STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ଭଡାଘର

ଭଡାଘର

2 mins
183

   କେହି ଜଣେ ସହକର୍ମୀ କହିଥିବାର ମନେପଡେ, ଯିଏ ସବୁଠୁ ଚାଲାକ, ସେ ନିଜେ ଧନବଳ, ଜନବଳ, ପରିଶ୍ରମବଳ ଖଟେଇ ନିଜେ ଘରଟେ ନକରି, ଅନ୍ୟର ଘରକୁ ଭଡାଘର ରୂପେ ବ୍ୟବହାର କରି ସୁଖ ସ୍ଵାଚ୍ଛନ୍ଦ୍ୟ ରେ ସମୟ ଅତିବାହିତ କରିଦିଏ, ପ୍ରକୃତରେ, କେଡେ ସତକଥା ଟିଏ, ଯାହା ମର୍ମେ ମର୍ମେ ଅନୁଭବ କରୁଛନ୍ତି ଅନୁଭବ ଦାସ ଓ ଶେଫାଳୀ ଦାସ, ସ୍ୱାମୀ ସ୍ତ୍ରୀ ଦୁହେଁ, ଘର କରି କରି ନୟାନ୍ତ, ଆଉ ଭଡା ରଖି କଦର୍ମାକ୍ତ, ଏଇଥିପାଇଁ କି ଆଜି ଅମୁକ ଭାଙ୍ଗିଲା, କାଲି ସମୁକ ଲଗାଅ, ଆଜି ଲାଟିନ ରେ ପାଣି କାହିଁକି ଯାଉନି ତ କାଲି ନୂଆ ପାଣିପମ୍ପ କିଣି ରଖ, ଏସବୁ ଦାସ ଦମ୍ପତ୍ତିଙ୍କ କୋଉ ନଇପାରିଲା ପଣିଆ କେଜାଣି, ଶାଳୀମାନେ କୁହନ୍ତି, ଭାଇଙ୍କୁ ନିଦା ବିଷ୍ଣୁ ଦେଖି, ଭଡାଟିଆ ସବୁ ଏମିତି କହୁଛନ୍ତି, ନହେଲେ ମେଣ୍ଟେନାନ୍ସତ ଭଡାଟିଆଙ୍କର, ହେବା କଥା.ଶଳାମାନେ କୁହନ୍ତି, ଲୋକଙ୍କୁ ଉପରଧ କଲେ ଏମିତି, କଥାରେ ନାହିଁ, "ଉପରଧ କଲେ କୁକୁରକୁ, କୁକୁର ମୁତଇ ଉପରକୁ ". 

   ହତାଶିଆ ଦମ୍ପତ୍ତି ଶେଷକୁ ଘର ତୋଳା କଥା କହି ଭଡାଟିଆଙ୍କୁ କାଢ଼ିବାରେ ସମର୍ଥ ହେଲେ ସତ, ହେଲେ, ଏତେ ଘରଦ୍ୱାରର ଯତ୍ନ ତଥା ରକ୍ଷଣା ବେଖ୍ୟଣ ଯେ ଅସମ୍ଭବ, ଏହା ବି ବୁଝିଥିଲେ, ତ ଏକ ନୂଆ ପ୍ରସ୍ତାବ ଆସିଲା, କୌଣସି ଏକ ବ୍ୟାଙ୍କ ଘରଭଡା ନେବାର ଖବର ମିଳିଲା ତ ଦାସ ଦମ୍ପତ୍ତି ଭାବିଲେ ବ୍ୟାଙ୍କବାଲା ନେଲେ ଅସୁବିଧା ନାହିଁ, କାରଣ ସେମାନେ ତାଙ୍କ ସୁବିଧା ଅନୁଯାୟୀ ସବୁ ସଜାଡିନେଇ ରହିବେ, ତା ଛଡ଼ା, ପାଣି, ଇଲେକ୍ଟ୍ରି, ଲାଟିନ ର ସଦୁପଯୋଗ ଠିକଠାକ ହୋଇ ପାରିବ, ଅଳିଆ ଅସନା ନହୋଇ ଘର ବି ସ୍ଵଛ ରହିପାରିବ, ତ ଦୁହେଁ ରାଜି ହୋଇଗଲେ. 

   କିନ୍ତୁ ବ୍ୟାଙ୍କର ସର୍ତ୍ତ ଥିଲା ଭିର୍ଣ୍ଣ,ଘରେ ଆଉ କେହି ମଣିଷ ରହିପାରିବେ ନାହିଁ, ଯେତେ ସ୍ୱତନ୍ତ୍ର ଓ ସ୍ଵାତନ୍ତ୍ରେୟତା ଥିଲେ ବି ସମ୍ପୂର୍ଣ୍ଣ ଖୋଲାଘର ଆବଶ୍ୟକ, ତ ଦାସ ଦମ୍ପତ୍ତି, ନିଜେ ରହିବା ପାଇଁ ଘରଭଡା ଖୋଜୁଥିଲେ. ପୁଅ ଝିଅ ଦୁହେଁ ବିଦେଶରେ, ତ ସେହି ସହକର୍ମୀଙ୍କ କଥା ମନେ ପକାଇ ଦୁହେଁ ଏଵେ ଭଡ଼ାଘରେ l

  ପ୍ରକୃତରେ ଅଭିଜ୍ଞତା ସମ୍ପର୍ଣ୍ଣ ଦମ୍ପତ୍ତିଙ୍କର କୌଣସି ଅସୁବିଧା ନଥିଲା ଭଡ଼ାଘରେ, ଠିକ ସମୟରେ ପଇସା ଦେବା, ଯାହା ଘରେ ଆବଶ୍ୟକ, ନିଜେ କରିଯିବା ଦ୍ୱାରା ପ୍ରକୃତରେ ଘରଭଡା ନେଇ ରହିବାର ଅନୁଭୂତି ନିଆରା ଥିଲା, ତେଣେ ନିଜ ଘରେ ବ୍ୟାଙ୍କ ଆରାମରେ ଚାଲୁଥିଲା ଆଉ ଠିକ ପେମେଣ୍ଟ ବି ମିଳିଯାଉଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract