ରାମ ସେଲୁନ
ରାମ ସେଲୁନ
ରାମସେଲୁନ- ଅଙ୍ଗେନିଭା କଥା
(୧) ପ୍ରଥମ ଭାଗ
ସେଦିନର ଶହୀଦନଗର ବଜାର । ମୁଁ ଯେତେବେଳେ ଛୋଟ ଥିଲି ବୟସ ପାଞ୍ଚ ବର୍ଷ ସେତେବେଳେ ଏହି ଜାଗାରେ ମେଳଣ ବସେ କେତେ କଣ ଭିଡ ପରିଲକ୍ଷିତ ହୁଏ। ପ୍ରସିଦ୍ଧ ଏ ଜାଗାଟି ଲୋକେ କହନ୍ତି ଏଠି କୁଆଡ଼େ ଫିରିଙ୍ଗି ବିରୋଧରେ ଆନ୍ଦୋଳନ କରି ନଅ ଜଣ ଶହୀଦ ହୋଇଥିଲେ। ତେଣୁ ଏହି ସ୍ଥାନରେ ଶହୀଦ ସ୍ମୃତି ପୀଠ ଅଛି। ହେଲେ କଣ ହବ ଆଉ ରାମ ସେଲୁନ କୁ କେହି ଜାଣନ୍ତି ନାହିଁ।
ମନେ ପକାଉଛି କିଏ? ମୁଁ ଯାହା ମନେ ପକାଏ। ପୁଣି ମୁଣ୍ଡରେ ଚୁଟି ବଢିଲେ ଯାଇଁ। କେତେକ ଆସନ୍ତି ଏଠି ଚୁଟି କାଟି ଚାଲି ଯାଆନ୍ତି। ତା ବାପା ଛୋଟ ବେଳୁ ମୋ ଚୁଟି କାଟିଛନ୍ତି। ଦଶ ଟଙ୍କା ଦେଇ ଚୁଟି କାଟିଛି। ଆଉ ବାକି ଯେତକ ଟଙ୍କା ଫେରେ ଘୁଗୁନି ଖାଇବାରେ ଖର୍ଚ୍ଚ ହୋଇଯାଏ। ପାଞ୍ଚ ଦଶଟଙ୍କାର ହିସାବ କରିବାକୁ ଆଜି ପର୍ଯ୍ୟନ୍ତ ଉଧାରି ଖାତା ପରିକା ମୋ ମନେ ପଡୁଅଛି।
ସେ ସମୟର ସେଲୁନ ଆଜି ନାହିଁ। ରୂପରେଖ ବଦଳି ଯାଇଛି, ମରାମତି ହୋଇଛି। ନୂଆ ନୂଆ କାଚଲଗା ଅଇନା ଚମକୁଛି, ଚାରିପଟ ଆଗପଛ ଦେଖାଯାଉଛି।
ବେଗିଜ କଟ, ବବ କଟ, ହିପି କଟ ବାରେ କେତେ କଣ ! ସେ ସମୟ ଆଜି ନାହିଁ। ଏବେ ଯାହା କଟଛଟ ଜମାରୁ ଜଣା ପଡୁନାହିଁ କି ଆଗପଟ କେତେ ପଛପଟ କେତେ ହାତ ଚୁଟି କଟା ଯିବ। ସେ ସବୁ କାମ ରାମକୁ ଜଣା। ଭାରି କାମୁକା ଟୋକାଟା ମ ନିଇତି ସେଇମିତି ଚୁଟି କଟା କାମରେ ଲାଗି ଯିବ। ସକାଳ ଆଠଟା ରୁ ଦିନ ଦୁଇଟା ପୁଣି କଣ ମୁଠେ ଖାଇବ କି ନା ସନ୍ଧ୍ୟା ଚାରିଟା ରୁ ରାତି ନଅ କି ଦଶଟା ଖାଲି କଟା କଟି ମୁଣ୍ଡ ଉପରେ ଲଣ୍ଡା କରିବା ପାଇଁ କଇଁଚିଟା ରେଡି ଅଛି । ଅଇନାରେ ଦେଖୁ ଦେଖୁ ଏଇନେ ଚୁଟି ଭର୍ତ୍ତି ମୁଣ୍ଡଟି ଲଣ୍ଡା ହୋଇଯିବ। ଏସବୁ ଦିନ ତମାମ ଲଣ୍ଡର ଭଣ୍ଡର କାମ ରାମର କରାମତି। ମୁଁ ଯାହା ଅନେଇ ଦେଖୁଥାଏ ଆଖି ବଲ ବଲ କରି ଚେଆର ଉପରେ ବସି ଫିସ କିନା ହସି ଦିଏ ତା ସେଲୁନର ବଡ ଅଇନାକୁ ଦେଖି। ନିଇତି ତା ଦୋକାନକୁ ଯାଉଛି ।
