ଅପାଶୋରା ପଶରା
ଅପାଶୋରା ପଶରା
ଦୟା ଗାଲିଚାରେ ଯଦି ଥରେ କାହାର
ଛବି ଆଙ୍କି ହୋଇ ଯାଏ ତାହା ବିଲୁପ୍ତ ହେବା ଏତେ ସହଜ ନୁହେଁ । ସମାଜର
କୁସଂସ୍କାର ଦୂର କରିବାକୁ ଚେଷ୍ଟିତ ଥିବା
ନାରୀ ପ୍ରତିଭା ରାୟଙ୍କ ଉପନ୍ୟାସ
"ଯାଜ୍ଞସେନୀ " ମୋର ପ୍ରେରଣା ଦାୟକ
ସାଜିଛି । ମୋ ଗାଁ ସରୋଜିନୀ "ଯାଜ୍ଞସେନୀ " ସଦୃଶ ସଂଘର୍ଷର ତତଲା
ବାଲିରେ ଅତିକ୍ରମ କରି ଏକ ଦୃଷ୍ଟାନ୍ତ
ପାଲଟିଛି । ନାରୀ ଯେ କ'ଣ କରି ପାରେ
କେତେ ବା ସହି ପାରେ ଲେଖନୀ ମୁନରୁ
ନିଃସୃତ ହେବା କଷ୍ଟ ସାଧ୍ୟ । ତେଣୁ
ସରୋଜିନୀ ସାଧାରଣ ସେବିକା ହେଲେ
ମଧ୍ୟ ନିଷ୍ଠାପର ଭାବେ ସମାଜର ମଙ୍ଗଳ
କାର୍ଯ୍ୟରେ ଯୋଗ ଦେଇ ଏକ ଉଦାହରଣ
ପାଲଟିଛି ।
ନିଶାସକ୍ତ ସ୍ଵାମୀର ଅତ୍ୟାଚାର ସହ୍ୟ କରି
କେବେ ହାରି ଯାଇନି କି ମରିବା ପାଇଁ
ନିଷ୍ପତ୍ତି ନେଇ ନାହିଁ । ନାରୀ ପ୍ରତି ଅନ୍ୟାୟ
ଅତ୍ୟାଚାର କିପରି ଲୋପ ପାଇ ଶାନ୍ତି ସ୍ଥାପନ ହେବ ,ଏହା ହିଁ ସରୋଜିନୀ ର
ଆପ୍ରାଣ ଚେଷ୍ଟା ।
ଯାଜ୍ଞସେନୀ ରୂପକ ଧୈର୍ଯ୍ୟଶୀଳା
କର୍ତ୍ତବ୍ୟପରାୟଣା ନାରୀ ଏବେ ପଲ୍ଲୀ
ପୁରେ ଅଙ୍କୁରିତ ହେଉଛି ଆଉ ଯୁଗେ ଯୁଗେ ହେଉ , " ଯାଜ୍ଞସେନୀ ଚରିତ୍ରକୁ
ଚରିତାର୍ଥ କରିବାକୁ ମୋର କାହାଣୀର ସ୍ମୃତି ଝୁଲଣାରେ ସରୋଜିନୀ
ସଙ୍କଳ୍ପ ବଦ୍ଧ ,ତେଣୁ ସେମାନଙ୍କ ମୂଲ୍ୟ ବୁଝି
ଚିହ୍ନଟ କରି ପାରିଲେ କଳି ଯୁଗ କପଟି
ଭଦ୍ରମୁଖା ମାନଗୋବିନ୍ଦ ଧରାଶାୟୀ ହେବା
ଦ୍ଵାରା ଏ ଜଗତର ନୂତନ ରକ୍ତ ରଞ୍ଜିତ
ମହାଭାରତର ଦ୍ଵାର ଚିର କାଳ ପାଇଁ
ବନ୍ଦ ହୋଇ ଯିବ ।
ଯାଜ୍ଞସେନୀର ମୂଳ ଲକ୍ଷ୍ୟ
" ଶାନ୍ତି ,ଧର୍ମ ହେଉ ସମସ୍ତଙ୍କ ପ୍ରାଣର କେନ୍ଦ୍ରବିନ୍ଦୁ " ।
