STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ବୋଉର ଶେଷ ଉପହାର

ବୋଉର ଶେଷ ଉପହାର

3 mins
235

  ଦାଣ୍ଡ କବାଟ ବାଡେଇ ରେବାରେ ରେବାରେ ଡାକ ଶୁଣି ତଳକୁ ଦଉଡି ଗଲେ ସେ । ଏତ ବାପାଙ୍କ ଡାକ । ତରତର ରେ କବାଟ ଫିଟାଇ ବାପା ଓ ବୋଉ ଦୁହିଁଙ୍କୁ ଦେଖି ଚମକୃତ ହେଲେ ରେବା । ଆସ ଆସ ବାପା ଭିତରକୁ ଆସ । ନାହିଁରେ ମାଆ, ରୁକୁଣା ରଥ ରେ ଆସିଛି, ଏହି ରଥ ପରା ଅଣଲେଉଟା ଆଉ ଭିତରକୁ ଯିବି କଣ? ବୋଉକୁ ନେବା ପାଇଁ ଆସିଥିଲି । ହଁ ହଁ ବାପା ବୋଉ ସବୁବେଳେ ତୁମ କଥା ପଚାରୁଛି । ତୁମେ କାହା ପାଖେ ଅଛ?କୋଉଠି ଅଛ ଇତ୍ୟାଦି । ତୁମକୁ ଝୁରି ଝୁରି ଦେଖୁନ କେମିତି କଣ୍ଟା ହେଲାଣି ତା ଅବସ୍ଥା । ତାକୁ ବରଂ ତୁମେ ନେଇଗଲେ, ସାଙ୍ଗ ହୋଇ ରହିଲେ ସେ ଶାନ୍ତି ପାଇବ । ହଁ ମାଆ ଦୁଇ ଦୁଇ ଥର ତାକୁ ନେବାକୁ ଆସିଲିଣି ତୁମେ ମାନେ ତ ତାକୁ ଏମିତି ଜଗି ରଖିଛ, ମୁଁ ଖାଲି ହାତରେ ଫେରୁଛି । ଏଥର ଯେମିତି ହେଲେ ନେଇଯିବି ପମା କୁ ।


   ବାପା ସବୁଦିନେ ଏମିତି । ଏତେ ବୟସ ରେ ମଧ୍ୟ ବୋଉ କୁ ସ୍ନେହ ଶ୍ରଦ୍ଧା ଦେବାରେ କେବେ କାର୍ପଣ୍ୟ କରନ୍ତି ନାହିଁ । ବୋଉ କୁଆଡେ ଟିକେ ଯାଇଥିଲେ, କହିବେ ରହ ବୋଉଟା ଆସୁ ଭାତ ବାଢିବ । ହସି ପକାଏ ମନେ ମନେ, ମୁଁ ରେବା । ମୋ ନାମ ତ ବାପାହିଁ ଦେଇଛନ୍ତି ରେବା ବୋଲି, ଆଉ କଲିଂ ବେଲ ଥିଲେ ବି ରେବାରେ ରେବାରେ ଡାକ ଛାଡ଼ନ୍ତି । ତାଙ୍କର କାହା ଉପରେ ମାନ ଅଭିମାନ, ରାଗ ନାହିଁ ଅନ୍ତରରେ । ଉପରକୁ ନଡ଼ିଆ ଭଳି ସିନା ଭିତରେ ପଇଡ଼ ପାଣି ମୋ ବାପା । ସତରେ ମୋ ବୋଉଟା କପାଳିଆ । ଯାଉ ଯାଉ ବୋଉ ତୁମ ସହ, କହିବାରୁ ବୋଉ ଚାହିଁଲା ମୋ ମୁହଁ କୁ । କହିଲା ତୁମେ ଛାଡିଲେ ତ ଯିବି??


  ବାପା ସେହି ତଳୁ ଦେଖିନେଲେ ଠାକୁର ଘରେ ଜଳୁଥିବା ଅଖଣ୍ଡ ଦୀପ । କହିଲେ ମାୟା,ମମତା, ସ୍ନେହ ବନ୍ଧନ ଡୋରି କାଟିଲେ ତ ବୋଉ ଯିବ?? ମୁହଁ ଉପରେ କହୁଛ ଭିତରେ ମୋହ ରଖୁଛ । ତାକୁ ଟିକିଲି,ନେଲପଲିସ, ସହିତ ଝୁଣ୍ଟିଆ ପିନ୍ଧେଇ ବନ୍ଧନ ରଜ୍ଜୁ ମଜଭୂତ କରୁଛ, ଭୁଲି ଯାଉଛି ସେ ମତେ । ଚାହିଁଲେ ବି ଯାଇପାରୁନି ତୁମ ମାନଙ୍କ ମାୟା ମୋହ କାଟି । ସେଥର ଆଇ । ସି । ୟୁ ରେ ପକେଇଥିଲ ଯେ, ହାତରୁ ଖସିଗଲାଣି ସାଳାଇନ ପାଇପ, ମୁହଁରୁ ଖସି ଗଲାଣି ଅକ୍ସିଜେନ ପାଇପ । ସେତିକିବେଳେ ମୁଁ ଯାଇ ଇସାରା ନଦେଇଥିଲେ ବୋଉ ଅବସ୍ଥା କଣ ହୋଇଥାନ୍ତା!ମୋ ଡାକ ଶୁଣି କିଏ ଡାକୁଛି କହି ଉଠିପଡ଼ିଲ ଦୁଇ ଭଉଣୀ ବୋଲି ବୋଉ ରକ୍ଷା ପାଇଗଲା ହେଲେ ଆଜି ଭାବୁଛି କେଡେ ବଡ଼ ଭୁଲ କଲି ମୁଁ ସେଦିନ, ବୋଉକୁ ସଙ୍ଗରେ ଆଣିବା ସୁଯୋଗ ହରାଇ । ଏବେ ବୋଉ ତା ପାରୁପର୍ଯ୍ୟନ୍ତ ଚାଲୁଛି, ବୁଲୁଛି ବୋଲି ବୋଉ ବୋଉ ହଉଛ ପଡିକି ରହିଥିଲେ କେତେ କରନ୍ତ କିଏ???ଆସ ଆସ ପମା, ଯିବା ।


  ବାପାଙ୍କ କଥା ଶୁଣି ଭୂଇଁରେ ନଖରେ ଗାର ଟାଣୁ ଟାଣୁ, ମନେ ପକାଉଥିଲି ସେଦିନ କଥା । ବୋଉତ ସବୁବେଳେ କୁହେ, ବଞ୍ଚିଥିଲେ ନଦିଅନ୍ତି ତୁଣ୍ଡେ, ମରିଗଲେ ଦିଅନ୍ତି ବେଣା ମୁଣ୍ଡେ । ସତରେ କିଛି ନକରି ନଧରି ଖାଲି ଦିଅଁ ଙ୍କୁ ଡାକିଲେ କଣ ହେବ??ଯିଏ ଯାହା କପାଳ ଲିଖନ ଧରି ଜନ୍ମ ହୋଇଛି । କର୍ମ କରି ତାକୁ ହୁଏତ ବଦଳାଇ ହେବ । ଠାକୁର ନିଜେ ଯାହା ଥରେ ଲେଖିଛନ୍ତି, ତାକୁ କିଏ ବଦଳାଇବ!


  ବାପା ବୋଉ ଦୁହେଁ ବାହାରିଲେ, ଯେତେ ଅଟକାଇଲେ ବି ଶୁଣିଲେନି, ବାପା ବ୍ୟସ୍ତ ହେଉଥିଲେ, ବୋଉର ମୋ ସହ ଯିବାରେ ତୁମେ ମାନେ ଆଉ ପ୍ରତିବନ୍ଧକ ସାଜନା । ଦେଖୁଛି ମୋ ଦ୍ୱାରା କଣ କରାଯାଇ ପାରିବ । ଭିତରକୁ ଥରେ ଆସ ବାପା, ବୋଉର ଭଗ୍ନ ସ୍ୱାସ୍ଥ୍ୟ, କେମିତି ଯିବ ସେ?? ସେ ଠିକ ସମୟରେ ଠିକଣା ଜାଗାକୁ ଯିବ କହି ବାପା ବୋଉର ହାତ ଭିଡ଼ିନେବା ପୂର୍ବରୁ ବୋଉ ଉପହାର ପୁଡିଆ ଟି ବଢ଼ାଇ ଦେଇ ଚାଲି ଯାଉ ଯାଉ କହୁଥିଲା, ଅମୁଲ୍ୟ ଦରବ, ସାଇତି ରଖିବୁ । ମୁଁ ଖୋଲି ଦେଖୁ ଦେଖୁ, ଝୁଣ୍ଟିଆ ହଳେ । ଖୁସିରେ ଗଦଗଦ ହୋଇ ଦଉଡି ଗଲା ବେଳକୁ ବାପା ବୋଉ କେହି ନଥିଲେ ।


   ନିଦ ଭାଙ୍ଗି ଯାଇଥିଲା । ସ୍ୱାମୀ, ବଜାରରୁ ଫେରି ରେବାଙ୍କ ହାତକୁ ବଢ଼ାଉ ଥିଲେ ତାଙ୍କ ବରାଦ ଝୁଣ୍ଟିଆ, ଅବିକଳ ସେହି ନକଲ । କୋଉଠୁ ପାଇଲ ପ୍ରଶ୍ନ ର ଉତ୍ତରରେ ସ୍ୱାମୀ କହୁଥିଲେ କୋଉଠୁ ପାଇବି କଣ? କିଣି ଆଣିଲି ସତ୍ୟ ମୋହନ ଜୁଏଲାରି ରୁ ପରା । ଆଉ ବୋଉଙ୍କ ହାଲଚାଲ କେମିତି?? ବୋଉ ଓ ବାପା ଏବେ ଆସିଥିଲେ ରୁକୁଣା ରଥରେ କହିବାକୁ ଯାଇ ଚମକି ପଡିଲେ ରେବା, ବାପା ପାଞ୍ଚ ବର୍ଷ ତଳୁ ଗଲେଣି ଆଉ ବୋଉ ସଂଗ୍ରାମ କରୁଛି ଆଇ । ସି । ୟୁ ରେ, ପୂର୍ବଥର ଭଳି । ଜାହେଉ ପାଟିକୁ ଆସୁଥିବା କଥା ଜିଭ ଲେଉଟାଇ ନାହିଁ ନହେଲେ ବିକାଶ କଣ କହିଥାଆନ୍ତେ?? ଫକୀର ମୋହନ ସେନାପତିଙ୍କ ଭଳି କହିନଥାନ୍ତେ ତ,ସେଦିନର ଜେଜେମା ର ଗାଳିର ସଂସ୍କରଣରେ,ଏ ରେବା । ଏ ରେବତୀ । ମୁଣ୍ଡ ଠିକ ଅଛିତ ତୁମର???? । ଝୁଣ୍ଟିଆ ଦୁଇଟି ପାଦ ରେ ପିନ୍ଧି ଶୀହରିତ ହୋଇ ଚା କରିବାକୁ ଯାଉଥିଲେ ରେବା ।



Rate this content
Log in

Similar oriya story from Abstract