ଅଭୁଲା ସେ ମୁହୁତ୍ତ କିଛି
ଅଭୁଲା ସେ ମୁହୁତ୍ତ କିଛି
ସେଦିନ ଥିଲା ୨୦୨୦ ମସିହା। ପବିତ୍ର ମାଘମାସ ର ଶୁଭ ଲଗ୍ନ ରେ ଆମେ ସ୍କୁଲ ପିଲା ଙ୍କୁ ନେଇ ସୁପ୍ରଭାତ ରେ ବନ ବିହାର କରିବାକୁ ବାହାରିଲୁ। ପିଲାମାନେ ଆଗ୍ରହ ସହ ଯାଉଥାନ୍ତି। ମୁ ସେହି ପିଲାଙ୍କ ମଧ୍ୟରେ ରହିଥାଏ । ପିଲା ମାନେ ଖୁସି ରେ ନାଚ ଓ ଗୀତ କରୁଥାନ୍ତି। ପ୍ରଥମେ ଆମେ ଯାଇ ପହଞ୍ଚିଲୁ ନିର୍ମଳ ଝର ରେ ସେହି ଝରଣା ଅତ୍ୟନ୍ତ ମନୋରମ ହୋଇ ଥିଲା । ଆମେ ସେହି ସ୍ଥାନରେ କିଛି ମୁହୂର୍ତ୍ତ କାଟିଲୁ ଓ ଫୋଟୋ ଉଠାଇଲୁ।
ତା ପରେ ଆମେ ଦାଣ୍ଡେସ୍ଵରଙ୍କ ପୀଠକୁ ଗଲୁ। ସେଠାରେ ଆମେ ଯାଇ ବୁଲାବୁଲି କରି ଜଳପାନ କରିଲୁ। କିଛି ସମୟ ପରେ ଆମ ଗାଡି ଆଗକୁ ଚାଲିଲା। ଆମ ସ୍କୁଲପିଲା ଖୁବ ମଜାକରି ଗାଡିରେ ଯାଉଥାନ୍ତି । ମଧ୍ୟାହ୍ନ ସମୟରେ ଆମେ ଯାଇ ପହଁଞ୍ଚିଲୁ ମା ନାରାୟଣୀଙ୍କ ଶକ୍ତି ପୀଠରେ। ମା' ଙ୍କ ଦର୍ଶନ କରି ନିଜକୁ ଭାଗ୍ୟ ବାନ ମନେ କଲୁ।ସେଠାକାର ପ୍ରାକୃତିକ ପରିବେଶ ଆମକୁ ମୁଗ୍ଧ କରିଥିଲା।
ସେଠାରେ ଥିବା ମାଙ୍କଡ଼ ମାନେ ଆମ ପାଖକୁ ଆସୁଥାନ୍ତି।କିଛି ସମୟ ସେଠାରେ ରହି ଆଗକୁ ଗଲୁ । ଆମ ଗାଡି ଯାଇ ଲାଗିଲା ଚିଲିକା ନିକଟରେ ସେଠାକାର ପରିବେଶ ଖୁବ ଆନନ୍ଦ ଦେଇ ଥିଲା। ଚିଲିକା ରେ ଆମେ ଦେଖିଲୁ ସେଠାରେ କିଛି ଯୁବ ଭାଇ ଜଳ କ୍ରୀଡା କରୁଛନ୍ତି। ଡଙ୍ଗା ଲଞ୍ଚ ଯାଉଛି। ମା କାଳି ଯାଇ ପୀଠ କୁ ଆମେ ଛୋଟ ପିଲାଙ୍କୁ ନେଇ ଯାଇ ପାରିଲୁ ନାହିଁ । ଦୂରରୁ ମା ଙ୍କୁ ପ୍ରଣାମ କଲୁ। ମା' ଙ୍କ ଫୋଟୋ କିଣିଲୁ। ଚିଲିକାର ଭବ୍ୟ ପରିବେଶ ଓ ନୀଳ ଜଳ ଖୁବ ଆନନ୍ଦ ଦେଲା । ଚିଲିକା କାବ୍ୟ ସେଠାରେ ମନେ ପଡିଗଲା।
ପିଲାମାନେ ଖୁବ ଆନନ୍ଦ ପାଇଲେ। ସେଠାରେ ଆମେ ମଧ୍ୟାନ୍ନ ଭୋଜନ କରିଲୁ । ତା' ପରେ ଆମ ଗାଡି ଆଗକୁ ଗଲା । ପିଲାମାନେ ଖୁସି ରେ ଯାଉଥାନ୍ତି। ଆମେ ସାନ୍ଧ୍ୟରେ ପିଲାଙ୍କୁ ବିସ୍କୁଟ ଖାଇବାକୁ ଦେଲୁ। ତ୍ରିସାନ୍ଧ୍ୟ ରେ ଆମ ଗାଡି ଲାଗିଲା ବାଣପୁର ଭଗବତୀଙ୍କ ଶକ୍ତି ପୀଠରେ । ମା' ଙ୍କ ଦିବ୍ୟ ଦର୍ଶନ କରି ଧନ୍ୟ ମନେକଲୁ। ସବୁ ଶକ୍ତିପୀଠ ରେ ମା ଙ୍କ ପାଖରେ ଭୋଗ ଅର୍ପଣ କରି ଥିଲୁ।
ଶେଷ ରେ ଖୋର୍ଦ୍ଧା ଜିଲ୍ଲାରୁ ଆମେ ଫେରିଲା ବେଳ କୁ ରାତି ହୋଇ ସାରିଥାଏ।ପିଲା ମାନକୁ ସେମାନଙ୍କ ଘର ଲୋକ ଆସି ନେଲେ। ଆମେ ମଧ୍ୟ ଖୁବ ଆନନ୍ଦରେ ଆସିଥିଲୁ। ଆଜି ବି ସେ କଥା ମନେ ପଡିଲେ ବହୁତ ଖୁସି ଲାଗେ।
