ABADHOOT PANDA

Classics Inspirational

4  

ABADHOOT PANDA

Classics Inspirational

ଅଜଣା ସମାଜସେଵୀ

ଅଜଣା ସମାଜସେଵୀ

6 mins
571


ଓଡ଼ିଶାର ଘଞ୍ଚ ଜଙ୍ଗଲ ତଳି ଏକ ଗାଁରେ ଜଣେ ବ୍ୟବସାୟୀ ନିଜ ପରିବାର ସହିତ ରହୁଥିଲେ l ତାଙ୍କ ନାଁ କୁବେର l ତାଙ୍କର ଦୁଇଟି ମାତ୍ର ସନ୍ତାନ l ଗୋଟିଏ ପୁଅ ଓ ଗୋଟିଏ ଝିଅ l ଝିଅଟିର ନାଁ ମିତା ଓ ପୁଅର ନାଁ ରବି l ମିତା ମାଟ୍ରିକ ପାସ କରି ପାଖ କଲେଜରେ ପାଠ ପଢ଼ିବା ସହିତ ବୋଉଙ୍କୁ ଘର କାମରେ ସାହାଯ୍ୟ କରେ l ରବି ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର l ଖେଳ କସରତ ପହଁରା ଆଦିରେ ଧୁରନ୍ଧର l ବୋଉ କମଳା ଜଣେ ଆଦର୍ଶ ଗୃହିଣୀ l ପରିବାରକୁ ସମ୍ଭାଳି କାଠ ଓ ସିମେଣ୍ଟ ବ୍ୟବସାୟରେ ମଧ୍ୟ ସ୍ୱାମୀଙ୍କୁ ସାହାଯ୍ୟ କରିବାକୁ ସେ ନିଜ କର୍ତ୍ତବ୍ୟ ବୋଲି ମାନୁଥିଲେ l ତାଙ୍କର ଉଦ୍ଦେଶ୍ୟ ଥିଲା ନିଜର ପୁଅ ଝିଅଙ୍କୁ ଉପଯୁକ୍ତ ମଣିଷ କରିବା l ସ୍ୱାମୀ କୁବେର ଅନେକ ସମୟରେ କାଠ ଓ ସିମେଣ୍ଟ ବସ୍ତା ସଂଗ୍ରହ କରିବାକୁ ବାହାରେ ରୁହନ୍ତି l କାଠ ପାଇଁ ଜଙ୍ଗଲ ଓ ସିମେଣ୍ଟ ପାଇଁ ପାଖ ସହରକୁ ଯାଆନ୍ତି l ତାଙ୍କର ଘରେ ସିମେଣ୍ଟ ଓ କାଠ ଗୋଦାମ l ତାଙ୍କ ଗାଁ ରାମପୁରର ପ୍ରାୟ କୋଡ଼ିଏ କିଲୋମିଟର ପରିଧିରେ କୌଣସି କାଠ ଓ ସିମେଣ୍ଟ ଗୋଦାମ ନଥିବାରୁ ସେହି ଅଞ୍ଚଳର ସମସ୍ତ ଗ୍ରାମବାସୀ କୁବେର ବାବୁଙ୍କ ଉପରେ ନିର୍ଭର କରନ୍ତି l କାଳ କ୍ରମେ ବ୍ୟବସାୟରେ ଉନ୍ନତି ହେବା ପରେ କୁବେର ବାବୁ ସେହି ଇଲାକାରେ ସବୁଠାରୁ ଧନୀ ବ୍ୟକ୍ତି ଭାବେ ସମ୍ମାନ ପାଇଲେ l ଏପରିକି ଦୂର ଦୁରାନ୍ତରୁ ଲୋକେ ତାଙ୍କ ନାଁ ଜାଣି ଦେଖିବାକୁ ଆସିଲେ l

ଧନୀ ବ୍ୟବସାୟୀ କୁବେର ବାବୁ କେବଳ ବ୍ୟବସାୟୀ ନଥିଲେ, ଜଣେ ଅମାୟିକ ସମାଜସେବୀ ଥିଲେ ମଧ୍ୟ l ତେଣୁ ନିଜ ଗାଁର ଗରିବ ପରିବାରଗୁଡ଼ିକୁ ଯଥାଶକ୍ତି ସାହାଯ୍ୟ କରି ସେମାନଙ୍କୁ ଉପଯୁକ୍ତ ସାମଜିକ ମର୍ଯ୍ୟାଦା ଦେବା ତାଙ୍କର ମହତ ଉଦ୍ଦେଶ୍ୟ l ଗାଁରେ ଏକ ଦାତବ୍ୟ ଚିକିତ୍ସାଳୟ ଓ ଏକ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲେ l ଗରିବ ଶ୍ରେଣୀର ଲୋକମାନଙ୍କୁ ନିଜର ଦଶଟି ସିମେଣ୍ଟ ଗୋଦାମ ଓ ଦଶଟି କାଠ ଗୋଦାମରେ ଚାକିରୀ ଦେଲେ l କ୍ରମେ କ୍ରମେ ତାଙ୍କର ସୁନାମ ସାରା ରାଜ୍ୟରେ ବ୍ୟାପିଗଲା l ବାଣିଜ୍ୟେ ବସତେ ଲକ୍ଷ୍ମୀ ତତ୍ତ୍ୱକୁ ସେ ମାନି ଜଣେ ପରାର୍ଦ୍ଧ ପତି ହେଲେ l ନିଜର ତହବିଲ ସମ୍ଭାଳିବା ଦାୟିତ୍ୱ ନିଜ ପୁଅ ରବିକୁ ଦେଲେ l ରବି ସେତେବେଳକୁ କମର୍ଷ ପୋଷ୍ଟ ଗ୍ରାଜୁଏଟ l ଅତି ଉତ୍ତମ ରୂପେ ବାପାଙ୍କ ସହିତ କାନ୍ଧ ମିଳାଇ ଚାଲିଲା l

ବୋଉ କମଳା ମଧ୍ୟ କୌଣସି ମାନବୀୟ ଗୁଣରେ କମ ନଥିଲେ l ନିଜର ଗ୍ରାଜୁଏଟ ଝିଅ ମିତାକୁ ଘର କରଣା ବିଦ୍ୟା ଶିଖାଇବା ସହିତ ପାଖ ସହରର କାରେଟ ତାଲିମ କେନ୍ଦ୍ରରେ ତାର ନାଁ ଲେଖାଇ ଦେଇଥିଲେ l ବାପା ବୋଉଙ୍କ ପୂର୍ଣ୍ଣ ସହଯୋଗ ଓ ପ୍ରୋତ୍ସାହନ ପାଇ ସନ୍ତାନ ଦ୍ବୟ ଗର୍ବିତ l ସେମାନେ ପିତାମାତାଙ୍କ ସେବା କରିବା ସହିତ ଜନ ମଙ୍ଗଳ କରିବା ସେମାନଙ୍କ ଲକ୍ଷ୍ୟ l

