Pranati Mahapatra

Tragedy

4.3  

Pranati Mahapatra

Tragedy

ଦୁଃଖ ଦେଇଗଲା ଦରଦୀ ବନ୍ଧୁ

ଦୁଃଖ ଦେଇଗଲା ଦରଦୀ ବନ୍ଧୁ

4 mins
59



ଆଖିରେ ଲୁହ ଛାତିରେ କୋହକୁ ଆଦୌ ସମ୍ଭାଳି ପାରୁନଥାଏ ଲୋରିଆ । ଅନୁନୟ ବିନୟ ତଥା କାକୁଡି ମିନତୀ କରି ସମସ୍ତ ପ୍ରକାର ନୀତିନିୟମକୁ ମାନି ସରକାରୀ ଆଦବ କାଇଦା ଅନୁଯାୟୀ ସରକାରୀ କାଗଜପତ୍ରରେ ଦସ୍ତଖତ କରି ଧାଇଁ ଆସିଛି ।  

ସରକାରୀ ବାବୁମାନେ ପ୍ରଥମେ ତାଲିକାଭୁକ୍ତ ନାମର କାଗଜ ଗୋଟିଏ ଧରେଇ ଦେଲେ । ଗୋଟି ଗୋଟି କରି ସବୁ ନାମଗୁଡିକ ଉପରେ ନଜର ବୁଲାଉ ବୁଲାଉ ଗୋଟିଏ ଜାଗାରେ ଅଟକି ଗଲା । ସ୍ଵତଃ ପାଟିରୁ ବାହାରି ଆସିଲା ଓ ହେଇତ ଲେଖା ଯାଇଛି ନରୋତ୍ତମ ଦାସ ମହାପାତ୍ର,ଜିଲ୍ଲା ଗଞ୍ଜାମ । ଧାଇଁ ଯାଉଥିଲେ ନରୋତ୍ତମ ନାମଧାରୀ ଲେଖା ଥିବା ଲୋକ ପାଖକୁ । ହାତକୁ ଟାଣି ଧରିଲେ ସରକାରୀ କର୍ମଚାରୀ ଜଣକ । ଆଉ କହିଲେ ଦେଖନ୍ତୁ ମ୍ୟାଡମ, ଆପଣ ବୁଝିବା ସୁଝିବାର । ନିୟମ ବହିର୍ଭୂତ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରି ହେବନାହିଁ । ଦୟାକରି ଏଇଠି ଠିଆହୋଇ ଦେଖନ୍ତୁ । 

ଠିକ ଅଛି ମ୍ୟାଡମ ପାଇଲେ ତ । ସରକାରୀ କର୍ମଚାରୀଙ୍କ ପ୍ରଶ୍ନ..


ନାହିଁ ନାହିଁ, ଟିକେ ରୁହ । ଆଉ ଜଣେ ଅଛନ୍ତି ପରା । ସୁଶୀଳା ପ୍ରଧାନ । 

କହିଲେ ଲୋରିଆ ଦାସ ମହାପାତ୍ର । 


ଏପାଖରୁ ସେପାଖ କାଗଜକୁ ଓଲଟେଇ ଓଲଟେଇ ଦେଖି ଚାଲିଛନ୍ତି, ହେଲେ ସେଭଳି ନାମଧାରୀ ସେ କାଗଜରେ କେହି ନାହାଁନ୍ତି । ତାରିଖ ତ ସେହି ଏକା ଅଛି ମାନେ ୧୬ ଜୁନ । କିନ୍ତୁ...


ମ୍ୟାଡମ ସରିଲା ତ,ସରକାରୀ କର୍ମଚାରୀଙ୍କ ପ୍ରଶ୍ନ । 

ସାର୍,ମୋତେ ଟିକେ କହିବେ କି ସୁଶୀଳା ପ୍ରଧାନ କିମ୍ବା ଅଜିତ ପ୍ରଧାନଙ୍କ ନାମରେ ଦିଲ୍ଲୀ କିମ୍ବା ଗଞ୍ଜାମର ଠିକଣା ଅଛି କି?

