ବଡଝିଅ
ବଡଝିଅ
କାଳ ଚକ୍ର ଘୁରୁଛି. ଜୀଵନଟା ସାଦା କାଗଜ ପରି ପ୍ରତୀୟମାନ ହେଉଥିଲେ ବି କେତେ କାହାଣୀ ସେଥିରେ. ଶାଶୁ ଚାଲିଗଲେ କୁମାରୀର ଆରପାରିକୁ. ଝିଅ ବାହା ହୋଇ ଶାଶୁଘରେ. ହଠାତ ସେଦିନ ସ୍ୱାମୀ ଆରତଙ୍କର ଦେହ ସାଙ୍ଘାତିକ ହୋଇପଡ଼ିଲା.ସ୍ଥାନୀୟ ହସ୍ପିଟାଲ ଫେରାଇ ଦେଲାତ ଗାଡି କରି କୌଣସିମତେ ଭୁବନେଶ୍ୱରରେ ପହଁଚିଲେ କୁମାରୀ. ପ୍ରାଇଭେଟ ହସ୍ପିଟାଲ ଭିତରେ କୋଉଠି କଣ କେମିତି କରିବେ କୁମାରୀ ଜାଣିନଥାନ୍ତି ହେଲେ ଭିଡ଼ ଭିତରୁ ତାଙ୍କ ସ୍ୱାମୀଙ୍କୁ ଷ୍ଟ୍ରେଚରରେ ପକାଇ ଆଗ ନିଆଗଲା. ତାଙ୍କୁ ସ୍ୱତନ୍ତ୍ର କୋଠରୀକୁ ଡକାଗଲା. ଝିଅ ଜୋଇଁ ପହଞ୍ଚି ସାରିଥାନ୍ତି. ସେମାନେ ମଧ୍ୟ ହସ୍ପିଟାଲରେ ଏ ଭବ୍ୟ ଆତିଥେୟତା ଦେଖି ଆଚମ୍ବିତ ହେଲା ବେଳେ ସ୍ୱାମୀ ଆରତ କିପରି ଅଛନ୍ତି ତାଙ୍କୁ ରୁମ ଭିତରେ ଟିଭି ଦ୍ୱାରା ଦେଖାଇ ଦିଆଯାଉଥାଏ. ଡାକ୍ତରଙ୍କ ମୁହଁ ଦେଖି ମାଆ କୁମାରୀ ଓ ଝିଅ ଫୁଲ ଚମକି ପଡୁଥିଲେ କାରଣ ଡାକ୍ତରାଣୀ ଜଣଙ୍କ ଡାକ୍ତରୀ ପୋଷାକରେ ଫୁଲ ହିଁ ଥିଲେ. କିନ୍ତୁ ଫୁଲ ତ ମାଆ କୁମାରୀଙ୍କ ପାଖରେ ଥିଲେ. ସ୍ଵଶରୀରରେ ଯେବେ ଡାକ୍ତରାଣୀ ତାଙ୍କ କ୍ୟାବିନକୁ ଆସି କୁମାରୀଙ୍କୁ ପ୍ରଣାମ କରିଥିଲେ କୁମାରୀ କହିଥିଲେ ତୁ ମୋ ବଡ଼ଝିଅ ନିଶ୍ଚୟ ହେଲେ ତୁ ଆମକୁ ଚିହ୍ନିଲୁ କିପରି ଝିଅ?ମୋ ବାପା ମାଆ ମରିବା ପୂର୍ବରୁ ମତେ ସବୁ କହିଦେଇ ଯାଇଥିଲେ. ବାପା ଆଡମିଟ ହେବା ବେଳେ ତାଙ୍କ ନାମ ଓ ଗ୍ରାମ ଓ ବୟସ ଇତ୍ୟାଦିର ପରିଚୟ ପାଇ ମୁଁ ଜାଣିଥିଲି ମୋ ଡାକ୍ତରୀ ପାଠର ଆଜି ପ୍ରକୃତ ପରୀକ୍ଷା. ଫୁଲ ସବୁକଥା ଜାଣି ଅପା ବାପା କେମିତି ଅଛନ୍ତି ଆଗ କହ କହୁଥିଲା ଡାକ୍ତର ଝିଅ ଆରତୀ କହିଥିଲେ ବାପା ଏବେ ସମ୍ପୂର୍ଣ୍ଣ ବିପଦ ମୁକ୍ତ କିନ୍ତୁ ସେ ମୋ ପରିଚୟ ଜାଣିନାହାଁନ୍ତି. ହଠାତ ଜାଣିଲେ କାଳେ କିଛି ପ୍ରତିକ୍ରିୟା ହେବ ତେଣୁ ପଛରେ କହିବାକୁ ସ୍ଥିର କରି ଆପଣମାନଙ୍କୁ ଜଣେଇବାକୁ ନିଜେ ଆସିଛି ।
ସମସ୍ତେ ମିଶି ଚାଲିଲେ ପିତା ଆରତଙ୍କୁ ଦେଖାକରିବାକୁ. ଆରତ ଉଠି ବସି କହୁଥିଲେ ଆମ ଝିଅକୁ ଚିହ୍ନି ପାରିଲ କୁମାରୀ? ସମସ୍ତେ ଆରତଙ୍କ ମୁହଁକୁ ଜଳ ଜଳ କରି ଚାହିଁଥିଲେ ତ ଆରତ କହୁଥିଲେ ଆରେ ଆରତ ଝିଅ ଆରତୀର ନାମ ବି ବଦଳେଇନି ମୋ ବନ୍ଧୁ. ତା ପରେ ସେଇ ତିଳ ଚିହ୍ନ ଦେଖିଲ କୁମାରୀ,ମୋ ଝିଅ ମୁଁହରେ ଯାହା ଠିକ ତୁମ ମୁହଁରେ ଅଛି ପୁଣି ଯୋଉ ସ୍ଥାନରେ ଠିକ ସେହି ସ୍ଥାନକୁ ଦେଖ. ଭଲକି ଚିହ୍ନ. କୁମାରୀଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡୁଥିଲା. ବାହାରେ ମଧ୍ୟ ମୌସୁମୀ ବର୍ଷା ଖୁବ ଅସରାଏ ଉତ୍ତପ୍ତ ଧାରଣୀକୁ ଶାନ୍ତ କରିବା ପ୍ରୟାସ ଜାରି ରଖିଥିଲା ।
