ବଦଲା
ବଦଲା


ହସ୍ପିଟାଲରେ ଡାକ୍ତର ଦେଵକାନ୍ତ ଇଂନଚାର୍ଜ ଥିଲେ ,ତାଙ୍କ ତଳେ ୫ଜଣ ଡାକ୍ତର କାମ କରୁଥିଲେ । ସେ ବହୁତ ରାଗି ଥିଲେ ଓ ଛୋଟ ଛୋଟ କଥାରେ ଡାକ୍ତରମାନଙ୍କୁ ସମସ୍ତଙ୍କ ଆଗରେ ଗାଳି ଦେଉଥିଲେ । କେତେଜଣ ଟିକେ କିଛି କହୁଥିଲେ ଓ ବାକି କେତେ ଜଣ ହସିଦେଇ ଚାଲି ଯାଉଥିଲେ । ସବୁ ଡାକ୍ତରମାନେ ଡାକ୍ତର କଲୋନୀରେ ପାଖ ପାଖ ଘରେ ରହୁଥିଲେ । ଥରେ ଡାକ୍ତର ଦେଵକାନ୍ତ ଡାକ୍ତର ରାଓ ଙ୍କ ଉପରେ ବହୁତ ରାଗିଲେ ଓ ତାଙ୍କୁ ସମସ୍ତଙ୍କ ଆଗରେ ଗାଳି ଦେଲେ । ସେ ଚୁପ ଚାପ କାମ ନକରି ଚାଲି ଗଲେ ଓ ମନେ ମନେ ଠିକ କଲେ କି ଡାକ୍ତର ଦେଵକାନ୍ତ ଙ୍କୁ ପାନ ଦେବେ ବୋଲି ।
ଡାକ୍ତର ଦେଵକାନ୍ତ ଘରେ ଏକା ରହୁଥିଲେ , ତାଙ୍କ ଘରେ ଗୋଟିଏ ସ୍ତ୍ରୀ ଲୋକ କାମ କରୁଥିଲା ଦିନେ ତାର ଦେହ ଖରାପ ଥିବାରୁ ସେ ଆସି ନଥିଲା ଓ ତାର ଝିଅ କୁ ସେ ଆସିବନି ବୋଲି ସାରଙ୍କୁ କହିବାକୁ ପଠାଇ ଥିଲା । ଛୋଟ ଝିଅଟି ଡାକ୍ତର ଦେଵକାନ୍ତଙ୍କଘରକୁ ଗଲା ଓ କିଛି ସମୟ ପରେ ଚକଲେଟ ଧରି ବାହାରି ଆସିଲା । ଝିଅ କୁ ଦେଖି ରାଓ ବାବୁ ଗୋଟେ ବଡ଼ ପ୍ଲାନ କଲେ । ଝିଅର ବାପାକୁ ଯାଇ କହିଲେ କି ଡାକ୍ତର ଦେଵକାନ୍ତ ତୋ ଝିଅକୁ ମୋଲେଷ୍ଟେସନ କରିଛନ୍ତି ମୁଁ ପୋଲିସ ଡାକିଚି ପୋଲିସ ଆସିଲେ ତୁମେ ଏତିକି କହିବ । ଏତକ କହି ତାକୁ ୨ ହଜାର ତାଙ୍କ ଧରାଇଦେଲେ । କିଛି ସମୟ ପରେ ପୋଲିସ ଆସିଲା ଓ ସବୁ ଶୁଣି ଡାକ୍ତର ଦେଵକାନ୍ତ ଙ୍କୁ ଗାଡ଼ିରେ ବସlଇ ପୋଲିସ ଷ୍ଟେସନ ନେଇଗଲା । ଡାକ୍ତର ଯେତେ ଯାହା କହିଲେ ବି ସେ କିଛି ଶୁଣିଲାନି । ଆଉ କିଛି ସମୟ ପରେ ଜଣେ ପୋଲିସ ସେ ଝିଅ ଓ ତା ବାପା କୁ ନେଇ ପହଁଚିଲେ । ତା ବାପକୁ ରାଓ ଡାକ୍ତର ଯାହା କହିଥିଲେ ସେ ତାହା ହିଁ କହୁଥିଲା । ହେଲେ ଛୋଟ ଝିଅ ଡରରେ କିଛି କହି ପାରୁ ନଥିଲା । ଲହସ୍ପିଟାଲ ଓ ଚାରି ଆଡେ ଡାକ୍ତରଙ୍କ କଥା ଖେଳି ବୁଲୁଥିଲା । କିଏ ହସୁଥିଲା ଓ କିଏ ଛିଃ ଛିଃ କରୁଥିଲା । ପୋଲିସ ଝିଅ ର ବାପା କୁ ପଚାରିଲା ତମେ କେଉଁଠି ଥିଲ ? ସେ କହିଲା ମୁଁ ଘର ଆଗରେ ଥିଲି । ଆଛା ତୁମକୁ ମୋଲେଷ୍ଟେସନ କଥା କିଏ କହିଲା ? ସେ ଚୁପି ରହିଲା ପୋଲିସ ରାଗିକି ପଚାରିଲା ସତ କୁହ ? ସେ କହିଲା ରାଓ ବାବୁ କହିଲେ ? ରାଓ ବାବୁ ଙ୍କୁ ଡକl ହେଲା । ରାଓ ବାବୁ କହିଲେ ଝିଅଟି ସାର ଙ୍କ ଘରୁ ଆସୁଥିଲା ମୁଁ ଏତିକି ତାକୁ କହିଛି ।
ତା ପରେ ପୋଲିସ ଇନନିସପେକଟର ପଚାରିଲେ ତତେ ଝିଅ କିଛି କହିଖିଚିସେ କଣ କହିବି ବୋଲି ଭାବିଲା ଓ କହିଲା ସେ କାନ୍ଦୁଥିଲା । ଡାକ୍ତର ଦେଵକାନ୍ତ କହିଲେ ଆମ ବିଲଡିଂରେ ସିସି କ୍ୟାମେରା ଲାଗିଛି ତାକୁ ଦେଖନ୍ତୁ । ପୋଲିସ ବାବୁ ମାନେ ଡାକ୍ତର ଦେଵକାନ୍ତ ଙ୍କୁ ନେଇ ତାଙ୍କ ବିଲ୍ଡିଂ କୁ ଗଲେ ହେଲେ ତାଙ୍କ ସିସି କ୍ୟାମେରା କାମ କରୁନଥିଲା । ତା ପରେ ଡାକ୍ତର ଦେଵକାନ୍ତ ନ୍କ ମନେ ପଡିଲା କି ତାଙ୍କ ଘର ଆଗରେ ବି ଗୋଟେ କ୍ୟାମେରା ଲାଗିଛି । ସେ କ୍ୟାମେରା ଦେଖିଲାରୁ ସବୁ ଠିକ ଜଣ ପଡିଲା । ଝିଅ ଟି ଘରକୁ ଯାଉଛି ଓ ଘରୁ ଚକଲେଟ ଧରି ବାହାରୁଚି । ସେ ଖୁସି ଥିବା ପରି ଜଣl ପଡିଲା ଓ କାନ୍ଦୁ ନଥିଲା ।
ପୋଲିସ୍ ଝିଅ ର ବାପା କୁ ପଚାରିଲା ସତ କୁହ ନହେଲେ ତତେ ହାଜତରେ ରଖିଦେବି । ସେ ସବୁ ସତ କହିଲା ପରେ ପୋଲିସ ଡାକ୍ତର ଦେଵକାନ୍ତ ଙ୍କୁ ଛାଡିଦେଲା । ସେ ମୁଁହ ଲୁଚାଇ ଘରେ ପଶିଗଲେ । ପୋଲିସ ରାଓ ବାବୁଙ୍କୁ ଡାକି ବାର୍ଣ୍ଣି ଦେଲା ଓ କହିଲା , ଡାକ୍ତର ଦେଵକାନ୍ତ ଚାହିଁଲେ ଆପଣ ଙ୍କ ଉପରେ ଆକ୍ସନ ନିଆହେବ । ରାଓ ବାବୁ ସରି ସାର କହି ସେଠୁ ଖସିଗଲେ ।