Harekrushna Deb Sahoo

Children Stories Classics Fantasy

4.1  

Harekrushna Deb Sahoo

Children Stories Classics Fantasy

ତ୍ରିରଙ୍ଗା

ତ୍ରିରଙ୍ଗା

3 mins
262



ସେତେବେଳର କଥା ମୁଁ ଯେଉଁ ସମୟରେ ତିନି କି ଚାରି ବର୍ଷ ବୟସର ଥିଲି । ମୋତେ ସାଙ୍ଗମାନେ 'ରାଜା', 'ରାଜା' ବୋଲି ଡାକୁଥିଲେ। ସେମାନେ ମୋର ସବୁଠାରୁ ଅଧିକ ଭଲ ବନ୍ଧୁ ଥିଲେ। ଆଦିବାସୀ ହେଲେ କଣ ହେବ ସେମାନେ ଭାରି ଦୟାଳୁ। ମୋତେ ରାଜା ନାମରେ ନୁହେଁ ସତ ସତିଆ ରାଜା ହିସାବରେ ଆମ ଦେଶରେ ରାଜା କରାଇଥିଲେ। ଦେଶ ସ୍ୱାଧୀନ ପାଇଁ ତ ତ୍ରିରଙ୍ଗା ଦରକାର। 

ଏହି ତ୍ରିରଙ୍ଗା ନାରଙ୍ଗୀ,ଧଳା ଓ ସବୁଜ ରଙ୍ଗର ସମସ୍ତଙ୍କୁ ଜଣା।ତିନୋଟି ରଙ୍ଗର ସମାହାର ହୋଇଥିବାରୁ, ତେଣୁ ଏହାକୁ ତ୍ରିରଙ୍ଗା ପତାକା କୁହାଯାଏ। ଏହା ଭାରତର ଜାତୀୟ ପତାକା। 


ପ୍ରତିବର୍ଷ ପରି ଏଥର ମଧ୍ୟ ଆମ ବିଦ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ପାଳିତ ହେବ। ଏକଥା ବାସୁ ମନେ ପକେଇଦେଲା । ମୁଁ କହିଲି -'ଆରେ ବାସୁ ଆସନ୍ତା କାଲି ଅଗଷ୍ଟ ପନ୍ଦର ତାରିଖ। ଏଇ ଦିନ ଆମେ ସ୍ବାଧୀନ ହେଲୁ। ଫିରିଙ୍ଗି ଶାସନ କବଳରୁ ମୁକ୍ତ ହେଲୁ। ତେଣୁ ଆମେ ଆସନ୍ତା କାଲି ଧୁମ ଧାମରେ ସ୍ବାଧୀନତା ଦିବସ ପାଳନ କରିବା।'


ରୀତା କହିଲା-'ସତରେ ସାଙ୍ଗ ଆମେ ଫୁଲ ତୋଳି ଆଣିଥିବୁ। ତ୍ରିରଙ୍ଗା ପତାକାରେ ଫୁଲକୁ ବାନ୍ଧି ରଖିବା ତାପରେ ଆମ ପ୍ରଧାନ ଶିକ୍ଷକ ନୀଳ ମାଷ୍ଟର ପତାକା ଉତ୍ତୋଳନ କରିବେ।  ଆହା କି ସୁନ୍ଦର ଦିଶିବ ଯେତେବେଳେ ଗୋଟି ଗୋଟି ଫୁଲ ତଳେ ପଡିବ।'


ମୁଁ କହିଲି- 'ତା ପରେ ଆମେ ସମସ୍ତେ ମିଶି ଜାତୀୟ ସଙ୍ଗୀତ ଗାନ କରିବା।'


ରାତିରେ ଆଉ ମୋତେ ନିଦ ନାହିଁ। ଆସନ୍ତା କାଲି ଅଗଷ୍ଟ ପନ୍ଦର। ଭୋର ପାହାନ୍ତି ବେଳକୁ ହେବ ପ୍ରଭାତଫେରି। 


ସଅଳ ଭୋର ସକାଳୁ ଉଠି ପଡି ନିତ୍ୟ କର୍ମ ସମାପନ କଲି। ଦାଣ୍ଡରେ ପ୍ରମୋଦ,ବଳ, ନୀଳ, ସୁଦାମ ଓ ଅନଙ୍ଗ ସମସ୍ତେ ଆସି ଛିଡା ହୋଇଛନ୍ତି। ସମସ୍ତ ସାଙ୍ଗ ଗୋଟିଏ ଧାଡ଼ିରେ ଛିଡା ହୋଇ ପ୍ରଭାତଫେରି ପାଇଁ ବାହାରି ଗଲୁ। ପ୍ରଭାତ ଫେରି ସାରି ଘରକୁ ଫେରିଲା ବେଳକୁ ରୀତା ସହିତ ଦେଖା ହେଲା। ସେ ସବୁ ପଚାରିଲା ଓ ମୋତେ ଦେଖି ଖୁସି ହେଲା। ତ୍ରିରଙ୍ଗା ପତାକା ଉତ୍ତୋଳନ ପାଇଁ ଫୁଲ କଢିଟିଏ ମୋ ହାତକୁ ବଢାଇ ଦେଲା। ମୁଁ କହିଲି ଏ କଣ ହେବ? ହସି ହସି ଗଡି ଗଲା ଓ କାନରେ ଫୁସ ଫୁସ କରି କହିଲା -'ଏହା ତୁମ ପାଇଁ ଉପହାର।' 

ମୁଁ ହାତରେ ଧରି ଆସୁ ଆସୁ ସେ ଫୁଲକଢଟି ଶେଫାଳି ଫୁଲଟି ପରି ଝଡିବା ଅପେକ୍ଷା ଆସ୍ତେ ଆସ୍ତେ ପ୍ରସ୍ଫୁଟିତ ହୋଇ ଫୁଲଟିଏ ହୋଇଗଲା ।ଖୁସି ମନରେ ନୁଆ ପେଣ୍ଟ ଓ ଧଳାଜାମା ଖଣ୍ଡିକ ପିନ୍ଧି ବିଦ୍ୟାଳୟ ଅଭିମୁଖେ ଧାଇଁଲି। 


ଏତେ ସଜବାଜ ପରେ ଆମ ବିଦ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ପାଳିତ ହେଉଅଛି। 


ତ୍ରିରଙ୍ଗା ପତାକା ଉତ୍ତୋଳନ ହେଲା। 

ଫୁଲକଢ ରୁ ପ୍ରସ୍ଫୁଟିତ ଫୁଲ ଝଡା ଶେଫାଳି ପରି ଝଡି ଗଲା ଓ ତ୍ରିରଙ୍ଗା ପତାକା ତଳେ ଭାରତର ଜାତୀୟ ସଙ୍ଗୀତ ଗାନ ର ତାଳେ ତାଳେ ସୁନ୍ଦର ସଜେଇ ହୋଇ ସବୁଜିମାର ଶେଜ ଉପରେ ବିଛେଇ ହୋଇ ଦୃଶ୍ୟମାନ ହେଲା ।


ଜନ ଗଣ ମନ' ଭାରତର ଜାତୀୟ ସଙ୍ଗୀତ ଅଟେ । ଏହା ୨୪ ଜାନୁଆରୀ ୧୯୫୦ରେ ସମ୍ବିଧାନ ସଭାଦ୍ୱାରା ସରକାରୀ ଭାବେ ଗ୍ରହଣ କରାଯାଇଥିଲା । ଏହି ଜାତୀୟ ସଂଗୀତକୁ ମୁଁ ରୀତା ଓ ଅନ୍ୟମାନେ ଗାନ କଲୁ-


ଜନଗଣମନ-ଅଧିନାୟକ ଜୟ ହେ

ଭାରତ-ଭାଗ୍ୟ-ବିଧାତା!

ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା

ଦ୍ରାବିଡ଼ ଉତ୍କଳ ବଙ୍ଗ

ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା

ଉଚ୍ଛଳ-ଜଳଧି-ତରଙ୍ଗ

ତବ ଶୁଭ ନାମେ ଜାଗେ,

ତବ ଶୁଭ ଆଶିଷ ମାଗେ,

ଗାହେ ତବ ଜୟଗାଥା।

ଜନଗଣମଙ୍ଗଳଦାୟକ ଜୟ ହେ

ଭାରତ-ଭାଗ୍ୟ-ବିଧାତା!

ଜୟ ହେ, ଜୟ ହେ, ଜୟ ହେ, 

ଜୟ ଜୟ ଜୟ ଜୟ ହେ॥


ତାପରେ ନାରା ବାଜି-"ବନ୍ଦେ ମାରତମ। ଜୟ ଜବାନ ଜୟ କିଷାନ। ମହାତ୍ମା ଗାନ୍ଧୀ କି ଜୟ।" 


ତ୍ରିରଙ୍ଗା ପତାକା ଫର ଫର ହୋଇ ଗଗନ ପବନରେ ଉଡୁଛି ଦେଖ। 

ସୁନ୍ଦର ତାଳି ମାରି ସାଙ୍ଗମାନେ ସ୍ବାଗତ କଲେ। ଶିକ୍ଷକ ଓ ଶିକ୍ଷୟତ୍ରୀ ଦେଶ ସ୍ୱାଧୀନ ହେବାର ବିଷୟ ନେଇ ସୁନ୍ଦର ଭାଷଣ ଦେଲେ। କୃତି ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଗଲା। ମୁଁ ରୀତା ଓ ଅନ୍ୟମାନେ ପୁରଷ୍କୃତ ହେଲୁ। ଗ୍ରାମ ପରିକ୍ରମା କରି ଘରକୁ ଫେରିଲୁ। 


ସମସ୍ତ ସାଙ୍ଗ ସାଥି ନେଇ ଆମ ଖେଳଘର ଆରମ୍ଭ ହୋଇଗଲା । ଆମ ରାଜ୍ୟରେ ମଧ୍ୟ ଯେଉଁ ରାଜ୍ୟର ମୁଁ ରାଜା ତ୍ରିରଙ୍ଗା ପତାକା ଉତ୍ତୋଳନ ହେଲା। ଆମ ତ୍ରିରଙ୍ଗା ପତାକା ଛୋଟିଆ ହେଲେ ମଧ୍ୟ ବହୁତ ମହଙ୍ଗା। ସାଙ୍ଗ ସବୁ ମିଶି କଷ୍ଟ କରି ତିଆରି କରି ଥିଲୁ। ବାପାଙ୍କ ଧଳା ଗାମୁଛା, ଅଜାଙ୍କ ନାରଙ୍ଗୀ ଗାମୁଛା ବଉଙ୍କ ସବୁଜ ଶାଢି ସବୁକୁ ଫାଡି ଏକାଠି କରି ସିଲେଇ ବାଲାକୁ ଦେଇ ପତାକା ତିଆରି କରିଥିଲୁ। ଚାରିଅଣା ପଇସା ସିଲେଇ ବାଲା ନେଲା। ଆଠ ଅଣା ଦେଇ ଚିତ୍ରକର ପାଖରୁ ଅଶୋକ ଚକ୍ର ଆଙ୍କିଲୁ। ଏସବୁ ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା। ଅଜାଙ୍କ ଠାରୁ ବେତବାଡି, ବାପାଙ୍କ ଠାରୁ ନାଲି ଆଖି ଦେଖା ଓ ବଉଙ୍କ ଠାରୁ କାନମୁଡା ସାଙ୍ଗକୁ ଆଉ ଥରେ ଚାରିଅଣା ଓ ଆଠଅଣା ପାଇଁ ଦି ଦି ଥର ଚାପୁଡା ଖାଇବାକୁ ପଡିଥିଲା। 


ଶେଷରେ ତ୍ରିରଙ୍ଗା ଉଡିଲା। ଏଥିରୁ ଜାଣିଥିବ ଆମ ତ୍ରିରଙ୍ଗା କେତେ ମହଙ୍ଗା। ସମସ୍ତ ଲୋକ ଜାଣିବା ପରେ ବହୁତ ପ୍ରଶଂସା କଲେ। ଯେତେବେଳେ ସେମାନେ ଆମଠାରୁ ମିଠା ଚକୋଲେଟ୍ ଖାଇଲେ। 


ବାପା ଓ ବଉ ମୋତେ ପ୍ରଶଂସା କଲେ। ଚାପୁଡା ଓ କାନମୁଡା ପାଇଁ ଦୁଃଖ ପ୍ରକାଶ କଲେ। ଚାରିଅଣା ଓ ଆଠଅଣା ପାଇଁ ଆଉ ଦି ଅଣା ବଢେଇ ଦେଲେ ପକେଟ ଖର୍ଚ୍ଚ ପାଇଁ ହେଲେ ଏସବୁ କଣ ହେବ। କିନ୍ତୁ ଏସବୁ ସାଇତା ହୁଏ ମୋ ସଞ୍ଚୟ ମାଟିକୁପି ରେ ଆର ଥରକୁ ତ୍ରିରଙ୍ଗା ପାଇଁ ଖର୍ଚ୍ଚ ହେବ ଯାହା ମଟିରେ କୁମ୍ଭାର ମୋ ପାଇଁ ତିଆରି କରିଥିଲା। 


ଏହି ଦିନଟି ଚିର ସ୍ମରଣୀୟ ହୋଇ ରହିବ।ତ୍ରିରଙ୍ଗାର ପତାକା ତଳେ ଆମେ ସମସ୍ତେ ଏକ ଓ ଅଭିନ୍ନ। ଜାତି ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ।



Rate this content
Log in