STORYMIRROR

Pranati Mahapatra

Fantasy

3  

Pranati Mahapatra

Fantasy

ଭୋକ କେମିତି

ଭୋକ କେମିତି

3 mins
12.7K


ଚାରିଆଡ଼େ ଆତଙ୍କ।ଆତଙ୍କିତ ଜନ ସମାଜ।ଜୀବନ ଜୀବିକା ସବୁ କିଛି ଆଜି ହା ହୁତାସ ଭିତରେ ଗତି କରୁଛି।ଦେହ ଅସୁସ୍ଥ ହେଉ କି କିଛି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହେଉ,ଅସୁସ୍ଥତାରୁ ବାପା ମାଆଙ୍କର ଦେହାନ୍ତ ପାଇଁ ହେଉ କିମ୍ବା ଅନ୍ୟ ଯେକୌଣସି ପାଇଁ ହେଉ ଘରୁ ବାହାରକୁ ବାହାରିବା ପାଇଁ ମନ ଭିତରେ ଭୟ ସାଙ୍ଗକୁ ପୋଲିସର ମାଡ଼।ଯିବା ପାଇଁ ଇଚ୍ଛା ଥିଲେ ବି ପୁଣି କିଏ ପଛରୁ ଟାଣି ଧରେ।କେବଳ ଜୀବନ ଜିଇଁବାର ଭୋକ ପାଇଁ।ଘରକୁ କେହି ଆସିଲେ ବି ଏମିତି କି ସାଙ୍ଗ ସାଥି କି ଚିହ୍ନା ପରିଚୟ ର କେହି, ବାହାରୁ ବାହାରୁ କଥା କହି ବିଦାୟ ଦେବାପାଇଁ ମନ ହୁଏ। କରୋନା ଆତଙ୍କରେ ଆତଙ୍କିତ ଜନସମାଜ।ବଞ୍ଚିବାର ଭୋକ ଥାଏ ତ। ଭୋକ ଏଠାରେ କାହାକୁ ବା ନହୁଏ।ପେଟ ଅଛି ଜୀବନ ଧାରଣ କରିବାକୁ ହେବ।ଶରୀର, ମନ,ଆତ୍ମା, ଦେହ,ଆଖି, କାନ,ନାକ ଏମିତି ସମସ୍ତଙ୍କ ର ଭୋକ ଅଛି।ସବୁ ଭୋକର ପରିପୂର୍ଣ୍ଣ ହୋଇ ପାରି ନ ଥାଏ।ତଥାପି ଯେତିକି ସମ୍ଭବ ହୁଏ। ସେମିତି ଗୋଟିଏ ଭୋକର ସାମ୍ନାରେ ଆଜି କିଛି ବ୍ୟକ୍ତି, ମୋ ଗଳ୍ପର ଚରିତ୍ରରେ ଅବତୀର୍ଣ୍ଣ। ସବୁବେଳେ ଦେହ ଖରାପ।ସତରେ କି ବାହାନାରେ।ଦେହ ଖରାପ ପାଇଁ ଡାକ୍ତର ଦେଖାଅ,ଔଷଧ ଆଣ,ଖାଇବା ଖର୍ଚ୍ଚ, ଲୁଗାପଟା, ସେବା ଶୁଶ୍ରୁଷା ଇତ୍ୟାଦି।ସବୁ ପାଇଁ ଆବଶ୍ୟକ ଅର୍ଥ।ଚାରି ଜଣ ପିଲା।ଅନେକ ଆଗରୁ ବାପା ବୋଉଙ୍କ ମଧ୍ୟରୁ ଜଣେ ଆର ପାରିରେ।ଭଲ ହୋଇଛି।ନ ହେଲେ ଏବେ ଏମାନଙ୍କ ବ୍ୟବହାର ଚାଲିଚଳଣୀ ଦେଖି ସେ ବଞ୍ଚି ଥାଉ ଥାଉ ମରି ଯାଇଥାନ୍ତେ। ପିଲା ମାନେ ସବୁ ବାହାସାହା।


ପୁଅମାନେ ଚାକିରି ବାକିରୀ କରିଛନ୍ତି।ହେଲେ ସମସ୍ତଙ୍କ ଆଖି ପୈତୃକ ସମ୍ପତ୍ତି ଉପରେ।ସମ୍ପତ୍ତି ଉପରେ ସବୁ ପିଲାଙ୍କ ର ଅଧିକାର ଅଛି।ଏକଥା ଜମିର କାଗଜ ପତ୍ରରେ ଲେଖା ଅଛି।ହେଲେ ଯେନତେନ ପ୍ରକାରେ ସେମାନଙ୍କ ଠାରୁ ଦସ୍ତଖତ ଆଣି ପୁଅମାନେ କେମିତି ନିଜ ନିଜ ମଧ୍ୟରେ ବାଣ୍ଟ କରିନେବେ କେବଳ ସେଇ ଯୋଜନା ଭିତରେ ଅଛନ୍ତି।ହେଲେ ଝିଅମାନେ ଅରାଜି।ବାପ ଗୋସିବାପ ସମ୍ପତ୍ତି ଆମର ବି ଅଧିକାର ଅଛି।ଜମି ଯେମିତି ଅଛି ଥାଉ।ବର୍ତ୍ତମାନ ଭାଗବାଣ୍ଟ କାହିଁକି ? ତେବେ ଏ ଯେଉଁ ଲୋକଟିର ଏତେ ଖର୍ଚ୍ଚ କିଏ ଦେବ।କେହି ଯଦି ନ ଦେବ,ତା ହେଲେ ତାକୁ ମୁଁ ରଖି ପାରିବି ନାହିଁ।ସଫା ସଫା କହିଦେଲେ ଜଣେ ପୁଅ। କିଏ ଯଦି ବୁଝିବ ବୁଝ,ନ ହେଲେ ମୁଁ ଘରୁ ବିଦା କରିଦେବି।କେଉଁ ଦିନ କାଳେ ଆର ଜଣକ କିଛି ଟଙ୍କା ଦେବ ବୋଲି କହିଥିଲା, ହେଲେ ଏବେ ଦେଉ ନାହିଁ। ସମସ୍ତେ ତ ରୋଜଗାର କରୁଛ ପୈତୃକ ସମ୍ପତ୍ତି ଉପରେ ଲୋଭ କାହିଁକି।ପୈତୃକ ଘରଦ୍ଵାର ବନ୍ୟା ବାତ୍ୟା ରେ ଭୁଷୁଡି ପଡିଲାଣି, କେହି ତ ନଜର ଦେଉନା।କେବଳ ସମ୍ପତ୍ତି ହଡ଼ପର ଭୋକ ସବୁବେଳେ କାହିଁକି।ଚଢା ଗଳାରେ ଗୃହର ବଞ୍ଚିଥିବା ବୟୋଜ୍ୟେଷ୍ଠ ଙ୍କ କଡା କଥା । କଥାତ ଏତିକି ରେ ସରିଲା ନାହିଁ।ବଢିଲା ଆଗକୁ।ନିଆଇ ନିଶାପ।ଘରଦ୍ଵାର ତ ଭାଙ୍ଗି ଯାଇଛି।କେତେବେଳେ ପଡିଶା ଘର ପିଣ୍ଢାରେ ତ,ମନ୍ଦିର ଦୁଆରେ।ନିଶାପରେ କିଛି ଛିଡିଲା ନାହିଁ।କଥା ବଢିଲା, ବଢିଲା,ବଢିଲା। ତା ସହ ଭୋକର ଜ୍ଵାଳା ବି ବଢି ଚାଲିଲା।ଭୋକ ଜ୍ଵାଳାରେ ଚିହ୍ନି ପାରିଲେ ନାହିଁ କେହି କାହାକୁ।ବୁଝି ପାରିଲେ ନାହିଁ କାହାର ମନ ।ସମ୍ପର୍କ ବନ୍ଧା ପଡିଗଲା ଭୋକ ପାଖରେ।ମାଆ ପୁଅ,ଭାଇ ଭଉଣୀ ,ବାପା ଝିଅ ସବୁ ଭୋକ କବଳରେ କବଳିତ।ଯାହାର ସମ୍ପତ୍ତିକୁ ଆଜି ଖଣ୍ଡ ବିଖଣ୍ଡିତ କରି ରାଜରାସ୍ତାରେ ନିଲାମ କରିବାକୁ ବସିଛନ୍ତି, ତା ପେଟର ଭୋକକୁ କାହାର ନଜର ନାହିଁ। ଆଜି ଉତ୍ତରାଧିକାରୀ ଗଣ ସଗର୍ବରେ ମୁଣ୍ଡ ଟେକି ବସିଛନ୍ତି ଅଧିକାର ପାଇଁ।ଚାଲିଛି କଥା କଟାକଟି।ଭାଗ ସମସ୍ତେ ନେବେ।ହେଲେ ଏତେ ସବୁ ଭାଗ ଭିତରେ ଯିଏ ସମସ୍ତଙ୍କ ପାଇଁ ବୋଝ ତା କଥା କେହି ଉଠଉ ନ ଥାନ୍ତି।ସେ ଖାଇବ କଣ,ରହିବ କେମିତି, କେଉଁଠି ରହିବ,କାହା ପାଖରେ ରହିବ।ସମସ୍ତଙ୍କ ଆଖିରେ ତ ଭୋକ।ସମ୍ପର୍କର,ସ୍ନେହ ମମତାର, ଆତ୍ମୀଯତା ମୋହ ସବୁ ମଳିନ ପଡିଯାଉଛି ସମସ୍ତଙ୍କ ମନରେ। ଏତେ ସବୁ ହୋ ହାଲ୍ଲା ଭିତରେ ମୁରବି ଜଣକ ସ୍ଥାଣୁ।କିଛି କହୁ ନ ଥାନ୍ତି।କାରଣ ଆଜିର କଥା ତାଙ୍କ ଚିନ୍ତା ଚେତନାର ବାହାରେ ଥିଲା।ଜଣେ ପୁଅ ଜୋରରେ ହଲେଇ ଦେଇ କହିଲା, ଆଜି ତୋ କଥା ସବୁ ଏଇଠି କହି ହିସାବ ନିକାସ କର। ଗଡି ପଡିଲେ ମୁରବି।ବୋଧହୁଏ ନିଜ କଥାର ସବୁ କିଛି ହିସାବ ନିକାଶ କରିସାରି ବାହୁଡିଗଲେ ବାହୁଡା ପଥରେ। ନା ଅଛି ତାଙ୍କର କିଛି ମୋହ ନା ଭୋକ।ସବୁକିଛି ଶେଷ ହୋଇ ଯାଇଥିଲା।


Rate this content
Log in

Similar oriya story from Fantasy