Dr Jharana Satapathy

Comedy Classics Others

4.0  

Dr Jharana Satapathy

Comedy Classics Others

ବିକ୍ରମ ବିକ୍ରମ... ବେତାଳ ବେତାଳ..

ବିକ୍ରମ ବିକ୍ରମ... ବେତାଳ ବେତାଳ..

3 mins
312


କାହାକୁ କଣ ଚିନ୍ତା ଥିବାଵେଳେ କାଵେରୀ ଦେଵୀଙ୍କର ନିଜ ଓଜନକୁ ନେଇ ସଵୁଵେଳେ ଚିନ୍ତା। ଚିନ୍ତା କଲେ କଣ ହେବ କିନ୍ତୁ କେବେ ଖାଇବା ଏବଂ ପିଇବାରେ କେବେ ଊଣା କରନ୍ତିନାହିଁ। ଦିନରାତି ଖାଲି ପାଟିବୁଲୁଥିବ। ଠିକ୍ ଗାଇଗୋରୁ ପାକୁଳେଇଲା ପରି। ସକାଳୁ ଉଠିଲାଠୁ ଆରମ୍ଭ କରି ରାତି ଶୋଇବା ପର୍ଯନ୍ତ। ଏମିତିକି ରାତିଅଧରେ ଭୋକ ଲାଗିଲେ ଉଠି ପଡି କିଛି ଖାଇ ପୁଣି ଶୋଇପଡନ୍ତି। 


ତାଙ୍କ ଓଜନ କମିବା ପାଇଁ କଣ ନ କରିନାହାନ୍ତି ରବିନ୍ଦ୍ର ବାବୁ ନିଜ ସ୍ତ୍ରୀ ପାଇଁ ଦୌଡ ମେସିନ୍ ଠୁ ଆରମ୍ଭ କରି ସବୁ ପ୍ରକାର ମେସିନ୍ ଘରେ ରଖିଛନ୍ତି। ଵ୍ୟାୟାମ କରିବା ପାଇଁ ଏତେ ପ୍ରକାର ମେସିନ୍ ରଖିଛନ୍ତି କୌଣସି ଜିମ ଠାରୁ ବି କମ୍ ନୁହେଁ। ହେଲେ କ'ଣ ହେବ। ଟିକେ ଝଡିବାର ନା ଗନ୍ଧ ଧରୁନାହାନ୍ତି କାବେରୀ ଦେବି। 


ଏଥିପାଇଁ ଏକ ଉପାୟ ପାଞ୍ଚିଲେ ରବିନ୍ଦ୍ର ବାବୁ। କାଵେରୀ ଦେବୀଙ୍କୁ କହିଲେ ପହାଡ ଉପରେ ଏକ ମନ୍ଦିର ଅଛି। ଚାଲ ଆମେ ସେଠାକୁ ଯିବା। ମନ୍ଦିର ନାମ ଶୁଣି ମନେ ମନେ ଖୁସି ହୋଇଗଲେ କାବେରୀ ଦେଵୀ। ରବିନ୍ଦ୍ର ଵାଵୁ କହିଲେ ଦେଖ ଏ ପାହାଡ ଉପରେ ତୁମେ ଯେଉଁ ମନ୍ଦିରଟି ଦେଖୁଛ ସେଠାକୁ ଚାଲିକି ଯିବାପାଇଁ ପଡେ । କୌଣସି ଗାଡି ମଟର ସେଠାକୁ ଯାଏନି। ଠାକୁରଙ୍କୁ ଦର୍ଶନ କରିବା ସକାଶେ ରବିନ୍ଦ୍ର ବାବୁଙ୍କ କଥାରେ ରାଜି ହୋଇ କାବେରୀ ଦେଵୀ କିଛିଵାଟ ଯାଇଛନ୍ତି ନା ନାହିଁ ଥପ୍ ହୋଇ ରାସ୍ତା ଉପରେ ଵସିପଡିଲେ।


ଓଃ ଆଉ ଚାଲିହେଉନି କି ଅଙ୍କାବଙ୍କା ଘାଟିରାସ୍ତା। ହେଟି ଦିଶୁଚି କହି କହି ମତେ କେତେବାଟ ଚଲେଇଲଣି। ଯାହା ଅବସ୍ଥା ହେଲାଣି ତୁମେ କଣ ଜାଣିବ। ଵଡଗାଡି ସିନା ସେ ରାସ୍ତାଦେଇ ଯାଇପାରିବନି ଗୋଟିଏ ଅଟୋ ନେଇ ଆସି ଯାଇଥିଲେ କଣ ହୋଇନଥାନ୍ତା। ତୁମେ ଡଗଡଗ ହୋଇ ଚାଲିପାରୁଛ ଵୋଲି ମୁଁ କଣ ଚାଲିପାରିବି ! 


ହେ ଠାକୁର ,ଘରେ ରହି ତୁମକୁ ହାତ ଯୋଡ଼ି ମୁଣ୍ଡିଆ ମାରିଥିଲେ ହୋଇନଥାନ୍ତା। ଵେକାରେ ଏ ଲୋକଟା କଥା ଶୁଣିଲି। ମତେ ସବୁବେଳେ କହିଚାଲିଲେ କି ସୁନ୍ଦର ପାହାଡ଼ ,ସେ ପାହାଡ ଉପରେ ମନ୍ଦିର। କୁଳୁନାଦରେ ଵୋହିଯାଉଛି ଏକ ଝରଣା। ଆମେ ଏ ପାହାଡ ପାଖରେ ଥାଇ ଯାଇପାରୁନେ। ସେଠି ଵୁଲିବା। ଫଟ ଉଠାଇବା। ଏମିତି କହିବାରୁ ମୁଁ ରାଜିହୋଇଗଲି ଏ ଲୋକର କଥାରେ। କି ରାସ୍ତା ହେ ଭଗଵାନ ଆଦୌ ସରୁନି। ଏମାଲ କି ଧଇଁ ସଇଁ ଲାଗୁଛି । ରୁହ ରୁହ ପାଣି ଢୋକେ ପିଇଦିଏ। 


