ଅଭିମାନ
ଅଭିମାନ
ଶୀତୁଆ ସକାଳ ର ଥଣ୍ଡା କୁ ଖାତିର ନ କରି ମହେଶ
ବାବୁ ବାହାରିଛନ୍ତି ପ୍ରାତଃ ଭ୍ରମଣରେ ସବୁଦିନ ଭଳି ଆଜି ମଧ୍ୟ। ସହରର ନାମୀଦାମୀ ବ୍ୟବସାୟୀ ମହେଶବାବୁ।ସହର ର କୋଳାହଳ ଠାରୁୁ ସଂପୂର୍ଣ୍ଣ
ଦୂରରେ ନ ହେଲେ ବି ଅଳ୍ପ ଦୂରରେ ନିଜର ଏକ
ତ୍ରିିିତଳ ପ୍ରାସାଦ ଠିିିଆ କରାଇଛନ୍ତି। ସ୍ତ୍ରୀ, ଦୁୁୁଇପୁଅ,
ବୋହୂ ତଥା ନାତି ନାତୁଣୀ ଙ୍କ କୋଳାହଳ ଭିତରେ ଏକ ସଂପୂର୍ଣ୍ଣ ପରିବାରର ମୁୁଖ୍ୟ ମହେଶ ବାବୁ।ପ୍ରତିଦିନ ଭଳି ଆଜି ମଧ୍ୟ ଦରୱ।ନ ଗେଟ୍ ଖୋଲିଦେଲା।ସେ ବାହାରେ ଠିଆ ହେଲେ,ଅନ୍ୟ କାହାର ପ୍ରତିକ୍ଷାରେ।ଦେହରେ ମୂୂୂଲ୍ୟବାନ କାଶ୍ମୀର
ଚଦର, ହାତରେ ଦାମୀଷ୍ଟିକ ।ପରିିିଣତ ବୟସରେ ବି ଅତ୍ୟନ୍ତ ଖୁସି ମିଜାଜ ।
କାହିଁକି ଖୁସି ହେବେନି ଯେ -
ତାଙ୍କର ସରଳତା,ବ୍ୟବହାର,ଆପଣାର ଭାବରେ
ଘରର ପ୍ରତ୍ୟେକଟି ସଦସ୍ୟ ବାନ୍ଧିହୋଇ ତାଙ୍କର ପ୍ରତିଟି ଆଦେଶ,ନିର୍ଦ୍ଦେଶ କୁ ଆଙ୍ଗ୍ୟା ବହ ଭାବରେ
ପାଳନ କରନ୍ତି,ଯାହା ଆଜିର ପରିିିବର୍ତ୍ତନଶୀଳ
ଦୂନିଆରେ ଖୁବ୍ କ୍ୱଚିତ୍ ଦେଖିିିବାକୁ ମିଳେ।
ବହୁତ ସମୟ ଅପେକ୍ଷା କଲାପରେ ସେ ଅନୁଭବ କଲେ ସୂର୍ଯ୍ୟଙ୍କର ପ୍ରଭାତୀ କିିରଣ।ପ୍ରାତଃଭ୍ରମଣର
ସମୟ ଅତିକ୍ରାନ୍ତ ଅଥଚ ସେ ଅପେକ୍ଷା କରିଥିବା
ସେହି ମଣିିିଷଟା ଏ ଯାଏଁ ଆସୁୁୁନାହିଁ।
କେମିତି ଆସିବ ଯେ-
ସେ ପରା ଏବେ 'ମହାଯାତ୍ରା' ରେ ବାହାରୁୁୁଛି।
ମହେଶ ବାବୁ ଅପେକ୍ଷା କରିଥିଲେ ଶଙ୍କର କୁ,ତାଙ୍କ
ପିଲାଦିନ ର ସାଥି। ଅପେକ୍ଷା କରି କରି ସେ ଭାବିି
ଚାଲିଥିଲେ ପିଲାବେଳ ର କଥା,ସ୍କୁଲ ବେଳର କଥା
ଶଙ୍କର ର କଥା।ଆଉ କିଛି ବର୍ଷ ର ବ୍ୟବଧାନରେ
ପୁଣି ଦୂହେଁ ପରସ୍ପରକୁ ଆବିିଷ୍କାର କରିଥିଲେ ଏଇ
ସହର ର ଜନସମୂଦ୍ର ଭିତରେ।
ସରକାରୀ ଚାକିରୀ ରେ ବିଭିନ୍ନ ସହର ଘୂରିବୁଲିବା
ପରେ ଏଇ ସହରରେ ସେ ଅବସର ନେଇଛନ୍ତି।
ଛୋଟ ଚାକିରୀ କିନ୍ତୁ ଇଛା କରିିିଥିଲେ ସେ ବଡ଼ଲୋକ
ହୋଇପାରିଥାନ୍ତେ ଉତ୍କୋଚ ନେଇ।କିନ୍ତୁ ଶଙ୍କର ତାହା
କରିିିନାହାନ୍ତି ବୋଲି ଆଜି ଆଦର୍ଶ ଜୀବନ ଜୀଈଁଁଛନ୍ତି।
ପ୍ରତିଷ୍ଠିତ ନ ହେଲେ ବି ଏକ ନିର୍ଦ୍ଦିିିଷ୍ଟ ଇଲାକା ର ସେ
ସମ୍ମାନିତ ବ୍ୟକ୍ତିତ୍ୱ।ଦୁଇପୁୁଅ ,ଝିଅ ବାପା ଙ୍କ ଆଦର୍ଶରେ ବାଟଚାଲି ଭୂଲ ରାସ୍ତାରେ କେବେ ପାଦ
ଦେଇନାହାନ୍ତି।କିନ୍ତୁ ଭାରି ସ୍ୱାଭିିିମାନୀ ସେ।
ଦୁଇ ବୃଦ୍ଧ ଏ ଭିତରେ ସତୁରୀ ଟି ଶୀତକୁ ଅତିିିକ୍ରମ
କରିିିସାରିଲେଣି।ତଥାପି ଶରୀର କ୍ଳାନ୍ତ ନୁହେଁ।
କୁହାଯାଏ ମାନସିକ ଅବସାଦ ବ୍ୟକ୍ତିକୁ ବୟସ ପୂର୍ବରୁ
ବୃଦ୍ଧ କରି ଦେଇଥାଏ।କିନ୍ତୁୁ ଏମାନେ ବୟସରେ ବୃଦ୍ଧ
ହେଲେ ବି ମନରେ ନୁହେଁ।ବୟସ ନିିକଟରେ ଏମାନେ
ହାର ମାନି ନାହାନ୍ତି ବରଂ ବୟସ ଏମାନଙ୍କ ନିିକଟରେ
ହାର ମାନିିିଛି।
ଏମିତି ବହୁତ କିଛି ଭାବୁ ଭାବୁ ହାତଘଣ୍ଟା ସୂଚିତ କଲା ସମୟ, ସକାଳ ସାତଟା।ମନେମନେ ବିରକ୍ତ
ହେଲେ ମହେଶ ବାବୁ।
ଆରେ ତାର ଯଦି ଆଜି ଯିବାର ନ ଥିଲା, ଦେହ
ଅସୁୁୁସ୍ଥ ହେଲା ଅନ୍ତତଃ ଫୋନ୍ କରି ଜଣାଇଥିଲେ
ମୁଁ ତ ଏକା ଯାଇଥାନ୍ତି।ଛାଡ଼,ଶଙ୍କର ପ୍ରକୃୃୃତରେ ଶଙ୍କର,ଭୋଳା ।
ଗେଟ୍ ଖୋଲି ଘର ଭିିତରକୁ ପ୍ରବେଶ କରୁ କରୁ ସେ
ଅନ୍ୟମନସ୍କ ହୋଇପଡ଼ିଲେ।ମନ ଟା ଅସ୍ତବ୍ୟସ୍ତ ଲାଗିଲା।
ହଠାତ କାହାର ଡାକରା ରେ ସେ ସମ୍ବିତ୍ ଫେରି ପାଇଲେ। ଶଙ୍କର ର ସାନ ପୁଅ, ଜିତୁ କହୁଥିଲା,
ଅଙ୍କଲ, ବାପା ......
କଣ ହେଲା ବାପାର,ଆଜି ପ୍ରାତଃଭ୍ରମଣ କୁ ଆସିିିଲାନି?
ଅଙ୍କଲ, ବାପା ଆଉ ନାହାନ୍ତିି।
ମହେଶ ବାବୁ ଙ୍କ ହାତରୁ ବାଡିଟା ଖସିଗଲା।ସେଇ
ଚଟାଣ ଉପରେ ସେ ନଥ୍ କରିି ବସିିିପଡିଲେ।
ଜିତୁ,ଶେଷ ଦର୍ଶନ ପାଇଁ ମୁଁଁ ଆସୁଛି, ଟିକେ ଅପେକ୍ଷା
କରିିିବ।
ନିଜକୁ ସମ୍ଭାଳି ନେଇ ଫୁୁୁଲ ବଗିଚା ରୁ ଫୁଲ ସଂଗ୍ରହ
କଲେ ମହେଶ ବାବୁ,ଯେଉଁ ଫୁଲ ଗଛ କୁ ଦୁଇ
ବଂଧୁ ଏକାଠି ଲଗାଇଥିଲେ ଚାରିମାସ ତଳେ।
ପରିବାର ର ସମସ୍ତ ଙ୍କୁ ନେଇ ଶଙ୍କର ର ମରଶରୀରକୁୁ ସମ୍ମାନ ଦେଉଦେଉ ପାଦତଳେ
ଫୁଲ ସବୁ ସମର୍ପି ଦେଇ ଅଭିମାନଭରା କଣ୍ଠରେ
କହୁୁୁଥିଲେ,ସବୁ ଫୁଲ ତକ ତୁ ନେଇଗଲୁ,ମୋ ପାଇଁ
କଣ ରଖିଲୁୁ?ଆଉଥରେ ଜନ୍ମ ନେଲେ,ଦୁଇ ବନ୍ଧୁ ହୋଇ ଜନ୍ମ ନେବା।ମନେରଖିବୁ।
ଝଡ଼ ବେଗରେ ଫେରୁଥିଲେ ମହେଶ ବାବୁ।ଅନ୍ୟ
ଦିଗରେ ଶୁୁୁଭୁଥିଲା 'ରାମ ନାମ ସତ୍ୟ ହେ',ଶଙ୍କର ବାବୁ ଅମର ରହେ।
