STORYMIRROR

Lalit kumar Swain

Drama Tragedy Fantasy

3  

Lalit kumar Swain

Drama Tragedy Fantasy

ଅନୁତାପ

ଅନୁତାପ

2 mins
322

ପ୍ରିୟ ଆକାଶ

ଇତି ମଧ୍ୟରେ ଦୁଇଦିନ ହୋଇଗଲା। ତୁମର ସ୍ମୃତି ବହନ କରିଥିବା କେଇଟା ପ୍ରତିଛବି କି ଛାଡ଼ିଦେଲେ ମୋ ଜୀବନରେ ଆଉ କିଛି ନାହିଁ। ପ୍ରତେକ ମୁହୂର୍ତ୍ତରେ ମୁଁ ମୃତ୍ୟୁକୁ ଅନୁଭବ କରୁଛି। ଲୋତକର ବନ୍ୟା ମୋର ବକ୍ଷ ଦେଶର ପ୍ରତେକଟି ଅଂଶକୁ ସ୍ପର୍ଶ କରି ତୀବ୍ର ଅଲୋଡନ ସୃଷ୍ଟି କରୁଛି। ସମୟ ଏତେ ନିଷ୍ଠୁର ହୋଇପାରେ , ପରିସ୍ଥିତିର ଏ ନିଷ୍ଠୁର ଆଦେଶ ଏତେ ଭୟଙ୍କର ହୋଇ ସବୁକିଛି ଭସ୍ମୀଭୂତ କରି ପାରେ ମୋର ସ୍ୱପ୍ନରେ ଆଶା ନଥିଲା। ସ୍ୱଳ୍ପ ସମୟର ଆବେଗ ଓ କ୍ରୋଧ ଅତି ଭୟଙ୍କର ହୋଇ ନର୍କ ଯନ୍ତ୍ରଣା ଦେଇ ଚାଲିଛି। ଯେଉଁ ଆକାଶର କାଉଁରୀ ସ୍ପର୍ଶ ଦିନେ ଗଙ୍ଗାର ଦେହ ମନରେ ନୂତନ ଜୀବନର ଆଶା ସଂଚାର କରୁଥିଲା, ନୂତନ ଜୀବନ ,ନୂତନ ଚେତନା , ସଫଳତା ପାଇଁ ପ୍ରେରଣା ଦେଉଥିଲା ତାହା ଆଜି କେବଳ ସ୍ବପ୍ନ ମାତ୍ର।ସମୟର ନିର୍ଦ୍ଦେଶରେ ଆଜି ସବୁକିଛି ବିପରୀତ। ତୁମକୁ ସବୁ ଦୋଷ ଦେଇ ମୁଁ ଆମ ଭଲ ପାଇବାର ପବିତ୍ର ସମ୍ପର୍କକୁ ଦୋଷାରୋପ କରୁନାହିଁ। ଆମ ଭଲ ପାଇବାକୁ ଦେଖି ଯେଉଁମାନେ ଦିନେ ଇର୍ଷା ପରାୟଣ ହୋଇ କେତେ କଣ କହୁଥିଲେ, ସେମାନେ ଆଜି ମଧ୍ୟ ହସୁଛନ୍ତି। ଆଜି ର ପରିସ୍ଥିତି କାଲି କି ନଥିବ। ହୃଦୟର ଏ ମଳିନତା, ନିରାଶା ନିଶ୍ଚୟ ଦିନେ ସୁମନର ପାଖୁଡା ଭଳି ଖିଲି ଖିଲି ହସି ସୁବାସ ବିସ୍ତାର କରିବ , ସେ ଆଶା ଏବେ ବି ମୋର ଉଜ୍ଜୀବିତ। ମୋ ନିଃଶ୍ୱାସ ମତେ ପ୍ରତି ମୁହୂର୍ତ୍ତରେ ଧିକ୍କାର କରୁଛି, ମୋ ବଞ୍ଚିବା ଯେମିତି ମୋ ପାଇଁ ଆଜି ଅଭିଶାପ ହୋଇ ପଢ଼ିଛି, ଧମନୀରେ ପ୍ରବାହିତ ପ୍ରତେକଟି ରକ୍ତ କଣିକା ଆଜି ମତେ ଉପହାସ କରୁଛନ୍ତି। ତଥାପି ମୁଁ ବଞ୍ଚିଛି। ଏଥିପାଇଁ ନୁହେଁ ଯେ ମୋର ଜୀବନ ପ୍ରତି ଅହେତୁକ ଲୋଭ ଅଛି, ଏହିପାଇଁ ନୁହେଁ ଯେ ସମାଜର ପରବର୍ତ୍ତୀ ପରିକଳ୍ପନା କରିବି। କେବଳ ଏଥି ପାଇଁ ଯେ ତମେ ପ୍ରଦାନ କରିଥିବା ଏ ଜୀବନକୁ ମୁଁ ଧ୍ୱଂସ କରିବାକୁ ଚାହୁଁନାହିଁ।

ଆଜିର ସମୟ କାଲି କି ନଥିବ। ଯଦି ସମୟ ମୋ ପାଇଁ ଅନୁକୂଳ ହୁଏ, ଆଉ ତମେ ମୋ ପାଖକୁ ଫେରି ଆସିବ ଅତ୍ୟନ୍ତ ପକ୍ଷେ ମୁଁ ତୁମକୁ ସ୍ୱାଗତ କରି ପାରିବି। ବକ୍ଷରେ ଜାବୁଡି ଧରି ଦୀର୍ଘ ଦିନର ମାନସ୍ତାପ କୁ ମୋ ଆଖିର ତପ୍ତ ଲୁହରେ ଧୋଇ ନିଜକୁ ଧନ୍ୟ ମନେ କରିବି। ତମ ପାଦ ତଳେ ଜୀବନକୁ ସମର୍ପଣ କରି ନିଜକୁ ଖୁସିରେ ବିଭୋର କରେଇବି। ଅପେକ୍ଷାରେ ରହିଲି।

ତମର..... 

ଗଙ୍ଗା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama