STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ତୁମ ପାଇଁ ଚିଠିଟିଏ

ତୁମ ପାଇଁ ଚିଠିଟିଏ

1 min
327

ପ୍ରାଣ ସଜନୀ,

ତପ୍ତ ହୃଦୟର ଘନୀଭୁତ ଭାବ ଟିକକ ଗ୍ରହଣ କରିବ। ନିରନ୍ତର ଶୁଭ ମନାସୁଥିବା ତୁମର ସେଇ ସମ୍ବେଦନଶୀଳ ହୃଦୟର ଶୁଭମନାସି ଆନ୍ତର୍ଜାତିକ ମହିଳା ଦିବସର ସାଦର ଅଭିନନ୍ଦନ। ଆଜିର ଏଇ ଶୁଭ ଅବସରରେ ତୁମ ପ୍ରତି ଅନ୍ତରର କୃତଜ୍ଞତା ଭରା ଶୁଭେଛା ଦେବା ଅଭିପ୍ରାୟରେ ଏହି ପତ୍ରଟି ଲେଖୁଛି। କେଉଁଠୁ ଆରମ୍ଭ କରିବି ବୁଝିପାରୁନି। ତୁମେ ଆସିବା ପରେ ଅଚାନକ ଥମିଯାଇଥିଲା ଜୀବନ ମଧ୍ୟାହ୍ନରେ ଉଠୁଥିବା କାଳବୈଶାଖୀର ଉଗ୍ର ତାଣ୍ଡବ। ଚନ୍ଦନ ବନର ମଳୟ ପ୍ରବାହରେ ଶୀତେଇ ଉଠୁଥିଲା ତନୁମନ ପ୍ରାଣ। ମୋ ଭିତରେ ଥିବା କିଛି କିଛି ଅଭାବକୁ ତୁମ ଉପସ୍ଥିତି ଯେମିତି ପରିପୂର୍ଣ କରିଦେଉଥିଲା। ମୋ ଅପୂର୍ଣତା ଭିତରେ ତୁମ ସହଭାଗିତା ଯେମିତି ଆଣିଦେଇଥିଲା ପୂର୍ଣ୍ଣତାର ପୁର୍ଣ ଅନୁଭବ। ଅନେକ ଝଡ଼ ଝଞ୍ଜା ଆସିଛି ସତ, କିନ୍ତୁ ସବୁ ସମୟରେ ଏକ ଆସ୍ୱସ୍ତି ପୁର୍ଣ ହାତଟିଏ କାନ୍ଧ ଉପରେ ମୃଦୁ ଚାପ ଦେଇ ହରିନେଉଥିଲା ସବୁ ଅଶାନ୍ତି ଓ ବ୍ୟତିବ୍ୟସ୍ତତା। ସମାଧାନ ହେଉନଥିଲେ ବି ବାଟ ଚାଳିବାରେ ଥକା ଲାଗୁନଥିଲା। ହଁ ଏକ ବିପରୀତ ଆକଟରେ ବାନ୍ଧିରଖିବାକୁ କରିଥିଲ ପ୍ରୟାସ, କିନ୍ତୁ ସେ ବନ୍ଧନ ଭିତରେ ମୁଁ ତୁମ ପ୍ରଛନ୍ନ ପ୍ରେମର ଆଭାସ ଦେଖିଥିଲି ଓ ଏକ ସଂଯମର ପରିଧିରେ ମୁଁ କରିଥିଲି ଗୃହସ୍ଥ ସାଧନାର ଏକ ସୁସ୍ଥ ଅନୁଭବ। ଏମିତି ଲେଖୁଥିଲେ ତ ସରିବନି ବାସ୍ ଏତିକି କହିବି ତୁମେ ସହଧର୍ମିଣୀ ସାଜି ଜୀଵନ ବଗିଚାକୁ କରିଛ ପୁଷ୍ପିତ ଓ ସୁବାସିତ। ପୁନର୍ବାର ଅନେକ ଅନେକ ଶୁଭେଛା ଓ କୃତଜ୍ଞତା ସହ ଈଶ୍ୱରଙ୍କ ନିକଟରେ ତୁମ ପାଇଁ ଖୁସିର ପାଖୁଡା ପ୍ରାର୍ଥନା କରି ରହୁଛି। 

ଇତି

ତୁମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance