STORYMIRROR

Biswajita Baral

Abstract Romance Inspirational

4  

Biswajita Baral

Abstract Romance Inspirational

ପବିତ୍ର ପାପ

ପବିତ୍ର ପାପ

5 mins
407


 ନନ୍ଦିତା ନିଜକୁ ଦୋଷୀ ଦୋଷୀ ଭାବେ ନିଜକୁ ଛୋଟ ମନେ କରେ। କାହିଁକି ସେ କାହା କଥା ବୁଝିପାରେନି କି ସହଜରେ ଗ୍ରହଣ କରିପାରେନି। ନିଜକୁ ନିଜ ଉପରେ ଘୃଣା ଲାଗେ ତା'ର। ସମସ୍ତେ ତା'ର ଦେହକୁ ଦେଖି ପ୍ରେମ ନିବେଦନ କରନ୍ତି,ସତରେ କାହିଁକି କେଜାଣି ଦୁନିଆରେ ଏତେ ସୁନ୍ଦର ଚରିତ୍ର ଥାଉ ଥାଉ,ତା ପ୍ରତି ଆକୃଷ୍ଟ ହୁଅନ୍ତି । ସତରେ ସେ କ'ଣ ଗୋଟେ ରାତିର ସାଥିଟିଏ ନା ଦେହଭୋଗୀ !! ନିଜକୁ ନିଜେ ଆଳାପ କରୁଛି ନନ୍ଦିତା। “ପାଗେଳୀନା କଣ !! ନନ୍ଦିତା କେବେ ଛୋଟିଆ। କି ଘୃଣ୍ୟ ର ପାତ୍ରୀ ହୋଇ ନପାରେ...। ଶାରୀରିକ ଦୃଷ୍ଟିକୋଣରୁ କ'ଣ ହୋଇପାରିଥାଏ..”ଏପରି ଅନେକ ସହନଶୀଳତାର କଥା କହି ଶିବୁ ନନ୍ଦିତାକୁ ବୁଝାଉଥାଏ।


ତୁମ ପରି...ମୋତେ ମୋ ଉପରେ ମଧ୍ୟ ଘୃଣା ଆସିଲାଣି । ନନ୍ଦିତା ସମସ୍ତଙ୍କ ପରି ଏଇ ଶିବୁକୁ ମଧ୍ୟ ଘୃଣା କରୁଥିବ। ଏଇ ସମସ୍ତେ କ'ଣ ପବିତ୍ର ପାପର ନାୟକ କି

ମୁଁ ଭିନ୍ନ ତ..ତୁମେ ମୋ ନାୟିକା କେବଳ ମୁଁ ଏକା ହିଁ ନାୟ‌କ ୨ୟର ସ୍ଥାନ ନାହିଁ । ଏଇ କହୁନ ଯେ କିଛି...ହେ.. ନନ୍ଦିତା...ମୁଁ ତୁମର ... ତୁମ ଅତୀତ ଉପରେ କେବେ ପ୍ରଶ୍ନ କରିନି...କି କରିବିନି। କିନ୍ତୁ ଯେବେଠୁ ପରସ୍ପରକୁ ଜାଣିଲେ ମୋ ସୃଜନୀର ଶବ୍ଦପୁଞ୍ଜ ସେବେଠୁ ତୁମକୁ ଖୋଜୁଛି। ଆମେ ଭିନ୍ନ ସମାଜର ଭିନ୍ନ ନାୟକ ଓ ନାୟିକା । କିନ୍ତୁ ଯଦି ମୋ ଠାରୁ କେହି ଅଧିକା ପଣରେ ଆସିଯାଆନ୍ତି ନନ୍ଦିତା ଶିବୁକୁ ଭୁଲିଯିବ ନି ତ !! ହଁ ପା ସେମାନେ ଦୁଇ ଦିନର ଅତିଥି ସବୁ ...ହଁ..ହୃଦୟ ଘରେ ସ୍ଥାନ ଦେବନି ସେମନଙ୍କୁ..ଗେଟ୍ ପାଖ ଘରେ ଚେୟାର ପକାଇଦେବ।...ତା ମନର ଅଗଣାରୁ ତଡ଼ିଦେବ ସେହିଠୁ ପାଣି ଚା ପି ଫେରିଯିବେ। ତୁମେ ପା ଖୋଲାବହି । ମନ ଆଉ ଦେହର ଆଭ୍ୟନ୍ତରୀଣ ରୂପରେଖ କେବଳ ମୋ ପରି ଅନୁଭବୀ ହିଁ ପଢିପାରେ । ଏଇ ସ୍ମୃତିର ଫାଇଲି ଖୋଲିବାକୁ ଦିଅନି ଚାଲନା ଟିକେ ବାସ୍ତବତାରେ ହଜିବା ଅନୁଭବର ଶବ୍ଦ ଉଦଗିରଣ ହେଉନି ।”କହି ବୁଝାଉ ଥାଏ ଶିବୁ।


ମୁଁ କ'ଣ ସତରେ ପାଷାଣୀ ... ତେବେ କାହିଁକି ବିଶ୍ବାସ କରିପାରୁନି ନିଜକୁ ପ୍ରଶ୍ନ କରୁଥାଏ ନନ୍ଦିତା.. ନନ୍ଦିତା ଦେହରେ ଏହି ଅନୁଭୁତି..ସମସ୍ତଙ୍କ ଠାରୁ ଭିନ୍ନ ଆଉ ପ୍ରଥମ ନା..ଯାୈବନର ପ୍ରଥମ ପାହାଚରେ ନିଜର ବୋକାମୀପଣ ପାଇଁ ବହୁ ନିମନ୍ତ୍ରଣକୁ ବୁଝିନପାରି କରିଛି ପ୍ରତ୍ୟାଖାନ.. ଯଦିଓ ନନ୍ଦିତା କଠୋର ତଥାପି ତା'ର ଏକ କୋମଳ ମନଟିଏ ଅଛି, ବେଳେବେଳେ ଆନମନା ହୁଏ ସ୍ଥାନ,କାଳ,ପାତ୍ର,ବୟସ,ପଦ, ପଦବୀ କିଛି ଦେଖି ନ ଥାଏ। ନନ୍ଦିତା ଆଉ ଶିବୁ ଗୋଟେ ନଈର ଦୁଇଟି ଧାର । ପରସ୍ପର ପରିପୂରକ...


        ଆଜି କାହିଁକି ନନ୍ଦିତା ନୀରବରେ ବହୁତ ଖୋଜୁଛି ଶିବୁକୁ.. ଜାଣେ ଶିବୁ ବି ମନେ ମନେ ଖୋଜୁଛି ନନ୍ଦିତାକୁ । ଆରେ ଶିବୁ ତ ଗାଆଁ ରେ... ପାଖରେ ତା'ର ସ୍ତ୍ରୀ ଆଉ ପୁଅ... ପୁଣି ବାର୍ତ୍ତାଳାପ କୋଠରୀ ରୁ ଆଖି ଫେରାଇ ଆଣେ ନନ୍ଦିତା....ଏ କ'ଣ ଆଜି ନନ୍ଦିତା କାହିଁକି ଶୋଇ ପାରୁନି ପୁଣି ଶିବୁର ବାର୍ତ୍ତାଳାପ କୋଠରିକୁ ଯାଏ, ଆଉ ଅତୀତର ସ୍ମୃତିରେ ନିଜକୁ ହଜାଇ ଦିଏ, ପୁଣି କେତେବେଳେ ଆଖି ନୀରବି ଯାଏ ସେ ଜାଣି ପାରିନି.... ବାରମ୍ବାର ମୋବାଇଲ ପରଦାକୁ ଚାହୁଁଥାଏ ପୁଣି ବିରସ ବଦନରେ ମୁହଁ ଫେରାଇ ନେଉଥାଏ ମୋବାଇଲ ପରଦା ଉପରୁ। ନିଃଶ୍ବାସ ନେବା ବି କଷ୍ଟ ହୋଇପଡୁଥିଲା ନନ୍ଦିତା ପାଇଁ ....ତୁମକୁ ପ୍ରତିଟି ମୁହୁର୍ତ୍ତରେ ପାଇବାକୁ ଚାହେଁ.. ସମ୍ଭବ ଯଦିଓ ନୁହେଁ ....କିନ୍ତୁ ତୁମେ ଦେଇପାରିବ ସବୁକିଛି ଶିବୁକୁ.. ନନ୍ଦିତା କ'ଣ ଶିବୁର କାର୍ଯ୍ୟକଳାପକୁ ଅନୁଭବ କରୁନି କି ..? ନନ୍ଦିତା ଆଖିରେ କଣ ଶିବୁ ଏକ ଖରାପ ଚିତ୍ରଣକି ,ଶିବୁ ଜାଣେ ବେଳେ ବେଳେ ତା'ର ମିଠା ପାଗଳାମି ନନ୍ଦିତାକୁ ଭଲ ଲାଗେ...


            ପହିଲି ରଜ ଦିନ ନନ୍ଦିତାକୁ ତା ଘରେ ଦେଖିଛି ଶିବୁ ଚାହିଁଥିଲେ କିଛି ବି ହାସଲ କରିହେଇଥାନ୍ତା । ଯାହା ପାଖରେ ହୋଇନି ନନ୍ଦିତାର... “ତ... ଭାବନା ରେ କାହିଁକି ଆଣୁଛ, ନିଜକୁ ନିଜେ କଷ୍ଟ ହେଉଛ...”ପଚାରେ ନନ୍ଦିତା। ମୁଁ କଷ୍ଟ ଆଉ ଯନ୍ତ୍ରଣାର ମଣିଷଟିଏ...ଦୁଃଖ ତ ମୋର ଅପ୍ରମିତ..ଦେହରୁ ମନଯାଏଁ ମନରୁ ଦେହ ପର୍ଯ୍ୟନ୍ତ..ମୁଁ ବୁଝିପାରିନି ନାରୀ ମନସ୍ତତ୍ବକୁ । ମୋତେ କାହିଁକି ବା କିଏ ବୁଝିବ..”ଅଭିମାନଭରା ଉତ୍ତରଟିଏ ଶିବୁର।


              ଏତେ ବ୍ୟସ୍ତତା ଭିତରେ ବି ଶିବୁ ଦେଇଥିବା କଥା ମନେ ରଖିଛି ନନ୍ଦିତା... ପ୍ରଶିକ୍ଷଣରେ ରହି ମଧ୍ୟ ନନ୍ଦିତା ସମୟ ପାଇଲେ ଶିବୁକୁ ଖୋଜୁଛି..ଶିବୁ ନିଜକୁ ବୁଝାଏ ମୋ ପରି ଏକ ଅଭାଗା ମଣିଷକୁ ସତରେ କ'ଣ କେହି ଜଣେ ମନେପକାଇ ପାରେ ??


“ହଁ ନନ୍ଦିତା...କୃତଜ୍ଞତା ଜଣାଇବାକୁ ତୁମକୁ ଅଭିଧାନରେ ଶବ୍ଦର ଅଭାବ ପ୍ରତି ଉପହାର ଦେବାକୁ । କେବଳ ଦେଇପାରିବ ଗୋଟେ ସରୁ ଚୁମ୍ବନ... ଅତିଶୟ ଖୁସିରେ । ଆଖି ବୁଜ ତ” ଶିବୁ ନିବେଦନ କରେ ନନ୍ଦିତାକୁ... ହୁଁ ଦୁଷ୍ଟ କହି ମୁହଁ ଫେରାଇ ନିଏ ନନ୍ଦିତା।


            ନନ୍ଦିତା ...ଶିବୁର ଘରୁ ଗଲାପରେ... ତା'ର ପରିବେଶ ସବୁ କିଛି ବଦଳିଗଲାଣି...ସବୁଠି ନନ୍ଦିତାର ଉପସ୍ଥିତ ଅନୁଭବ କରେ ଶିବୁ । ସତେଯେପରି ଏକ ମନଦେହକୁ ଆଛାଦିତ କରି ରଖିଛ । ପ୍ରଥମେ ଆଖି ସାଙ୍ଗରେ ଆଖି କଥା ହୁଅନ୍ତି ତା'ପରେ ଓଠ ସାଙ୍ଗେ ଓଠ, ଏହାପରେ ହୁଏ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଏତିକି ପର୍ଯ୍ୟନ୍ତ ପହଞ୍ଚିବା ଏତେ ସହଜ ନୁହେଁ ! ୟା' ଭିତରେ କେତେ ଖାଲଖମା ପାହାଡ ଝରଣା ଡେଇଁ ଯିବାକୁ ହୋଇଥାଏ ! ଇଏ ଖଣ୍ତାଧାରରେ ଚାଲିବା ପରି କଥା,ମାତ୍ର ଏ ସବୁ କିଛି ବାଧାବନ୍ଧନ ନ ଥାଇ ଯଦି ପ୍ରଥମରୁ ପ୍ରେମ ପାଖରେ ପହଞ୍ଚି ହୁଏ ସେଭଳି ପ୍ରେମକୁ କଣ ସତରେ ପ୍ରେମ ବୋଲି କୁହାଯିବ।


ଆଜିକୁ କେତେଦିନ ହେଲାଣି ଅପେକ୍ଷାରେ ତ ନନ୍ଦିତାକୁ ଦେଖିବ ଅନ୍ଧାରର ନିଶିଦ୍ଧ ଇଚ୍ଛାରେ କେବଳ ତୁମେ ଆଉ ମୁଁ ଏ ଜହ୍ନ ରାତି । ପ୍ରତି ସଂଧ୍ୟାରେ ତୁମକୁ ଆସିବାକୁ ହେବ ନିରୋଳାରେ ସେହି ପାର୍କ ପାଖକୁ । ଯଦି ଏକ ଶାସ୍ବତ ଭାବନାର ପ୍ରେମକୁ ପରୀକ୍ଷା କରାଯାଏ... ତେବେ ଶିବୁକୁ କେତେ ମନ ଦେଇଛି ନନ୍ଦିତା ବୟସର ମଧ୍ୟାହ୍ନରେ।” “ବୟସର ଅପରାହ୍ନରେ ଏଭଳି ପାଗଳାମି ଶୋଭନୀୟ ନୁହେଁ” ନନ୍ଦିତା ଶିବୁକୁ କୁ‌ହେ । ନନ୍ଦିତାର ଉତ୍ତରରେ ଶିବୁ କୁହେ ଏଇଟା ଜ୍ଞାନ ମନ୍ଦିର ନୁହେଁ, ଏଇଟା ତୁମ ଘର.... ଯେଉଁଠି କିଟିମିଟି ଅନ୍ଧାର ଚାରିକାନ୍ଥ.... ଦୁଇଟି ଅପରିଚିତ ମଣିଷର ଦୁଇ ହୃଦୟ ରହିଛି ପ୍ରେମ ମିଳନରେ ନିଶାରେ ... 

 ନୂଆ ଏକ କାହାଣୀ ଘଟେଇବାକୁ ...ପବିତ୍ରପାପ “

 ଶିବୁ ପାଖରେ ତା ପରିବାର । ତା ଗାଁ...ତା ବଂଧୁ ପରିଜନ ।ସବୁକିଛିର ଗହଳିଭିତରେ ବି ନନ୍ଦିତା କେଉଁ ଏକ କୋଣରେ ଦିବାନିଶି ପୂଜାପାଉଛି ପ୍ରେମର ଦେବୀଟିଏ ହୋଇ । ତେବେ ନନ୍ଦିତା କାହିଁକି ପାରିବନି। ନନ୍ଦିତାକୁ ଭଲରେ ପଢୁଛି ବୋଲି ତ ଶିବୁ ମନରେ କଂପନ । କାହା ସ୍ଥାନର ଶୂନ୍ୟତାକୁ ପୂରଣ କରିବ ଏକ ନୂଆ କାହାଣୀଟିଏ । ଦେହମନର ପବିତ୍ର ପାପ । ନନ୍ଦିତା, ତୁମେ ତ କୁହ ଅନ୍ୟମାନଙ୍କ ଖୁସିରେ ତୁମର କିଛି ଫରକ ପଡେନି। କିନ୍ତୁ ଶିବୁ ପାଇଁ ସବୁ କିଛି ବାରଣ ଓ ପ୍ରତିବନ୍ଧକ କାହିଁକି ରଖୁଛ। ଏକା ମନ ଏକା ଦେହ ଏକା ସମୟ ଏକା ଭାବନା ଏକା ପ୍ରଫେସନ୍ ...ସବୁଥିରେ ଯଦି ସାମଞ୍ଜସ୍ୟ ରହିଛି।‌ ତେବେ ନିଜର କରିବାକୁ ଅସୁବିଧା କ'ଣ । ତରଳିବାର ସମୟକୁ ଦୁହେଁ ପରେ ଖୋଜିଲେ ପାଇବାକି। ଆମ ଭଲପାଇବା ଯଦି ଦୁଇ ଦେହମନର ନିଷିଦ୍ଧ ଗୋଟେ ନୂତନ ପଲକ ଓ ଶିହରଣ ପାଇବାର ଇଚ୍ଛାକୁ ପୂରଣ କରୁଛି । ତେବେ ସେଠି ପଛଘୁଞ୍ଚା ଦେବା ଆମ ଶାସ୍ବତ ପ୍ରେମର ଅବମାନନା ନୁହେଁ କି । ତୁମେ ପରା ଶିବୁର ‘ଏଇ’ ଡାକରେ ଭିଜିଯାଅ । ଦେଖ ତୁମ ଠୋ ଠୋ ହସ ଆଉ ସେହି ନିରୀହ ଆଖିର ଚାହାଣି ରେ ଶିବୁ କିପରି ଥରୁଛି । ଗୋଟେ ଭୋକ ଆଉ ଶୋଷର ନିରବ ଯନ୍ତ୍ରଣାରେ । ତେବେ ଶିବୁ କାହିଁକି ଜଣେ ଶିକ୍ଷିତା ବିବାହିତ ମହିଳାଙ୍କୁ ଭଲପାଇ ବସିଲା ? ଯୋଉଠି ଦୁଇପାଦ ଆଗେଇବାକୁ ମନା ଯଦିଓ ସବୁ ସୁବିଧା ସହଯୋଗ ହାତ ପାହାନ୍ତିରେ ଥାଇ ବି ବିବେକ କରାଉଛି ଆତ୍ମସଂଜମ । ନନ୍ଦିତା ଶିବୁକୁ ଭଲପାଉଛୁ ଶିବୁ ନନ୍ଦିତାକୁ । ଅଦିନିଆ ବର୍ଷାର ଭିଜାପଣ ଦେହ ଖରାପ ଜାଣି ମଧ୍ୟ ଦୁହେଁ ନିବିଡ଼ ଭାବେ ଭିଜିସାରିଛନ୍ତି। ନନ୍ଦିତା ଜଳୁଛି...ପୁଣି କେବେ ବରଫ ହୋଇ ତରଳୁଛି ଓଠରୁ ପାଦତଳିପା ପର୍ଯ୍ୟନ୍ତ । ଇସ୍...ଗୋଟେ ସ୍ବର୍ଗୀୟ ଖୁସିକୁ ଅନୁଭବ କରିବା ଭିତରେ ବର୍ଷା ଛାଡିଯାଇଛି ।ଆକାଶ ଦିଶୁଛି ଗୋରା ତକତକ। ନନ୍ଦିତା ବି ଓଡ଼ିଆ ଘରର ବଧୂ ସମାଜର ସଂସ୍କାର..ପରିବାର ଆଭିଜାତ୍ୟର ଶକ୍ତ ବେଡ଼ି। ତଥାପି ରାଧା ମନ ନେଇ ଏରୁଣ୍ଡି ଡେଇଁ ପଦାକୁ ଗୋଡ଼ କାଢ଼ିଛି,ପବିତ୍ର ପାପର ନାୟିକା ।


Rate this content
Log in

Similar oriya story from Abstract