ପ୍ରେମ
ପ୍ରେମ
ପ୍ରେମ ର ପରିଭାଷା, ଭଲ ପାଇବାର ନୀରବ ଘୋଷଣାନାମା, ଆନ୍ତରିକତା ର ଇସାରା ଭିତରେ ବଂଚିଥିବା ଦୁଇ ଭିନ୍ନ ହୃଦୟ, ଭିନ୍ନ ମଣିଷ ଥିଲେ ରଶ୍ମୀ ଓ ପରେଶ।ସୃଷ୍ଟିର ପ୍ରତ୍ୟେକ ଟି ଜୀବନ୍ତ ପ୍ରାଣୀ ଭିତରେ ଏହି ପ୍ରେମ ଶବ୍ଦଟା ଲୁକ୍କାୟିତ, ଅବଦମିତ ହୋଇ ରହିଥାଏ ,ସମୟ, ପରିବେଶ ଏବଂ ପରିସ୍ଥିତି ର ଅପେକ୍ଷାରେ।ଏ କ୍ଷେତ୍ରରେ କିନ୍ତୁୁ ସୃୃଷ୍ଟିିିର ବୁଦ୍ଧିମାନ
ପ୍ରାଣୀ ମନୁୁଷ୍ୟ ବହୁତ ଆଗରେ।ତେଣୁ ସେ ତା ପ୍ରେମକୁ ନେଇ ଖୁସି ହୁଏ ଅବା ଦୁଃଖୀ ହୁଏ।ସେ ବାଣ୍ଟି ଚାଲେ ତା ପ୍ରେମ କୁ କେବେ ବାତ୍ସଲ୍ୟ ରେ କେବେ କାମ ଲାଳସାରେ କେବେ ଭକ୍ତି ରେ ଅବା କେବେ ଭାବରେ।ତାକୁ ପୁଣି ଚୀର ସବୁୁୁଜ ରଖିବା ପାଇଁ ସିଏ ତିଆରି କରେ ତାଜମହଲ,ତା ପାଇଁ ଇତିହାସ ର ପୃୃଷ୍ଠା ଏବଂ ଉଦାହରଣ ର ଆଲେଖ୍ୟ। ପ୍ରେମ ର ସଂଜ୍ଞା କୁ ବୁଝି, ପରିଭାଷା କୁ ବିିଶ୍ଳେଷଣ କରି ଉଜ୍ଜୀବିତ ହୋଇଥିବା ଦୁଇଟି ମନର,ଆବେଗ ର, ଆତ୍ମା ର ପ୍ରେମ ହୁଏ ଶାଶ୍ୱତ ଚିରନ୍ତନ।ଏହା ଯଦି ବିପଥଗାମୀ ହୁଏ ତେବେ ସୃଷ୍ଟି ହୁଏ ବିପ୍ଳବ, ରକ୍ତପାତ। ସେଥିପାଇଁ କୁୁୁହାଯାଏ,ପ୍ରକୃୃତ ପ୍ରେମରେ
ସ୍ୱାର୍ଥ ନ ଥାଏ କିଛି ପାଇବାର ଲାଳସା ନ ଥାଏ।
ତେଣୁ ଏହାର କେବେ ଅନ୍ତ ହୁଏନାହିଁ।ଏହିଭଳି ଏକ
ଶାଶ୍ୱତ ପ୍ରେମର ପ୍ରତିରୂପ ରଶ୍ମୀ ଓ ପରେଶ।
ଗାଁ ଚାଟଶାଳୀ ଠାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଏକାଠି
ପଢିଲେ ରଶ୍ମୀ ଓ ପରେଶ।ଦୁୁୁଇ ମଧ୍ୟବିତ ପରିିବାରର
ଦୁଇଜଣ।ପିଲାବେଳୁ କେବଳ ପାଠପଢା କାହିଁକି ଖେଳକୁଦ,ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ସବୁଥିରେ ଦୂୂହିଁଁଙ୍କର ଉପସ୍ଥିତି।ପୁୁୁରସ୍କାର ପାଇବାରେ
ବି ଆଗରେ, ଜଣେ ପ୍ରଥମ ହେଲେ ଆର ଜଣକ
ଦ୍ୱିତୀୟ।ସେଥିପାଇଁ ଅନ୍ୟ ମାନଙ୍କ ଇର୍ଷା ର ପାତ୍ର ସେମାନେ।ଗଣେଶ ପୂୂଜା,ରଜଦୋଳୀ, କୁମାର ପୂର୍ଣ୍ଣିମା,ବୋଇତ ବନ୍ଦାଣ ସବୁକୁ ଏକାଠି ଉପଭୋଗ କରନ୍ତି।ପରସ୍ପର ପ୍ରତି ଅନାବିଳ ଭଲପାଇବା ଥାଏ ଆନ୍ତରିକତା ଥାଏ,ପ୍ରେମ ଥାଏ କିନ୍ତୁ ତାହା ତ୍ୟାଗର, ଭୋଗର ନୁହେଁ।ବୟସର ବୃୃଦ୍ଧି ସହିତ ରଶ୍ମୀ, ଯୌବନର ଉତ୍ତାଳ ତରଂଗରେ ଉବୁଟୁବୁ, ଆକର୍ଷଣୀୟ ଅଂଗସୌଷ୍ଠବ,ଯୁବତୀ ସୁଲଭ ଠାଣୀରେ ବାରମ୍ବାର ନିଜକୁ ପରଖୁଥିବା ବେଳେ ଜଣେ ବଳିିିଷ୍ଠ,ତେଜୀୟାନ ଯୁୁବକ
ଭାବେ ନିଜର ଯୌବନକୁ ଉପଭୋଗ କରୁଥିଲା ପରେଶ।ହଁଁ,ଏହାହିଁ ତ ସୃୃୃଷ୍ଟିର ବୈଚିତ୍ର୍ୟ।ଏ ବିଚିତ୍ରତା ଆହୁରି ଗମ୍ଭୀର ହୁଏ ଯେତେବେଳେ ନାରୀ ଓ ପୁରୁଷ ଅଲଗା ହେବାକୁ ହୁୁଏ ପୁଣି ଏକାଠି ହେବା ଯାଏଁ। ସେଥିରୁ ବା ବାଦ୍ ଯାଆନ୍ତେ କିପରି ଏମାନେ।ଏକାଠି ଖେଳିିବା,ହାତରେ ହାତଛନ୍ଦି ଚାଲିିିବା,ଏକାଠି ବସିବା ସେମାନଙ୍କ ପାଇଁ ନିଷିଦ୍ଧ ହୋଇଯାଏ।ଭାବିବାକୁ ହୁୁଏ
ଏ ଯୌବନୋଦ୍ଦୀପ୍ତ ସମୟ ଠାରୁ ବହୁତ ଭଲ ଥିଲା
ପିଲାଦିନ। ଦୂହେଁ ଦୂହିଁଙ୍କୁ ପାଇବାର ଲୋଭ ଥାଏ, ଆତ୍ମିିକ ଆକର୍ଷଣ ଥାଏ,ଥାଏ ସୁଖ ଦୁୁଃଖ ବାଣ୍ଟିିିବାର ଆଗ୍ରହ, ଅନୁଭୁତି ବଖାଣିବାର ଇଛା।ନ ଥାଏ ଦୈହିକ କାମନାର ପରିତୃପ୍ତି୍,କ୍ଷଣିିିକ ଆବେଗର ଭୂଲ୍ ,ସମାଜ ଦ୍ବାରା ସୃଷ୍ଟ ଟିକ୍କାଟିିିପଣୀ ଜନିତ ଦୁଃଖ ଓ ଅନୁଶୋଚନା।କାରଣ ସେମାନଙ୍କ ପ୍ରେମ,ଭଲପାଇବା
ବନ୍ଧୁତ୍ୱ ର ବନ୍ଧନ ରେ ରହିଥାଏ। ପ୍ରେମ ଯେ ଦୈହିକ ମିଳନର ଭାବ ନୁହେଁଁ ବରଂ ବନ୍ଧୁତ୍ୱର ନିିଛକ ପ୍ରତିିିଛବିଟିିଏ,ଏକଥା କୁୁ ସେମାନ ଠିିିକ୍ ସେ ବୁୁଝି ପାରିଥିଲେ।ପାଠପଢା ପରେ ରଶ୍ମୀ
ଗାଁ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଏବଂ ପରେଶ ହାଇଦ୍ରାବାଦରେ କୌଣସି ଏକ ପ୍ରତିିିଷ୍ଠିିତ କମ୍ପାନୀ ରେ ଭଲ ଅଙ୍କର ଦରମାରେ ଏକ କର୍ମଚାରୀ।ବନ୍ଧୁୁୁତ୍ୱରେ ହେଉ ଅବା ପ୍ରେମରେ ଦୂରତା ବହୁତ କଷ୍ଟକର ହୁଏ ସିନା କିନ୍ତୁ ତାହା ନିବିିିଡ ହୁଏ।ତେଣୁ ଯେତେବେଳେ ବି ପରେଶ ଗାଁଁ କୁୁ ଆସେ ଖୁସୀ ହୁଏ ରଶ୍ମୀ।ବନ୍ଧୁତା ଖାତିର ରେ ତାକୁ ସ୍ୱାଗତ କରେ ସେ।ପରିବାର ସଦସ୍ୟ ଙ୍କ ଗହଣରେ ଆଳାପ ଆଲୋଚନା, ଖୁସିଗପ,ଅନୁଭୂତି ର ଆଦାନପ୍ରଦାନ ହୁଏ ଦୂୂୂହିିଁଙ୍କ ଭିତରେ ଖୁବ୍ ସହଜ ଭାବରେ।
ବୟସର ବାସ୍ନା ଟିକେ ନିଆରା।ସିିିଏ କାହାକୁ ଖାତିରି କରେନା।ମାଡି ଚାଲିଥାଏ ଆଗକୁ,ଠିକ ନଦୀର ସୁଅ ପରି।ସମସ୍ତେ ତା କବଳରେ ପଡିଯାଆନ୍ତି,ନିଜ ଅଲକ୍ଷରେ।ରଶ୍ମୀ ଓ ପରେଶର
ପରିବାର ବି ସେମାନଙ୍କ ବୟସ କୁ ନେଇ ଚିନ୍ତା କରନ୍ତି।ଏମାନଙ୍କ ବିନା ସମ୍ମତିରେ ନିିିଷ୍ପତି ବି ନିିିଅନ୍ତି
ଏ ଦୂହିଁଁଙ୍କୁ ଗୋଟିଏ ବସାରେ ବାନ୍ଧିବା ପାଇଁ।ଏ ଯାଏଁ
ପରସ୍ପରକୁ ବିବାହ କରିବାର ସ୍ୱପ୍ନ ବି ଦେଖିିିନଥିବା
ଦୁଇ ବନ୍ଧୁ, ପରିିିବାରର ଏ ଭଳି ନିଷ୍ପତ୍ତି କୁ ସହଜରେ
ଗ୍ରହଣ କରିପାରନ୍ତି ନାହିଁ। ହେଲା ପରେଶ
ହଁ ରଶ୍ମୀ, କୁୁହ। ତୁମେ କଣ ଚିିନ୍ତା କରୁଛ,ଆମ ପରିବାର ର ନିଷ୍ପତ୍ତିରେ?
ମୁଁ କିନ୍ତୁ ଖୁସି ନୁହେଁ।ତୁୁୁମର ମତ?
ମୁଁ ଝିଅ ପିିଲା।ପୁରୁଷ ପ୍ରଧାନ ସମାଜରେ ଆମ ଭଳି
ଝିଅ ମାନଙ୍କର ନିିଷ୍ପତ୍ତିଟା ଗୌଣ।ତଥାପି ମୋର
ଏକାନ୍ତ ଇଛା ଆମେ ଦୁହେଁ ପରସ୍ପରର ବନ୍ଧୁ ହୋଇ ରହିବା ସାରା ଜୀବନ।ସେଇ ହସଖୁସି,ଆନ୍ତରିକତା,
କୃତ୍ରିମ ରାଗରୁଷା ଭିତରେ।ତା ପରେ ତୁମ ଇଛା।
ମୋର ବି ସେହି ଇଛା ରଶ୍ମୀ।ମୁଁ ବାପାଙ୍କୁ ଏବଂ ମଉସାଙ୍କୁ ବୁଝାଇ ଦେବି।ରହୁଛି।
ଆଜି ଲଗ୍ନରେ ଦୂହିଁଙ୍କର ବାହାଘର।ବନ୍ଧୁ ପତ୍ନୀ ଙ୍କୁ
ସବାରୀରୁ ଓହ୍ଲାଇ ଘରକୁ ସ୍ୱାଗତ କରୁଥିଲା ରଶ୍ମୀ,
ଖୁସିରେ ଆତ୍ମହରା।ଗାଁ ଶେଷ ବିଦ୍ୟାଳୟ ପାଖରୁ
ଶୁଭୁଥିଲା ବରଯାତ୍ରୀ ଙ୍କ ର ବାଜା,ରୋଷଣୀର ଧ୍ୱନୀ,
ସ୍ୱାଗତ କରିିିବା ପାଇଁ ନିଜକୁ ପ୍ରସ୍ତୁତ କରୁୁୁଥିଲା ପରେଶ,ଆନନ୍ଦ ରେ ମସଗୁଲ।ଏହିି ଆନନ୍ଦ କୋଳାହଳ ଭିିତରେ ସେମାନେ ଅନୁଭବ କରୁଥିଲେସେମାନଙ୍କ ପ୍ରେମ, ବନ୍ଧୁତା,ଭଲପାଇବା ସାକାର ହୋଇଛି।
ଆକାଶ ରେ ଫୁଲେଇ ଜହ୍ନଟା ଏମାନଙ୍କ ବନ୍ଧୁତା କୁ ଦେଖି ଇର୍ଷା କରୁଥିଲା କି କଣ ଟିିକେ ପ୍ରକାଶିିିତ ହୋଇ ପୁୁଣି ମେଘକୋଳରେ ଲୁୁଚି ଯାଉଥିଲା।ଏପାଖରେ ଶଙ୍ଖନାଦ ଭିତରେ ଶୁଭୁଥିଲା ବିିିବାହର
ପବିତ୍ର ମନ୍ତ୍ରଧ୍ୱନୀ।
