STORYMIRROR

Nilakantha Dash

Abstract

4  

Nilakantha Dash

Abstract

ଦେଖିବା

ଦେଖିବା

2 mins
500

   ଜୀବନରେ ବହୁତ ବଡ଼ ସ୍ୱପ୍ନ ଦେଖୁଥିଲା

ଶ୍ୱେତପଦ୍ମା। ଭଲ ପାଠ ପଢିବା, ବଡ ଚାକିରୀ କରିବା,

ବିଭିନ୍ନ ଜାଗା ବୁଲିବା, ସେ ଜାଗା ବିିଷୟରେ ଜାଣିବା, ଏମିତି ବହୁତ କିଛି। କିନ୍ତୁ ଏ ପର୍ଯ୍ୟନ୍ତ ତାର ପାଠ ପଢା

ଚାଲିଥିଲା। ଭଲ ପାଠ ପଢିିିବାର ସ୍ୱପ୍ନ ତା'ର ସାକାର

ହୋଇ ଚାଲିଥିଲା। ଗୋଟିଏ ପରେ ଗୋଟିଏ ସଫଳତା

ର ସିଢି ଚଢୁୁଥିଲା ସେ। ମା'ଙ୍କ ସାମାନ୍ୟ ବିରୋଧ ଥିଲେ ବି ସେ ତା ର ପାଠପଢା ରେ ଡୋରି ବାନ୍ଧି ନ

ଥିଲା।

ବାପା ଙ୍କ ର ଇଚ୍ଛା ପିିିଲାମାନେ ପାଠ ପଢନ୍ତୁ। ନିଜର ଅଳ୍ପ ଜମିରେ କଠିନ ପରିିଶ୍ରମ କରିି ସ୍ୱାଭିିିମାନୀ ପଞ୍ଚୁ- ପଞ୍ଚାନନ ନିଜ ପାଇଁ କିଛି ତ କରି ନ ଥିଲେ, ପରିବାର ପାଇଁ ଭଲ ଘରଖଣ୍ଡେ ବିି ନୁୁହଁ। ତାଙ୍କର ଗୋଟିଏ ଲକ୍ଷ୍ୟ ପିିଲା ମାନଙ୍କ ପାଠପଢା। ଶ୍ୱେତପଦ୍ମା ଏହାକୁ ଠିକ ସେ ବୁଝି ଥିଲା।ବାପାଙ୍କର ଲକ୍ଷ୍ୟ ଓ ନିଜର ସ୍ୱପ୍ନକୁୁ ସାକାର କରିବା ପାଇଁ ତାର ଚେଷ୍ଟା ଜାରି ରଖିଥିଲା। ଆଜି ସେ ଦୂୂୂର ସହରକୁୁ ଯିବ ଉଚ୍ଚ ଶିକ୍ଷା ପାଇଁ। ଲକ୍ଷ୍ୟ ପୁରଣର ଆନନ୍ଦ ଭିିତରେ

ପରିବାର କୁ ଛାଡିି ଯିବାର ଦୁୁଃଖ ରେ ବାପାଙ୍କ ସହ

ସେ ଭୁବନେଶ୍ୱର ଯାଏ। ନୂୂୂଆ ସହର, ନୂଆ ଶିକ୍ଷାନୁଷ୍ଠାନ ନୂଆନୂଆ ସାଂଗ ମାନଙ୍କ ଗହଣରେ ସେ ନିଜକୁ ସମ୍ଭାଳି ନିଏ। ଶେଷ ବର୍ଷ ର ଶେଷ ପରୀକ୍ଷାରେ ବିଶ୍ୱବିଦ୍ୟାଳୟର ଟପ୍ପର ହୋଇ ସ୍ୱର୍ଣପଦକ ପାଏ ସେ। ସେ ଖୁସି, ତା ପରିବାର ବି।

   ଏଯାଏଁ ଏ ସହରକୁ ସେ ଆଖି ପୁରେଇ ଦେଖିନି।

ହଷ୍ଟେଲ, କ୍ଳାସ୍ ,ସପ୍ତାହ ରେ ଥରେ ପାଖ ବଜାର। ବାସ୍।ପାଠପଢା ସରିବାପରେ ଚାକିିିରୀର ଲକ୍ଷ୍ୟ। ଅଳ୍ପ ଦିନର ବ୍ୟବଧାନ ପରେ ସେ ତା ଲକ୍ଷ୍ୟରେ ସଫଳ 

