ଭାବର ଠାକୁର
ଭାବର ଠାକୁର
ସମସ୍ତେ ତାଙ୍କୁ ଭାବର ଠାକୁର ବୋଲି କହନ୍ତି। ଜାତି ଧର୍ମ ନିର୍ବିଶେଷରେ ସେ ଭକ୍ତର। ନବଦିନ ବ୍ୟାପୀ ରଥ ଯାତ୍ରାରେ ଦିନେ ବି ଯାଇନି ପୁରୀ ବରଂ ଭୁବନେଶ୍ୱରରେ ଝିଆରୀ ବାହାଘରକୁ ଗଲି, ଆଉ ବାହୁଡ଼ା ଦିନ କରି ବଳିପଡ଼ିଥିବା ଭୋଜି ଖାଇ ସାରି ମନସ୍ତାପ କଲାବେଳକୁ ନେଡି ଗୁଡ଼ କହୁଣୀକୁ ବୋହିସାରିଥିଲା। ବାହାଘର ମତୁଆଲି ନିଶାରେ ବାହୁଡା଼ ବୋଲି ମନେନଥିଲା ଶେଫାଳୀଙ୍କର ।
ଝିଅ କିନ୍ତୁ ଫୋନ କରିଥିଲା ଟିକି ନାତୁଣୀକୁ ଖୁବ ଜର ,ଝାଡା ବାନ୍ତି। ସେ ବାହାଘରକୁ ନଆସିପାରିବା କାରଣରେ ସମସ୍ତେ ବୁଝି ଯାଇଥିଲେ ବି ଶେଫାଳୀ ତାଙ୍କ ମନକୁ ବୁଝାଇ ପାରିଲେନି। ନିଜ କ୍ରିୟା କର୍ମ ଯୋଗୁଁ ,ଟିକି ନାତୁଣୀଟା ସବୁବେଳେ ଏମିତି ଦେହଖରପ ହୋଇ ପଡ଼ିଲା। ହଉ କାଳିଆ ଠାକୁର ମୁଁ ମହାପାପୀ ମତେ ଫରେନିଅ ପ୍ରଭୁ ବହୁଡ଼ାରେ କହି, ହାତ ଯୋଡୁଥିଲେ ଶେଫାଳୀ ।
ସେଦିନ ହିଁ ବରମୁଣ୍ଡାରୁ ବାହାରି ପୁରୀ ବସରେ ପ୍ରତିଥର ପରି ଆରାମରେ ସିଟ ପାଇ ବସିଗଲୁ ଦୁହେଁ, ହେଲେ ପୁରୀ ପୁରୀ ବୋଲି ଡ଼ାକି ଡ଼ାକି ଯେତେ ଚେଷ୍ଟା କଲେ ମଧ୍ୟ ଆମ ଦୁଇଜଣଙ୍କ ଛଡା ବସରେ କଳ୍ପନା ଯାଏଁ ଜଣେ ବି ଯାତ୍ରୀ ଉଠିଲେ ନାହିଁ ତ ଆମକୁ କଳ୍ପନାରେ ଓଲ୍ହେଇ ଦେଇ କଣ୍ଡକ୍ଟରଟା କଣ ବିଡି ବିଡି ହେଉଥାଏ ତ ମିଷ୍ଟର ପଚାରିଲେ, ଏଠୁ ଆମକୁ ସିଟ ମିଳିବନି, ଆଣିଲ କାହିଁକି, ସେ କହୁଥିଲା, ଆମେ କଣ ପଇସା ନେଇଛୁ, ଏତକ ସିନା ସ୍ବାମୀ ଶୁଣି ଓହ୍ଲେଇ ପଡ଼ିଲେ , ଶେଫାଳୀଙ୍କୁ ତା ଶେଷ ଖଣ୍ଡବାକ୍ୟ ଠିକ ଶୁଭିଥିଲା, ଆଲକ୍ଷଣା ଲୋକ ଦିଟାଙ୍କୁ ଉଠେଇ କି ହଇରାଣ। ଶେଫାଳୀ ଙ୍କର ବି ମନେ ପଡ଼ୁଥିଲା ସେହିଁ ଆଗ ଉଠିଥିଲେ ବସରେ।
ସେତେବେଳକୁ ଭରା ଭରା ଦ୍ୱିତୀୟ ଯାତ୍ରୀବାହି ବସଟା ତଥାପି ପୁରୀ ପୁରୀ ରଡି ଛାଡୁଥିଲା, ତ ଉଠିଗଲୁ ଆଉ ବସ ଡ୍ରାଇଭର ପାଖକୁ ଲାଗି ଉଚ୍ଚା ଜାଗାରେ ବସି ମିଷ୍ଟରଙ୍କୁ ବି ବସିଯାଅ କହିବା ପୁର୍ବରୁ ଜଣେ ପୁରୀ କହି ଉଠିଲେ କିନ୍ତୁ ପୁରୀ ଟିକେଟ ନକାଟି ପିପିଲି ଯାଏଁ କାଟିଥିବାରୁ ତାଙ୍କ ସହ ଜୋର ବଚସା କଣ୍ଡକ୍ଟରଙ୍କର
ପୁରୀ ଟିକେଟ କାଟିଥିଲେ ବି ସ୍ଵାମୀ ଯେବେ ସାକ୍ଷୀଗୋପାଳରେ ଓହ୍ଲେଇଦେବାକୁ କଣ୍ଡକ୍ଟରଙ୍କୁ ଅନୁରୋଧ କରୁଥିଲେ, ମୋ ଉପରକୁ କୋଉଠୁ ଗୋଟେ କଣ ଆସି ପଡିଲା ତ ଦେଖିଲି, ଗେଣ୍ଡୁ ଫୁଲ ସହ ତୁଳସୀ ପତ୍ର, ଏଣେ ତେଣେ ଅନାଇ ଦେଖେତ ମୁଁ ବସିଥିବା ସିଟ ଉପରେ ଲାଗିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରୁ ଖସିଛି, ହାତ ମୁଠାରେ ତାକୁ ଚାପିନେଇ ପୁରୀ ଯିବାକୁ ରାଜି କରି ବାହୁଡ଼ା ଦର୍ଶନକୁ, ଯିବାକୁ ଜିଦ କଲି । ଫୋନ କଲା ଝିଅ, ନାତୁଣୀ ଦେହ ଟିକେ ଭଲ ଅଛି। ଖୁସି ହୋଇ ଶେଫାଳୀ କହିଥିଲେ ହଁ ହଁ ମୁଁ ଜାଣେ। ମିଷ୍ଟର ତାଙ୍କୁ ଆଖି ଫାଡ଼ି ଫାଡ଼ି ଚାହୁଁଥିଲେ, ଆଉ ଭାବଗ୍ରାହୀଙ୍କ କରୁଣାର ସନ୍ତକକୁ ମୁଁ ଖୁବ ଜୋରରେ ଜାବୁଡ଼ି ଧରି ପୁରୀରେ ଓଲ୍ହେଇଲି ହିଁ ଓଲ୍ହେଇଲି ।
ଭକ୍ତ ଟିଏ ନହେଲେ ବି ରଥ ଅଟକିଥିଲା ଠିକ ବଡଡାକ୍ତଖାନା ଛକରେ। ଶେଫାଳୀ ଓ ତାଙ୍କ ସ୍ଵାମୀ ମନଭରି ଦର୍ଶନ ଓ ରଥଟଣା ଦେଖି, ଜଗନ୍ନାଥଙ୍କ କରୁଣାରୁ ପୁଣି ସୁବିଧାରେ ଫେରିଥିଲେ ଘରକୁ। ଘରେ ପହଞ୍ଚି ଜଗନ୍ନାଥଙ୍କ କରୁଣା ଓ କୃପାର ସେହି ମହାର୍ଘ୍ୟ ଫୁଲ ତୁଳସୀ ଟିକକ, ଝାଳ ସରସର ହୋଇ ମକଚି ହୋଇଯାଇଥିଲେ ବି ସାଇତି ରଖୁଥିଲେ ଶେଫାଳୀ, ନାତୁଣୀ ଆସିଲେ ଝାଡ଼ିଦେବେ ତାକୁ,ସ୍ଵାମୀ ଡାକ ଛାଡୁଥିଲେ କଣ ଚା ଟିକେ ଦେବ ନା ନାହିଁ, ତ ତରତର ହୋଇ ମୁଣ୍ଡିଆ ମାରି ରୋଷେଇ ଘରଆଡ଼କୁ ଯାଉ ଥିଲେ ଶେଫାଳୀ।
