ଭଦ୍ରମୁଖା
ଭଦ୍ରମୁଖା


ଚଇତି ପୂର୍ଣ୍ଣିମା । ସାହିରେ ଘୋଡାନାଚ । ସମସ୍ତେ ଦେଖିବାକୁ ଯାଉଛନ୍ତି । ଛୋଟଝିଅ ରିନୁ ବହୁତ ଜିଦି କରିବାରୁ ମାଆ ଶାଵୀ ତାକୁ ନେଇଗଲା । ଝୁନୁ କହିଲା, ମୁଁ ଯିବିନି, ସକାଳୁ ବହୁତ କାମ । ଡେରିରେ ଶୋଇଲେ ଉଠି ହେବନି । ବାପା ପୁଣି ଆଜି କାମ କରି କରି ହାଣ୍ଡିଆ ପିଇ ଶୋଇ ପଡିଛି ପୁରୁଣା ମାଟି ଘରେ । ଏପଟେ ପୁରା ଖାଲି । ଧାନ ବସ୍ତା ଗୁଡାକ ଅଛି । କୁନି ପୁଅ ଶୋଇଛି । ତୁ ଯାଆ ଶୀଘ୍ର ପଳେଇ ଆସିଵୁ ।
ଝୁନୁ, ବୟସ ପନ୍ଦର, ହସ ହସ ମୁହଁ, ପୁରିଲା ପୁରିଲା ଗାଲ । ଦଶମ ଶ୍ରେଣୀରେ ପଢେ । ଵେଳେ ଵେଳେ ବାବୁ ଘରେ ଵୋଲ ହାକ ଵି କରେ । ଭଲ ପଢେ । ଵାପା ତାର ଚାଷୀ । ଜେଜେ ଥିଲା ଵେଳୁ ବାପା ତାଙ୍କୁ ସାହାଯ୍ୟ କରୁ କରୁ କେତେଵେଳେ ଗୋଟାଏ ପୋଖତ ଚାଷୀ ହୋଇଯାଇଥିଲା ନିଜେ ଭି ଜାଣି ପାରିନଥିଲା ସିଏ । ବାପା ଓ ଜେଜେ ମିଶି ଦାଦା ସୁଶାନ୍ତକୁ ପାଠ ପଠାଇଥିଲେ । ସ୍ବପ୍ନ ଥିଲା ସେ ଜଣେ ଵାଵୁ ହେବ ।
ସୁଶାନ୍ତ ଵେଶି ଭଲ ପଢୁ ନ ଥିଲେ ବି ସେମିତି ଖରାପ ନି ପଢୁନଥିଲା । ଘରର ଏକମାତ୍ର ପାଠ ପଢୁଆ ପୁଅ ହିସାବରେ ସବୁ ସୁବିଧା ଉପଭୋଗ କରୁଥିଲା । ସୁଶାନ୍ତ ଏବେ ଏମ୍. ଏଲ୍. ଏ । ପାଖ ଆଖରେ ତାର ଭାରି ଖାତିର୍ । ଜେଜେ ଗଲା ପରେ ବଡ ଭାଇକୁ କିଛି କିଛି ସାହାଯ୍ୟ କରୁଥିଲା ।
ଆଗରେ ପଛରେ ସୁଶାନ୍ତର ଲୋକ ଚାଲୁଥିଲେ ଵି ଵାପା ନିରୋଦକୁ ସବୁ ଲୋକ ଭଲ ପାଆନ୍ତି । ନିରୋଦ ମିଷ୍ଟଭାଷୀ, ସତ୍ୟଵାଦୀ ପରୋପକାରୀ ଲୋକ ।
ଅନ୍ଧାର ହୋଇଥିଲା । ସାହିଯାକ ଶୂନ୍ ଶାନ୍ । ପଶି ଆସିଲା ସୁଶାନ୍ତ । ଦାଦା, ବାପା ସେପଟେ ଶୋଇଛନ୍ତି, ଵୋଉ ନାହିଁ, ତୁମେ କାଲି ଆସିବ ଯାଅ - କହିଲା ଝୁନୁ । ଏତିକି ଶୁଣିଛି କି ନାହିଁ କୁଦି ଆସିଲା ସୁଶାନ୍ତ, ଏ କଣ ? ଏ କଣ ? କହୁ କହୁ ପାଟିକୁ ମାଡି ବସିଲା ଦାଦା, ଜୋର୍ ରେ ଝପ୍ ଟି ପଡିଲା । ତାପରେ ସବୁ ଶେଷ । କାହାକୁ କହିବ ଝୂନୁ । ଵୋଉକୁ କହିବ କି ? ଦାଦାର ଭଦ୍ରମୁଖା ତଳେ ଚାପି ହୋଇଯିଵେ ଏମାନେ । ଦାଦା ଛାତ ଘର ଖଣ୍ଡିଏ ପଞ୍ଚାୟତରେ କହି କରେଇ ଦେଇଛି ।