ସେ କଣ କିଛି ଭାବେ ନାହିଁ? ମୋ ବିଷୟରେ କି ମୋ ମୁଣ୍ଡରେ ଥିବା ସୁନା ପରି ଝଟକୁ ଥିବା କେଶ ଦି କେରା ନେଇ। ନିଶ୍ଚୟ ସେ ଜଣେ ଲୋଭି ମୋ କେଶକୁ ଲୋଭ କରିଥାଇପାରେ । ମୁଁ କିନ୍ତୁ ଚାହେଁ ନାହିଁ ତା ପାଖରେ ଚୁଟି କଟେଇବା ପାଇଁ କି ସ୍ବର୍ଣ୍ଣ ପରି ଝଟକୁ ଥିବା କେଶ ଗୁଚ୍ଛ ହରେଇବା ପାଇଁ ଯେତେଲମ୍ବ ହେଉନା କାହିଁକି। ଲଣ୍ଡା ମୁଣ୍ଡିଆର ମୁଣ୍ଡଟି ଟାଣ ତା ମୁଣ୍ଡିଆକୁ ସାବଧାନ। ମୁଣ୍ଡଟି ଲଣ୍ଡା ହେଲେ ଗଲା କେଶ ଥିଲେ ସିନା ସୁନ୍ଦର ଲାଗେ ।
ସେ ଯାହା ହେଉ ଭାଇ ଆଜି ସମୟ ହୋଇଗଲାଣି ଏ ସେଲୁନକୁ ଏଇମିତି ଆସୁଥିବ ଯାଉଥିବ ଆରଥରକୁ ଦ୍ବିତୀୟ ଭାଗରେ ନୂଆ ଭାବଧାରାରେ ଲେଖିବି। ତୁମେମାନେ କିଏ? ତୁମ ନାମ କଣ? ମୋର କିଛି ଯାଏ ଆସେ ନାହିଁ। ସେସବୁ ଖାଲି ହିସାବ କରେ, 'ରାମ' । ତୁମେ ସବୁ ଯେତେ ତା ଗରାଖ ଲୋକ, ତେଣୁ ଜଣକା ତିରିଶି ଚାଲିସି ହିସାବ କଲେ ଦିନକୁ ଟଙ୍କା କେଇ ପେଟପାଉଣା ହେବ । ଏଇଟି ରାମ ପରା ତା ମାଇକିଣିଆ କି ଗର ଗର ହେଲାଣି, ଖଟଣି କରୁଛି ପରା। ପେଟ ପାଇଁ ନାଟ। ଦିନ ତମାମ ନ ଖଟିଲେ କି ଆଉ ଛାଡ ଅଛି, ଏ ଟୋକିଟା ଯାହା ଜନମିଛି ମୋତେ ହଇରାଣ କରୁଛି କଣ କରିବି ବାହା ହେଇକି ଲୋକ ହସା ହେବା କଥା ।
'ରାମ' ସଂସାର ବୋଝରେ ଜଞ୍ଜାଳ ମଧ୍ୟରେ ହନ୍ତସନ୍ତ ହେଉଛି। ଏ ସବୁ ବସି ଶୁଣୁଛି ସିନା ହିସାବ କରିବାକୁ ମୋର ବେଳ ନାହିଁ। ଗରାଖ ନିଶ୍ଚିତ ରୂପେ ରାଗୁ ଥିବେ।
ଏ ଲୋକଟି କିଏ? କଣ ପାଇଁ ଏଠି ବସୁଛି? କଣ କରୁଛି?
ସେ ଯେ ହେଉନା କାହିଁକି ମୁଁ ଜଣେ ଲେଖକ ଏଇମିତି ଆସୁଥିବି, ଯାଉଥିବି, ବସୁଥିବି ସବୁ ଦେଖୁଥିବି କିଛି କହିବିନି। କାହାଣୀ କିନ୍ତୁ ଲେଖି ଚାଲିଥିବି।
ମୁଁ ଏଠି ବସିବା ଉଠିବା ଭିତରେ କାହାରି କିଛି ଯାଏ ନାହିଁ କି ଆସେ ନାହିଁ। ମୋ ପାଇଁ କାହାକୁ ଦାମ ଦେବାକୁ ପଡେ ନାହିଁ ।
କେବଳ ରାମକୁ ଚୁଟି କାଟିବାର କେଇଟଙ୍କା ମାତ୍ର।
ରାମକୁ କହେ-' ମୁଁ ଆସୁଛି।' ସେ କହେ, 'ହଉ ହେଲା ଆଶ ।' ସମୟ ହୋଇଗଲାଣିଟି ଏଇନେ ସେଲୁନ ବନ୍ଦ ହେବ। ଆରଥରକୁ ନୂଆ ସମ୍ଭାବନା ନୂଆ ମୁହଁ ଗରାଖ ପାଇଁ ସେଲୁନ ଖୋଲା ହେବ ।
ସେଲୁନ ସକାଳରେ ଖୋଲେ ଓ ରାତ୍ରି ହେବା ସୁଦ୍ଧା ବନ୍ଦ ହୁଏ । ଏଆରି ଭିତରେ ଗରାଖ ମାନଙ୍କ ଭିଡ ଓ ଦୁନିଆଁ।
ସେଲୁନ ଅଧା ବନ୍ଦ ନ ହେଉଣୁ ମୁଁ ଘରକୁ ଫେରିଆସେ। ନିଇତି କପାଳୀ ନଈ କି ଡେଇଁ କପାଳକୁ ସିନା ଆଦରି ନେଲେ ରୂପା ହୁଏ ସୁନା।
(୨) ଦ୍ବିତୀୟ ଭାଗ-୨
ସେଲୁନ କାନ୍ଥରେ ଫଟ ଟଙ୍ଗା ହୋଇଛି। ଫୁଲ ହାର ଗୋଟିକ ସେଇମିତି ଫଟ ଉପରେ ଲମ୍ବିଛି।
ରାମ ଏ କଣ ଦେଖୁଛି? କାନ୍ଥରେ ଫଟ ମାନେ କଣ କି ମୁଁ ଥଙ୍ଗ ଥଙ୍ଗ ହୋଇ ମନ ଦୁଃଖରେ ପଚାରିଲି।
ରାମ ଲୁହ ଭରା ନୟନରେ ଛଳ ଛଳ ହୋଇ କୋହଭରା ହୃଦୟରେ କହିଲା, ' ବାବୁ ଆପଣ ଜାଣି ନାହାନ୍ତି କି ବାପା ପରା ଗତ ବର୍ଷ ଚାଲିଗଲେ। ସେ ମୋ ବାହାଘର ଦେଖି ଆର ପାରିରେ ଅଛନ୍ତି। ଏବେ ମୁଁ ଏକା ସେଲୁନ ଚଳଉଛି ।ଭାରି ହଇରାଣ ହରକତ। ସେ ଥିଲେ କାମ ହାଲକା ଲାଗୁଥିଲା। ଏବେ ଗରାଖ ନିଜକୁ ସମ୍ଭାଳିବାକୁ ପଡୁଛି।'
ଗରାଖ ଭିତରେ ରାମ ହଜିଯାଇଛି। ଦି ହାତକୁ ମଜବୁତ୍ କରି ମୁଣ୍ଡରେ ହାତ ବୁଲାଇ କର୍ମ ହିଁ ଭଗବାନ ବୋଲି ପ୍ରମାଣିତ କରିଦେଇଛି।
ଆଜି ସିନା ରାମର ବାପ ସେଲୁନର ମାଲିକ ପଞ୍ଚାନନ ନାହାନ୍ତି ।