ହେଲା। ଆଜି ସେ ସମ୍ବଲପୁର ର ସରକାରୀ ମହାବିିିଦ୍ୟାଳୟରେ ଇଂରାଜୀ ବିଭାଗର ଅଧ୍ୟାପିକା।

ନିଯୁକ୍ତିପତ୍ର ଧରି ମା ସମଲେଶ୍ବରୀ ଙ୍କୁ ଜୁହାର ହୋଇ

ସେ କଲେଜରେ ଯୋଗଦେଲା। ଚାରିିିଦିନ ର ଛୁଟି ଥିଲା କଲେଜ। ସେ ଚିନ୍ତାକଲା ଏ ସହର କୁ ଟିିକେ

ଵୂଲିବ। ବିଭିନ୍ନ ଜାଗା ଦେଖିବ। ଜଣେ ସହକର୍ମୀ ଙ୍କୁ

ନେଇ ସେ ବୁଲିଲା ମା ସମଲେଶ୍ବରୀ ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର, ଚିପିିିଲିମା, ହୀରାକୁୁଦ, ଆହୁରି କେତେ ଜାଗା।ସେ ଖାଲି ଦେଖୁୁୁନଥିଲା ଦେଖିବାର ମାନସିକତା ରେ ସେ ଦେଖୁୁୁଥାଏ ଜାଗା ସବୁ। ଜାଗା ବୁଲିବା, ଉପଭୋଗ କରିବା ସମସ୍ତେ କରନ୍ତି କିନ୍ତୁ ତାକୁ ନିରେଖୀ ଦେଖିବା ସମସ୍ତଙ୍କ ଦ୍ବାରା ହୁଏନି। କିନ୍ତୁ ଶ୍ୱେତପଦ୍ମା ,ଦେଖିବା ପାଇଁ ଦେଖୁୁୁଥିଲା।ତାହା ହିଁ ତାର ବିଶେଷତା।

   ବୟସ କୁ ଅଟକାଇ ପାରି ନ ଥିଲା ସେ।ଉଚ୍ଚ ଶିକ୍ଷିିିତ,ସଂସ୍କାରୀ ପରିିବାର,ଭଲ ଦରମାରେ ଚାକିରୀ

କରିଥିବା ସଫ୍ଟୱେର ଇଂଜିନିୟର ବିନୟଙ୍କ ସହ ଠିକ ସମୟରେ ସେ ନୂତନ ଜୀବନ ଆରମ୍ଭ କଲା।ଗ୍ରୀଷ୍ମ

ଅବକାଶରେ ବିିିନୟ ସହ ଯାତ୍ରା କଲା ଆଉ ଏକ ନୂଆ ସହର,ବିନୟଙ୍କ କର୍ମ ସ୍ଥଳୀ,ବାଂଗାଲୋର।

ଗାର୍ଡେନ ସିିିଟିିିର ସ୍ୱାସ୍ଥ୍ୟକର ତଥା ଉତ୍ସାହପ୍ରଦ ପରିବେଶ ମଧ୍ୟରେ ନିଆରା ଅନୁୁୁଭୂତି ସାଉଁଟିବାକୁ ସେ ନିଜକୁ ପ୍ରସ୍ତୁତି କରିିନେଲା। ସହରର ବିଭିନ୍ନ ପାର୍କ, ଟିପୁ ସୁଲତାନ ପ୍ରାସାଦ, ଶୋଭାମଣ୍ଡିତ ହ୍ରଦର ରୂପକୁ ଆଖିପୁରେଇ ଦେଖୁୁୁଥିଲା ସେ। ଲାଲବାଗ,କୁବନ ପାର୍କ

ମଡ୍ ଫୋର୍ଟ ର କଳା,ସ୍ଥାପତ୍ୟ ତାକୁ ଅଭିଭୂତ କରୁଥିଲା।କୌଣସି କୀର୍ତ୍ତିିରାଜିି,ପ୍ରକୃୃୃତି ର ନୈସର୍ଗିକ

ଶୋଭାକୁ ଦେଖିବା, ତାକୁ ଉପଭୋଗ କରିିବାର କଳା

ସମସ୍ତ ଙ୍କ ପାଖରେ ନ ଥାଏ, ଯାହା ଶ୍ୱେତପଦ୍ମା ପାଖରେ ଥିଲା। ସେଭଳିି ମାନସିିିକତା ନ ଥାଇ ଦେଖିବାରେ ଆନନ୍ଦ ମିିଳେ କିନ୍ତୁ ତାର ମାନେ କିଛି ନ ଥାଏ। ସମସ୍ତେ ଏହାକୁ ବୁୁଝି ପାରନ୍ତି ନାହିଁ,ସେ କିନ୍ତୁ ବୁଝିଥିଲା।ସବୁପରେ ଦେଖିବାର ଏକ ଅଦମ୍ୟ ଆଗ୍ରହ ତାକୁ ଆନନ୍ଦ ର ଅନୁଭବ ଦେଉଥିଲା ତା ସ୍ୱପ୍ନ ପୂରଣ ହେଉଥିଲା।

   ବାଂଗାଲୋର ସହରର ସୌନ୍ଦର୍ଯ୍ୟରେ ନିମଗ୍ନ ହୋଇ ସେ ନିଜକୁ ଭୂଲି ଯାଇଥିଲା। ସରି ଆସୁଥିଲା ଗ୍ରୀଷ୍ମ ଅବକାଶ।ସେମାନେ ପ୍ରସ୍ତୁତି କରୁଥିଲେ ନିଜ ଘରକୁ ଫେରିବାକୁ।ଏକ ସୁୁୁନ୍ଦର ଓ ମଧୁୁୁର ଅନୁୁଭୂତିି ସେ ଫେରିଥିଲା ତା ଶାଶୁୁୁଘର,ପୁଣି ବାପଘର, ପରେ ପରେ ନିିିଜର କର୍ମସ୍ଥଳୀକୁ। ଅପେକ୍ଷା କରୁୁୁଥିଲା ଦେଖିବାର ସ୍ୱପ୍ନ କୁ ପୂର୍ଣ୍ଣ କରିବାକୁ।



Rate this content
Log in

Similar oriya story from Abstract