ଏତେବାଟ ଚାଲିବା କଣ ସହଜ କଥା। ମୁଣ୍ଡକ'ଣ ହୋଇଗଲାଣି। 


----- ଚାଲିବାଟା ଶରୀର ପକ୍ଷେ କେତେ ହିତକର ଜାଣିଛ ତୁମେ ! ଡକ୍ଟର କହୁଛନ୍ତି ପ୍ରତ୍ୟକ ବ୍ୟକ୍ତି ସକାଳେ ଏବଂ ସଂନ୍ଧ୍ୟାରେ ଚାଲିବା ଉଚିତ୍। ତୁମକୁ ପରା ଡାକ୍ତରପାଖକୁ ନେଇଥିଲି ସିଏ କଣ କହିଥିଲେ ଶୁଣିଥିଲ ପରା । ତୁମର ଓଜନକୁ ନେଇ ସବୁବେଳେ ଚିନ୍ତିତ ଥିଲ ତେଣୁ ଡକ୍ଟର କଣ କହିଲେ ଆପଣ ଯେତେସମ୍ଭବ ଚାଲନ୍ତୁ। 


------ ଏହା ମାନେ ତୁମେ ମତେ ଏ ଅଙ୍କାବଙ୍କା ଘାଟି ରାସ୍ତାରେ ଚଲାଇବ। ଆଉ ପହଣ୍ଡେ ଘୁଞ୍ଚିପାରିବିନି। ଏ ମା....ଲ...ମୋ ଗୋଡ,ମୋ ଜଘଂ କି ବିନ୍ଧାଛିଟିକା ମରିଯିବି ଲ.... ମା....ମରିଯିବି।


ଏଇ କଣ କରୁଛ ତୁମେ ମତେ ଉଠେଇ ଧରିଲଣି କଣ କାନ୍ଧରେ ଵୋହିକି ନେବ ନା କଣ ? 


---- ଓଃ ...କାଵେରୀ ମୁଁ ଶହେ କିଲୋ ଚାଉଳ ବସ୍ଥାକୁ କାନ୍ଧରେ ଉଠେଇପାରୁଛି ତୁମକୁ କଣ ମୋ କାନ୍ଧରେ ଧରି ଯାଇପାରିବିନି। ଆଉ କେତେବାଟ ଯେ ! କେତେ ଓଜନ ଯେ ମୋ ସ୍ତ୍ରୀ ! ଯାହା ଏଇ 150 କିଲୋ ଭିତରେ। ନିଶ୍ଚୟ ତୁମକୁ କାନ୍ଧରେ ଧରି ଚାଲିପାରିବି। ସେତିକି ତାକତ ମୋ ପାଖରେ ଅଛି। 


ବିକ୍ରମ ବିକ୍ରମ..... ବେତାଳ ବେତାଳ......ବିକ୍ରମ ବିକ୍ରମ.....ବେତାଳ ବେତାଳ...... ।


----- ଆରେ କଣ ଏମିତି କହୁଛ ! ତୁମେ ପରା ମତେ କାନ୍ଧରେ ଧରି ନେଉଛ । 


------ହଁ ତ ସେହି କଥା କହୁଛି ବେତାଳ ଭଳି ମୋ କାନ୍ଧରେ ଝୁଲିରହିଛ ତୁମେ। ଵହୁତ ହାଲକା ଵି ଲାଗୁଛ । 


----- ଆରେ କଣ କହିଲ ମୁଁ ବେତାଳ। କଣ ତୁମ ସ୍ତ୍ରୀ ଜୀବିତ ଥାଉ ଥାଉ ବେତାଳ ହୋଇଗଲା। ଏ କି କଥା କହୁଛ ତୁମେ ତାହାହେଲେ ଦେଖ ଏ ବେତାଳ କଣ କରୁଛି। 


------ ଆଉ କଣ କରିବ ଗଛ ଦେଖି ଝୁଲି ପଡିବ। 


----- ନା ଏ ବେତାଳ ଗଛ ଦେଖି ଝୁଲିବନି କାନ୍ଧରୁ ଖପ୍ ହୋଇ ତଳକୁ ଡେଇଁ ପଡିବ। କାବେରୀ ଦେବୀ ଖପ୍ କିନା ରବିନ୍ଦ୍ର ବାବୁଙ୍କ କାନ୍ଧରୁ ଡେଇଁପଡିଲେ। ନିଜେ ତ ତଳେ ପଡି ଖଣ୍ଡିଆ ଖାବରା ହେଲେ ନିଜ ପତିଦେବ ମଧ୍ୟ ଏଥିରୁ ବର୍ତ୍ତି ନଥିଲେ। 


ମନେ ମନେ ରବିନ୍ଦ୍ରବାବୁ ଭାବୁଥିଲେ କାବେରୀ ପାଇଁ ଟିକେ ଖଣ୍ଡିଏ ଖାବରା ହେଲି ସିନା କିନ୍ତୁ ତା ଓଜନ ତ ନିହାତି ଚାରିରୁ ପାଞ୍ଚକିଲୋ କମିଥିବ।


# ନନ୍ ଷ୍ଟପ ନଭେମ୍ବର


Rate this content
Log in

Similar oriya story from Comedy