STORYMIRROR

SUKANTA KHANDA

Children

4  

SUKANTA KHANDA

Children

ବିଜ୍ଞାନ ଭିତ୍ତିକ କଥା

ବିଜ୍ଞାନ ଭିତ୍ତିକ କଥା

3 mins
238


ସେ ଦିନ ଦିନେଶ ନିଜ ସାଙ୍ଗମାନଙ୍କ ସହିତ ବିଦ୍ଯାଳୟରେ ବସିଥିଲା। ତାଙ୍କ ସାମ୍ନାକୁ ଚାଲି ଆସିଲା ତଳ ଶ୍ରେଣୀର ଜଣେ ପିଲା ଯାହାର ନାମ ରିତେଶ। ରିତେଶକୁ ଦେଖି ଚଗୁଲୁ,ବାପିନା,ହେମନ୍ତ ଓ ଜଗନ ଘେରିଗଲେ। ରିତେଶ ଏମାନଙ୍କୁ ଦେଖି ଭୀଷଣ ଭାବରେ ଡରିଗଲା ଓ କାନ୍ଦକାନ୍ଦ ହୋଇଗଲା। ରିତେଶ ଭାବିଲା କି ସେମାନେ ବୋଧହୁଏ ମାରିବକୁ କି ଅପମାନ ଦେବାକୁ ଚାଲି ଆସୁଛନ୍ତି ନ ହେଲେ ତାକୁ ଘେରି ଯିବାର ମାନେ କ'ଣ ହୋଇପାରେ? ରିତେଶ ଆଖିରେ ଆଖିଏ ଲୁହ। ସେ ଡରିମରି ଜାକିଜୁକି ହୋଇ ଠିଆହେଲା ତ ଜଗନ କହିଲା,"ଦିନେଶ ! ରିତେଶ ହାଡୁଆ,ଠାକରା ଓ ଦୁର୍ବଳ ହେବାର କାରଣ କ'ଣ ହୋଇପାରେ?" ଏ କଥା ଶୁଣି ରିତେଶ ଟିକିଏ ଯଦିଓ ସଙ୍କୋଚ ମନୋଭାବ ପୋଷଣ କଲା କିନ୍ତୁ ମନରୁ ସାମାନ୍ଯ ଭୟ ଅପସରି ଗଲା। ଦିନେଶ ପାଖକୁ ଆସି ପିଠିକୁ ଆଉଁସି କହିଲା,"ରିତେଶ ! ତୁମେ ଏତେ ଦୁର୍ବଳ ହୋଇ ଯାଇଛ ଯେ ଭଲ କି ଠିଆ ହୋଇପାରୁ ନାହିଁ,କଥା କ'ଣ କି...?" ସେତେବେଳେ ବିଦ୍ଯାଳୟରେ ପ୍ରାର୍ଥନା କରିବା ଘଣ୍ଟା ବାଜି ନ ଥିଲା। ରିତେଶର ବାପା ବିଦ୍ଯାଳୟରେ ଛାଡି଼ବାକୁ ସାଙ୍ଗରେ ଆସିଥିଲେ। ଏମାନଙ୍କ ଘେରିଯିବା କାରଣ କ'ଣ ହୋଇପାରେ ଭାବି ଅପେକ୍ଷା କରି ଅନେଇଁ ରହିଲେ। ରିତେଶ କୌଣସି ଉତ୍ତର ନ ଦେଇ କେବଳ ବଲବଲ କରି ଅନେଇଲା ତ ଦୂରେଇ ଥାଇ ରିତେଶର ବାପା ଦେଖିଲେ ଓ ଯାହା ଶୁଣିଲେ ପାଖକୁ ନ ଆସି ରହି ପାରିଲେ ନାହିଁ। ସେ ପାଖକୁ ଆସନ୍ତେ ଦିନେଶ ସହ ଅନ୍ଯ ସାଙ୍ଗମାନେ ପ୍ରଣାମ କଲେ ଓ ପାଖକୁ ଆସିବାର କାରଣ ପଚାରିଲେ। ସେ ଲୋକଟି କହିଲା,"ପିଲାମାନେ ! ମୁଁ ରିତେଶର ବାପା। ତୁମେ ସବୁ ରିତେଶ ବିଷୟରେ କ'ଣ ସବୁ କଥା ହେଉଥିଲ ତ ଶୁଣିବା ପାଇଁ ଚାଲି ଆସିଲି।" ଏଥର ଜଗନ କହିଲା,"ମଉସା ! ରିତେଶ ଏତେ ଦୁର୍ବଳ କାହିଁକି? ତାକୁ ଭଲକି ଖାଇବା ଦେଉ ନାହାନ୍ତି ନା ସେ ଖାଇବାକୁ ଭଲପାଉ ନାହିଁ?" ଏହାର ଉତ୍ତରରେ ସେ କହିଲେ,"ବାପା ! ଇଏ ମୋର ଗୋଟିଏ ବୋଲି ପୁଅ ତାକୁ ଯାହା ଦେଲେ ବି ସେ ଖାଇ ନ ଥାଏ। ଯାହା ଖାଏ ବାଛିକି ଯଦି ଭଲ ଲାଗିଲା ତ ଖାଇଲା ନ ହେଲେ ମୋଟେ ଖାଇ ନ ଥାଏ। ଏଥିପାଇଁ ଆମର ବହୁତ ଚିନ୍ତା। ତାର ମାଆ ବେଳେବେଳେ କାନ୍ଦି ପକାଏ।" 

    ଏ କଥା ଶୁଣି ଜଗନ କହିଲା,"ମଉସା ! ବିଜ୍ଞାନ ବହିରେ ଲେଖା ଆଛି କି ଯିଏ ସବୁ ପ୍ରକାର ଖାଦ୍ଯସାର ଖାଇବ ତାର ଦେହ ବିଲକୁଲ ଦୁର୍ବଳ ହୋଇ ନ ଥାଏ। ଆଜି ସକାଳେ ଯାହା ଖିଆହେଲା ଉପର ଓଳିକି ଅନ୍ଯ ପ୍ରକାର ଖାଇବା ହେବା ଉଚିତ ପୁଣି ଉପର ଓଳିର ଖାଦ୍ଯଠାରୁ ରାତ୍ର ଭୋଜନରେ ମଧ୍ଯ ଅଲଗା ହେବ ତ ଖାଇବାର ରୁଚି ବଢି଼ଯାଏ ଯଦି ସବୁଦିନ ଭାତ ସହିତ ଆଳୁ କି ଡାଲି ଦିଆଯାଏ ଖାଇବାର ଆଗ୍ରହ କମିଯାଏ। ଖାଇବାର ଆଗ୍ରହ ବଢି଼ବ ତ ପାଟିରୁ ଏକ ପ୍ରକାର ରସ ବାହାରିବ। ସେଇ ରସ ସାହାଯ୍ଯରେ ଖାଉଥିବା ଖାଦ୍ଯ ହଜମ ହୋଇଯିବ। ହଜମ ଶକ୍ତି ବଢି଼ବାର ବଡ଼ ଉପାୟ ହେଲା ଭଲ କି ଚୋବାଇ ଖାଇବା। ଯେତେ ଚୋବାଇ ଖାଇବ ସେତେ ପାଚନ ଶକ୍ତି ବଢି଼ଯିବ।" ସଭିଏଁ ଶୁଣୁଥିଲେ ଆଉ ଦିନେଶ ଆଡ଼କୁ ଅନେଇଁ ରହିଲେ ତ ଦିନେଶ କହିଲା,"ମଉସା ! ବିଜ୍ଞାନ ବହିରେ ଖାଦ୍ଯସାର ଅଲଗା ଅଲଗା ସବୁ ରହିଛି ଯଥା ସ୍ବେତସାର, ପୁଷ୍ଟିସାର, ସ୍ନେହସାର, ଜୀବସାର ଓ ଧାତୁସାର। ଆମକୁ ସବୁଦିନ ଏହିସବୁ ଖାଦ୍ଯ ଖାଇବା ନିହାତି ଜରୁରୀ ଅନ୍ଯଥା ଦେହ ତ କ୍ଷୀଣ ହେବ ରୋଗରେ ପଡି଼ବାକୁ ବିଲକୁଲ ସମୟ ଲାଗିବ ନାହିଁ।" ଏ କଥା ଶୁଣି ରିତେଶର ବାପା କହିଲେ,"ବାପା ! ଯେଉଁ ଖାଦ୍ଯସାର ଗୁଡି଼କ ଖାଇବାକୁ କହିଲ ତାକୁ ତ ଭଲ କି ବୁଝାଇ କୁହ? ମୁଁ ତ ଜଣେ କୃଷକ ମାତ୍ର ଯଥାସାଧ୍ଯ ଚେଷ୍ଟା କରିବି କି ରିତେଶକୁ ଖୁଆଇବା ପାଇଁ।" ଏଥର ଦିନେଶ କହିଲା,"ମଉସା ! ଆମକୁ ସମୟର ଅଭାବ ଏବେ ପ୍ରାର୍ଥନା ଘଣ୍ଟା ବାଜିଯିବ ଏଣୁ ସଂକ୍ଷେପରେ କହୁଛି ମନ ଦେଇ ଶୁଣନ୍ତୁ। ସ୍ବେତସାର ଖାଦ୍ଯ ସେଇମାନଙ୍କୁ କୁହାଯାଏ ଯେଉଁ ଖାଦ୍ଯ ଗୁଡି଼କ ଖାଇଲେ ମିଠାମିଠା ଲାଗେ ଯଥା ଭାତ,ରୁଟି,ମାଣ୍ଡିଆ,ମକା,ବାଜରା ଇତ୍ଯାଦି। ଏହି ସବୁ ଖାଦ୍ଯ ପ୍ରତିଦିନ ଖାଇବା ତ ଦେହରେ ବଳ ହେବ କାମ କରିବାକୁ ଶକ୍ତି ପାଇବ। ଯଦି ଏ ଖାଦ୍ଯ ଭରପୂର ନ ଖାଉଛନ୍ତି ତେବେ ଦେହରେ ମାରାସମସ୍ ପରି ଭୟଙ୍କର ରୋଗ ହେବ ଯାହା ଲକ୍ଷଣ ଗୋଡ଼ ଓ ହାତ ସରୁ ହୋଇଯିବ ଉଚ୍ଚତା ବଢି଼ବା ହୋଇ ପାରିବ ନାହିଁ ବହୁତ ଭୋକ ଲାଗେ ଅଥଚ ଖାଇବା ହୋଇପାରେ ନାହିଁ। ଦ୍ବତୀୟ ଖାଦ୍ଯସାର ହେଲା ପୁଷ୍ଟିସାର। ଏହି ଖାଦ୍ଯ ଗୁଡି଼କ ସାଧାରଣତଃ ଆମିଷ ଯଥା ମାଛ,ମାଂସ ଓ ଅଣ୍ଡା ଇତ୍ଯାତି। ଏହି ଖାଦ୍ଯ ଗୁଡି଼କ ଖାଇବ ତ ଦେହରେ ବଳ ହେବା ସହିତ ବଢି଼ବାରେ ସାହାଯ୍ଯ କରିବ ପୁଣି ଏହାର ଅଭାବରେ କ୍ବାସିଓକର ରୋଗ ହୋଇଥାଏ। ଏହାର ଲକ୍ଷଣ ଗୁଡି଼କ ହେଲା ପିଲାର ଗୋଡ଼ ଓ ହାତ ଫୁଲିଯାଏ। ଚର୍ମ ଶୁଖିଲା ଦେଖାଯାଏ ଓ ଘାଆ ମଧ୍ଯ ହୋଇଥାଏ। ମୁଣ୍ଡର ବାଳ କହରା ସହିତ ଉପୁଡି଼ ଯାଇଥାଏ।" ଦିନେଶ ଆଉ କହିବାକୁ ଯାଉଥିଲା ପ୍ରାର୍ଥନା ଘଣ୍ଟା ବାଜିଗଲା ତ କହିଲା,"ମଉସା ! ଆଉ କେବେ ବୁଝାଇ କହିବି ଯାହା ବିଜ୍ଞାନ ଭିତ୍ତିକ କିନ୍ତୁ ପ୍ରାର୍ଥନା ଘଣ୍ଟା ବାଜି ଗଲାଣି ତ ଆମକୁ ଯିବାପାଇଁ ଅନୁମତି ଦିଅନ୍ତୁ।"

    ରିତେଶର ବାପାଙ୍କ ଆଖିରେ ଲୁହ। ଏତେ ଛୋଟ ପିଲାଟି ହେଲେ ବି କେତେ କ'ଣ ଜାଣିଛି। ମୁଁ ବୁଢା଼ ହେବାକୁ ବସିଲିଣି ଅଥଚ ଏସବୁ ଜ୍ଞାନ ମୋଟେ ହିଁ ନାହିଁ। ସେ ସଭିଙ୍କ ମୁଣ୍ଡ ଆଉଁସି କଲ୍ଯାଣ କରି ଯିବାକୁ ଅନୁମତି ଦେଲେ ତ ସଭିଏଁ ଦୌଡି଼ ପଳେଇ ପ୍ରାର୍ଥନା ସଭାରେ ଯୋଗ ଦେଲେ। 

     ଦୂରରୁ ରିତେଶର ବାପା ଅପଲକ ନୟନରେ ସେମାନଙ୍କ ଯିବା ବାଟକୁ ଅନେଇଁ ରହିଲେ।

        


Rate this content
Log in

Similar oriya story from Children