STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ବିଭାଜନ ଓ ଯୋଗ

ବିଭାଜନ ଓ ଯୋଗ

2 mins
529

ସମୀର ତର ତର ହୋଇ ବାହାରୁଥାଏ ଅଫିସରୁ । ରୀନା ଅପେକ୍ଷା କରିଥିବ । ସନ୍ଧ୍ୟା ହେଇଗଲାଣି, ତା ଅଫିସରୁ ବି ସମସ୍ତେ ଚାଲି ଯିବେଣି, ସେ ଏକା ଥିବ । କାଲି ରବିବାର ବୋଲି ଆଜି ଟିକେ ବେଶୀ କାମ, ଶୀଘ୍ର ବାହାରିବାର ଥିଲା, କିନ୍ତୁ ଲେଟ ହେଇହଲା। ରୀନାକୁ ନେଇ ମାର୍କେଟିଂ କରିବାର ଥିଲା। ନିଜ ଭାଗ୍ୟକୁ ନିଜେ ନିନ୍ଦୁଥାଏ ସମୀର। ଯେଉଁଦିନ ମଣିଷ ସେଇଦିନ କିଛି କାମ ଶେଷ ବେଳକୁ ଆସିଯିବ। ବାଇକ ଚାଲୁଥାଏ ହେଲେ ସମୀର ପୁରାପୁରି ରିନାମନସ୍କ । ଫୋନଟା ରିଂ ହେଉଛି ହେଲେ ଉଠାଇବାକୁ ବେଳ ନାହିଁ, ଉଠାଇ କଥା ହେବାରେ ଯେଉଁ ସମୟ ନଷ୍ଟ ହେବ ସେତିକି ସମୟରେ କିଛି ବାଟ ଅତିକ୍ରମ କରିଯିବ ଏଇ ଆଶାରେ। ଯଥା ସମ୍ଭବ ଭିଡକୁ କାଟି ଆଗେଇ ଚାଲିଥାଏ । ୟା ଭିତରେ ତିନି ଥର ଫୋନ ରିଂ ହୋଇସାରିଲାଣି । କିଛି ବାଟ ପରେ ଭିଡ଼ କମିବାରୁ ସମୀର ଫୋନ କଲା। ରୀନା ଉଠାଉ ନଥାଏ । ଆଶଙ୍କାରେ ହୃଦୟଟା ଥରି ଉଠିଲା । ଆଉଥରେ ଫୋନ କଲାପରେ ବି ରିଂ ହୋଇ କଟିଲା। ନିଜ ମନର ବ୍ୟସ୍ତତାକୁ ଚାପିରଖି ମନେ ମନେ ଇଷ୍ଟଙ୍କୁ ସ୍ମରଣ କରି ସମୀର ପୁଣି ବାଇକ ଷ୍ଟାର୍ଟ କଲା। ରୀନାର ଅଫିସରେ ପହଞ୍ଚି ଦେଖେ ରୀନା ନାହିଁ । ବାରମ୍ବାର ଫୋନ କରି ବି ରୀନା ଫୋନ ରିଂ ହୋଇ କଟୁଛି । ରୀନାର ଏଭଳି ବ୍ୟବହାରରେ ଅଭ୍ୟସ୍ତ ଥିଲେ ବି ସମୀର କିନ୍ତୁ ବ୍ୟସ୍ତ ଓ ବିବ୍ରତ ହୋଇଯାଏ ପ୍ରତିଥରଏପରି ବ୍ୟବହାରରେ। ବେଳେବେଳେ ଲାଗେ ତା ଭଲପାଇବାର ଲାଭ ଉଠାଉନି ତ ରୀନା? ସେ ଯାହା ହେଉ ମୋର ଲାଭ ଉଠାଇବନି ତ ଆଉ କାହାର ଉଠାଇବ। ସେ ସବୁବେଳେ ରୀନାକୁ ଖୁସି କରିବାରେ ପ୍ରୟାସ କରିଆସିଛି। ଯାହା ହେଉ ଘରେ ପହଂଚି ଜାଣିଲା ରୀନା ଅଛି । କଲିଂ ବେଲ ମାରିଲାରୁ ରୀନା ଆସି କବାଟଟା ଖୋଲିଦେଇ ନିଜ ଚିରାଚରିତ ରୁକ୍ଷ ବ୍ୟବହାରରେ ବିନା ବାକ୍ୟବ୍ୟୟରେ ଦୁମଦୁମ ହୋଇ ଚାଲିଗଲା ବେଡ଼ରୁମକୁ। ଓଜନିଆ ପରିବେଶକୁ ହାଲୁକା କରିବାକୁ ସମୀର ପ୍ରୟାସ କରିବ କଣ ରୀନା ପାଟି କରି ଉଠିଲା, ତୁମର ଏ ସବୁଦିନ ନାଟକ ମୁଁ ଆଉ ପାରିବିନି, ମୋତେ ଯଦି ଚଳେଇ ନପାରିବ ତାହେଲେ ଛାଡିଦିଅ ମୋତେ, ମୁଁ ଏକା ରହିବାକୁ ସକ୍ଷମ ।ସମୀର ଗମ୍ଭୀର କଣ୍ଠରେ କହି ଉଠିଲା 'ବିଭାଜନ ତ ଅତି ସହଜ କିନ୍ତୁ ଯୋଗ ନୁହେଁ'। ତା ଛଡା ସମ୍ପର୍କକୁ ଭାଙ୍ଗିଦେଲେ କଣ ସବୁ ଠିକ ହୋଇଯିବ ?

ତୁମେ କଣ ଭାବୁଛ, ଛାଡିଦେଲେ ତୁମେ ଖୁସିରେ ରହିବ ନା ମୁଁ ତୁମକୁ ଛାଡିପାରିବି ?? ରୀନା କଣ ବୁଝିଲା କେଜାଣି ରୋଷେଇ ଘରକୁ ଚାଲିଗଲା ଚା କପେ ଆଣି ସମୀର ପାଖରେ ଥୋଇଦେଇ ରୋଷେଇରେ ମନୋନିବେଶ କଲା ।ସମୀର ମୁରୁକି ହସି ଚା' ର ମଜା ନେବାରେ ଲାଗିଗଲା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance