STORYMIRROR

Biswajita Baral

Drama Romance Inspirational

3  

Biswajita Baral

Drama Romance Inspirational

ଅଦିନିଆ ବର୍ଷା

ଅଦିନିଆ ବର୍ଷା

2 mins
647

ସନ୍ଧ୍ୟାରେ ରଜତ୍ ବାଇକ୍ ଧରି ଅଫିସରୁ ଫେରୁଥାଏ। ଶୁନଶାନ୍ ରାଜରାସ୍ତା। ଶୀତୁଆ ପବନ ସାଙ୍ଗକୁ କଳାହାଣ୍ଡିଆ ମେଘ ଚାରିଆଡ଼େ ଘୋଡେଇଛି। ଘରଠାରୁ ଆଉ ୮- ୧୦କି.ମି ଦୂର ରାସ୍ତା ଆରମ୍ଭ ହୋଇଗଲା ମୂଷଳ ଧାରାରେ ବର୍ଷା । ଆଉ ବର୍ଷା। ନିର୍ଜନ ରାସ୍ତା କେଉଁଠି ବା ମୁଣ୍ଡ ଗୁଞ୍ଜିବ ଭାବି ଘର ମୁହାଁ ଆଗକୁ ବଢ଼ି ଚାଲିଲା। ଦେହ ମୁଣ୍ଡ ଭିଜି ଓଦାରେ ସରସର । ବାହ୍ଯ ଶୀତଳତା ଦେହକୁ ଗୋଟାପଣେ ଧରେଇ ଦେଉଥାଏ। ଶୀତରେ ଦାନ୍ତକୁ ଦାନ୍ତ ବାଜି ଧରି ଉଠୁଥାଏ। ଗାଡ଼ି ଚଲାଇବାକୁ ନିୟନ୍ତ୍ରଣ ପାଉନଥାଏ ସେ । ଠିକ୍ ଏହି ସମୟରେ ତାପରେ କ'ଣ ହେଲା ରଜତକୁ ଜଣାନଥିଲା। ତା'ର ବଡ଼ ଧରଣର କିଛି କ୍ଷତି ହୋଇନଥାଏ । ଥାଏ ଶରୀରରେ ଯନ୍ତ୍ରଣା । ଷ୍ଟ୍ରିଟ ଲାଇଟ ତଳେ ନିଜକୁ ଆବିଷ୍କାର କଲା ଏକ ଅପରୂପା ଲାସ୍ୟମୟୀ ଯୁବତୀ କୋଳରେ ପାଖରେ ଥାଏ ଏକ ବିସଲେରୀ ପାଣି ବୋତଲ । ନିଜକୁ ବିଶ୍ଵାସ କରିପାରୁନି ସେ, ଆଖିକୁ ଟିକେ ମକଚି ଦେଇ ପଚାରିଲା “ମୁଁ ଏ କ'ଣ ଦେଖୁଛି ? ତମେ ! ତମେ ଏଠି କ'ଣ କରୁଛ ? ଆଉ ମୁଁ ତମ କୋଳରେ” ବିଳପି ଉଠିଲା ରଜତ୍। ରାସ୍ତାରେ ଭରା ଦେଇ ଉଠିବାକୁ ପ୍ରୟାସ କଲା

        “ରୁହ ତୁମ ଦେହ ଭଲ ନାହିଁ, ଟିକେ ବିଶ୍ରାମ ନିଅ,ମୁଁ ତୁମକୁ ଉଠାଇ ଦେବି ”ବ୍ୟାକୁଳତା ପୂର୍ଣ୍ଣ କଣ୍ଠରେ କହି ରଜତ୍ ମୁଣ୍ତର ପଛପଟେ ହାତ ରଖି ଧିରେ ଧିରେ ତଳକୁ ନେବା ସହ ନିଜେ ମଧ୍ୟ ଝୁଲି ପଡ଼ିଲା । ଦୁଇ ଆଖିର ମିଳନ ନଦୀ ଓ ସାଗରର ମିଳନ ଠାରୁ କିଛି କମ୍ ନଥିଲା । ଗୋଲାପୀ ଓଠ ନୀରବ ଆଖି ଦୁଇଟି ଅନେକ କିଛି କହୁଛି। ଦୁହିଁଙ୍କ ନିଃଶ୍ବାସରେ ଥିଲା ଅଲଗା ଅନୁଭୂତି,ଅଲଗା ଆତ୍ମୀୟତା,ଅଲଗା ଆପଣାପଣ, ପ୍ରୀତି ବାସ୍ନା । ଉଷୁମ ନିଃଶ୍ବାସ ରେ ଦୁହେଁ ଅଣନିଃଶ୍ବାସୀ ହୋଇପଡ଼ିଲେ । ଓଠକୁ ଓଠର ମିଳନ ଥିଲା ମାତ୍ର କେଇ ମୁହୂର୍ତ୍ତର । ଆଖି ବନ୍ଦ ହୋଇ ଆସୁଥିଲା । ଓଠକୁ ଚାପିଧରି ଝିଅଟି ପୁଣି ଶୁଆଇ ଦେଲା ତା କୋଳରେ। ସେହି ନରମ କୋଳର ଉଷ୍ମତା ମଖମଲି ନରମ ଦେହର ବାସ୍ନା ଗୋଲାପୀ ଓଠର ସ୍ପର୍ଶ ଯାହାକୁ ସେ ଦୀର୍ଘ ଦୁଇ ବର୍ଷ ହେବ ନିରନ୍ତର ଖୋଜୁଛି । ଏହା ତା'ର ଅତୀତ। ପ୍ରେମ ସାଗରର ଗଭୀରତାରେ ବୁଡ଼ିଗଲା ରଜତ୍ । ଦେହରେ ତା'ର ବଢ଼ୁଛି ଉଷ୍ମତା। ମନରେ ଅହେତୁକ ଶିହରଣ ଘର କଲାଣି ଯେମିତି। ଶରୀର ଆଉ ପୋଷାକ ଯେତିକି ନ ଭିଜିଛି ତାଠାରୁ ଅଧିକ ଭିଜିଛୁ ମନ ପ୍ରୀତି ପ୍ଳାବନ । 

    ମନେ ପଡ଼ୁଥିଲା ସେହି ଅଦିନିଆ ବର୍ଷାର ରାତି ବାଇକରେ ଗଲା ବେଳେ ରାସ୍ତା କଡ଼ରେ ଦୁହେଁ ବର୍ଷାରେ ଭିଜି ଭିଜି ଆଇସିକ୍ରିମ୍ ଖାଇବାର ମଜା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama