Pranati Mahapatra

Children Stories

3  

Pranati Mahapatra

Children Stories

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

2 mins
11.9K



ଦେଶ ମାତୃକାର ବନ୍ଦନା କରିବା ସମସ୍ତ ଦେଶବାସୀଙ୍କ କର୍ତ୍ତବ୍ୟ।ମାଆ କୁ ଭଲ ପାଇବା, ମାତୃଭାଷାର ବିକାଶ କରିବା ,ନାରୀ ଜାତିର ସୁରକ୍ଷା ଦେବା ସ୍ଵଦେଶ ପ୍ରୀତିର ପରିଚୟ ସୃଷ୍ଟି କରେ।କଥାରେ ନୁହେଁ କାମରେ କରି ଦେଖେଇଲେ ମହତ୍ତ୍ଵ ବଢିଯାଏ ବ୍ୟକ୍ତିତ୍ଵର।


ଭାରତ ହେଉଛି ସର୍ବ ଧର୍ମ ସମନ୍ୱୟ ର ଦେଶ।ସମସ୍ତଙ୍କୁ ଭଲ ପାଇବା, ନିଜର କରିବା, ପର ଦୁଃଖରେ ଦୁଃଖି ହୋଇ ସାହାଯ୍ୟ ସହଯୋଗ ର ହାତ ବଢାଇବା ପ୍ରତି ଭାରତୀୟ ରକ୍ତରେ ଅଛି।ଭାଇଚାରାର ସ୍ପଷ୍ଟ ନିଦର୍ଶନ ଏ ଭାରତ।ସରଳ ହୂଦୟବାନ ଭାରତୀୟ ସେଥିପାଇଁ ଅନେକ ସମୟରେ ଅନେକ ପ୍ରକାର ଦୁଃଖ କଷ୍ଟ ଭୋଗିଛନ୍ତି।


ଏମିତି ଏକ ସମୟରେ ଦିନେ ଗୋରା ବେପାରୀ ମାନେ ଏ ଦେଶକୁ ବେପାର ବଣିଜ କରିବାକୁ ଆସି ସରଳ ହୃଦୟଧାରୀ ଭାରତୀୟ ମାନଙ୍କୁ ନିଜ ଛଳନା ଜାଲରେ ଫସେଇ ଦେଇ ଭାରତରେ ବେପାର କରୁକରୁ ବସତି ସ୍ଥାପନ କରିଥିଲେ।

ଐଶ୍ୱର୍ଯ୍ୟମୟୀ,ସୌନ୍ଦର୍ଯ୍ୟମୟୀ ସୁନାର ଭାରତରେ ନିଜର କାୟା ବିସ୍ତାର କରି ସରଳ ହୃଦୟଧାରୀ ଭାରତୀୟ ମାନଙ୍କୁ ଶୋଷଣ କରିବାକୁ ଲାଗିଲେ।ଭାରତ ମାଆକୁ ନିଜ ଅଧୀନରେ ରଖି ଭାରତୀୟଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ଚାଲିଲେ।ଭାରତୀ ଆଖିରୁ ଅନବରତ ଲୁହର ଶ୍ରାବଣ ବହି ଚାଲିଲା।ଭାରତୀର ସୁଯୋଗ୍ୟ ସନ୍ତାନ ମାନେ କେମିତି ନିଜ ମାଆର ଆଖିରେ ଲୁହ ଦେଖି ପାରିଥାନ୍ତେ।


ଚାଲିଲା ଗୋରା ବେପାରୀଙ୍କ ବିରୁଦ୍ଧରେ ଯୁଦ୍ଧ।ଭାରତର ଆବାଳ ବୃଦ୍ଧବନିତା ଭାରତ ମାଆର ସ୍ଵାଧୀନତା ପାଇଁ ହୋଇଲେ ତତ୍ପର।କିଏ ଆନ୍ଦୋଳନ କଲେ ତ,କିଏ ଯୁଦ୍ଧ।ଅହିଂସା ମାଧ୍ୟମରେ ତ ହିଂସା ରକ୍ତପାତରେ।କବି ଲେଖକ,ସୈନିକ, ଚାଷୀ ମୁଲିଆ,ଯନ୍ତ୍ର,ତନ୍ତ୍ରୀ କେହି ବି ବାଦ ଗଲେନି।


କଲମର ଶକ୍ତି ବି କମ୍ ନୁହେଁ । ଜାତୀୟ କବି ବୀରକିଶୋର ନିଜ କବିତା ମାଧ୍ୟମରେ ଜାଗରଣ ସୃଷ୍ଟି କରିଥିଲେ ପ୍ରତି ଓଡ଼ିଆର ପ୍ରାଣରେ।

