STORYMIRROR

Nilakantha Dash

Inspirational

4  

Nilakantha Dash

Inspirational

ମଣିଷ ପଣିଆ

ମଣିଷ ପଣିଆ

4 mins
428

ରାତ୍ରିର ଗଭୀରତା ଭିତରେ ସହରର ଝଲମଲ ଆଲୋକ ଠାରୁ ଦୂରରେ,ସହର ଉପକଣ୍ଠରେ ଦଣ୍ଡାୟମାନ କେତେଗୁଡିଏ ବତୀଖୁଣ୍ଟ।ନିଷ୍ପ୍ରଭ ଆଲୋକର ଛିଟା, ପଥଚାରୀ ଙ୍କ ପାଇଁ।ପ୍ରାୟ ଆଠ ଦଶଟି ବତୀଖୁଣ୍ଟ ପାଖରେ ଆଠ ଦଶ ଜଣ ସୁନ୍ଦରୀ ତରୁଣୀ।ଆଖିରେ ସମ୍ମୋହନର ଭାଷା, ଦେହରେ ଦାମୀ ଅତରର ବାସ୍ନା, ମୁହଁରେ ଆଧୁନିକତାର ମେକାପ, ଲଜ୍ଜା ସଂପୂର୍ଣ୍ଣ ପରାହତ କିନ୍ତୁ ଉଲଗ୍ନ ବୋଲି କୁହାଯାଇ ପାରିବ ନାହିଁ।ସେମାନଙ୍କ ତ୍ରସ୍ତ ଚାହାଁଣୀ ଜଣାଇ ଦେଉଥିଲା ସେମାନେ ଯେପରି ଅପେକ୍ଷାରତ।ସଂକ୍ଷେପରେ କହିଲେ, ସମସ୍ତେ ଥିଲେ ରାତି ର ନାୟିକା, ଗଣିକା, ବେଶ୍ୟା।ସନ୍ଧାନ-କାମନାର ଅଗ୍ନି ରେ ବଶୀଭୂତ ହୋଇଥିବା, ସୁନ୍ଦରୀ ନାରୀର ଭରା ଯୌବନ କୁ ଖୋଜୁଥିବା ପୁରୁଷର।

ସହରର କଳା ମଚମଚ ରାସ୍ତାରେ ଆଗକୁ ବଢୁଥିବା ବୁଲେଟ ମଟର ସାଇକେଲ ଟି ହଠାତ ଅଟକି ଗଲା ସାତ ନମ୍ବର ବତୀଖୁଣ୍ଟ ପାଖରେ।ଫ୍ରେଞ୍ଚ କଟ୍ ଦାଢୀ ସାଂଗକୁ ଆଖିରେ ଦାମୀ ଚଷମା, ବେଶ ପରିପାଟିରୁ ଜଣାଯାଉଥିଲା ଧନୀକ ଶ୍ରେଣୀ ର ଯୁବକ।ବଳିଷ୍ଠ ଚେହେରା, ମାର୍ଜିତ ଭାଷା।ତରୁଣୀ ର ମୁହଁ ରେ ହସ,ଆଜି ରାତିର ରୋଜଗାର ଆଶାରେ।ଯୁବକର ଉଦ୍ଦେଶ୍ୟ କିନ୍ତୁ ଥିଲା ଭିନ୍ନ।ଆଶ୍ଚର୍ଯ୍ୟ ରେ ପ୍ରଶ୍ନ କଲା, ଏତେ ରାତିରେ ଏ ସ୍ଥାନରେ ଏକାସାଙ୍ଗରେ ଏତେ ଯୁବତୀ ତରୁଣୀ?

ଏ ରାତି ହିଁ ଆମକୁ ଦିବସର ଆଲୋକ ଦେଖାଏ ବାବୁ, ଆସନ୍ତା କାଲିର ଦୂନିଆରେ ବଂଚିବା ପାଇଁ, ଦୁଇ ମୁଠା ଆହାର ପାଇଁ।ଆପଣ ଆଜି ରାତିରେ ମୋର ହେବେ ବାବୁ?ନିଃସଂକୋଚରେ ପ୍ରଶ୍ନ କଲା ତରୁଣୀ।

ତୁମ ନା?

କିଏ କେତେ ନା ରେ ଡାକନ୍ତି।

ତଥାପି?

ପିତୃଦତ୍ତ ନା'ଟା କହି ସେ ନା'ର ଅସମ୍ମାନ କରିବାକୁ ଚାହୁଁନି।

ତୁମ ବାପା ଙ୍କ ନା?

ନା'ଟା କହି ସେ ପବିତ୍ର ଆତ୍ମା ର ଶାନ୍ତିରେ ବାଧକ ହେବାକୁ ଚାହୁଁନି।

ତୁମ ଗାଁ?

ମୋ ମା'ମାଟିକୁ, ମୋ ଜନ୍ମଭୂମି କୁ ମୁଁ ବହୁତ ଭଲପାଏ ବାବୁ।ସେଥିପାଇଁ ତ ଏ କଳଙ୍କିନୀ ଗାଁ ଛାଡିଛି ବାବୁ।ସେ ନା ଟା କହି ମୋ ପବିତ୍ର ଜନ୍ମମାଟି କୁ ଅପବିତ୍ର କରିବାକୁ ଚାହୁଁନି।

ହେଲେ ଏତେ ପ୍ରଶ୍ନ କାହିଁକି ବାବୁ।ମୋ ପରିଚୟ ନେଇ କଣ ମୋତେ ଉପଭୋଗ କରିବେ?

ଆରେ ବାଃ ଏତେ ସୁନ୍ଦର କଥା କହୁଛ,ସ୍ୱାଭିିିମାନୀ ର କଥା କହୁଛ, ଅଥଚ

ତୁମେ ଶିକ୍ଷିତ ନିଶ୍ଚୟ?

ହଁ, ବାବୁ।ପ୍ଳସ ଟୁ ପାସ୍ କରିଛି।

ସବୁ ତ ଶୁଣିଲେ, ଏଥର ମୋତେ ଆଜି ରାତିର ସାଥୀ କରିବେ?

ଠିକ୍ ଅଛି।ଚାଲ।ଯୁବକର ମନରେ କିନ୍ତୁ ତରୁଣୀର ଦେହକୁ ନୁହଁ ବରଂ ତା ଠାରୁ ଉର୍ଦ୍ଧ୍ବରେ ଆଉ କିଛି ଭାବନା ।

ସେହି କଳା ସଡକ ଉପରେ ପୁଣି ଗଡିଲା ମଟର ସାଇକେଲ, ଆଉ ଜଣେ ଆରୋହୀର ଭାର ବହନ କରି ନିକଟସ୍ଥ ଏକ ଆଜବେଷ୍ଟସ ଘରକୁ।ମିଛ ଅଭିସାରିକା ବେଶରେ ନିଜକୁ ସଜାଇ ଦେଇ ଶଯ୍ୟା ପ୍ରସ୍ତୁତ କରି ଯୁବକକୁ ଆହ୍ୱାନ କଲା ତରୁଣୀ।ନିଜ ଶରୀରରୁ ବସ୍ତ୍ର ଖୋଲିବାକୁ ଉଦ୍ୟତ ହେଲା।ବାଧା ଦେଲା ଯୁବକ।ଆଶ୍ଚର୍ଯ୍ୟ ହେଲା ସେ।ତା ବେଶ ପରିପାଟିରେ କୋଉଠି କମ ହେଲାକି?ସେ ଆକର୍ଷଣ କରିପାରୁନି ତାକୁ?ନିଜକୁ ପ୍ରଶ୍ନ କଲା ସେ।

ତାର ହାବଭାବକୁ ଲକ୍ଷ୍ୟ କରି ଯୁବକ ମୁହଁ ଖୋଲିଲେ।ମୁଁ ତୁମର ସାଥି ହେବାକୁ ଆସିଛି, ଶଯ୍ୟା ସଂଗ ପାଇଁ ନୁହେଁ।ବରଂ ତୁମକୁ ଏ ଘୃଣ୍ୟ କାର୍ଯ୍ୟରୁ ଦୂରେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ମୋର ଇଚ୍ଛା।ମୁଁ ଜଣେ ଉଦ୍ଦ୍ୟୋଗପତି,ସମାଜସେବୀ ମହେଶ ଚୌଧୁରୀ।ତୁମେ ରାଜି?

ନିଜକୁ ବିଶ୍ୱାସ କରିପାରୁନଥିଲା ତରୁଣୀ।ବହୁବର୍ଷ ପରେ ସେ ପ୍ରଥମ ଥର ପାଇଁ ଶୁଣୁଛି ଏମିତି ଏକ କଥା।

ତୁମର ଦୈନିକ ରୋଜଗାର କେତେ?

