ବୈତରଣୀର ତରଙ୍ଗ ତୀରେ ମୋ ଗାଁ
ବୈତରଣୀର ତରଙ୍ଗ ତୀରେ ମୋ ଗାଁ
ନଦୀରେ କାହିଁକି ପହଁରୁଛ,
ହେ ବୀର ଯୁବକ !
ବୈତରଣୀ ଡଙ୍ଗା ତ ଭାସୁଛି,
ଏ କଳିଙ୍ଗ ଭୂଖଣ୍ଡରେ,
ଧର ସେ ନାବର ମଙ୍ଗ,
ନହେଲେ ଆହୁଳା କି କାତ
ଛାଡି ଦିଅ ହିଂସ୍ରଜନ୍ତୁଙ୍କ ଢଙ୍ଗ।
ଯିବାକୁ ଅଛି ଅନେକ ପଥ,
ଏ ନଈ ଯେ ଅଙ୍କା ବଙ୍କା
ମିଶିବାକୁ ହେବ ସାଗରେ,
ଲଙ୍ଘି ଯିବା ଲମ୍ବା ପଥ।
ସେ ମହୋଦଧି ତୀରେ,
କ୍ଷୀରସିନ୍ଧୁ ମଧ୍ୟେ ବିଦ୍ୟମାନ,
ଅନନ୍ତ ଶୟନେ ଲକ୍ଷ୍ମୀନାରାୟଣ ।
ଏ ବୈତରଣୀ ନଦୀର ନାବ,
ବୋଝେଇ ହୋଇ ରହିଛି,
ପଦ୍ମ ଫୁଲର ମନୋହର ମହକ ।
ବାଣ୍ଟିଦେବା ତାକୁ ନେଇ କୋମଳ
ଶିଶୁ ହସ୍ତରେ କମଳ ମକରନ୍ଦ ,
ଶିକ୍ଷାର ଉଦ୍ୟାନେ ଏ ପୁଷ୍ପ,
ବୁଣିଦବ ଅଗଣିତ ମହତ ଗୁଣ।
'ସତ୍ୟ,ଧର୍ମ,ଶାନ୍ତି,ପ୍ରେମ ଓ ଅହିଂସା।'
ସତ୍ୟ ନାମେ ସତ୍ୟନାରାୟଣ,
ଧର୍ମ ନାମେ ଧର୍ମ ସନାତନ,
ଶାନ୍ତି ନାମେ ବିରାଜ ଶ୍ରୀରାମରାଜ୍ୟ,
ପ୍ରେମ ନାମେ ଶ୍ରୀରାଧାକୃଷ୍ଣମୂରତୀ,
ଅହିଂସା ନାମେ ବାଣୀବୁଦ୍ଧ ଅବତାର,
ହେ ଯୁବବୀର!
ଶିକ୍ଷା ଓ ଜ୍ଞାନ କର ହୋ ପ୍ରଚାର ।
ଆହୋ ସଙ୍ଗାତ! ଆହେ ମୋ ମିତ!
ହେ ହେ ହୋ ହୋ ଓହୋ ଚଃଚଃ
ଶୁଣ ଥରେ କାନ ଡେରି ମୋ କଥା
ବାବୁରେ ଧନରେ ଆହାରେ ପଢରେ
ଖୋଲା ହେଲା ମୋ ଇସକୁଲ କବାଟ
ବୈତରଣୀର ତରଙ୍ଗ ତୀରେ ମୋଗାଁ
ଅ ଅ ଆ ମ ଚଲିଯିବା ଅଧ ବାଟ,
ସରି ସରି ଆସିଲା ହ ଶ ହ ଷ କ୍ଷ
ଅଧାଗଢା କାଳିଆର ବାଟହାଟନାଟ।