Pranati Mahapatra

Action

3  

Pranati Mahapatra

Action

ଶ୍ରେଷ୍ଠ ଶ୍ରଦ୍ଧାସୁମନ

ଶ୍ରେଷ୍ଠ ଶ୍ରଦ୍ଧାସୁମନ

3 mins
226



  ୧୯୩୫ ମସିହା ଡିସେମ୍ବର ମାସର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମିରେ ସ୍ଵାଧୀନତା ସଂଗ୍ରାମୀ ମହାପୁରୁଷ ଶ୍ରୀଯୁକ୍ତ କାମଦା କିଙ୍କର ମୁଖାର୍ଜୀ ଓ ମାତାରାଜଲକ୍ଷ୍ମୀ ମୁଖାର୍ଜୀ ଙ୍କ କୋଳମଣ୍ଡନ କରିଥିଲେ ବର୍ତ୍ତମାନର ଅମ୍ଲାନ ପ୍ରତିଭା, ଭାରତ ମାତାର ସୁଯୋଗ୍ୟ ଦାୟାଦ, କଂଗ୍ରେସର ସଙ୍କଟମୋଚକ ତଥାରାଜନୀତିର ପିତାମହ ଭୀଷ୍ମ ଓ ଭାରତର ତେରତମରାଷ୍ଟ୍ରପତି ସ୍ଵର୍ଗୀୟ ପୁଣ୍ୟାତ୍ମା ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ।


     ପ୍ରଣବ ସ୍ମରି ବିଦ୍ୟାସାଗର କଲେଜରୁ ସ୍କୁଲ ଶିକ୍ଷା ସମାପ୍ତ କରି କୋଲକାତା ବିଶ୍ଵବିଦ୍ୟାଳୟରୁରାଜନୀତି ବିଜ୍ଞାନ ଓ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।୧୯୫୭ ମସିହା ଜୁଲାଇ ମାସର ୧୩ରେ ଶୁଭ୍ରା ମୁଖାର୍ଜୀଙ୍କ ସହ ପ୍ରଣବଙ୍କର ଶୁଭ ପରିଣୟ ହୋଇଥିଲା।ଇନ୍ଦ୍ରଜିତ ମୁଖାର୍ଜୀ ଓ ଅଭିଜିତ ମୁଖାର୍ଜୀ ବୋଲି ତାଙ୍କର ଦୁଇ ପୁଅ ଓ ଶର୍ମିଷ୍ଠ ନାମରେ ତାଙ୍କର ଗୋଟିଏ ଝିଅ ଅଛନ୍ତି।ଯେଉଁମାନେ କି ବର୍ତ୍ତମାନରାଜନୀତିରେ ସକ୍ରିୟ।


     ରାଜନୀତି କ୍ଷେତ୍ରରେ ପାଦ ଥାପିବା ପୂର୍ବରୁ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟରେ କିରାଣୀ ଭାବରେ ଚାକିରି କରିଥିଲେରାଜନୀତିଜ୍ଞ ପ୍ରଣବ।

୧୯୬୩ରେ ଦକ୍ଷିଣ ଚବିଶି ପ୍ରଗଣାସ୍ଥିତ ବିଦ୍ୟାସାଗର କଲେଜରେରାଜନୀତି ବିଜ୍ଞାନରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ ଯୋଗ ଦେଇଥିଲେ। ସ୍ଵଳ୍ପ ସମୟ ପାଇଁ "ଦୈଶର ଡାକ" ସମ୍ବାଦପତ୍ରରେ ସାମ୍ବାଦିକତା ମଧ୍ୟ କରିଥିଲେ।

୧୯୬୯ରେ ମେଦିନାପୁର ଉପନିର୍ବାଚନ ସମୟରେ କ୍ରିଷ୍ଣା ମେନନଙ୍କ ପାଇଁ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଆସି ପ୍ରଚାର କରିଥିଲେ।

   ଶ୍ରୀମତି ଇନ୍ଦିରା ଗାନ୍ଧୀ ପ୍ରଣବଙ୍କରରାଜନୈତିକ ଦକ୍ଷତାକୁ ଦେଖି କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ।ପ୍ରଣବ ମଧ୍ୟ ଆଗ୍ରହ ସହକାରେ ଶ୍ରୀମତି ଗାନ୍ଧୀଙ୍କର ପ୍ରସ୍ତାବକୁ ସ୍ଵୀକୃତି ପ୍ରଦାନ କରି କଂଗ୍ରେସରେ ଯୋଗ ଦେଇଥିଲେ।

 ୧୯୬୯ରେରାଜନୀତିରେ ପ୍ରବେଶ କରି ପ୍ରଥମକରିରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ଏହା ପରେ ୧୯୭୫,୧୯୮୧,୧୯୯୩,୧୯୯୯ରେରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।୧୯୭୩ରେ ଇନ୍ଦିରା ଗାନ୍ଧୀ ପ୍ରଣବଙ୍କୁ କ୍ୟାବିନେଟରେ ସାମିଲ କରିଥିଲେ।


   ୧୯୮୨ରୁ ୧୯୮୪ ଯାଏ ପ୍ରଣବ ମୁଖାର୍ଜୀ ଥିଲେ ଅର୍ଥମନ୍ତ୍ରୀ।୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ପ୍ରଣବଙ୍କର କଂଗ୍ରେସରେ କୌଣସି ଗୁରୁତ୍ୱରହିଲା ନାହିଁ।ସବୁ କଥା ଅନୁଧ୍ୟାନ କରି ପ୍ରଣବ ମୁଖାର୍ଜୀରାଷ୍ଟ୍ରୀୟ ସମାଜ ବାଦୀ କଂଗ୍ରେସ (RSC )ନାମରେ ଏକ ନୂତନ ଦଳ ଗଠନ କଲେ।କିନ୍ତୁରାଜୀବ ଗାନ୍ଧୀ ଙ୍କ ସହ ସାଲିସ୍ କରି ଦଳକୁ କଂଗ୍ରେସରେ ମିଶେଇ ଦେଇଥିଲେ। ୧୯୯୧ରେରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ସେତେବେଳର ପ୍ରଧାନମନ୍ତ୍ରୀ ପି ଭି ନରସିଂହରାଓ ,ପ୍ରଣବଙ୍କୁ ଯୋଜନା କମିଶନ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ।

୧୯୯୫ରୁ ୧୯୯୬ ଯାଏ ନରସିଂହରାଓଙ୍କ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ପାଦନ କରିଥିଲେ।୨୦୦୦ରୁ ୨୦୧୯ ଯାଏ ପଶ୍ଚିମବଙ୍ଗର ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ ପ୍ରଣବ ମୁଖାର୍ଜୀ।

ଡ଼କ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ପ୍ରଣବ ହିଁ ପ୍ରଧାନମନ୍ତ୍ରୀ ହେବେ ବୋଲି ଲୋକମୁଖରେ ସେତେବେଳେ ଚର୍ଚ୍ଚା ହେଉଥିଲା।ମାତ୍ର ପ୍ରଣବ ମୁଖାର୍ଜୀ ସିନା ପ୍ରଧାନମନ୍ତ୍ରୀ ହୋଇ ପାରି ନ ଥିଲେ, କିନ୍ତୁ ମନମୋହନ ସିଂହଙ୍କ କ୍ୟାବିନେଟରେ ପ୍ରତିରକ୍ଷା, ଅର୍ଥ,ବୈଦେଶିକ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ଵ ତୁଲାଇ ଥିଲେ।

    


    ୨୦୧୨ ଜୁଲାଇ ମାସ ୨୫ ତାରିଖରେ ଦେଶରରାଷ୍ଟ୍ରପତି ହୋଇଥିଲେ ମାନ୍ୟବର ପ୍ରଣବ ମୁଖାର୍ଜୀ।୨୦୧୭ ପରେ ଶାରିରୀକ ଅସୁସ୍ଥତା ଓ ବୟସାଧିକ୍ୟ କାରଣରୁରାଜନୀତିରୁ ଅଧିକ ଅବସର ନେଲେ।


  ୨୦୦୮ ମସିହାରେ ପ୍ରଣବ ମୁଖାର୍ଜୀ ଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ "ପଦ୍ମବିଭୂଷଣ" ଓ ୨୦୧୯ ରେରାଷ୍ଟ୍ରପତିରାମନାଥ କୋବିନ୍ଦ 

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ "ଭାରତରତ୍ନ" ସମ୍ମାନରେ ଅଳଙ୍କୃତ କରିଥିଲେ।

ଭାରତରତ୍ନ ଉପାଧି ପାଇବାରେ ପ୍ରଣବ ମୁଖାର୍ଜୀ ଥିଲେ ପଞ୍ଚମରାଷ୍ଟ୍ରପତି।


ବାଲେଶ୍ଵର ଜିଲ୍ଲାର କିଛିବ୍ୟକ୍ତି ବିଶେଷଙ୍କ ଅନୁଭୂତିରୁ 

ମାନ୍ୟବର ପୂର୍ବତନରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଝୁରୁଛନ୍ତି ବାଲେଶ୍ଵରବାସୀ।

ଚାନ୍ଦିପୁର ଇଲିସି ମାଛ ଓ ଛତୁ ଥିଲା ଅତିପ୍ରିୟ ପ୍ରଣବଙ୍କର।ଓଡିଶାରୁ କେହି ପରିଚିତ ଲୋକ ତାଙ୍କୁ ଦେଖା କରିବାକୁ ଗଲେ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁରରୁ ଇଲିସି ମାଛ ଆଣିବାକୁ କହୁଥିଲେ ପ୍ରଣବ।


ଓଡ଼ିଶାର ଯେଉଁ କେତେଜଣ ପ୍ରଣବଙ୍କର ପ୍ରିୟ ଲୋକ ଥିଲେ ତନ୍ମଧ୍ୟରୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଥିଲେ ଅନ୍ୟତମ।ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଥିଲା ନିବିଡ଼।୨୦୦୦ ମସିହାରେଶ୍ରୀ ପଣ୍ଡା ବିଧାୟକ ଭାବେ ନିର୍ବାଚନ ଲଢିଥିବା ସମୟରେ ଗୋଷ୍ଠୀ କନ୍ଦଳ ତୀବ୍ର ଥିଲା।ଏସବୁ ବିଷୟରେ ଅବଗତ ହୋଇ ପ୍ରଣବ ନିଜେ ସିମୁଳିଆ ଆସି ପଦ୍ମଲୋଚନ ପଣ୍ଡାଙ୍କର ନିର୍ବାଚନ ପ୍ରଚାରକ ସାଜିଥିଲେ।ଗୋଟିଏ ଦିନରେ ସେହି ନିର୍ବାଚନ ମଣ୍ଡଳୀର ଛଅଟି ସଭାରେ ଉଦବୋଧନ ଦେଇଥିଲେ।ତିନି ଦିନ ଧରି ନିର୍ବାଚନ ମଣ୍ଡଳୀ ବୁଲିଥିଲେ।


୧୯୯୯ ମସିହା ମହାବାତ୍ୟା ସମୟରେ ପ୍ରଣବ ଓଡିଆ ଗସ୍ତରେ ଆସି ବାଲେଶ୍ଵର ଜିଲ୍ଲା କୁ ମଧ୍ୟ ପରିଦର୍ଶନ କରି ଲୋକ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ମହାବାତ୍ୟାରେ ସିମୁଳିଆ ଧ୍ଵସ୍ତ ବିଧ୍ଵସ୍ତ ହୋଇଥିଲା।ବନ୍ୟାରେ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।ପାଞ୍ଚ ନମ୍ବର ଜାତୀୟରାଜପଥର ଜାମୁଝାଡି ନିକଟରେ ଏକ ବିରାଟ ଘାଇ ହୋଇ ଯାଇଥିଲା।ବନ୍ୟାଞ୍ଚଳ ପରିଦର୍ଶନ କରି ମାର୍କୋଣା ଡାକବଙ୍ଗଳାରେ ଏକ ପ୍ରେସ ମିଟ ମଧ୍ୟ କରିଥିଲେ ।


ସେହି ମହାନ ମହାମାନବରାଜନୀତିର ପିତାମହ ଭୀଷ୍ମ ତଥା ଅମାୟିକ ବ୍ୟକ୍ତିତ୍ୱଙ୍କୁ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଭକ୍ତିପୂତ ଶ୍ରେଷ୍ଠ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଅମର ଆତ୍ମାର ସଦଗତି ଓ ଶତଶତ ଆଭୂମ ପ୍ରଣାମ।




Rate this content
Log in

Similar oriya story from Action