Harekrushna Deb Sahoo

Children Stories Inspirational Children

3  

Harekrushna Deb Sahoo

Children Stories Inspirational Children

ଟିକିଫୁଲ ଦୁର୍ଗା

ଟିକିଫୁଲ ଦୁର୍ଗା

4 mins
165



 ଆଈ ମା' ଗାଁରେ ସବୁଠାରୁ ଲୋକପ୍ରିୟ ନାରୀ । ସେ ଗପ ଶୁଣାଇବା କାର୍ଯ୍ୟରେ ଭାରି ଭଲ । ସେଥିପାଇଁ ନାତି ନାତୁଣୀ ମାନେ ତାଙ୍କୁ ଦେଖିଲେ ଖୁସିରେ ନାଚିଉଠନ୍ତି।

   

ଗୁଣୁ ଗୁଣୁ ଗୀତ ଗାଇ ଖିଲି ଖିଲି ହସି ବୋଲନ୍ତି -

   'ଆଈ ଲୋ ଆଈ ଚଟିଆ ଖାଇଲା ଧାନ, 

   ତୁମ ଗପ ଶୁଣିବାକୁ କୁଣ୍ଡେଇ ହୁଏ ମନ।' 


 ଟିକି ତା ଆଈଙ୍କ ଏକମାତ୍ର ନାତୁଣୀ । ଟିକି ଫୁଲ ଦୁର୍ଗା, ଭାରି ସୁନ୍ଦର ଓ ଡଉଲ ଡାଉଲ ମୁହଁଟି ତାର ଅବିକଳ ପାର୍ବଣରେ ପୂଜିତ ଶାରଦୀୟ ଦେବୀ ଦୁର୍ଗାଙ୍କ ପରି ହୋଇଛି। ତହାର ଜନ୍ମ ସମୟରେ ଶାରଦୀୟ ଦେବୀ ଦୁର୍ଗା ପୂଜା । ତେଣୁ ତା ନାମ ଆଈମା' ରଖିଥିଲେ 'ଦୁର୍ଗା' । ଛୋଟିଆ ଭାଇ ନାଁ ତାର ଲକି । ଟିକି ଓ ଲକିର ବାପା ନାଁ ଶୁଭଙ୍କର । ସେ ସବୁଠାରୁ ବଡ଼ ପୁଅ । ତାଙ୍କ ସାନଭାଇଙ୍କ ତିନୋଟି ପୁଅ ଟୁନା, କୁନା ଓ ମୁନା। ଟିକି ତା ଆଈର ସବୁଠାରୁ ଗେଲ୍ଲୀ । ଲକି ତା ଆଈକୁ ଭାରି ଭଲ ପାଏ। 


ଦିନେ ଆଈ ନାତି ନାତୁଣୀ ମାନଙ୍କୁ ଡାକି କହିଲେ- 'ଆଜି ତୁମମାନଙ୍କୁ ବନ ମହୋତ୍ସବ ପାଳନ ସକାସେ ଦୂରକୁ ଭ୍ରମଣ ପାଇଁ ନେବି। ସେଇଟି ଆମେସବୁ ନୂତନ ବର୍ଷ ପାଳନ କରି ଭୋଜି କରିବା ।' 


ନୂଆଁ ବର୍ଷ ପାଇଁ ଆଈ ସମସ୍ତଙ୍କୁ ଗୋଟିଏ ଗୋଟିଏ ସୁନ୍ଦର ଉପହାର ଆଣି ଦେଲେ, ଯାହାକୁ ଦେଖି ସମସ୍ତେ ଖୁସିରେ ନାଚି ଉଠିଲେ । ଟିକି ପାଇଁ ସୁନ୍ଦର ଜାମା, ଲକି ପାଇଁ ଗପ ବହି, ଟୁନା ପାଇଁ ଖାତା ଓ ଡଟପେନ, କୁନା ପାଇଁ ଛବିବହି ଓ ସବା ସାନ ନାତି ପାଇଁ ଖେଳଣା। ତାହା ସଙ୍ଗେ ସଙ୍ଗେ ସମସ୍ତଙ୍କୁ କେକ, ଚକୋଲେଟ୍ ଓ ବିସ୍କୁଟ ବାଣ୍ଟିଦେଲେ। ଭୋଜିଭାତରେ ହସ ଖୁସିରେ ନୂଆଁ ବର୍ଷ ପହିଲା ଦିନ କଟିଗଲା। ସମସ୍ତେ ସନ୍ଧ୍ୟା ସମୟରେ ଘରକୁ ଫେରିଲେ। 


    ପ୍ରତିଦିନ ଆଈ ସକାଳ ଓ ସଞ୍ଜ ନାତିନାତୁଣୀ ମାନଙ୍କୁ ଧରି ବଗିଚାରେ ବୁଲନ୍ତି ଓ ଶିକ୍ଷଣୀୟ ବିଷୟ ବସ୍ତୁ ଆଲୋଚନା କରିବା ସଙ୍ଗେ ସଙ୍ଗେ କାହାଣୀ ମଧ୍ୟ ଶୁଣାଇଥାନ୍ତି । ତାଙ୍କ ଠାରୁ କାହାଣୀ ଶୁଣିବା ପାଇଁ ନାତିନାତୁଣୀମାନେ ବହୁତ ପସନ୍ଦ କରିଥାନ୍ତି। ଆଈ ମାଙ୍କ ଗୁଳ୍ମ ଓ ବୃକ୍ଷଲତା, ବଣ ଓ ଜଙ୍ଗଲ ତଥା ପର୍ଯ୍ୟଟନ ଓ ପରିବେଶ ବିଷୟରେ ବେଶ ଜ୍ଞାନ ଅଛି । ପ୍ରତିଦିନ ଏହି ସମୟ ମଧ୍ୟରେ ବଗିଚାର ଗଛ ଗୁଡ଼ିକର ଉପାଦେୟତା ବିଷୟରେ ବୁଝାନ୍ତି । ବୃକ୍ଷରୋପଣର ମହତ୍ତ୍ୱ ଓ ପରିବେଶ ଉପରେ ମନୁଷ୍ୟର ନିର୍ଭରଶୀଳତା ସଙ୍ଗେ ସଙ୍ଗେ ଔଷଧିୟ ଗୁଣ ବିଷୟରେ ବର୍ଣ୍ଣନା କରନ୍ତି। 


 ଟୁନା ତଳେ ପଡିଗଲା ଓ ତା ପାଦ ଖଣ୍ଡିଆ ହୋଇଗଲା । ଆଈଙ୍କ ପରାମର୍ଶ କ୍ରମେ ସେ ବିଶଲ୍ୟକରଣୀ ପତ୍ର ମକଚି ସାଙ୍ଗେ ସାଙ୍ଗେ କ୍ଷତ ସ୍ଥାନରେ ଲଗେଇଦେଲା । ଟିକିର ବଉ ଘି କୁଆଁରୀ ପତ୍ର ର ରସ ମୁହଁ ରେ ଲଗେଇବା ଦ୍ବାରା କଳାଦାଗ ଲିଭିଗଲା । ଟିକିର ମୁଣ୍ଡ ଚୁଟି ଝଡୁଥିଲା । ସେ ଶାଶୁଙ୍କ କଥା ମାନି ମୁଣ୍ଡରେ ଲଗାଇବା ଦ୍ବାରା ଆଉ ଝଡିଲା ନାହିଁ ଓ କଳା ରହିଲା । 


ଟିକିର ଅଜା ଜଣେ ଡାଇବେଟିସ ରୋଗୀ ଥିଲେ। ଆଈ ସବୁବେଳେ ଅଜାଙ୍କୁ କହନ୍ତି-'ଭୃଷୁଙ୍ଗା ପତ୍ର ଓ ଶତାବରୀ ଫୁଲ ଡାଇବେଟିସ ରୋଗୀଙ୍କ ଶରୀର ପାଇଁ ହିତକର।' 


ଆଈ ଥରେ ବାଡି ପିଜୁଳି ଆଣି ଟିକି ହାତକୁ ବଢେଇ ଦେଲେ ଓ ତାକୁ କହିଲେ-' ଆରେ ଟିକି ! ନେଲୁ ଏ ମିଠା ପିଜୁଳି ଖାଇଲୁ।ଏହା ଆମ ଶରୀର ପାଇଁ ବହୁତ ଭଲ ।'