ବ୍ୟବସାୟ ବଢ଼ି ଯିବାରୁ ମାସକୁ ଥରେ ଦୁଇ ଥର ପାଖ ସହରରେ ଥିବା ବ୍ୟାଙ୍କକୁ ଯାଆନ୍ତି ନିଜର ଜମା ଖାତାର ହିସାବ ଦେଖିବା ପାଇଁ l ସେ ଜଣେ ଧନୀ ବ୍ୟକ୍ତି l ଆଖ ପାଖ ଯେତିକ ଅସାମାଜିକ ଶିକ୍ଷିତ ଯୁବକମାନଙ୍କ ନଜର ତାଙ୍କ ଉପରେ ଥାଏ l କେତେକ କମ୍ପୁଟର ଶିଳ୍ପ ବିଜ୍ଞାନରେ ପ୍ରବୀଣ ଥିବା ସାଇବର ଅପରାଧୀ ଯୁବକ ଯୁବତୀ ତାଙ୍କ ପଛରେ ଲାଗି ଯାଇଥାନ୍ତି l କୁବେର ବାବୁଙ୍କ ଏ ବିଷୟରେ କିଛି ଧାରଣା ନଥିଲା l ସେ କେବଳ ବ୍ୟାଙ୍କ କର୍ତୃପକ୍ଷଙ୍କ ନିର୍ଦେଶ ଅନୁସାରେ ଟଙ୍କା କାରବାର କରନ୍ତି l କୌଣସି ମୋବାଇଲ ମେସେଜକୁ ଅନାଧୁନିଆ ମାନି ଯାନ୍ତିନି l ତେଣୁ ସାଇବର ଅପରାଧୀମାନଙ୍କ ରାଗ ତାଙ୍କ ଉପରେ ଥାଏ l

କଳେ ବଳେ କୌଶଳେ କୁବେର ବାବୁଙ୍କ ଗଛିତ ଅର୍ଥକୁ ହଡ଼ପ କରିବା ସେମାନଙ୍କ ଉଦ୍ଦେଶ୍ୟ l ଉଦେଶ୍ୟ ପୂର୍ଣ୍ଣ କରିବାକୁ ଜଙ୍ଗଲ ଗୁମ୍ଫା ଭିତରେ ରହୁଥିବା ଏକ ଡକାଏତ ଦଳ ସହିତ ସେମାନେ ସାଲିସ କରିଥାନ୍ତି l ସୁଯୋଗ ଉଣ୍ଡି କୁବେର ବାବୁଙ୍କ ଘର ଉପରେ ଚଢ଼ାଉ କରିବାକୁ ସେମାନେ ଚକ୍ରାନ୍ତ କରୁଥାନ୍ତି l

ଦିନେ ବିରାଡ଼ି କପାଳକୁ ଶିକା ଛିଣ୍ଡିଲା ପରି ସେମାନଙ୍କୁ ମଉକା ମିଳିଗଲା l କାରଣ ସେଦିନ ରାତିରେ ନିଜ ପୁଅଝିଅଙ୍କ ବିଭାଘର ପ୍ରସ୍ତାବରେ ସସ୍ତ୍ରୀକ ସହରରେ ଥିବା ବନ୍ଧୁଙ୍କ ଘରକୁ ଯାଇଥିଲେ l ଘରେ କେବଳ ମିତା ଆଉ ରବି ଥାନ୍ତି l ରାତି ପ୍ରାୟ ଏଗାରଟା l କଲିଂ ବେଲ ବାଜି ଉଠିଲା l ସେମାନେ ଭାବିଲେ କାଳେ ବାପା ବୋଉ ଫେରି ଆସିଥିବେ!!! ତେଣୁ ରବି କବାଟ ଖୋଲିଲା l କଳା ମୁଖା ପିନ୍ଧା ଛ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ରବିକୁ ମାଡ଼ି ବସିଲା l ଧସ୍ତାଧସ୍ତି ଚାଲିଲା l ଧଡ଼ ଧାଡ଼ ଶବ୍ଦରେ ମିତାର ନିଦ ଭାଙ୍ଗିଗଲା l ହଠାତ ପଦାକୁ ନଆସି ନିଜ ବେଡ଼ରୁମ ଭିତରେ ନିଜର କାରେଟି ପୋଷାକ ପିନ୍ଧି ଅଣ୍ଟାରେ ବ୍ଲାକ ବେଲ୍ଟ ଓ ଧାରୁଆ ଛୁରୀ ପୋଷାକରେ ଥିବା ଖୋଳରେ ରଖି ବାହାରକୁ ବାହାରିଆସିଲା l ସେତେବେଳକୁ ରବି ଆଉ ଦୁର୍ବୃତ୍ତଙ୍କ ଭିତରେ ତୁମୁଳ ସଙ୍ଘର୍ଷ ଚାଲିଥାଏ l ଆଉ ଡେରି ନକରି ମିତା ଭାଇ ରବିକୁ ରକ୍ଷା କରିବା ପାଇଁ ଅପରାଧୀମାନଙ୍କ ଉପରେ କାରେଟି ଚାର୍ଜ ଆରମ୍ଭ କରିଦେଲା l ଆଖି ପିଛୁଳାକେ ଗୁଣ୍ଡାମାନେ ମାଡ଼ ଖାଇ ତଳେ ପଡ଼ିଗଲେ l ରବି ଗୋଟିଏ ରୁଲ ବାଡ଼ିରେ ସେମାନଙ୍କୁ ପିଟି ଚାଲିଲା l ପ୍ରାଣ ବିକଳରେ ସେମାନେ ରାତିର ଅନ୍ଧାର ଭିତରେ କୁବେର ବାବୁଙ୍କ ଘର ଛାଡ଼ି ପଳାୟନ କଲେ l

ସେତେବେଳକୁ ରାତି ଗୋଟାଏ l ମାଘ ମାସ ଅମାବାସ୍ୟା l ବାହାରେ ଜଗିଥିବା ଦୁର୍ବୃତ୍ତମାନେ ତାଙ୍କ ଘର ବାହାର କାଠ ଗୋଲାରେ ନିଆଁ ଲଗାଇ ଦେଇଥାନ୍ତି ପ୍ରତିଶୋଧ ନେବା ପାଇଁ l ଭାଇ ଭଉଣୀ ବାହାରକୁ ଆସି ଦେଖିଲେ ଜଣେ ଲୋକ ଗୋଟିଏ ଧଳା ଘୋଡ଼ା ଉପରେ ବସିଛନ୍ତି ଫାଟକ ସେପାଖେ l ତାଙ୍କର ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସାଞ୍ଜୁ ଦ୍ୱାରା ଆବୃତ l ଅଣ୍ଟା ଦୁଇ ପାଖରେ ପିସ୍ତଲ ଝୁଲୁଛି l ବେଲ୍ଟମଝିରେ ଖପୁରି ଚିହ୍ନ l ପାଦରେ ଦାମିକା ଚିପା ଜୋତା l ମୁହଁରେ ମୁଖା ଆଉ ଆଖିରେ କଳା ଚଷମା ମିତା ଓ ରବି ସେହି ବିଚିତ୍ର ବେଶ ଧାରୀ ଅଚିହ୍ନା ଲୋକଟି ପାଖକୁ ଗଲେ l ସନ୍ଦେହରେ ପଚାରିଲେ, " ଆପଣ କିଏ? ଏତେ ରାତିରେ ଆମ ଘରକୁ କାହିଁକି ଆସିଛନ୍ତି? ଆପଣ ଡକାଏତ ସର୍ଦ୍ଦାର ନୁହନ୍ତି ତ? " ଆଗନ୍ତୁକ ଜଣଙ୍କ ସେମାନଙ୍କ କଥା ଶୁଣି ଘୋଡ଼ା ପିଠିରୁ ଓହ୍ଲାଇ ଆସିଲେ ଓ ମୁରୁକି ହସି କହିଲେ, " ନା ମୁଁ ସର୍ଦ୍ଦାର ନୁହେଁ l ମୋ ନା ଫ୍ୟାଣ୍ଟମ l ମୁଁ ମୋ ପରିବାର ସହିତ ଆଫ୍ରିକାର ଘୋର ଜଙ୍ଗଲ ଭିତରେ ରହେ l ଏସିଆରେ ମଧ୍ୟ ମୋର ବାଙ୍ଗଲା ଅଛି l କିନ୍ତୁ ମୁଁ କେବେ ଲୋକ ଲୋଚନକୁ ଆସେନି କି ବର୍ତ୍ତମାନ ଦୁର୍ନୀତି ଗ୍ରସ୍ତ ମଣିଷ ସମାଜରେ ନିଜର ପରିଚୟ ଦେବାକୁ ମୁଁ ଆଦୌ ଚାହେଁନି l ପରୋକ୍ଷରେ ଅପରାଧୀମାନଙ୍କୁ ଧରି ଆଇନ ହାତରେ ଦେବା ମୋର କର୍ତ୍ତବ୍ୟ l ମୋତେ ଯେଉଁମାନେ ଜାଣନ୍ତି ସେମାନେ ମତେ ଚଳନ୍ତା ଭୁତ ବୋଲି ଡାକନ୍ତି l ମଣିଷ ସମାଜରୁ ଅସାମାଜିକ ଅପରାଧୀମାନଙ୍କୁ ମାରି କିମ୍ବା ଜବତ କରି ସେମାନଙ୍କୁ ଦଣ୍ଡ ଦେବା ମୋର ଉଦ୍ଦେଶ୍ୟ l ତୁମ ଦେଶର କେତେଜଣ ସାଇବର ଅପରାଧୀ ଓ ଦୁର୍ବୃତ୍ତଙ୍କ ନଜର ତୁମ ବାପାଙ୍କ ଧନ ସମ୍ପତ୍ତି ଓ ବ୍ୟାଙ୍କ ବାଲାନ୍ସ ଉପରେ ପଡ଼ିଥିବାର ଖବର ମୁଁ ପାଇଲି l ମୋର ମୋଡଶ ଅପରାଣ୍ଡି ଆଉ ନେଟୱର୍କ ସାରା ପୃଥିବୀରେ ଅଛି l ମୋର ଗୁପ୍ତଚରମାନେ ଚାରିଆଡ଼େ ଖେଳେଇ ହେଇ ରହିଛନ୍ତି l ପୂର୍ବରୁ ତୁମ ବାପାଙ୍କ ବିଷୟରେ ଜାଣିଥିଲି l ସେ ଜଣେ ଦେବତାତୁଲ୍ୟ ମାନବବାଦୀ ଭଦ୍ର ବ୍ୟକ୍ତି l ତାଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ତୁମ ଘରକୁ ଆସିଲି l କିନ୍ତୁ ଟିକେ ଡେରି ହେଇଗଲା l ଦୁର୍ବୃତ୍ତମାନଙ୍କୁ ଧରି ପାରିଲିନି l ଯାହାବି ହେଉ ତୁମେମାନଙ୍କୁ ନିରାପଦ ଦେଖି ଖୁସି ଲାଗିଲା l"

ରବି ଏତେ ବଡ଼ ଆନ୍ତର୍ଜାତୀୟ ଯୋଦ୍ଧାଙ୍କୁ ମିତା ବିଷୟରେ ଟିକେ ଜଣାଇ ଦେବାକୁ ସମୀଚିନ ମନେ କଲା l ତେଣୁ ସେ ସାହସ ବାନ୍ଧି ଯିବାକୁ ଉଦ୍ୟତ " ଫାଣ୍ଟମ ମହାଶୟ" ଙ୍କୁ କହିଲା," ଆଜ୍ଞା ମୁଁ ପୁଅ ପିଲା ହେଲେ ଵି ଅକାଳ କୁଷ୍ମାଣ୍ଡ l ମୋ ଭଉଣୀ ମିତାର ଇଏ କରିସ୍ମା ଆଜ୍ଞା l କାରଣ ସେ ବ୍ଲାକ ବେଲ୍ଟ ହୋଲଡର ଆଉ ବୃଷଲି ତାର ଗୁରୁ l ସିଏ ଆଜି ଘରେ ନଥିଲେ ଆମ ଘରର ଇଜ୍ଜତ ମାଟିରେ ମିଶିଯାଇଥାନ୍ତା l " ଏକା ନିଶ୍ୱାସେ ସବୁ ଗୁଡ଼ାକ ବଖାଣି ଦେଲା ଫାଣ୍ଟମ ଓରଫ ଚଳନ୍ତା ଭୁତଙ୍କ ଆଗରେ l ଠିକ ଏତିକି ବେଳେ ମିତା ଆସି ଫାଣ୍ଟମଙ୍କୁ ନମସ୍କାର ଜଣେଇ ତାଙ୍କ ଘୋଡ଼ା ଆଗରେ ଠିଆ ହେଇ କହିଲା, " ଅଙ୍କଲ! ଭାଇ ଯାହା କହିଲା ସତ l ମୁଁ ସେହି ଦୁର୍ବୃତ୍ତମାନଙ୍କୁ ଉପଯୁକ୍ତ ଦଣ୍ଡ ଦେଇଛି l ମାତ୍ର ଆପଣଙ୍କୁ ଦେଖିଲା ପରେ ମୋ ମନରେ ଆହୁରି ରଣ କୌଶଳ ଆପଣଙ୍କ ଠାରୁ ଶିଖିବାକୁ ତୀବ୍ର ଇଚ୍ଛା ଅଛି l ଆଉ ଵି ଘୋଡ଼ା ଚଢ଼ା ଶିଖିବାକୁ l ଆପଣ ଆମର ପିତୃତୁଲ୍ୟ ଯଦି ସେତିକି ଟିକେ ଅନୁଗ୍ରହ କରନ୍ତେ ମୁଁ ମୋର ଶକ୍ତି ଅନୁଯାୟୀ ସମାଜ ସେବା କିଛିକାଂଶ କରିପାରନ୍ତି l " ମିତା ମୁହଁରୁ ଏକଥା ଶୁଣି ଫାଣ୍ଟମ ମହାଶୟ ବହୁତ ଖୁସିରେ ମିତା ସହିତ ହ୍ୟାଣ୍ଡସେକ କରି ଏଂବ୍ରେସ କଲେ ଓ କହିଲେ, " ହଁ ତୁ ମୋ ଝିଅ ପରି l ଯେହେତୁ ମୁଁ ସବୁବେଳେ ଗୁପ୍ତ ତତେ ସିଧା ଶିଖେଇ ପାରିବିନି l ମୋର ଜଣେ ଶିଷ୍ୟ ଅଛନ୍ତି ତମରି ଓଡ଼ିଶାରେ ତାଙ୍କ ନା ଜୋସେଫ l କିନ୍ତୁ ସେ କୋଉଠି ଓଡ଼ିଶାରେ ଡେରା ପକାନ୍ତି ମୁଁ ଜାଣିଛି l କିନ୍ତୁ ଜାଗାର ନା ଗୁପ୍ତ l ତୁମ ରାଜ୍ୟର ଘୋର ଜଙ୍ଗଲ ଭିତର ଗୁମ୍ଫାରେ ଥାନ୍ତି l କେବଳ ଦେଶିଆ ଲୋକ ତାଙ୍କର ସହଚର ଓ ସାଙ୍ଗ l ସାରା ପୃଥିଵୀ ଛଦ୍ମଵେଶରେ ବୁଲନ୍ତି l ସାମ୍ପ୍ରତିକ ଦୁସ୍ଥ ମାନବ ସେବା ତାଙ୍କର ଧର୍ମ l ସେ ସାମରିକ ବିଦ୍ୟା ସବୁଥିରେ ଧୁରନ୍ଧର l ଭଲ ଘୋଡ଼ା ଚଢ଼ାଳୀ l ମୁଁ ତାଙ୍କୁ ପଠେଇ ଦେବି l ସେ ଆସି ତୁମ ଘରେ ରହିବେ l ତତେ ଘୋଡ଼ସଵାରୀ ଶିଖାଇଦେବେ ନିଶ୍ଚୟ l ଆଉ ବି ଅଧିକା ଶିକ୍ଷାନବିଶ ଯଦି ମିଳିବେ ସେ ବହୁତ ଖୁସି ହେଇଯିବେ l ଓଡ଼ିଆ ଇଂରାଜୀ ମିଶା ଭାଷା କହିବେ l ଏ ମୋର ଜବାବ l ହଉ ମୁଁ ଯାଉଛି l ସକାଳ ହେଇଗଲେ ଅସୁବିଧା l " ମିତାକୁ ଆଶ୍ୱାସନା ଦେଇ ଫେରିଗଲେ l ମିତା ହୃଦୟ ଓ ମନ ଭିତରେ ଆନନ୍ଦର ଦେବଦୁତ ସତେ ଯେମିତି ତାକୁ ହସେଇବାକୁ ଲାଗିଲେ l ଫଳରେ ମିତା ଆଖିରୁ ଦୁଇ ଟୋପା ଆନନ୍ଦାଶ୍ରୁ ଗାଲ ଉପର ଦେଇ ତଳେ ପଡ଼ିଲା l 

ଅଚିହ୍ନା ଅଦ୍ଭୁତ ରୁପଧାରୀ ଆଗନ୍ତୁକଙ୍କ ଖଣ୍ଡି ଖଣ୍ଡିକିଆ ଓଡ଼ିଆ ମିଶା ଇଂରାଜୀ ବାଣୀ ଶୁଣି ମିତା ଓ ରବି ଆଶ୍ୱାସନା ପାଇଲେ l ତାଙ୍କୁ ଦେବ ଦୂତ ମନେକରି ଘରକୁ ଡାକିଲେ l କିନ୍ତୁ ସେ ମନା କରି ପୁଣି ଘୋଡ଼ା ଉପରେ ବସି ଗୁଡବାଇ କହି ଫେରିଗଲେ l କାଠ ଗୋଦାମ ପୋଡ଼ିଗଲେ ବି ସେମାନଙ୍କ ମନ ଦୁଃଖ ନଥିଲା l ରାତି ତିନିଟା ହେଲା l ଫାଟକ ବନ୍ଦ କରି ଭାଇ ଭଉଣୀ ନିଜ ନିଜ ରୁମରେ ବିଶ୍ରାମ କଲେ l ରାତି ପାହିଗଲା l ଦିନ ଏଗାରଟା ବେଳେ କୁବେର ବାବୁ ଓ ଶ୍ରୀମତୀ କମଳା ରାମପୁର ଫେରିଲେ l ଘରେ ପହଞ୍ଚି ପିଲାଙ୍କମୁହଁରୁ ସବୁ କଥା ଶୁଣି ବହୁତ ଖୁସି ହେଲେ l ଝିଅ ମିତା ପିଠିରେ ହାତ ଥାପୁଡ଼େଇ ବାଃ ବାଃ କଲେ l ବୋଉ ବାପାଙ୍କ ସକାରାତ୍ମକ ପ୍ରେରଣାରେ ସେମାନଙ୍କ ଅନ୍ତରାତ୍ମାରେ ଥିବା ମାନବୀୟ ଗୁଣଗୁଡ଼ିକ ଆହୁରି ବିକଶିତ ହେବାକୁ ଲାଗିଲା l ଧନୀ ବ୍ୟବସାୟୀ ଓ ମାନବବାଦୀ କୁବେର ବାବୁ ଟିଭି ସୁଇଚ ଅନ କଲେ l ଦୁଇଦିନ ପରେ ଓଡ଼ିଆ ନ୍ୟୁଜ ଚାନେଲରେ ଦେଖିବାକୁ ପାଇଲେ ଯେ ପ୍ରାୟ ପଚାଶ ଜଣ ସାଇବର ଅପରାଧୀ ଓ ତିରିଶ ଜଣ ଡକାଏତମାନଙ୍କୁ ରାମପୁର ଅରଣ୍ୟାଞ୍ଚଳରୁ ଜବତ କରାଯାଇଛି ଓ ସେମାନଙ୍କୁ ସଦର ଥାନା ହାଜତକୁ ଚାଲାଣ କରାଯାଇଛି l ବଡ଼ ଆଶ୍ଚର୍ଯ୍ୟର କଥା ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିବା ଯେଉଁ ସାଇବର କ୍ରିମିନାଲ ଓ ଦୁର୍ବୃତ୍ତମାନଙ୍କୁ ଆଜିକୁ ପ୍ରାୟ ତିନି ବର୍ଷ ହେଲା ସି. ବି. ଆଇ., ରାଜ୍ୟ କ୍ରାଇମ ବ୍ରାଞ୍ଚ ଓ ବେସରକାରୀ ଗୁଇନ୍ଦା ସଂସ୍ଥାଙ୍କ ଆଖିରେ ଧୂଳି ଦେଇ ଅପରାଧ କରିଆସୁଥିଲେ ଓ ସରକାରଙ୍କ ସବୁ ଉଦ୍ୟମ ବିଫଳ ହୋଇଥିଲା ଆଜି କେମିତି ସେମାନେ ଧରାପଡ଼ିଗଲେ l ଏହାର ମୂଳରେ କେଉଁ ସମାଜ ସେଵୀ ସଂଘର ଭୂମିକା ଅଛି? ଏ ପର୍ଯ୍ୟନ୍ତ ଜଣା ପଡ଼ିନି l ମାତ୍ର ହଁ ଗୋଟିଏ ଚାରି ସେଣ୍ଟିମିଟର ବ୍ୟାସାର୍ଦ୍ଧର ରୌପ୍ୟ ବୃତ୍ତାକାର ଫଳକ ମିଳିଛି ଯାହାର ଗୋଟାଏ ପାଖରେ ମଣିଷ ଖପୁରି ଓ ଅନ୍ୟ ପାଖରେ ଗୋଟାଏ ମୁଖାଚଷମା ପିନ୍ଧା ମଣିଷ ମୁଣ୍ଡ ରେଖାଚିତ୍ର ଖୋଦିତ ହୋଇଛି l ଆହୁରି ଆଶ୍ଚର୍ଯ୍ୟର ଘଟଣା ଯେ ସେହି ରୌପ୍ୟ ବୃତ୍ତାକାର ଫଳକ ଥାନାର ଭାରପ୍ରାପ୍ତ ଇନିସ୍ପେକଟରଙ୍କ ଟେବୁଲ ଉପରୁ ମିଳିଛି l ଏ ପର୍ଯ୍ୟନ୍ତ ଏହାର ଗୁପ୍ତ ରହସ୍ୟ ଉନ୍ମୋଚନ ହୋଇ ପାରି ନାହିଁ l ଉକ୍ତ ଖବର ଟିଭିରୁ ଦେଖି ଶୁଣି କୁବେରବାବୁ ସହିତ ଶ୍ରୀମତୀ କମଳା ଦେଵୀ, ରବି ଓ ମିତା ତାଳି ମାରି ଆନନ୍ଦରେ ନାଚି ଉଠିଲେ l ମନେ ମନେ ଅଜଣା ସାଞ୍ଜୁ ତଥା ଚଷମାଯୁକ୍ତ ମୁଖା ପିନ୍ଧା ବ୍ୟକ୍ତି " ଚଳନ୍ତା ଭୁତ ଫ୍ୟାଣ୍ଟମ " ମହାଶୟଙ୍କୁ ଅଶେଷ ଧନ୍ୟବାଦ ଜଣାଇ ଦେଶ ଓ ଜାତିର ମଙ୍ଗଳ କରି ଚାଲିଲେ ବଂଶାନୁକ୍ରମିକ ଭାବେ l


Rate this content
Log in

Similar oriya story from Classics