STORYMIRROR

Harekrushna Deb Sahoo

Romance Classics Inspirational

4  

Harekrushna Deb Sahoo

Romance Classics Inspirational

ଦିନେ ଗାଁ କୁ ଯାଇଥିଲି

ଦିନେ ଗାଁ କୁ ଯାଇଥିଲି

2 mins
185

ଗାଁ ସ୍ବର୍ଗ ହେଲେ, ଗାଁ ଲୋକେ ଦେବତା ଓ ଆମେ ଜଣେ ଜଣେ ଦେବଦୂତ। ଗ୍ରାମ ସେବା ରାମ ସେବା ବୋଲି ଜାଣ। 

ଗାଁ ରୁ ସହର ଜନ୍ମ, ତେଣୁ ଗାଁ ସହରର ମା' ସମାନ । ମାଟି ମା'ର ଡାକ ଦେବଦୂତ କାନରେ ପଡିଛି। ସେ ବୁଝି ପାରିଛି ସହର ଓ ଗ୍ରାମ ର ପ୍ରଭେଦ। ଅନେକ ସମସ୍ୟାର ଘେରରେ ଭୁବନେଶ୍ବର  ସହର। କିନ୍ତୁ ଗାଁ ଦାନାରେ ଏବେ ମଧ୍ୟ ବାନା ଉଡାଉଛି। ଏବେ ଦାନା ମନରେ ଆଶା ବାନ୍ଧି ଅଛି। ଦେବଦୂତ ଅଣ୍ଟା ଭିଡିଅଛି, ଏବେ ଗାଁ କୁ ଫେରିଯିବ। 


'ଦାନା' ପରେ ପରେ ଗାଁର ଦୃଶ୍ୟ ଦେଖିବାକୁ ଦୂତଟିଏ ପରି ଏଇନେ ସେ ଦଉଡିଯିବ ନିଜ ଗାଁ ବଡ଼ସାହିକୁ ଯାହା କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ। ମନରେ ଅନେକ ଭୟ ଓ ସଙ୍କା ନିଜ ପୂରୁଣା ଘର ଚାଳ ଛପର ଥିବ ନା ନାଇଁ। 

କାଳେ କଖାରୁ ଡିହ ପରି ସମାରୁ ଅଜା ନଇଁ ପଡିଥିବ। ଏମିତି ଅନେକ କିଛି ତା ମନରେ ବସା ବାନ୍ଧୁଅଛି ।


ଦେବଦୂତ ନିଜ ଗାଁ ବଡ଼ସାହିରେ ପହଞ୍ଚିଯାଇଛି ।ଦାନା ପରେ ଗାଁର ଦୃଶ୍ୟ ଦେଖି ସେ କାନ୍ଦି ପକେଇଛି। ସେ କଲେକ୍ଟର ହିସାବରେ ନୁହେଁ ବରଂ ଜଣେ ସାଧାରଣ ନାଗରିକ ହିସାବରେ ଗାଁକୁ ଫେରି ଆସିଅଛି। ସେ କିଛି ରିଲିଫ ସାମଗ୍ରୀ ନିଜ ସାଙ୍ଗ ମଣି ହାତକୁ ବଢେଇ ଦେଇଛି।


-'ଆରେ ମଣି କଣ ଚିହ୍ନି ପାରୁନୁ ମୁଁ ପରା ତୋ ସାଙ୍ଗ ଦେବ ମାନେ.. ।'

-ହଁ ,ହଁ ମାନେ ଦେ ଦେ ଦେ ଦେବଦୂତ ! ଏବେ ବଦଳି ଗଳୁଣି ଜମା ଚିହ୍ନି ହେଉନି। ଆରେ ତୁତ ଲାଟସାହେବ ହୋଇ ଗଳୁଣିରେ ଆମ କଥା କିଏ ବୁଝିବ। 


-'ନେ ନେ ନେ ଆଗେ ଏ ରିଲିଫ ଟା ନେ ଗାଁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେବୁ।'

 -ମଣି ତୋ କଥା ସବୁବେଳେ ମୋର ମନେପଡେ। ପିଲା ଦିନର ସେ ବଡ଼ସାହି ଆଉନାହିଁ।

-'ଦାନା' ସବୁ ଉଜାଡି ଦେଇଛି। ପାଣି ଓ ପବନ ସବୁ ମନା। ପ୍ରଦୂଷଣ ମୁକ୍ତ ଗାଁ ମୋ ମନରେ ବସା ବାନ୍ଧିଅଛି।

- 'ଦାନା' ପାଇଁ ଦାନାପାଣି ସବୁ ଉଜୁଡ଼ି ଯାଇଛି। 


ଗାଁ କଥା ନିଶ୍ଚୟ ବୁଝିବା। ଏଇତ ବାନା ଭାଇ। ଦାନାରେ ତାଙ୍କର ସବୁ ଘର ବାଡିରେ ବାତ୍ୟା କନା ବୁଲେଇ ଦେଇଛି। 

ଘର ଚାଳ ଉଡିଯାଇଛି। ମା'ଟା ବିଚାରି ଚାଲିଗଲା। ଏବେ ଭାଇନା ହନ୍ତସନ୍ତ ।


ହେଇଟି ସନା ସାଆନ୍ତେ। ଯିଏ ତତେ ସବୁବେଳେ ଇସକୁଲ ନେଇ ଯାଆନ୍ତି, ବଦମାସ ଟୋକା ମାନେ ଟାହିଟାପରା କଲେ ବଞ୍ଚାନ୍ତି। ଦାନାରେ ତାଙ୍କ କନା ଭାସି ଯାଇଛି। ଘର ବାଡିରେ ମେଞ୍ଚାଏ ପାଣି। 


ଏଇଠି ବସ । ଇଏ ଦେବଦତ୍ତ ନନାଙ୍କ ଘର ପିଣ୍ଢା। ଦାନାରେ ଦାନାପାଣି ବାଡି ଚାଷ ମାନେ ଫସଲ ବୁଡି ଯାଇଅଛି। ଏବେ ଦାନାକୁ କନା ନାହିଁ। କଣ କରିବେ ଏମାନେ? ଦଇବ ଯୋଗକୁ ଦେବଦୂତ ସାହା। ଆହା ଆହା କଲେ କଣ ହେବ! ଦାନା ସ୍ବାହା ସ୍ବାହା କରୁଛି। 

ମଣି ତୁ ଚିନ୍ତା କରନା। ତୁ ତ ଆମ ସୁନା ଖଣି। ଆସ ସମସ୍ତେ ମିଶି ଦାନାର ସମାଧାନ କରିବା ।ସବୁ ଅସୁବିଧାର ସମାଧାନ ପାଇଁ ସରକାରଙ୍କ ରିଲିଫ ପାଣ୍ଠିରୁ ସହାୟତା ଘୋଷଣା କରାଯାଇଛି । 

ବଡସାହି ହସିଉଠିବ। ସରକାରଙ୍କୁ ନିଶ୍ଚୟ କହିବି କଲେକ୍ଟର ହିସାବରେ ନୁହେଁ ଜଣେ ସାଧାରଣ ଗ୍ରାମବାସୀ ହିସାବରେ-'ଦିନେ ଗାଁ କୁ ଯାଇଥିଲି 

         ସ୍ବଚ୍ଛ ଭାରତ ପାଇଥିଲି। '

'ସ୍ବଚ୍ଛତା ହିଁ ସେବା, ସେବା ହିଁ ସୁସ୍ଥତା।'

ହଁ ମୁଁ ଦେବଦୂତ ଦେବଦୂତ ଗାଁ କୁ ଫେରି ଆସିଅଛି। 


ଗରିବ ଲୋକଙ୍କ ପାଇଁ ମୁଁ ଦେବଦୂତ। ନମସ୍କାର ଭାରତ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance