STORYMIRROR

Biswajita Baral

Drama Romance

3  

Biswajita Baral

Drama Romance

ଆସ୍ଥାର ପଞ୍ଜୁରୀ

ଆସ୍ଥାର ପଞ୍ଜୁରୀ

4 mins
530


ମୁନା ସକାଳ ୯ଟା ରୁ ବାଇକ ଧରି ଭଉଣୀ କାମରେ D.E.O ଅଫିସ୍ ବାହାରି ପଡ଼ିଲା। ଭଉଣୀ ବିବାହ ପରେ ଚାକିରିକୁ ଶାଶୁ ଘର ଗାଁ ନିକଟକୁ ସ୍ଥାନାନ୍ତରଣ ପାଇଁ ଦୁଇ ବର୍ଷ ହେଲା ଦୌଡ଼ି ଦୌଡ଼ି ଶେଷରେ ନିଜେ ଚାକିରିରୁ ଛୁଟି ନେଇ D.E.Oଙ୍କୁ ଦେଖା କରିବାକୁ ଯାଇଥାଏ । ଆଜିକାଲି ତ ଅଫିସରଙ୍କ ଭାଉ କହିଲେ ନ ସରେ । ମୁନା ଅପେକ୍ଷା କରି କରି ଦିନ ୧୧ଟା ବେଳକୁ ଗଡ଼ାକୁ ମାଛ ଗଡ଼ିଲା ଭଳି ଜଣକ ପରେ ଜଣେ ଗଡ଼ୁଥାନ୍ତି । ସ୍ଥାନାନ୍ତରଣ କାଗଜଟିକୁ ନେଇ ଏ ଅଫିସରଙ୍କ ପାଖରୁ ସେ ଅଫିସର ପାଖକୁ ଦାୈଡ଼ି ଦାୈଡ଼ି ବ୍ୟସ୍ତ ବିବ୍ରତ ହୋଇଗଲା । ଶେଷରେ D.E.O ସାର କହିଲେ ଯେ ଦରଖାସ୍ତକାରୀ ନିଜେ ଆସନ୍ତୁ । ମାତ୍ର ଦୁଇ ବର୍ଷ ବାହାଘର ପୁଣି କୋଳରେ ୧୦ ମାସର ପୁଅ । ଏ ସମୟରେ ଏକା ଏକା ..…. ଏତେ ବାଟ ଶାଶୁ ଘରୁ କେମିତି ଆସିବ ସେ ? 

                  ଆଶାର ବାଲିଘରଟା ଭାଙ୍ଗି ଚୁରମାର ହୋଇଗଲା ଯେପରି ତା'ର। ଭଙ୍ଗା ମନ ନେଇ ଘରକୁ ଫେରୁଥାଏ ବାଟରେ ବର୍ଷା ଯେ ବର୍ଷା ଦେହ ମୁଣ୍ଡ ସବୁ ଭିଜି ଯାଇଥାଏ । ବାଇକ୍ କୁ ଗଛ ତଳେରଖି ପାଖରେ ଥିବା ଜଳଖିଆ ଦୋକାନ ଆଗରେ ପଡ଼ିଥିବା ବେଞ୍ଜ ଉପରେ ଥକ୍କା ମାରି ବସିବଡ଼ିଲା ମୁନା । ପକେଟରୁ ରୁମାଲଟିକୁ କାଢ଼ି ଦେହ ମୁଣ୍ଡ ପୋଛି ହେଉହେଉ ମିଲି (ସ୍ତ୍ରୀ) କଥା ମନେ ପଡ଼ିଗଲା । ଆସିବା ବେଳେ ରେନି କୋଟ୍ ନେଇଯିବାକୁ ଜିଦି କରୁଥିଲା ସେ । ଦୋକାନୀକୁ appey cold drinks ଟେ ମାଗିଦେଇ ମିଲି ପାଖକୁ ମେସେଜ କଲା । 

  ମୁନା - Dear, କ'ଣ କରୁଛ ତୁମେ ? ଖାଇବା ସରିଲାଣି କି ?

  ମିଲି - ତୁମ ଅପେକ୍ଷାରେ ଅଛି । ଆସିଲେ ଖାଇବି I ତୁମେ କ'ଣ କରୁଛ ?

  ମୁନା - ବର୍ଷାରେ ଭିଜି ଯାଇଛି।

  ମିଲି - ଗଲା ବେଳେ କହିଥିଲି ରେନି କୋଟ ଟା ନେଇ ଯାଅ, ତୁମେ କୋଉ ଶୁଣିବା ଲୋକ ଯେ । ନାଇଁ ମତେ ରେନିକୋଟ ପିନ୍ଧିବାକୁ ଭଲ ଲାଗେନି କହି କଥାକୁ ଆଡ଼େଇ ଦେଲ |

(ମୁନା ଦୋକାନୀଠୁ Good Day ବିସ୍କୁଟେ ଆଣି ଖାଇବା ସମୟର ଫଟୋ ଉଠାଇ ମିଲି ପାଖକୁ ଛାଡ଼ିଲା ।)

  ମୁନା - ବେବି, ନିଅ ତମ ପାଇଁ ପଠାଇଲି

  ମିଲି - ହଁ,ତୁମେ ଖୁଆଇ ଦିଅ ।

  ମୁନା - ମତେ ବି ଖୁଆଇ ଦିଅ ।

  ମିଲି - ଆଁ କର ।

  ମୁନା - ଆଃ!!! କି ଟେଷ୍ଟି । ଆଉ କ'ଣ କୁହ।

  ମିଲି- ନାଇଁ କିଛି ନାହିଁ। ଖାଇବା ସମୟରେ କଥା ନାଇଁ ।

  ମୁନା - ହେଲା ବାବା 

 (ପୁଣି Lays ଖାଇବା ସମୟର ଫଟୋଟେ ମିଲି ପାଖକୁ ପଠାଇ ଦେଲା)

  ମୁନା - ପଠାଇଲି ଖାଇ ନିଅ ।

  ମିଲି - ଏ ସବୁ ଖାଉଛ ପେଟ କଣ ହେବ ଯଦି ।

  ମୁନା - ଆରେ ନାଇଁ, ଦୋକାନୀ ଠାରୁ କିଛି କିଣି ନ ଖାଇଲେ , ସେ ଥୋଡ଼ିନା ମତେ ବସିବାକୁ ଦେବ । କ'ଣ ପାଇଁ ଦୋକାନ ସାମ୍ନାରେ ଠିଆ ହୋଇଛ ବୋଲି ଚିଡ଼ିବ । ଏମିତି ଟିକେ ଟିକେ କିଣି ଖାଉଥିଲେ ତା'ର ଦି ପଇସା ରୋଜଗାର ବି ହେବ ମୋର ବି ସମୟଟା କଟିଯିବ ।

  ମିଲି - ହଁ, ତୁମକୁ କେହି କଥାରେ ପାରିବେନି । ମାନିବାକୁ ପଡ଼ିବ ତୁମ ବୁଦ୍ଧିକୁ ।

  ମୁନା - କାଇଁ !! ତୁମର କ'ଣ କମ୍ ପଡ଼ୁଛି କି । ନବ କି ତୁମେ ମୋ ଠାରୁ ମାଗଣାରେ ଦେବି ।

  ମିଲି - କେତେ କଥା କହୁଛ ଯେ, ଏବେ ଫୋନ ମୁଁ ବି ରଖୁଛି କହି ଅଫ୍ ଲାଇନ୍ ହୋଇଗଲା ।

   ମୁନା ବାଇକ ଚଢ଼ି ଘରମୁହାଁ କିଛି ବାଟ ଗଲା ପରେ କ'ଣ ଭାବି କେଜାଣି ପୁଣି ଥରେ ଫୋନ ସଂଯୋଗ କଲା ମିଲି କୁ । ମିଲି ଫୋନ ଉଠାଇ କୃତ୍ରିମ ବିରକ୍ତି ରେ କହିଲା“ ଏତେ କଥା ହେଲା ପରେ ଆଉ ପୁଣି କ'ଣ ବାକି ରହିଲା ଯେ ପୁଣି ଫୋନ କଲ । “ଆରେ ରାଗନି ମିଲି, ତମେ ସାଙ୍ଗରେ ଥିଲେ ବିରକ୍ତ ଲାଗିବନି ବାଇକ୍ ଚଲାଇବାକୁ ତେଣୁ ଫୋନ କଲି । ଏକା ଏକା ଭଲ ଲାଗୁନଥିଲା ତ, ଭାବିଲି, ମୋ ନିଃସଙ୍ଗ ପଥର ସାଥୀ ବାଟୋଇଟିଏ କରିବି ତୁମକୁ” ମୁନା କହିଲା ।“ହଁ, ମୁଁ ତ ତୁମର ସାରା ଜନ୍ମର ସାଥୀ, ନିଃସଙ୍ଗ ଭାବୁଛ କାହିଁକି ଯେ” କହିବା ବେଳକୁ କଣ୍ଠ ନରମି ଯାଉଥିଲା ମିଲି ର । “ଆଚ୍ଛା, ତୁମର କାମ ସରିଲାଣି” ପଚାରି ବସିଲା ମୁନା । “ହଁ, ପ୍ରାୟ କାମ ସରିଲାଣି” ମିଲି ଉତ୍ତର ଦେଲା। “ଟିକେ ଧରି ଥାଅ ରାସ୍ତା କାମ ଚାଲିଥିଲା ବୋଧେ । ବର୍ଷାରେ ରାସ୍ତା ଖରାପ ହୋଇଯାଇଛି । ଗାଡ଼ିରୁ ଓହ୍ଲାଇବାକୁ ପଡ଼ିବ” କହି କିଛି କ୍ଷଣ ନୀରବି ଗଲା ମୁନା । ହ୍ଯାଲେ!! ହ୍ଯାଲେ ମୁନା ସମ୍ଭୋଧନ କରୁଥାଏ , ସେତେବେଳକୁ ମିଲି ଫୋନ ରଖିସାରିଥିଲା । ମିଲିକୁ ସ୍ତ୍ରୀ ରୂପେ ପାଇ ମନେ ମନେ ନିଜକୁ ଭାଗ୍ୟବାନ ମଣୁଥାଏ । ମୁନାର ଭାବନା ଭିତରେ ଘର ପାଖେ ପହଞ୍ଚି ଯାଇଥିଲା ସେ ।

          ମଧ୍ୟାହ୍ନ ଭୋଜନ ସାରି ଅବଶ ଦେହଟାକୁ ଲୋଟାଇଦେଲା ବିଛଣାରେ ମୁନା । ଅଣନିଶ୍ୱାସୀ ନାଁ ଧଉଡ଼ ଭିତରେ ତା ଦେହଟା ଅବଶ ଲାଗୁଛି । କାମ ସାରି ପାଣି ଗ୍ଲାସ ଧରି ମିଲି ଉଭା ହେଲା ମୁନାର ବିଛଣା ପାଖରେ । ବିଛଣାରୁ ମୁନା ଉଠିବା ଦେଖି ମିଲି ପାଣି ଗ୍ଲାସଟିକୁ ହାତକୁ ବଢ଼ାଇଦେଲା । “ଆହାଃ !! କି ଟେଷ୍ଟି ?”ପାଣି ଢୋକେ ପାଟିକୁ ନେଇ ମୁନା କହିଲା । ଆଜି ଦିନର କଷ୍ଟଟା ଦୂର ହୋଇଗଲା ଯା'ହେଉ । ମୁନା ହାତରୁ ମିଲି ଗ୍ଳାସଟିକୁ ନେଇ ଫେରିବାର ଉପକ୍ରମ କଲା ବେଳକୁ ,ମୁନା ତା ବାମ ହାତ ଧରି ଟାଣି ଆଣି ବକ୍ଷରେ ଆଉଜାଇ ନେଇ ଭିଡ଼ି ଧରି କହିଲା ”ରୁହ କୁଆଡ଼େ ଯାଉଛ” ? ଟିକେ ପାଖରେ ବସ । ମୁନାର ବାହୁ ବନ୍ଧନରୁ ମୁକୁଳିବାକୁ ଯେତେ ଚେଷ୍ଟା କଲେ ବି ମୁକୁଳାଇ ପାରୁ ନଥିଲା ମିଲି ନିଜକୁ । ମିଲି ଟିକେ ପଛକୁ ଚାହିଁ ଦେଇ କହିଲା, ଏଇ !! ଛାଡ଼ ମାଆ ଆସିଲେଣି କହି ମୁନାର ଅନ୍ଯ ମନସ୍କତା ଭିତରେ ନିଜର କୈାଣସି ପ୍ରକାରେ ମୁକୁଳେଇ ନେଲା ମିଲି। ବିପର୍ଯ୍ୟସ୍ତ ପିନ୍ଧା ଲୁଗାଟିର କୁଞ୍ଚ ସଜାଡ଼ି ଦେଇ ଉଠିଗଲା ବେଳକୁ , ଲୁଗାରେ ଗୋଡ଼ ଛନ୍ଦି ହୋଇ ମୁନାର ଛାତିରେ ହାତ ଭରା ଦେଇ ପଡ଼ିଗଲା । ମୁନାର ନିରୀହ ଆଖି ଦୁଇଟି ତା' ଠାରୁ ଦୂରେଇ ନ ଯିବାକୁ ଅନୁରୋଧ କରୁଥିଲେ ଯେପରି । ଯେତିକି ସମୟ ମୁଁ ତୁମ ପାଖରେ ଅଛି କୁଆଡ଼େ ଯାଉନି ବେବି। କିଛି ନ ହେଲେ ତ ଅନ୍ତତଃ ମୋ ପାଖରେ ଟିକେ ବସ ପ୍ଲିଜ । ମୁନା ର ପାଗଳାମୀ,ନିରୀହ ଆଖି ଦୁଇଟିର ଭାଷା ବେଶ ଭଲ ଭାବରେ,ବୁଝିପାରୁଥିଲା ମିଲି । ନିଷ୍ପାପ ଶିଶୁଟେ ଭଳି ଅନୁରୋଧ ଭରା ବାକ୍ୟରେ ମୁନା କହିଲା । ମୁନା କୁ ଅପଲକ ନୟନରେ ଚାହିଁ ରହିଛି ମିଲି ମୁନାକୁ ମୁଣ୍ଡ ବିନ୍ଧୁଛି, ଗୋଡ଼ହାତ ବିନ୍ଧୁଛି, ଭାରି କଷ୍ଟ ଲାଗୁଛି ନା ଅବଶୋଷ ଭରା ମନକୁ ନେଇ ଧିକ ! ମୋ ସ୍ତ୍ରୀ ପଣିଆକୁ । ମିଲିର ଭାରାକ୍ଳାନ୍ତ ମନର ଅବସ୍ଥାକୁ ଦେଖି ମୁନା ମିଲିର ବେକରେ ହାତ ରଖି ଉଠି ବସିବାକୁ ଲାଗିଲା । ମୁନାର ଏହି ଅବଶ ଦେହଟାକୁ ଦେଖି......... ଲୁହ ଟଳମଳ ଆଖିରେ ମୁନା କୁ ସେ କୁଣ୍ଢାଇ ପକାଇଲା । ନିରୀହ ଚାହାଣୀରେ ଥିଲା ଭାରାକ୍ରାନ୍ତ ମନର ବେଦନା । ମୁନାକୁ କୋଳାଗ୍ରତ କରିନେଲା ମିଲି । ତା'ର ଓଦା ଆଲୁଳାୟିତ କୁନ୍ତଳକୁ ସାଉଁଳେଇ ଦେଇ ମଥାରେ ଆଙ୍କିଥିଲା ଉଷୁମ ଚୁମ୍ବନ । ନିରୀହ,ନିଷ୍ପାପ, ନିର୍ବୋଧ କୋମଳମତୀ ଛୋଟ ପିଲାଟି ଭଳି ଜାକି ଜୁକି ହୋଇ ପଡ଼ି ରହିଲା ମୁନା ମିଲିର କୋଳରେ । ଖୋଜୁଥିବା ସେହି ସ୍ନେହ, ସହାନୁଭୂତି, ଭଲପାଇବା, ମିଳୁଥିଲା ତାକୁ , ସେହି କୋଳର ଉଷୁମ ସ୍ପର୍ଶ ପାଇ ଶୋଇପଡ଼ିଲା ନିଘୋଡ଼ ନିଦ୍ରାରେ। ନିଜକୁ ଆବିଷ୍କାର କଲା ଜହ୍ନ ରାଇଜର ତାରା ଗହଣରେ ।



   

  



Rate this content
Log in

Similar oriya story from Drama