ସେ ଅଲିଅଳି ଗେହ୍ଲୀ ନାତୁଣୀ ଓ ସବୁ ନାତିମାନଙ୍କୁ ସମାନ ଆକାର ମିଠା ମିଠା ପିଜୁଳି ବାଣ୍ଟି ଦେଲେ। ସେ ବଗିଚାର ସକଳ ଗଛର ଉପାଦେୟତା ବିଷୟରେ ନାତି ନାତୁଣୀମାନଙ୍କୁ ବଖାଣୁ ଥିଲେ ।


ସେ ମଝିରେ ମଝିରେ ଟିକିକୁ ପ୍ରଶ୍ନ କରୁଥିଲେ ଓ ପଚାରୁଥିଲେ-'ଆଲୋ ଟିକି ! ବୃକ୍ଷରୋପଣ ମହତ କାର୍ଯ୍ୟ। ସବୁଜ ବୃକ୍ଷ ହିଁ ମାନବ ଜୀବନ। ବୃକ୍ଷ ହିଁ ପ୍ରାଣ । କଣ ପାଇଁ ଗଛ ଲଗାଇବା ଉଚିତ?'


ଟିକି ଖନେଇ ଖନେଇ କୋମଳ ସ୍ବରରେ କହେ-'ଆଈ ଲୋ ! ମୋ ସୁନା ଆଈ, ଗଛ ନା ଫଳ, ଫୁଲ, ପତ୍ର ଓ ଛାଇ ଦିଏ। ଏହା ଆମକୁ ଅମ୍ଳଜାନ ପ୍ରଦାନ କରେ ଓ ପରିବେଶକୁ ସବୁଜ ସୁନ୍ଦର କରାଏ। ଏହା ସାଙ୍ଗକୁ ବର୍ଷା କରାଇବାରେ ସାହାଯ୍ୟ କରିଥାଏ।'


ଆଈ ଦିନରେ ଏକା ବଗିଚାରେ ବସିଥିଲେ। ଟିକି ଆସି ତାଙ୍କ କୋଳରେ ବସି ପଡିଲା। ସେ ଗେହ୍ଲା ଝିଅକୁ କୋଳେଇ ନେଲେ। 

ନାନା ପ୍ରକାର ଫୁଲ ଓ ପ୍ରଜାପତି ବିଷୟରେ କେତେକଣ ଆଲୋଚନା କଲେ । ସେ କହିଲେ-'ମନ୍ଦାର ଫୁଲ ନାଲି, ମଲ୍ଲୀ ଓ ମାଳତୀ ଫୁଲରୁ ଅତର ତିଆରି ହୁଏ। ଚମ୍ପା, ଜୁଇ,ଜାଇଫୁଲରୁ ବାସନା ଧୂପକାଠି ତିଆରି ହୁଏ।'


ତାପରେ ସବୁ ନାତିନାତୁଣୀ ତାଙ୍କ ଚାରିପଟେ ଘେରିଗଲେ । ଜଣ ଜଣ କରି ଡାକି ତାଙ୍କ ଖଟ ଉପରେ ବସେଇଲେ । ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଫୁଲ ତୋଳି ଆଣି ବଢେଇଦେଲେ। ସେ କହିଲେ-' ଟିକି ଟିକି ଫୁଲ ନିତି ଫୁଟି ଝଡେ। ସୂର୍ଯ୍ୟ ଉଦୟ ହେଲେ ସକାଳରେ ଫୁଲ ଫୁଟେ ଓ ସନ୍ଧ୍ୟା ହେଲା ପରେ ମଉଳି ଯାଏ। ଟିକିଫୁଲ ଟିଏ, ଦେବତାଙ୍କ ପୂଜାରେ ଲାଗେ ଓ ଟିକି ଟିକି ଫୁଲ ଗୁନ୍ଥି ହୋଇ କେତେବେଳେ ଦେବାଦେବୀ ଗଳାରେ ତ ଆଉ କେତେବେଳେ ମନ୍ତ୍ରୀଙ୍କ ଗଳାର ହାର ହୋଇ ଲମ୍ବି ଯାଏ ।'


ଟିକି ଟିକିଏ ହସିଦେଇ କହିଲା-'ଆଈ,ପୃଥିବୀର ସବୁଠାରୁ ବଡ଼ ଫୁଲର ନାମ କଣ ? କେଉଁ ଫୁଲ ଆମ ଦେଶର ଜାତୀୟ ଫୁଲ ?'


ଟିକି ପ୍ରଶ୍ନର ଉତ୍ତର ଦେଇ ଆଈ କହିଲେ-' ଆଲୋ ମୋ ଗେହ୍ଲୀ, ରାଫ୍ଲେସିଆ ପୃଥିବୀର ସବୁଠାରୁ ବଡ଼ ଫୁଲ । ଆଉ ପଦ୍ମଫୁଲ ଆମ ଦେଶ ଭାରତର ଜାତୀୟ ଫୁଲ । ଏତିକି ଟିକ ଜାଣିନୁ।'


ଆଈ ଶିକ୍ଷା ଦେବାର ଉଦେଶ୍ୟ ଅତ୍ୟନ୍ତ ମହତ୍ ଥିଲା । ଜୀବନରେ ବାଲ୍ୟକାଳରୁ ବୃକ୍ଷରୋପଣ କରିବା ସହିତ ପଶୁପକ୍ଷୀ,ବୃକ୍ଷଲତା, ଫଳଫୁଲର ଉପାଦେୟତା ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଗପ ମାଧ୍ୟମରେ ନାତିନାତୁଣୀ ମାନଙ୍କୁ ବୁଝାଉଥିଲେ ।


କଥାରେ ଅଛିପରା- "ଯାହା ନ ହୋଇଛି ବାଳକାଳେ ତାହା କି ହେବ କାଳେକାଳେ।"

-- "ବିଦ୍ୟା ଦଦାତି ବିନୟମ।"ପିଲାମାନେ ନମ୍ର ହୁଅ, ଜୀବନ ରେ ସମସ୍ତ ଙ୍କର ପ୍ରିୟ ହେବ।


ଆଈ ମା ସବୁବେଳେ ପିଲାମାନଙ୍କ ପାଇଁ ହିତ ଚିନ୍ତା କରୁଥିଲେ ଏବଂ କହୁଥିଲେ ପିଲାମାନେ ପାଠ ପଢ । ବାଲ୍ୟକାଳରୁ ପାଠ ପ୍ରତି ଆଗ୍ରହ ପ୍ରକାଶ କଲେ ଭବିଷ୍ୟତରେ ଆଇନଷ୍ଟାଇନ ଓ ମହାତ୍ମାଗାନ୍ଧୀଙ୍କ ପରି ବଡ଼ ଓ ଭଲ ମଣିଷ ହୋଇଣ ଦେଶ ଓ ଜାତିର ଟେକ ରଖିବା। 


ଆଈ ମା ସବୁବେଳେ ପରାମର୍ଶ ଦିଅନ୍ତି ବଦ୍ ଖର୍ଚ୍ଚ କରିବ ନାହିଁ ଅର୍ଥାତ୍ ଜିଦ୍ କରି ବାପା ମାଆ ଙ୍କୁ କିଛି ମାଗିବ ନାହିଁ ।ଆବଶ୍ୟକତା ଅନୁଯାୟୀ ବାପାବଉ ତୁମ ପାଇଁ ଯାହା ଭଲ ଓ ଦରକାର ନିଶ୍ଚିତ ଆଣିଦେବେ ।


ଶିକ୍ଷିତ ପିଲାମାନେ ହିଁ ଆମ ଭାରତବର୍ଷର ଉଜ୍ବଳ ଭବିଷ୍ୟତ । ଶିକ୍ଷାର ମଞ୍ଜି ବୁଣି ଟିକି ଟିକି ଫୁଲ ଉଦ୍ୟାନରେ ପ୍ରସ୍ଫୁଟିତ କରିବା। ସେସବୁ ବିକଶିତ ହୋଇ ସ୍ବର୍ଗୀୟ ସୁଷମା ଓ ବାସ୍ନା ଢାଳି ଦେବେ। ଆମେ ସବୁ ଯତ୍ନଶୀଳ ହୋଇ ଗଢିତୋଳିବା ଉଚିତ । ତେଣୁ ଛୁଆଟି ବେଳୁ ଉଦ୍ୟାନର କଞ୍ଚା ମାଟିକୁ ଗଢି ତୋଳିବା କେବଳ ପରିବାର ପିତା ଓ ମାତାଙ୍କ ନୁହେଁ ଦେଶର ସବୁ ବଡ଼ମାନଙ୍କର ଦାୟିତ୍ଵ । ଆମେ ଯେମିତି ବୃକ୍ଷରୋପଣ କରିବା ସେହିପରି ଫଳ ଖାଇବା ।



Rate this content
Log in