ମାତ୍ର ତିନି ଶହ ପଚାଶ ଟଙ୍କା ବାବୁ।ପ୍ରତ୍ୟେକ ଦିନ ମୁଁ ଜଣକୁ ହିଁ ସାଥି କରେ ବାବୁ।

ଏ ଭଳି ରାସ୍ତାକୁ ଆପଣାଇବାର କାରଣ?

କୌଣସି ଝିଅ ଏ ଘୃଣ୍ୟ କାର୍ଯ୍ୟକୁ ସ୍ୱତଃପ୍ରବୃତ ଭାବେ ଆସି ନ ଥାଏ ବାବୁ।ସମୟ, ପରିବେଶ, ପରିସ୍ଥିତି ତାକୁ ବେଶ୍ୟା ସଜାଇ ଦିଏ,ତାର ଅନିଚ୍ଛାରେ।କରୋନାର ପ୍ରକୋପ, ମୋ ଅସହାୟତା ମୋତେ ଆଜି ଏଇଠି ଠିଆ କରାଇଛି।ମାତ୍ର ପନ୍ଦର ଦିନରେ କରୋନାରେ ଆକ୍ରାନ୍ତ ହୋଇ ବାପା ମା ମୋତେ ଛାଡି ଆରପାରିକୁ ଚାଲିଗଲା ପରେ, କିଛି ନାରୀ ମାଂସ ଲୋଭୀ ଲମ୍ପଟ,କାମୁକ ମଣିଷର ଶୀକାର ହୋଇଗଲି ମୁଁ।ସମ୍ଭ୍ରାନ୍ତ ଘରର ମଣିଷ ଗରୀବ ଝିଅ ମାନଙ୍କୁ ଯେତେବେଳେ ନିଜର ଦେହର ଭୋକ ମେଣ୍ଟାଇବା ପାଇଁ ବ୍ୟବହାର କରେ ଏ ସମାଜ ସେତେବେଳେ ସେମାନଙ୍କୁ ନୁହଁ ବରଂ ଆମଭଳି ଝିଅ ମାନଙ୍କୁ ଆକ୍ଷେପ କରେ,ଟାହିଟାପରା କରେ,କଳଙ୍କିନୀ କହେ।ଆପଣ ସତ କହିଲେ ବାବୁ, ଗୋଟେ ଝିଅ ତା କୁଆଁରୀ ମନର ସ୍ୱପ୍ନକୁ କଣ ବାଧ୍ୟ ହୋଇ ଗୋଟାଏ ପରପୁରୁଷକୁ ଦେଇଥାଏ।

ଗାଁ ଲୋକଙ୍କ ଆକ୍ଷେପ କଟୁଶବ୍ଦ ସହିପାରିଲିନି।ଗାଁ ଛାଡିଲି।ସହରାଭିମୁଖୀ ହେଇଗଲି।କିନ୍ତୁ ଏଠି ବି ସେଇ କଥା।ଯୌବନ କୁ ଲୁଚାଇରଖିବାର ଚେଷ୍ଟା କଲି।ପ୍ରାଇଭେଟ ଚାକିରୀ କରି ବଂଚିଲି।କିଛି ସହରୀ ଯୁବକଙ୍କ କାମନାର ଶିକାର ହୋଇ ମୋ ଅଜାଣତରେ ମୁଁ ଏ ରାସ୍ତାରେ ପାଦଦେଲି।ବାସ୍ ମୋ ପରିଚୟ ବଦଳି ଗଲା।ମୁଁ ହେଇଗଲି ବେଶ୍ୟା।ମୋ ନା ଯମୁନା।ପାଠ ପଢିଛ।ତୁମ ଭିତରେ ସମ୍ଭାବନା ଟିଏ ମୁଁ ଦେଖିପାରିଛି।ମୋର ଗୋଟେ କଥା ରଖିବ?

କୋଉ କଥା ବାବୁ?

ରାତି ପାହିବାକୁ ଅଳ୍ପ ବାକି।କୁହନ୍ତୁ।

ହଁ, କଣ କହିବ।ଏଇ,ବେଶ୍ୟାବୃତ୍ତି ଛାଡିଦେଇ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିନିଅ।

ବଂଚିବାକୁ ମୋର ଭାରି ଲୋଭ ମହେଶ ବାବୁ।

ମୋ କଂପାନୀରେ ଚାକିରୀ କରିବ?

ମାସକୁ ଦରମା କୋଡିଏ ହଜାର।ରାଜି?

କାହିଁକି କରିବିନି ବାବୁ।ମୁଁ ତ ମୋ ଇଚ୍ଛାରେ ଏଭଳି ପାପ କରୁନି।କିନ୍ତୁ ଏହା ସତ୍ୟ ନା ଆଉକିଛି?

ଏହା ସତ୍ୟ ଯମୁନା।

ନିଜକୁ ବିଶ୍ୱାସ କରି ପାରୁନଥିଲା ଯମୁନା।ଏକ ଅଜଣା ଭବିଷ୍ୟତର ଆଶା ଆଙ୍କକ୍ଷା ଭିତରେ ସେ ହଜିଗଲା।

ମୋର ଆଉ ଏକ ପ୍ରସ୍ତାବ ରଖିବ?

ଭୟ ପାଇଗଲା ସେ।ପୁଣି କି ପ୍ରସ୍ତାବ।ଭୟ ପାଇଗଲା ସେ।

କୁହନ୍ତୁ ମହେଶ ବାବୁ।

ମୁଁ ତୁମକୁ ବିବାହ କରିବି।

ଯମୁନା ଭାବି ପାରୁନଥିଲା ସେ ନିଦ୍ରିତ ନା ଜାଗ୍ରତ।ସେ ସ୍ୱପ୍ନ ଦେଖୁନି ତ?ଏ ଯୁବକ ତାକୁ ଉପହାସ କରୁନାହାନ୍ତି ତ?ବିବାହ ପୁଣି ଏ ଯମୁନା ବେଶ୍ୟାର ?

ସେ ମଧ୍ୟ ସ୍ୱପ୍ନ ଦେଖିଥିଲା ବିବାହର,

ସଂସାରର ମାତୃତ୍ୱର।କିନ୍ତୁ ତା ସ୍ୱପ୍ନ, ସ୍ୱପ୍ନରେ ରହି ଯାଇଛି।ସମାଜରେ ସେ ଏକ ଘୃଣିତ ଚେହେରା।କାରଣ

ପୁରୁଷ,ନାରୀର ଭରା ଯୌବନରେ

ଭରି ରହିଥିବା ନରମ ମାଂସ ଖୋଜେ।ତାପରେ ସେହି ପୁରୁଷ ହିଁ ଏ ନାରୀକୁ, ନାରୀର ଏହି କାମକୁ ଘୃଣା କରେ।ସମାଲୋଚନା କରେ।

କଣ ଭାବୁଛ?

କାହିଁକି ଉପହାସ କରୁଛନ୍ତି ମହେଶ ବାବୁ।

ନା ନା ଉପହାସ ନୁହେଁ।ମୁଁ ତୁମକୁ ବିବାହ କରିବି।ମୁଁ ସତ କହୁଛି।କିନ୍ତୁ ତୁମ ଇଚ୍ଛା ଉପରେ ଏହା ନିର୍ଭର କରୁଛି।

ଅନ୍ତରର ଭାବୋଛ୍ୱସକୁ ଆଉ ଚପାଇ ରଖି ପାରିଲାନି ସେ।

ଆପଣଙ୍କ ପ୍ରସ୍ତାବରେ ମୁଁ ରାଜି।

ନିକଟସ୍ଥ ମନ୍ଦିରରେ ପ୍ରଭାତି ଶଂଖ ବାଜିଥିଲା।

ତା ପରଦିନ ଯମୁନା ଓ ମହେଶ ବାବୁ ଙ୍କ ବାହାଘରର ସାହାନାଇ ବାଜୁଥିଲା ଯମୁନା ଇଣ୍ଟରପ୍ରାଇଜର୍ସର ସୁଶୋଭିତ ଅଟ୍ଟାଳିକାର ଭବ୍ୟ ଆଲୋକମାଳା ମଧ୍ୟରେ।ପବିତ୍ର ଓଁକାରର ମୁର୍ଚ୍ଛନା , ଶଂଖନାଦ ଆଉ

ବ୍ରାହ୍ମଣର ପବିତ୍ର ମନ୍ତ୍ର ଝଂକାରରେ ଯେତେବେଳେ ତା ହାତଗଣ୍ଠି ପଡୁଥିଲା, ତା ବାପା ମା ଙ୍କୁ ମନେ ପକାଇ ଦୁଇଟୋପା ଅଶ୍ରୁ ନିଗାଡି ଯମୁନା ଭାବୁଥିଲା ସମାଜରେ ଏମିତି ବି ବିବେକବାନ ପୁରୁଷ ଅଛନ୍ତି। ମଣିଷ ପଣିଆ ଏବେ ବି ବଂଚିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational