Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

sushama Parija

Comedy

4  

sushama Parija

Comedy

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

4 mins
178



ପ୍ରାଣୀ ମାନଙ୍କ ମଧ୍ୟରେ ମଣିଷ ସବୁଠାରୁ ବୁଦ୍ଧିମାନ୍ , ଏହା ଶାସ୍ତ୍ର ସମ୍ମତ । ସେଇ ମଣିଷ ମାନଙ୍କ ମଧ୍ୟରେ କିନ୍ତୁ ସବୁବେଳେ ପ୍ରତିଯୋଗିତା ଲାଗି ରହିଥାଏ କିଏ କାହାଠାରୁ କେତେ ଅଧିକ ମାତ୍ରାରେ ବୁଦ୍ଧିମାନ୍ ବୋଲି। ନିଜକୁ ସାବ୍ୟସ୍ତ କରିବାକୁ ସେମାନେ ଯିଏ ଯାହା ବାଟରେ ଭିନ୍ନ ଭିନ୍ନ କୌଶଳ ଆପଣେଇ ଥାଆନ୍ତି । ସେମିତି ଗୋଟିଏ ରୁଚିକର ଘଟଣା । 


ପ୍ରାୟ କୋଡିଏ ବର୍ଷ ତଳର କଥା ।

କଟକ ସହରର ସହରତଳିଆ ଅଞ୍ଚଳ ଟିଏ ମୋ ଶାଶୁ ଘର ଗାଆଁ ପୋତାପୋଖରୀ । କଟକ ମୁନିସିପାଲିଟି ଭିତରେ ଯାଉଥିଲେ ବି ଗ୍ରାମୀଣ ପ୍ରଭାବ ଟିକିଏ ଅଧିକ ସେଠି। ଆମର ବିରାଟ ଯୌଥ ପରିବାର । ଦାସ ସାହି କହିଲେ ଅଧାରୁ ବେଶୀ ଭାଗ ହେବ ସମୁଦାୟ ଗାଆଁ ର। କୋଡିଏ କି ତିରିଶି ମୂଳ ପରିବାର ର ସଦସ୍ୟ ସଂଖ୍ୟା ପ୍ରାୟ ଦୁଇଶହ ହେବେ । ସମସ୍ତେ ଏକାଠି, ଗୋଟିଏ ଜାଗାରେ। ପୁରୁଷ ଆଉ ସ୍ତ୍ରୀ ଲୋକ ମାନଙ୍କ ମଧ୍ୟରେ ଅଲଗା ଅଲଗା ସ୍ତର ସ୍ତର । ଯେମିତି ଶାଶୁ ଶଶୁର ମାନଙ୍କର ଗୋଟିଏ ସ୍ତର ତ ପୁଅ ବୋହୁ ମାନଙ୍କର ଆଉ ଗୋଟିଏ ସ୍ତର , ନାତି ନାତୁଣୀଙ୍କର ଆଉ ଗୋଟିଏ ସ୍ତର , ଯିଏ ଯାହା ସ୍ତରରେ ସମସ୍ତେ ମିଳିତ ହୁଅନ୍ତି ଖରାବେଳ ଖାଇବା ସରିବା ପରେ ଆଉ ରାତି ଖାଇବା ସରିବା ପରେ ଦାସ ଘରର ବିରାଟ ବଡ ଅଗଣାରେ। ସେଇଠି ଢିଙ୍କିଶାଳ ଠାରୁ ଆରମ୍ଭ କରି ଢେଙ୍କାନାଳ ଯାଏଁ ଆଲୋଚନା ହୁଏ। ପରସ୍ପର ଭିତରେ ଖୁବ୍ ନିବିଡ ସଂପର୍କ ସମସ୍ତଙ୍କର। ମୋର ଜଣେ ଜେଠାଶୁରଙ୍କ ପୁଅ ଭାରତୀୟ ସୈନ୍ୟବାହିନୀ ରେ କାର୍ଯ୍ୟ କରୁଥାନ୍ତି । ବାହାରେ ବିଭିନ୍ନ ବଡ ବଡ ସହରରେ ପରିବାର ସହିତ ରହି ରହି ସେବା ନିବୃତ୍ତ ହୋଇ ଆସିଲେ ଗାଆଁକୁ । ଯଦିଓ ତାଙ୍କ ମାଆ ମାନେ ମୋର ଜେଠେଇଶାଶୁ ରହୁଥିଲେ ଗାଆଁରେ ଆମ ମାନଙ୍କ ପାଖରେ, ତାଙ୍କର ପତ୍ନୀ ଓ ପିଲାମାନେ କିନ୍ତୁ ଦାସ ଘରର ଚଳଣିରେ ଅଭ୍ୟସ୍ତ ନଥିବାରୁ କାହା ସହିତ ଖାପ ଖୁଆଇ ଚଳି ପାରୁ ନଥିଲେ। ସେମାନେ ସବୁବେଳେ ନିଜକୁ ଅନ୍ୟ ମାନଙ୍କଠାରୁ ଉର୍ଦ୍ଧ୍ବରେ ବିଚାର କରୁଥିଲେ ତେଣୁ କାହା ସହିତ ବେଶୀ ମିଳାମିଶା କରୁ ନଥିଲେ । ନିଜ ଲୋକଙ୍କୁ ମଧ୍ୟ ଅଚିହ୍ନା ଭଳି ବ୍ୟବହାର କରୁଥିଲେ।

କଥାରେ ଅଛି ଭାଷା ଯାହା ହେଉନା କାହିଁକି ସେଥିରେ ମିଠାପଣ ରହିଲେ ସେ ସମସ୍ତଙ୍କର ବୋଧଗମ୍ୟ ହୋଇପାରେ ।ମୋର ସେଇ ସାନ ଯାଆ କ୍ଷେତ୍ରରେ ସେଇ ଭାଷା ର ମିଠାପଣର ଅଭାବ ଯୋଗୁଁ ସମସ୍ତେ ତାଙ୍କ ଠାରୁ ଯଥେଷ୍ଟ ଦୂରତ୍ବ ରଖୁଥିଲେ। ସୈନ୍ୟ ବାହିନୀରେ ଚାକିରୀ କରି ମୋର ସେଇ ସାନ ଦିଅରଙ୍କର ଭାଷା ମଧ୍ୟ ଟିକିଏ କର୍କଶ ହୋଇ ଯାଇଥିଲା , ତେଣୁ ସେ ଅନ୍ୟ ଭାଇ ମାନଙ୍କର ସେତିକି ନିକଟତର ହୋଇ ପାରୁ ନଥିଲେ।ସେନା ବାହିନୀ ରୁ ଅବସର ନେବା ପରେ ସେ ଆଉ ଅନ୍ୟ କୌଣସି ଚାକିରୀ ନଖୋଜି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଘର ଠାରୁ କିଛି ଦୂରରେ ଥିଲା ତାଙ୍କ ଦୋକାନଟି, ତାଙ୍କର ଅନ୍ୟ ସେବାନିବୃତ ସାଥୀ ମାନେ ମଝିରେ ମଝିରେ ଆସି ସେଇ ଦୋକାନରେ ବସାଉଠା କରନ୍ତି । ଏମିତି ଦିନେ ଗୋଟିଏ ମଧ୍ୟାହ୍ନ ରେ ଜଣେ ଅଜଣା ଭଦ୍ରବ୍ୟକ୍ତି ପହଞ୍ଚିଲେ ସେଇ ଦିଅରଙ୍କର ଘରେ। ଜେଠେଇଶାଶୁ ସେତେବେଳକୁ ଆସି ଆମ ଘରେ ଆମ ଶାଶୁଙ୍କ ସହିତ ଗପ ମେଲି ଦେଇଥାନ୍ତି , ପିଲାମାନେ ସ୍କୁଲକୁ ଯାଇଥାନ୍ତି, ସାନ ଯାଆ ଟି ଏକୁଟିଆ ଥାଏ ଘରେ। 

ଅଚିହ୍ନା ଲୋକଟିକୁ ଦେଖି ଟିକିଏ ତୋ ମୋ ହେଉଥିଲା ଆମ ସାନଭାଇ ହେଲେ ସେ ଅତି ପରିଚିତ ଲୋକଙ୍କ ଭଳି ସିଏ ଆସି ଗେଟ୍ ଖୋଲି ସିଧା ଘରକୁ ପଶିଲେ ସାନ ଯାଆକୁ ନମସ୍କାର ଟିଏ ପକାଇ କହିଲେ “ ଭାଉଜ ! ମୋତେ ଭାଇ ପଠାଇଛନ୍ତି, ଆଜି ଆମର ଜଣେ ବନ୍ଧୁଙ୍କର ଘର ପ୍ରତିଷ୍ଠା ଥିଲା ଭୋଜିଭାତ ଚାଲିଛି, ଭାଇ ସେଠି ଖାଇ ବସିଛନ୍ତି ଆପଣ ଗୋଟିଏ ବଡ ଟିଫିନ୍ କ୍ୟାରିୟର ଆଉ ଆପଣଙ୍କ ଘରେ ଥିବା ସାଇକେଲ୍ ଟା ମୋ ହାତରେ ଦିଅନ୍ତୁ, ଭାଇ ନିଜେ ଖାଇ ସାରିବା ପରେ ଆପଣ ମାନଙ୍କ ପାଇଁ ଖାଇବା ଧରି ଆସିବେ “। ସାନ ଯାଆ ଟି ମୋର ଦେଖିଲା ଭଲ ପୋଷାକ ପତ୍ର ପରିହିତ ଲୋକଟିଏ, ଏତେ ଭଦ୍ର ଭାବରେ କଥାବାର୍ତ୍ତା କରୁଛି ନିଶ୍ଚୟ ତା' ସ୍ୱାମୀର ବନ୍ଧୁ ହୋଇଥିବ ତେଣୁ ଆଗ ପଛ ନ ବିଚାରି ତା’କୁ ଆଣି ପୁଅର ନୂଆ ସାଇକେଲ୍ ଟି ଏବଂ ଘରେ ଥିବା ସବୁଠାରୁ ବଡ ଷ୍ଟିଲ୍ ର ଟିଫିନ୍ କ୍ୟାରିୟର ଟି ବଢାଇଦେଲା ବିନା ବାର୍ତ୍ତାଳାପରେ। ଭଦ୍ରଲୋକ ଜଣକ ସରୁ ନମସ୍କାର ଟାଏ ପକାଇ ସାଇକେଲ୍ ରେ ଟିଫିନ୍ କ୍ୟାରିୟର ଟି ଝୁଲାଇ ବାହାରି ଗଲେ ଘରୁ । ଯିବା ବେଳକୁ ବାହାର ଗେଟ୍ ମଧ୍ୟ ବନ୍ଦ କରିବାକୁ ଭୁଲି ନଥିଲେ । 

ସେଦିନ ଦୋକାନରେ ଖୁବ୍ ଭିଡ ଥିଲା । ବେପାର ମଧ୍ୟ ଭଲ ହୋଇଥିଲା, ଦିନ ପ୍ରାୟ ତିନିଟା ବେଳକୁ ଦିଅର ଫେରିଲେ ଘରକୁ । ତରବର ହୋଇ ଗାଧୁଆ ଘରକୁ ପଶି ଯାଉ ଯାଉ ସ୍ତ୍ରୀ କୁ କହିଲେ “ ଓଃ , ଭାରି ଭୋକ ! ପେଟ ଆଉଣ୍ଡି ପକାଇଲାଣି, ଶୀଘ୍ର ଭାତ ବାଢ “। ସାନ ଯାଆ ଦମକି ଆସିଲା “ କ’ଣ କହିଲ ? ଆମେ ଭୋଜି ଖାଇବୁ ବୋଲି ଶାଶୁ ବୋହୁ ଦିହେଁ ତମ ବାଟକୁ ଅନେଇଁ ଅନେଇଁ ଆଖିରୁ ପାଣି ମଲାଣି ନିଜେ ଭୋଜି ଖାଇଦେଇ ଆସି କହୁଛ କ’ଣ ନା ,ଭୋକରେ ପେଟ ଆଉଣ୍ଡି ପକାଇଲାଣି ? କିହୋ, ତମେ ଯେଉଁ ସାଙ୍ଗଙ୍କୁ ପଠାଇଥିଲ ଘରକୁ ଟିଫିନ୍ କ୍ୟାରିୟର ଆଉ ସାଇକେଲ୍ ନେବା ପାଇଁ ସେ ପରା ଦିନ ଏଗାରଟା ବେଳୁ ନେଇକି ଗଲାଣି, ଏତେବେଳ ଯାଏଁ କ’ଣ କରୁଥିଲ ତମେ? କେଡେ ଦାୟିତ୍ଵଶୂନ୍ୟ ମଣିଷ ଟିଏ ମ ତମେ, ନିଜ କଥା ଛଡା ଆଉ କାହା କଥା ଭାବିବାକୁ ନାହିଁ “। ସାନଯାଆ ସେମିତି ଗପି ଚାଲିଥିଲା ଗାରୁଗାରୁ ହୋଇ । କିଛି ଦୂରରେ ଠିଆ ହୋଇ ତା’ର କଥା ଶୁଣୁଥିବା ଦିଅର ଧାଇଁ ଆସି ତା’ ଗାଲକୁ ଶକ୍ତ ଚଟକଣୀ ଟିଏ ପକାଇଲା,ଆଉ ଚିଲ୍ଲେଇ ଚିଲ୍ଲେଇ କହିଲା   “ ମୂର୍ଖ ସ୍ତ୍ରୀ ଲୋକ ! କୋଉ ଲୋକ କୁ ମୁଁ ଘରକୁ ପଠାଇଥିଲି ? କେତେବେଳେ ? ? ଆଉ କାହିଁକି ? ନିଜକୁ ବେଶୀ ଚାଲାକ ଭାବୁଛୁ ନା’ । ତତେ ସିଏ ଚିତା କାଟି ତୋ’ର ଟିଫିନ୍ କ୍ୟାରିୟର ଆଉ ସାଇକେଲ୍ ନେଇ ଫେରାର୍ ହୋଇ ଯାଇଛି କୁଆଡେ । ଏବେ କ’ଣ କରିବୁ କର “। 

ହେଁ, ଭେଁ ହୋଇ କାନ୍ଦି ଉଠିଲା ସାନଯାଆ ଟି । ସାଇ ପଡିଶା ଦୌଡି ଯାଇ ଜମା ହେଲେ ସେଠି । ସମସ୍ତେ ଦୋଷ ଦେଲେ ତା’କୁ ଏମିତି ନିର୍ବୋଧ କାମଟିଏ କରିଥିବାରୁ । କହିଲେ “ ଜିନିଷ ପତ୍ର ଦେବା ଆଗରୁ ଥରୁଟିଏ ତ କାହାକୁ ପଚାରି ପାରିଥାଆନ୍ତୁ, ଲୋକଟିର ନାଆଁ, ଗାଆଁ, ଠିକଣା ତ ପଚାରି ବୁଝିଥାଆନ୍ତୁ, ଖାଲି ତା’ର ଭଦ୍ରଲୋକ ଚେହେରା ଦେଖି ବିଶ୍ୱାସ କରି ଗଲୁ? କି ପାଠ ପଢେଇଥିଲା ତୋ ମାଆ? ମୂର୍ଖଙ୍କ ଠାରୁ ଅଧିକ ମୂର୍ଖାମୀ କଲୁ “। ଦୋଷୀଙ୍କ ଭଳି ସେଇଠି ସେମିତି ମୁଣ୍ଡ ଝୁଙ୍କାଇ ଠିଆ ହୋଇଥିଲା ସିଏ। ମୋ ଶାଶୁ ଯାଇ ତା’କୁ ବୁଝେଇଲେ “ ହଉ , ଯାହା ହେବାର ହେଇସାରିଲାଣି, ଆସ! ଆମ ଘରେ ଖିଆପିଆ କରି ଟିକିଏ ବିଶ୍ରାମ ନିଅ, ତା’ପରେ ଚୋରକୁ ଖୋଜିବା । ଲାଜ ଆଉ କ୍ଷୋଭ ରେ ସଢି ଯାଉଥିଲା ସାନ ଯାଆଟି। ନିଜର ଭୁଲ୍ ପାଇଁ ଅନୁତାପ କରୁଥିଲା । ଆଜି ବି ଏତେ ବର୍ଷ ପରେ ସେ କଥା ମନେ ପଡିଲେ ଗୋଟାଏ ହସ ର ଲହରୀ ଖେଳି ଯାଏ ଆମ ଘରେ ।।


Rate this content
Log in

More oriya story from sushama Parija

Similar oriya story from Comedy