STORYMIRROR

Biswajita Baral

Children Stories Inspirational

3  

Biswajita Baral

Children Stories Inspirational

ଅନ୍ନପୂର୍ଣ୍ଣା ମହାରଣା ଅଜଣା ନାୟକ

ଅନ୍ନପୂର୍ଣ୍ଣା ମହାରଣା ଅଜଣା ନାୟକ

3 mins
125

 ଓଡ଼ିଆ ଜଣେ ସ୍ୱାଧୀନତା ସଂଗ୍ରାମୀ ଅଜଣା ନାୟକ ଥିଲେ ଅନ୍ନପୂର୍ଣ୍ଣା ମହାରଣା । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଅନ୍ନପୂର୍ଣ୍ଣା ମହାରଣା ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା 

ଅନ୍ନପୂର୍ଣ୍ଣା ଚୌଧୁରଙ୍କ ଜନ୍ମ ନଭେମ୍ବର ୩, ୧୯୧୭ କଟକ,ମୃତ୍ୟୁ - ୩୧ ଡିସେମ୍ବର ୨୦୧୨। ସେତେବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀଙ୍କ କୋଳ ମଣ୍ଡନ କରିଥିଲେ ।

   ଶାରଳା ପୁରସ୍କାର, ଉତ୍କଳ ରତ୍ନ ଭଳି ସମ୍ମାନଜନକ ପୁରସ୍କାର ପ୍ରାପ୍ତ ହେଇଥିଲେ। କୌଣସି ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ନଥିଲେ ବି ନିଜ ଅନୁଭବରୁ 'ଦସ୍ୟୁ ହୃଦୟରେ ଦେବତା', ଆତ୍ମ ଜୀବନୀ 'ଅମୃତ ଅନୁଭବ', ଗୀତାପ୍ରବଚନ, ଭାଗବତ ଧର୍ମସାର, ସ୍ଥିତପ୍ରଜ୍ଞ ଦର୍ଶନ, ନାରୀଶକ୍ତି, ସପ୍ତ ଶକ୍ତି, ଶିକ୍ଷାତତ୍ତ୍ୱ, ଆଚାର୍ଯ୍ୟକୁଳ, ରାଷ୍ଟ୍ରୀୟ ଯୋଜନାର ମୂଳକଥା, ଶାନ୍ତି ସେନା, କାରାଗାର କାହାଣୀ, ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ, ହିନ୍ଦ ସ୍ୱରାଜ, ଅନାସକ୍ତି ଯୋଗ ଭଳି ବହୁ ପୁସ୍ତକ ରଚନା କରିଛନ୍ତି ଅନ୍ନପୂର୍ଣ୍ଣ ମହାରଣା ତାଙ୍କ ଲୋକପ୍ରିୟ ସୃଷ୍ଟିର ପୁରସ୍କାର ଓ ସମ୍ମାନ ବେଶ୍ ଲୋକପ୍ରିୟତା ଥିଲା ।

    ମାତ୍ର ୧୩ ବର୍ଷ ବୟସରେ ଅନ୍ନପୂର୍ଣ୍ଣା ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇଥିଲେ ।ହେଲେ ୧୯୩୨ ମସିହାରେ ମାତ୍ର ୧୫ ବର୍ଷ ବୟସରେ ସେ କାରାବରଣ କରିଥିଲେ । ୧୯୩୪ ମସିହାରେ ଅନ୍ନପୂର୍ଣ୍ଣା ମହାତ୍ମା ଗାନ୍ଧୀଙ୍କ ସହ ପୁରୀରୁ-ଭଦ୍ରକ ହରିଜନ ପଦଯାତ୍ରାରେ ଯୋଗ ଦେଇଥିଲେ । ବରୀରେ ହରିଜନ ସେବା, ନିଶା ନିବାରଣ, ମୌଳିକ ଶିକ୍ଷା, ଖଦି, ଗ୍ରାମ ସଫେଇ ଭଳି ରଚନାତ୍ମକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ ।ତାଙ୍କର ଭାଇଙ୍କ ନାମ ଥିଲା ମନମୋହନ ଚୌଧୁରୀ । ହରିଜନ ସେବାକୁ ଜୀବନର ବ୍ରତ ମାନିନେଇଥିବା ଅନ୍ନପୂର୍ଣ୍ଣା, ୧୯୪୨ ମସିହାରେ ପିତା ଗୋପବନ୍ଧୁଙ୍କ ଇଚ୍ଛା ଅନୁଯାୟୀ ଅସବର୍ଣ୍ଣ ବିବାହ କରିଥିଲେ । ତାଙ୍କ ପତିଙ୍କ ନାମ ଥିଲା ଶରତ ଚନ୍ଦ୍ର ମହାରଣା ଓ ସେ ଜାତିରେ ବୈଶ୍ୟ ଥିଲେ । ଅନ୍ନପୂର୍ଣ୍ଣା ଦୁଇଟି ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ଅନ୍ନପୂର୍ଣ୍ଣା ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେବା ସହିତ ମା' ରମାଦେବୀ ଓ ଖୁଡ଼ୀ ମାଳତୀ ଦେବୀଙ୍କ ସହିତ କୁଜଙ୍ଗରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ । ଏହି ସମୟରେ କଟକ ଓ ଯାଜପୁର ଜେଲରେ ତାଙ୍କର ଦୁଇବର୍ଷ ତିନିମାସ କଟିଥିଲା । ୧୯୫୮ରେ ସେ ସନ୍ଥ ବିନୋବାଙ୍କ ଭୂଦାନ ଆନ୍ଦୋଳନରେ ଯୋଗଦାନ କରିଥିଲେ ଅନ୍ନପୂର୍ଣ୍ଣା । ଜୟପ୍ରକାଶ ନାରାୟଣଙ୍କ ଆହ୍ୱାନରେ ତେଜିଥିବା, ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ନପୂର୍ଣ୍ଣା ମହାରଣା ମାତା ରମାଦେବୀଙ୍କ ସହଯୋଗରେ ଏକ ଗ୍ରାମସେବକ ପ୍ରେସ୍‌ ନିର୍ମାଣ କରିଥିେଲ ;ଯାହାକୁକି ପର ମୂହୁର୍ତ୍ତରେ ଇଂରେଜ ସରକାର ବନ୍ଦ କରିଦେଇଥିଲେ । ତେବେ ଜୟପ୍ରକାଶଙ୍କ ନେତୃତ୍ୱରେ ଚମ୍ବଲର ଡକାୟତମାନଙ୍କ ଆତ୍ମସମର୍ପଣ କାର୍ଯ୍ୟକ୍ରମର ଅନ୍ନପୂର୍ଣ୍ଣା ଅଂଶଗ୍ରହଣ କରି,ଜାତୀୟ ସ୍ଥରରେ ଖୁବ ଚର୍ଚ୍ଚିତ ହୋଇଥିଲେ । ଏଥିସହିତ ଅନ୍ନପୂର୍ଣ୍ଣା ରଚିତ "ଦସ୍ୟୁ ହୃଦୟର ଦେବତା", ଏହି ବିଷୟ ଉପରେ ପର୍ଯ୍ୟବେଷିତ ଅଟେ । ଏଥିସହିତ ସେ ଗାନ୍ଧିଜୀଙ୍କ ଡାକରାରେ ପୁରୀ ଜିଲ୍ଲାର ବୀରନରସିଂହପୁର ଓ କଟକରେ ଖଦିକାମ ଓ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟ କରିଥିଲେ । ବରୀ ଓ କଳାମାଟିଆ ଇଂରେଜବିରୋଧୀ ସଭାରେ ପୋଲିସ୍‌ର ଆଖିବୁଜା ଗୁଳିରେ ଶିକାର ହୋଇଥିବା ଆହତମାନଙ୍କର ସେବା କରିଥିଲେ ଅନ୍ନପୂର୍ଣ୍ଣା । ୧୯୬୬ ମସିହାରେ କଳାହାଣ୍ଡି ଦୁର୍ଭିକ୍ଷ, ୧୯୬୯ ମସିହାରେ ପ୍ରଳୟଙ୍କରୀ ବନ୍ୟା, ୧୯୯୯ ମସିହାରେ ମହାବାତ୍ୟାରେ ସର୍ବୋଦୟ ରିଲିଫ୍ କମିଟି ମାଧ୍ୟମରେ ନିଜକୁ ସଂପୂର୍ଣ୍ଣ ନିୟୋଜିତ କରିଥିଲେ । ୧୯୬୪ ମସିହାରେ ରାଉରକେଲାଠାରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ପ୍ରଶମନରେ ଅନ୍ନପୂର୍ଣ୍ଣା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ୧୯୬୪ ମସିହାର ଛାତ୍ର ଆନ୍ଦୋଳନ ଓ ଡାକ୍ତରୀ ଛାତ୍ର ଆନ୍ଦୋଳନର ସମାଧାନ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଆନ୍ଦୋଳନ ସମୟରେ ଅନ୍ନପୂର୍ଣ୍ଣା ବାଂଲାଦେଶ ସୀମାରେ କାର୍ଯ୍ୟ କରିଥିଲେ । ଚମ୍ବଲ ଦସ୍ୟୁମାନଙ୍କ ସହିତ ରହି ୧୯୭୨ ମସିହାରେ ସେମାନଙ୍କୁ ଆତ୍ମସମପର୍ଣ ପାଇଁ ପ୍ରବର୍ତ୍ତାଇ ଥିଲେ । ସେ ରାୟଗଡା ନିକଟସ୍ଥ ଗୋ ପାଳବାଡିଠାରେ ଆଦିବାସୀ ଛାତ୍ରୀନିବାସ ଆରମ୍ଭ କରି ତାହାର ପରିଚାଳନା ଦାୟିତ୍ୱ ମଧ୍ୟ ନେଇଥିଲେ । ଏହି ବିଦ୍ୟାଳୟ ଏବେ ବିରାଟ ଅନୁଷ୍ଠାନ ଭାବେ ଉଭା ହୋଇଛି । ସର୍ବୋଦୟ, ଭୂଦାନ ଓ ସମାଜ ସେବାରେ ନିଜକୁ ସମର୍ପିତ କରି ୧୯୫୦ ମସିହାରେ ଅନୁଗୁଳ, ୧୯୫୫ ମସିହାରେ ପୁରୀ ଓ ୨୦୦୩ ମସିହାରେ କଟକରେ ଅନୁଷ୍ଠିତ ଅଖିଳ ଭାରତୀୟ ସର୍ବୋଦୟ ସମ୍ମିଳନୀର ମୁଖ୍ୟ ଭୂମିକାରେ ରହିଥିଲେ ଅନ୍ନପୂର୍ଣ୍ଣା । 

୩୧ ଡିସେମ୍ବର୨୦୧୨ ଦିନ ଅନ୍ନପୂର୍ଣ୍ଣା ୯୫ ବର୍ଷ ବୟସରେ ତାଙ୍କର କଟକସ୍ଥିତ ଖବରବାଦ ବାସଭବନରେ ଇହଲୀଳା ସମ୍ବରଣ କରିଥିଲେ ।ତେବେ ତାହାଙ୍କ ମୃତ୍ୟୁ ପରେ ୨୦୧୨ ଅଗଷ୍ଟ ୧୯ ତାରିଖ ଦିନ ତାଙ୍କୁ କଟକର ଖାନ୍‌ନଗରସ୍ଥିତ ଶ୍ମଶାନରେ ସମ୍ମାନଜନକ ଉପାଧିରେ ସମ୍ମାନିତ କରାଯାଇଥିଲା ।ତେବେ ଅନ୍ନପୂର୍ଣ୍ଣାଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଏକ "ଅପୂରଣୀୟ କ୍ଷତି "ବୋଲି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ରାଜ୍ୟପାଳ ଚନ୍ଦ୍ରକାନ୍ତ ଭଣ୍ଡାରେ କହିଥିଲେ ।



Rate this content
Log in