ହେଲେ ରାମ ପରି ପାରଙ୍ଗମ ଏ ନଗରରେ ନାହାନ୍ତି। କଟସାହିରେ ଫେମସ ସେଲୁନ 'ମା' ବାସୁଲେଇ ଇଅଙ୍ଗ ସ୍ଟାର ଜେଣ୍ଟ ପାଲର' ନା କରା ରାମ ସେଲୁନ।
ସେ କହିବ , 'ଆସ ବସ।' ମୁଁ କହେ, 'କଣ ପାଇଁ?' କିଛି ନାହିଁ ଚୁଟି ନ କଟେଇଲ ନାହିଁ ତାମାନେ ନୁହଁ ଯେ ବସିବ ନାହିଁ। ଓହୋ ବସିବା ପାଇଁ। ନିଶ୍ଚୟ ଧନ୍ୟବାଦ। ଏଇ ସମୟରେ ଜଣେ ଗରାଖ ଆସି କହିଲା-
ରାମ ଚୁଟି କାଟିବା, ଦାଢି କାଟିବା । ମୋତେ ଟିକେ କାଟିଦେଲେ ଶୀଘ୍ର ପଳେଇବା ତେଣେ କାମ ଅଛି।
ବସନ୍ତୁ ଆଜ୍ଞା। ଏତେ ବ୍ୟସ୍ତ କାହିଁକି? ଧର୍ଯ୍ୟ ଧରନ୍ତୁ ଯିବେ ନି କି ଛୋଟ ଛୁଆ ଦିଟା କାମ ଆଗ ସାରିଦିଏ।
ବାରିକ ମାନେ ନୁହେଁ ଯେ ମାଟି ବୋହିବ କି ଅନ୍ୟର ମୂଳିଆ କାମ କରିବ। ବାରିକ ପୁଅ ହାତଟି ମଜବୁତ୍ ଓ ଟାଣ। ସେ ମଣିଷ ପଣିଆଁରେ ପରା ମଣିଷ ସେବା କରୁଛି। ବାରିକ ପୁଅ ଚତୁର ଓ ବୁଦ୍ଧିମାନ, ହାକିମ କି ସାହେବ ଠାରୁ କିଛି କମ ନୁହେଁ। ଥରେ ରାମକୁ କହିଲି ରାମ ପାଠ ପଢିଛ...
ହଁ ତ ପଢିଛି କଣ ହେଲା ତେଣୁ?
ଭୁବନେଶ୍ବର ଯାଆନ୍ତ, କିଛି ଚାକିରୀ କରନ୍ତ, ମୋଟା ଦରମା ପାଆନ୍ତ।
ସେ ମଙ୍ଗିଲା ନାହିଁ। ଓଲଟି କହିଲା କଣ ହେବ ସେ ଚାକିରୀରୁ କିଏ ଏତେ ଧନ୍ଦା ବୁଝିବ। ଏଇ ମୋ କଇଁଚି ଦେଖୁଛ ଏଆ ଆଗରେ ଚାକିରୀ ହାର ମାନିଯିବ। କଇଁଚିର ବେପାରଟି ଚାକିରି ଏଇଠି ଛକି ପଡିଯିବ।
ମୁଁ କହିଲି 'ତୁମ କଥାଟି ରାଇଟି, ରାମ'
ଚାକିରୀ ତୁମ ଏ କଇଁଚି ଆଗରେ ନିଶ୍ଚୟ ହାର ମାନିଯିବ ।
ମୋ କଥା ମଧ୍ୟ ଛକି ଛକି ପଡିଯିବ। ତୁମ କାମରେ ସ୍ବାଧୀନତା ଅଛି। ନିଜେ ନିଜର ମାଲିକ। ଏ କଇଁଚି କାହାରି ଗୋଲାମ ନୁହେଁ।
ଏ କଇଁଚି କହେ ରାଜାପୁଅ ଓ ବାରିକ ପୁଅ କାହାଣୀ ।
"ଘସର ଘସର ଆହୁରି ଘସର ଆହୁରି ଘସର ପାଣି,
ତୁମେ ଯହିଁ ପାଇଁ ଲସର ପସର ଆମେ ତାହା ଜାଣି।"
ଏ ହାତ ରୁଟି ପୁରି ଖାଇବା ପାଇଁ ନୁହେଁ, କାମ କରିବା ପାଇଁ। ଓଡ଼ିଆରେ କହନ୍ତି ନାହିଁ ନିଜସ୍ବ ହାତ ଜଗନ୍ନାଥ । ତେଣୁ କଠୋର ପରିଶ୍ରମ କରି ସମାଜ ସେବା କଲେ ଆମେ ଜଗତରେ ଜଣେ ଭଲ ମଣିଷ ହେବା।
ରାମର ହୃଦୟ କୋମଳ। ସେ ନିଜର ପ୍ରତ୍ୟେକ ଗରାଖଙ୍କୁ ଭଗବାନ ସମାନ ଦେଖେ । ସ ହୃଦୟରେ ସମସ୍ତିଙ୍କ ସେବା କରେ।
ଅଝଟ କେଶ ଓ ଅମାନିଆ ଚୁଟି ସଜାଇବାରେ ଧୂରନ୍ଧର ବୀର । ସମୟ କେଇଟାରେ ପୁରା ସାବାଡ ଏପଟ ସେପଟ ଅସଜଡା କେଶ ଆଉ ମଣିଷମାନେ ଦେଖାଯାଆନ୍ତି ଗୋଲ ଗାଲ ସୁନ୍ଦର ଓ ଆକର୍ଷଣୀୟ। ନିଶ, ଦାଢି ଓ କେଶ ସାଜସଜ୍ଜା କରିବା ପାଇଁ ଅଛି ବାରିକ ମନ୍ତର ପାଣି ସୁଗନ୍ଧିତ ଅତର ଓ ଅନ୍ୟାନ୍ୟ ଲେପ।
ଆରେ ହଁରେ ଏ ସେଲୁନ ପାଇଁ ମୋର ଏତେ ସରାଗ କାହିଁକି?
ଏତେ ସମୟ ଗପି ଗଲିଣି ଅଇନା ସାମନାରେ...।
ଆରେ ନାଁ ରେ ମୁଁ ତ ଦରଦି ମଣିଷଟିଏ, ଏ କାହାଣୀର ଲେଖକ ଯେତେବେଳେ ନିଶ୍ଚୟ ମୋ କଥା ନିରାଟ ସତ୍ୟ ଓ ବ୍ୟକ୍ତିଗତ ।
ଅଇନା କେବେ ମିଛ କହେନା।
ବାରିକ ଅଇନାରେ ଜଳଜଳ ଦେଖାଯାଏ ସତ୍ୟର ଗଭିରତମ ପଦଧ୍ବନୀ। ଅଇନା ସଫେଦ ଓ ସ୍ବଚ୍ଛ। ଆଉ ଭାଙ୍ଗିଗଲେ ଯୋଡିହୁଏ ନାହିଁ। ତେଣୁ ରାମର କଣ ଚାଲିଛି ସ୍ବଚ୍ଛ ଭାରତ ଅଭିଯାନ? ସ୍ବଚ୍ଛତା ଓ ପରିଚ୍ଛନ୍ନତା କଣ ବାରିକମାନଙ୍କ ଅଭିନବ ପଦକ୍ଷେପ ନା ଯୋଜନା !
ଗଉଡ ସିନା କ୍ଷୀରରେ ପାଣି ମିଶାଇ ପାରେ, ହେଲେ ବାରିକ କର୍ମରେ କ୍ଷୀର ନୀରର ସମ୍ପର୍କ ନାହିଁ। ଅଛି ଖାଲି ସେବାବୃତ୍ତି ଓ କର୍ତବ୍ୟ ପରାୟଣତା । ବାରିକ କର୍ମରେ ଅଛି ସ୍ବଚ୍ଛତା ଓ ପବିତ୍ରତା ଆଉ ଶୁଦ୍ଧିକ୍ରିଆର ପରମ ପବିତ୍ର ବେଦ ଗୋପନୀୟ ମନ୍ତ୍ର ଉଚ୍ଚାରଣ ମାତ୍ର ।
ଆରଥରକୁ ଦେଖାହେଲେ 'ରାମ ସେଲୁନ' ପାଖରେ..
ଗପରେ ଗପରେ ନିଶ୍ଚୟ କଥା ହେବା ଗଉରା ନନା।