ମୁଁ ସେସବୁ କିଛି ଜାଣି ନାହିଁ ମ୍ୟାଡମ, 

ଆପଣ ଅଫିସରେ ଆସନ୍ତୁ ବୁଝିବେ । କହି ଲୋରିଆ ମ୍ୟାଡମଙ୍କୁ ସାଙ୍ଗରେ ଧରି ଆସିଲେ । ଅଫିସରେ ଲୋରିଆ ସବୁ କାଗଜପତ୍ର ଦେଖି ନିରାଶ ହୋଇ ବାହାରିବା ବେଳକୁ ଜଣେ ବ୍ୟକ୍ତି ପଚାରିଲେ, ମ୍ୟାଡମ ଆପଣଙ୍କ ବାପା ଏତେ ବୟସର ବୃଦ୍ଧ । ଆପଣ ତାଙ୍କୁ ଏକା ଏତେ ବାଟ କାହିଁକି ଛାଡୁଥିଲେ । 

ଲୋରିଆ ତ କାନ୍ଦକୁ ଚାପି ଏତେ ବେଳ ଯାଏ ଯାହା କିଛି କରୁଥିଲେ, ହେଲେ ଆଉ ସମ୍ଭାଳି ପାରିଲେ ନାହିଁ । 

ଭୋ ଭୋ ହୋଇ ବଡ ପାଟିରେ କାନ୍ଦି ପକାଇଲେ, ଆଉ କହିଲେ ,ସେ ତ ଅନେକ କଥା । ବୋତଲ ବାହାର କରି ପାଣି ପିଇଲେ । ବ୍ୟକ୍ତି ଜଣକ ବସିବା ପାଇଁ ଚେୟାର ଦେଲେ । କଥା ଆରମ୍ଭ କଲେ ଲୋରିଆ । 

ବାପା ଜଣେ ଧର୍ମବନ୍ତ,ପରୋପକାରୀ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ । ଆଖପାଖ ପାଞ୍ଚଖଣ୍ଡ ଗାଆଁରେ ଥିବା ଅସହାୟ ଗରିବ ଲୋକମାନଙ୍କ ପିଲାମାନଙ୍କୁ ବହି ଖାତା କଲମ ପେନସିଲ ଦେଇ ପାଠ ପଢାଇ ମଣିଷ କରିଛନ୍ତି । ବାପାଙ୍କର ମୁଁ ଗୋଟିଏ ବୋଲି ଝିଅ । ଅନେକ ଦିନ ପୂର୍ବରୁ ମାଆ ସ୍ଵର୍ଗବାସୀ । ମୁଁ ବି ଚାକିରୀ କରିଛି । ବାପା ନିଜ ପେନସନ ଟଙ୍କା ଖର୍ଚ୍ଚ କରି ଏବେବି ଅନେକ ପିଲାଙ୍କୁ ପାଠ ପଢାଇବା ସହ ଅନେକ ପରିବାରର ପାଇଁ ସଉଦା ପତ୍ର ଦିଅନ୍ତି । ସେହିଭଳି ଗୋଟିଏ ପିଲା ସୁଶୀଳା ମାଉସୀଙ୍କ ପୁଅ । ଗାଆଁରେ ମାଉସୀ ପରଘରେ ବାସନ ମାଜି ଗୁହାଳ ପୋଛି ପିଲାଙ୍କ ମୁହଁରେ ଦାନା ଦିଅନ୍ତି । ବାପାଙ୍କ ନଜରରେ ଏକଥା ପଡିବାରୁ ଚାରି ପିଲାଙ୍କୁ ପାଠ ପଢାଇବାର ସମସ୍ତ ଦାୟିତ୍ୱ ନେଲେ । 

ପିଲାମାନଙ୍କ ଭିତରେ ଅଜିତ ଖୁବ ଭଲ ପଢୁଥିବାରୁ ବାପା ବହୁତ ଭଲ ପାଆନ୍ତି, ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ପଠାଇଲେ । ସମସ୍ତ ଖର୍ଚ୍ଚ ମଧ୍ୟ ବାପା କଲେ । ଶେଷରେ ଦିଲ୍ଲୀରେ ଗୋଟିଏ ବଡ଼ କମ୍ପାନୀରେ ଡିଗ୍ରୀ ଇଞ୍ଜିନିୟର ଭାବେ ଚାକିରୀ କଲେ । 


ଅଜିତ ସହିତ ଗାଆଁରେ ପଢିବା ଭିତରେ ଉଭୟେ ଉଭୟଙ୍କୁ ବହୁତ ଭଲ ଭାବରେ ଜାଣି ଯାଇଥିଲୁ । ସତେ ଯେମିତି ଆମ ଭିତରେ କ୍ଷୀର ନୀରର ସମ୍ପର୍କ । କେହି କାହାକୁ ଦଣ୍ଡେଘଡିଏ ଛାଡୁ ନଥିଲୁ । ଅଜିତ ତ ମୋ ସମଶ୍ରେଣୀରେ ପଢୁଥିଲା । ସେଥିପାଇଁ ସେ ସବୁବେଳେ ଆମ ଘରେ । ଖାଇବା ପିଇବା ରହିବା ସବୁକିଛି ଆମ ଘରେ କରେ । କେବେ କେମିତି ତାଙ୍କ ଘରକୁ ଯାଏ । ମୋ ମାଆ ବି ମନେ ମନେ ଅଜିତକୁ ଭାରି ପସନ୍ଦ କରେ । ଅଜିତ ଚାକିରୀ ପାଇବା ପରେ ମାଆର ଆଶା ସତେ ଯେପରି ଆଶାରେ ପରିଣତ ହେଲା । ବହୁତ ଖୁସିରେ ମୋତେ ଫୋନ କରି କହିଥିଲା । 


ମାଆର ଖୁସି ସହ ମୁଁ ବି ସାମିଲ ହୋଇଥିଲି । ମୁଁ ବି ଫୋନ କରି ଶୁଭେଚ୍ଛା ଜଣାଇବା ସହ ବିବାହ ତାରିଖ ଠିକ କରିବା ପାଇଁ କହିଥିଲି । ହେଲେ ଅଜିତର ଏକା ଜିଦ ଚାକିରୀ କରି ହାତରେ କିଛି ଟଙ୍କା ହେଲେ ବଡ଼ ଫ୍ଲାଟ କିଣି ସେଇଠି ବାହା ହେବେ । 


ଆଶା ଆଶାରେ ରହିଗଲା ମୋର । ମୋ ଭାଗ୍ୟରେ ବୋଧହୁଏ ସାହାନାଇ ବାଜିବାର ସୁଯୋଗ ନ ଥିଲା । ଯେଉଁ ଦିନ ଜାଣିଲୁ ଆମେ ସମସ୍ତେ ଅଜିତର ଗୋଟିଏ ପୁଅ ହୋଇଛି ବୋଲି, ବୋଧହୁଏ ସେହି ଦୁଃଖରେ ମାଆର ହୃଦଘାତ ହେଲା ଓ ମୋ ମାଆ ଆମ ସମସ୍ତଙ୍କୁ ଛାଡି ଚାଲିଗଲା । ବାପା କିନ୍ତୁ ଏକଥା ବିଶ୍ଵାସ ନ କରି ଫୋନରେ ଅଜିତଙ୍କ ସହ କଥା ହୋଇ ବିବାହ ପ୍ରସ୍ତାବ ଦେବାରୁ ବାପାଙ୍କ କଥା ହସରେ ଉଡେଇ ଦେଇଥିଲେ । 


ବାପା ପୁନର୍ବାର ଅଜିତକୁ ନିଜ ଜ୍ଵାଇଁ ଭାବରେ ଝିଅ ସହ ବିବାହ ପ୍ରସ୍ତାବ ଦେଇଥିଲେ ମଧ୍ୟ । ହେଲେ ଅଜିତ ବାପାଙ୍କ ପ୍ରସ୍ତାବକୁ ମୁହେଁ ମୁହେଁ ପ୍ରତ୍ୟାଖ୍ୟାନ କରି ଦିଲ୍ଲୀରେ ହିଁ ବିବାହ କରି ରହିଛନ୍ତି ଓ ଗୋଟିଏ ପିଲାର ବାପା ହୋଇ ସାରିଛନ୍ତି ବୋଲି ବେଲଜ୍ଜ୍ୟାଙ୍କ ପରି ଉତ୍ତର ଦେଲେ । 


ସେହିଦିନ ଠାରୁ ବିବାହ ଶବ୍ଦ ମୋ ପାଇଁ ସତେ ଯେମିତି ଅଭିଶାପ ହୋଇଗଲା । ଏକା ଏକା ବଞ୍ଚିବାର ଶପଥ ନେଇ ଚାକିରୀ କରି ରହିଲି । 


ଅନ୍ୟ ଭାଇମାନେ ଯେଝା ଯେଝା ଘରସଂସାର କରି ଯେ ଯେଉଁଠି ରହିଲେ । ମାଉସୀ ଗାଆଁରେ ରହିଲେ ସତ, ଦେହ ପା ଖରାପ ହେଲେ ଅଜିତ ସବୁ ବୁଝାବୁଝି କରନ୍ତି । ବାପାଙ୍କୁ ଅନୁରୋଧ କରନ୍ତି ମାଉସୀଙ୍କୁ ଦିଲ୍ଲୀ ନେଇ ଆସିବାକୁ । ମାଉସୀ ଅସୁସ୍ଥତା କାରଣରୁ ବାପା ମାଉସୀଙ୍କୁ ଦିଲ୍ଲୀ ଆଣିଥିଲେ । ଆସିବା ଆଜିକୁ ୨୮ଦିନ ହୋଇଗଲାଣି । ବାପା ନ ଫେରିବାରୁ ମୁଁ ବାପାଙ୍କୁ ଯେତେ ଫୋନ କଲେ ବି ନା ବାପା ଫୋନ ଉଠାଇଲେ ନା ଅଜିତ ମଧ୍ୟ । ଟିଭିରେ ବାପାଙ୍କ ଫଟୋ ଦେଖି ମୁଁ ଏଠାରେ ଆସି ପହଞ୍ଚିଲି । ଏବେବି ଅଜିତକୁ ଫୋନ କରି କରି ନୟାନ୍ତ । ନା ସେ ଫୋନ ଉଠଉଛନ୍ତି ନା ବାପାଙ୍କର ଏଭଳି ସମୟରେ ଏଠାକୁ ଆସୁଛନ୍ତି । ତାଙ୍କ ପାଇଁ ବାପା ଆଜି ମୋତେ ଛାଡି ଚାଲିଗଲେ । 


ଆପଣ ମାନେ ବାପାଙ୍କୁ କେଉଁଠୁ ପାଇଲେ । 

ମ୍ୟାଡମ, ଏ ଭଦ୍ରବ୍ୟକ୍ତି ଷ୍ଟେସନରେ ବସିଥିଲେ । ହଠାତ ଗଡି ପଡିଲେ । ପାଖଆଖ ଲୋକମାନେ ତାଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କଲେ । ଡାକ୍ତର ଚିକିତ୍ସା କରି ଜାଣିଲେ କି ସେ କରୋନା ପଜିଟିଭ । ଚିକିତ୍ସା ଚାଲିଲା । ତାଙ୍କୁ ଯେତେ କୁହାଗଲା ନିଜ ଲୋକଙ୍କ ଫୋନ ନମ୍ବର ଦିଅ,ହେଲେ ଦେଲେ ନାହିଁ । କହିଲେ କି ମୋର ଗୋଟିଏ ବୋଲି ଝିଅ । ଏତେ ବାଟ ଆସି ପାରିବ ନାହିଁ । ମୁଁ ଶୀଘ୍ର ସୁସ୍ଥ ହୋଇ ମୋ ଗାଆଁକୁ ଫେରିଯିବି । 

ଏମିତି ତ ସବୁବେଳେ କହୁଥିଲେ, ହଠାତ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଲା । ରାତିରେ ଶୋଇଥିଲା ଅବସ୍ଥାରେ ବୋଧହୁଏ ଚାଲିଯାଇଛନ୍ତି । ଯାହା ମେଡ଼ିକାଲ ରିପୋର୍ଟ କହୁଛି । ଯେହେତୁ ଷ୍ଟେସନରୁ ଏ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ତେଣୁ ସବୁ ରିପୋର୍ଟ ପୋଲିସ ପାଖରେ ଦାଖଲ ହୋଇଛି । 


ହେ ଭଗବାନ । ଶେଷ ସମୟରେ ବି ବାପା ମୋତେ ଟିକେ ଖବର ଦେଲେ ନାହିଁ । 

ଯାହା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରି ମୂଲିଆରୁ ମାଲିକ କଲେ, ଶେଷରେ ସେ ଯେ ଏମିତି ପ୍ରତିଦାନ ଦେଲା...




Rate this content
Log in

Similar oriya story from Tragedy