ମାତୃଭୂମିର ଜୟଗାନ କରିଥିଲେ ଅନେକ ବୀର ସୁର ଗଣ।ନିଜ ନିଜ ଲେଖନୀ ମୁନରେ ଆଙ୍କି ଚାଲିଥିଲେ ସ୍ଵାଧୀନ ଭାରତର ଐତିହ୍ୟ ଗାଥାକୁ।ସୁନାର ଭାରତର ଜୟଗାନ କରିଥିଲେ ନିଜ ଲେଖନୀ ମୁନରେ।

ପରମ ପୂଜ୍ୟା ପ୍ରାତ ସ୍ମରଣୀୟା ଭାରତ ମାଆର ସୁଗୁଣ ସବୁଠାରେ ପହଞ୍ଚାଇବାର ଅନନ୍ୟ ଭୂମିକା ନିଭେଇ ଥିଲେ କବି ସାହିତ୍ୟିକ।ସେହିଭଳି ଦେଶମାତୃକାର ବନ୍ଦନା କରିଥିଲେ ସ୍ଵର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବନ୍ଦେ ଉତ୍କଳ ଜନନୀ କବିତାରେ।ଭାରତ ମାଆର ହଜାର ହଜାର ସୁଯୋଗ୍ୟ ଦାୟାଦ ବଳିଦାନ ଦେଇ ମାଆକୁ ସ୍ଵାଧୀନ କରିଥିଲେ।ଚାରିଆଡ଼େ ଖୁସିର ଲହରୀ ଖେଳିଗଲା।ଦିଲ୍ଲୀର ଲାଲକିଲ୍ଲାରେ ଫରଫର ହୋଇ ସତ୍ୟ ଶାନ୍ତି ବିଶ୍ଵାସର ତ୍ରିରଙ୍ଗା ପତାକା ଉଡିଲା।ନିଜ ଜୀବନକୁ ବଳିଦାନ ଦେଇ ଯେଉଁ ପୂଣ୍ୟାତ୍ମା ମାନେ ଦେଶକୁ ସ୍ଵାଧୀନ କରିଲେ ସେ ସିନା ଅନୁଭବ କରି ପାରି ନ ଥିଲେ, ତାଙ୍କ ପରବର୍ତ୍ତୀ ପିଢ଼ି ଅନୁଭବ କଲେ ସ୍ଵାଧୀନର ଆନନ୍ଦ।


ଦେଶ ତ ସ୍ଵାଧୀନ ହେଲା। ସବୁଠାରେ ବିଜୟଧ୍ଵଜା ଫରଫର ଉଡିଲା। କାନ୍ତକବିଙ୍କର ବନ୍ଦେ ଉତ୍କଳ ଜନନୀ ସର୍ବ କଣ୍ଠରେ ବି ସବୁବେଳେ ଗାନ କରାଗଲା।ହେଲେ ଏହି ସଙ୍ଗୀତ ଜାତୀୟ ସଙ୍ଗୀତ ମାନ୍ୟତା ପାଇ ପାରିଲା ନାହିଁ।ପ୍ରତି ଓଡ଼ିଆ ପ୍ରାଣ ସବୁବେଳେ ବ୍ୟଥିତ ହୋଇ ଉଠିଲା।ଯାହା ହେଉ ଅନେକ ଦିନ ପରେ, ଆଜିର ଦିନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଜାତୀୟ ସଙ୍ଗୀତ ମାନ୍ୟତା ପାଇଲା।ଓଡିଶା ପାଇଁ ଏହା ଏକ ସ୍ମରଣୀୟ ଦିବସ ହୋଇ ରହିବ ନିଶ୍ଚୟ।କାନ୍ତକବି ସିନା ନାହାଁନ୍ତି, ସେ ଥିଲେ କେତେ ଯେ ଖୁସି ନ ହୋଇ ଥାନ୍ତେ।ତଥାପି ତାଙ୍କର ଦାୟାଦ ଭାବରେ ଓଡ଼ିଶାର ଅଗଣିତ ସନ୍ତାନ ଆଜି ବେଶ ଖୁସି।ଆଉ ସମସ୍ତେ ସମସ୍ତଙ୍କୁ କହୁଛନ୍ତି କି ଅପେକ୍ଷାର ଫଳ ନିଶ୍ଚୟ ମିଠା।

ବନ୍ଦେ ଉତ୍କଳ ଜନନୀ





Rate this content
Log in