ଲହଡି଼ ଖେଳିଗଲା। ସେ ଆର ଥରକୁ ବଡ଼ ଉତ୍କାଣ୍ଠାର ସହ ଅନେଇଁ ରହିବାକୁ ଗୁରୁଜୀଙ୍କ ସମ୍ମୁଖରେ ଶପଥ କଲା। ଗୁରୁଜୀ ସରୋଜର ମୁଣ୍ଡ ଆଉଁସି ବିଦ୍ଯାଳୟରୁ ଚାଲିଗଲେ ଅଥଚ ଅନ୍ଯସବୁ ଛାତ୍ରଛାତ୍ରୀ ମଧ୍ଯ ହୃଦୟ କୋଣରେ ଶପଥ ନେଲେ କି ସେମାନେ ମଧ୍ଯ ବର୍ଣ୍ଣବୋଧ ବହିକୁ ପଢି଼ ଶିକ୍ଷାଲାଭ କରିବେ।