Lopamudra Parida

Drama Action Inspirational

4.0  

Lopamudra Parida

Drama Action Inspirational

ଅପରୂପା

ଅପରୂପା

4 mins
355



ଖଟରେ ପେଟେଇ ପଡି ଭାବନାରେ ନାରୀ ମନଟେ । କେତେ କଣ ତ ଆସେ ଯାଏ ଏ ମନରେ । ଭାବଢେଉରୁ ମୁକ୍ତି କାଇଁ .... ସୁନ୍ଦର ଭାବ ସବୁ ମୁସକାଇ ଦିଏ ଓଠ କଣକୁ ଆଖିକୁ ଶ୍ଯାମଳ କରି ,ଆଉ ......। 


ବେଳେବେଳେ ଲାଗେ କାଶ୍ ମତେ କି ମୋ ପରି ସବୁ ଝିଅ ମାନଙ୍କୁ ମିଳିଥାନ୍ତା କି ଅଦୃଶ୍ୟ ହେବାର ଇଚ୍ଛା ଶକ୍ତି ଟି ।କାଇଁକି କଇବି, ଯେତେ ବେଳେ ମନ ସେତେବେଳେ ଅଡୁଆ ସୂତା ଭଳିଆ ମନ ଥିବା ପରିସ୍ଥିତି ସବୁରୁ ମୁକୁଳି ଯାନ୍ତୁ ଆମେ ଅକ୍ଲେଶରେ । ହେଲେ ମୁକୁଳିବା କାଇଁ ଯେ ଆମ ଭାଗ୍ୟରେ ।ମୁକୁଳିକି ବି ଯିବାକୁ ବାଟଟି ? କୋଉଟା ।ଏଇ ଯେତେବେଳେ ସେଇ ବାପା, ଦାଦା କି ବଡଭାଇ ମାନଙ୍କର ସାଙ୍ଗ, ପଡୋଶୀ ଅଙ୍କଲ,ଟିଉସନ ସାର୍ , ମା' ରେ ପାଣି ଗିଲାସେ ଦେଲୁ କହି ଗ୍ଲାସ ସହ ଆଙ୍ଗୁଳିକୁ ଏମିତି ଛୁଅଁନ୍ତି ଯେମିତି ଲାଖିଗଲା ,ଆଉ ଛାଡିବନି ।ବସ ହେଲ୍ପର, ସ୍କୁଲ ବସ କଣ୍ଡକ୍ଟର ,ଆଉ ଅନେକ ଅଜଣା,ଅଚିହ୍ନା ଆଖି ଏମିତି ଚାହାନ୍ତି ଯେମିତି ପ୍ଲେଟ୍ ରେ ବଢା କିଛି ୟମି ଡିଲିସିୟସ୍ କସିନ୍ ।ବିଷ ପରି ଲାଗେ ଏଇ ନିଆଁଗିଳା ଆଖି ସବୁକୁ ।କାଇଁ ବଡ ପାଟିରେ ଚିଲେଇବା ପାଟିଟା ଆପେ ଅଠେଇଯାଏ ।ହାତ ପାଦ ଆପେ ଶିତଳେଇଯାଏ ।ବିଦ୍ରୋହୀ ମନ ଟିର ଶଂଖି କିଏ ଚାପି ଧରେ ଅନେକ ଥର ।କିଏ ? କିଏ ସେ ? ତାକୁ ଆଗେ ଧରି ମାରିଦବା କଥା,ସବୁର ଜଡ ସେଇ ?? 


ଠିକ୍ ଏତିକି ବେଳେ ଲାଗେ କାଶ୍ .... ଗାୟବ ହେଇଯାନ୍ତି କି ।କେତେ ସେଫ୍ଟି ଲାଗନ୍ତା ।ମୁଁ ମୋ ଆକାଶରେ ସେଇ ସାନରୁ ବଡ କ୍ରମରେ ସଜା ବାଦଲ ପାହାଚର ଶେଷଟା ....ହାର୍ଟ ସେପ୍ ତୋଫା ମେଘଟା ... ସେଇଠି ଖେଳୁଥିବା ଅଦୃଶ୍ୟ ପରୀ ମାନଙ୍କ ସଂଗାତ ହୁଅନ୍ତି ।ସୂର୍ଯ୍ୟ କିରଣ ସବୁ ସ୍କେଲରେ ଗାର ପଡି ପଟା ପଟା ଅଙ୍କା ଜେବ୍ରା କ୍ରସିଂକୁ ଆମେ ଗୀତ ଗାଇ ଗାଇ ପାରିକରନ୍ତୁ, ଆଉ ଆମକୁ କେହି ବୋଲି କେହି ଦେଖିପାରନ୍ତେନି ।ଅଦୃଶ୍ୟ ଶକ୍ତିଟି ବହୁତ୍ ଭଲ ମ ! ଭଲ କଣ ମତେ ଲାଗିଲାଣି ଜରୁରୀ ବୋଧେ । ବିନା ଡରରେ ନିଶ୍ବାସ ତ ନେଇହବ ଅନେକ ଅଣନିଶ୍ବାସୀ ଘେରା କାନ୍ଥ କୁ ରୁଜିଭାଙ୍ଗି ।କାଇଁ ସବୁ ଖାଲି ଆମେ ନିଶ୍ବାସ, ଦୀର୍ଘଶ୍ବାସ, ଆଖିଚମକ,ନିଷ୍ପାପ ହସ,ଭାବ, ଆବେଗ, ସଫା କାଚ ପରି ମନ ସହ ସାଲିସ୍ କରି ଖୁନ୍ଦି ଖୁନ୍ଦି ଗୋଟେ ଗୋଟେ କାଠିକୁଟା ସଞି ବସା ବାନ୍ଧୁଥିବୁ ଯେ ।ଏ ସବୁ ନ ଥିଲେ କଣ ହେଇଥାନ୍ତା ? ମାନେ ଏଇ ଡର ସବୁ ଯଦି ନ ଥାନ୍ତା ତେବେ ଆମେ କାଇଁ ଗାୟବ ହୁଅନ୍ତୁ ବୋଲି ଭାବନ୍ତୁ ଯେ ।କିନ୍ତୁ ସମସ୍ତଙ୍କୁ ବି ମିଳିଗଲେ ଅଡୁଆ, କେତେ ପ୍ରକାରେ ଜୀବ ଥାନ୍ତି ନା ! ଏଇଟା ଖାଲି ଆମକୁ ମାନେ ମୋ ପରି ମାନଙ୍କୁ ମିଳନ୍ତା ବାଛି ବାଛି କା ।କେତେ ଜଗି ଜଗି ଜରି ଯିବ ଯେ ଆଚାର ପରି ଡରର କାଚ ଖୋଲାମୁହଁ ଜାରକିନ୍ ରେ ।ନାରୀ କଣ ଅବଳା, ଲଟା,ଦୁର୍ବଳା ସବୁବେଳେ, ନାଇଁ ନା ।ପ୍ରବଚନ ସବୁ ,........ ଠିକଣା ବେଳେ ଅଦୃଶ୍ୟ ହେଇଯିବା ହିଁ ଠିକ୍ ବାଟ ।ଏତେ ଯତ୍ନେଇକି ବଢେଇ ଉଡିବାକୁ ଛାଡିଦେବା ବେଳକୁ ହି ମାଡିବସେ ସେ ଅଜଣା କଣ୍ଟା ର ଭୟଟି ଯାହା ।


ନହେଲେ ବି ଏମିତି ହନ୍ତା କି ଆମକୁ ସେଇ ଦୁର୍ଗନ୍ଧି ମୁଣ୍ଡବାଲା ପୋକ ମାନଙ୍କୁ ଠିକ୍ ସମୟରେ ଷ୍ଟାଚୁ କରେଇ ପାରିବାର ଶକ୍ତି ମିଳନ୍ତା କି ।ରଙ୍ଗେ ହାତ ପକଡେ ଯାନ୍ତେ ବୋଝେ ଭଦ୍ର ମୁଖା କିଟ ଅଲମୋଷ୍ଟ ସବୁଠୁ । 


ଏଇ ସେ ପଡିଶାଘର ଲୋକଟା, ଇସ୍ କି କଦର୍ଯ୍ଯ ଆଖି ଟା ନା ତା'ର ।ତା' କାମବାଲି କହୁଥିଲା ମା'ତମ ଘର କଡ ଲୋକଟା ମହିଷା ଟେ ।ଦେଖିକି! ତମେ ନୂଆ ଆଇଚ ନା ଖବର ପାଇନ ।


ରୂପାକୁ ଏ ସବୁ ଟପିକ୍ ହି ଚିଡି ଲାଗେ ।ସବୁଠି ସବୁଆଡେ ।ନଳାପୋକ ଦଳ ।ଆଉ ଘର ପ୍ରତିଷ୍ଠା ଦିନ ସେ ଯେମିତି ସର୍ବତ ଗ୍ଲାସ୍ ନେଲାବେଳେ ....... ଆଖି ଟା ଜଳୁଥିଲା ଯେମିତି, ଆଇଁଷିଆ ,ଅସୁରିଆ ....ମନେ ପଡିଗଲା....ୟାକ୍ ....କଥାଟା ତେବେ ସତ ।କହିବିଥିଲା ୟାଙ୍କୁ ।ନିଦାବିଷ୍ଣୁ ବୋଇଲେ, ହେ ତମେ ତ ଆମର ଘରେ ରହିଲେ ଗଲା ,ଏତେ କଥାରୁ କଣ ମିଳିବ।ଜଗିକି ଟିକେ ଚଳିବାକଥା ।


ମୁହଁ ରେ ଅସହାୟତା ନଥିଲା କହିହବନି ।ପଢି ତ ହଉଥିଲା ସ୍ପଷ୍ଟ ।


-ଆରେ ! ଅପରୂପା କୁଆଡେ ହଜିଗଲ କି ,ଖିର ପୋଡିଗଲା ନା କଣ ଦେଖ ।


ଭାବନାରୁ ସମ୍ବିତ୍ ଫେରି ପାଇ ଦୁଇ ହାତରେ ମୁକୁଳା ଉନ୍ମୁକ୍ତ ଲହରୀ ସବୁକୁ କାନ ପଛକୁ ଟେକି ନେଇ ତା ମର୍ଯ୍ଯାଦାର କୋଷରେ ଖୋସା ପକେଇ ଦେଇ ଉଠିଯାଉଥିଲେ କି ଅଟକି ଗଲେ କାହା ଖିଚାବରେ ।


କୁନି ମୁହଁଟିକୁ ଚାହିଁ ହସିଦେଲେ, ଯାହାର କୁନି ଆଙ୍ଗୁଳି ସବୁ ମୁଠାକରି ତାଙ୍କ କାନିକୁ ଧରିରଖିଥିଲା, ଅଭୟ ପାଇବା ପାଇଁ ।ଶାନ୍ତିରେ ଶୋଇଥିଲା କୁନମୁନ୍ ।


କାହିଁକି କେଜାଣି ତା' ମୁହଁକୁ ଚାହିଁ ଦେଇ ଶିହିରିଗଲେ, କିଛି କ୍ଷଣ ଆଗର ଅନାବନା ଭାବନା ସବୁରେ ପୁଣି ଛନ୍ଦି ଗୁଡେଇ ହେଇଗଲେ ଆଉ ଡରିଆସୁଥିଲେ କି ତାଙ୍କ ଭିତରୁ ଏକ ଆଲୋକର ଆଭା ବାହାରିବା ଦେଖି ଆଶ୍ଚର୍ଯ୍ୟ ହେଲେ ଆଉ ନିଜକୁ କାନେଇଲେ ,ଶୁଭିଲା ତୁ 'ମା ,ତୁ ଦୁର୍ଗା ....... ତୋର ଅଦୃଶ୍ୟ ହେବା ଲୋଢା ନାହିଁ ।ତୁ ଆଦ୍ଯାଶକ୍ତି, ପରାଶକ୍ତି ... ତୁ ହି ସେ ଯିଏ ସୃଷ୍ଟି, ସଂହାର ଓ ପାଳନ କରିପାରୁ ।


ଯା ଦେବୀ ସର୍ବ ଭୁତେଷୁ ମାତୃ ରୂପେଣ ସଂସ୍ଥିତାଂ .......


ତାକୁ ଲାଗୁଥିଲା ତା ' ଚାରିପଟେ ମହ ମହ ଝୁଣା ବାସ୍ନା, ଆଳତୀ, କର୍ପୁର, ର ମହକ ......ସବୁ ଦୃଶ୍ୟମାନ ।


ସେ ଆସ୍ତେ କି କାଢିଆଣିଲା କୁନିପାପୁଲିରୁ ଆନ୍ଚଲ ଟା ।ସ୍ବସ୍ତି ଲାଗୁଥିଲା ।କୁନମୁନଟା କୁନି ଦେବୀ ପ୍ରତିମା ପରି ଲାଗୁଥିଲା ।


-ଡାଇନିଂ ହଲରେ ମିଷ୍ଟର ସାମନ୍ତ ଆସିଛନ୍ତି ।କୁନମୁନ ଶୋଇଛି କି ରୂପା ।ସେ ଟିକେ ଦେଖିବେ ....ମାନେ ଧରିବେ କହୁଥିଲେ ।


ଏ ଘରମଣିଷ ମାନେ ସତରେ ଅଜଣା ନା ମୁହଁମତକୁ ଚାହିଁ ପଥର ହେଇଯାନ୍ତି କେଜାଣି ? ସରଳ ମଣିଷ ନିଶ୍ଚିତ ସମସ୍ତଙ୍କୁ ତା' ସମ ସତ୍ ଓ ସରଳ ଭାବେ ।ମୃଗ ହିଁ ସବୁବେଳେ ଖାଦ୍ଯ, ଖାଦକର ଜାତି କଣ ???


ଉଠି ଆସି ଅପରୂପାଙ୍କୁ ପଛରୁ ଧରି ଠିଆ କୁନମୁନ୍ ।ଏଇ ତ ଚାଲିବା ଶିଖୁଛି ।ନପାଇବା ପାଦକୁ ଟିପ ଲଗେଇ ଓହ୍ଲେଇ ଆସୁଛି ଖଟରୁ ।ନଦୀର ଧାରକୁ କିଏ ବା ରୋକିପାରେ ।


- ଆ ଲେ ମୋ କୁନମୁନ୍ ମାମା ଟା .... ଆଛ ଆଛ ।ଅଙ୍କଲ୍ କୋଲକୁ ଆଛ ।ବୁଲିଯିବା, ଆଇସ୍ କିମ୍ ଖାଇବା ।କିଏ ନବ କି ନୂଆ ବେଲୁନ୍ ,ଆଛ ଆଛ ।ମୁଁ ତାକୁ ଟିକେ ନେଇଯାଉଛି ତଳ ପାର୍କ ରେ ବୁଲେଇଆଣିବି ।


ହଠାତ୍ ସେ ପୁଣି ସେଇ ଘଣ୍ଟ ଘଣ୍ଟା ନାଦ ଶୁଣିପାରିଲା ନିଜ ଭିତରେ ।ତା'ଭିତରୁ କିଏ କହିଲା 


 - ନା 'ସେ ଯିବନି ।କହିଲି ପରା ସେ ଯିବନି ମାନେ ସେ ଯିବନି ।ବାସ୍, କଥା ସରିଲା ।


ସ୍ତବ୍ଧ । ଘଣ୍ଟା କଣ୍ଟା ।ଟିକ୍ ଟକ୍ କିଛି ନାହିଁ ।ମିଃ ସାମନ୍ତ ଆପେ ଉଠିକି ଚାଲିଗଲେ । 


ପଛରେ ରହିଲା ଏକ ସୂକ୍ଷ୍ମ ଅଦୃଶ୍ୟ ଅପରୂପା । ଅଦୃଶ୍ୟରେ ଦୃଶ୍ୟମାନ ଓ ଦେବୀପ୍ଯମାନ ଥିଲା ଏକ ମା ' ।ଖାଲି ମା ',ଯିଏ ଉଡିପାରୁଥିଲା ।



Rate this content
Log in

Similar oriya story from Drama