STORYMIRROR

Nilakantha Dash

Others

4  

Nilakantha Dash

Others

ଦୀପାବଳୀ ର ଦୁଃଖ

ଦୀପାବଳୀ ର ଦୁଃଖ

3 mins
546

ମିତା, ଚଉଦଟି ଫଗୁଣ କୁ ଅତିିିକ୍ରମ କରି ସାରିଥିବା ଚନ୍ଦନ ବାବୁଙ୍କ ଅଲିଅଳୀ ଝିଅ ମିତା।ରୂପରେ ଯେମିତି ଗୁଣରେ ବି ସେମିତି।ପିଲାଟି ଦିନରୁୁ କାହାର ଦୁଃଖ ସହିିିପାରେନି।ସେଥିପାଇଁଁ ତ ଘରେ, ବାହାରେ, ବିଦ୍ୟାଳୟରେ ସେ ସମସ୍ତଙ୍କ ପ୍ରିୟ। ବିଦ୍ୟାଳୟରେ ନିଜ ଜଳଖିଆ କୁ ଭାଗକରି ଖାଇବା, ଗରିବ ପିଲାଙ୍କୁ ସାହାଯ୍ୟ କରିବା ତାର ଅଭ୍ୟାସ।ତାର ବ୍ୟବହାର, ସରଳତା, ଚାଲିଚଳଣ ପାଇଁ ସେ ସମସ୍ତଙ୍କ ପାଖରୁ ଆଦର ପାଏ।ତା'ର ପରିିିବାର କହିଲେ ବାପା ଚନ୍ଦନ ବାବୁୁ, ମା ବାସନ୍ତୀ ଦେବୀ,ଗେହ୍ଲା ଭାଇ ରୋହନ୍ ।

ମଧ୍ଯବିତ୍ତ ସଂସାରରେ ଅଭାବବୋଧ ପ୍ରାୟ ନ ଥାଏ । ସେଦିିିନ ଗଣେଶ ପୂଜା ଥାଏ।ଦୁଇ ଦିନ ଆଗରୁୁ ଘରର ସମସ୍ତ ଙ୍କ ପାଇଁ ନୂଆ ଡ୍ରେସ ଆଣିଥାନ୍ତିି ଚନ୍ଦନ ବାବୁ। ମିତା ଓ ରୋହନ ବହୁତ ଖୁସି। ହଠାତ ଅସୁସ୍ଥ ହୋଇପଡିଲା ମିତା। ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଲା। ବାପା ମା ବ୍ୟସ୍ତ ହୋଇପଡିଲେ। ରକ୍ତ ପରୀକ୍ଷା କରି ସେ ଔଷଧ ସେବନ କରୁୁୁଥାଏ।ଜ୍ୱର କମୁନଥାଏ। ତା ପାଇଁ ଗଣେଶ ପୂଜା ଫିକା ପଡିିିଗଲା ଏ ବର୍ଷ।ତା ସାଂଗ

ମାନେ ବି ତା ଅନୁପସ୍ଥିତି ରେ ଖୁୁସୀ ହୋଇ ପାରିିିଲେ

ନାହିଁ।ପାଞ୍ଚ ଦିନର ଅସୁୁସ୍ଥତା, ଔଷଧ ସେବନ ପରେ

ମିତା ସୁସ୍ଥ ହେଲା । ସମସ୍ତେ ଖୁସି।

 ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ଜଗନ୍ନାଥ ପରା ଓଡ଼ିଆ ଙ୍କ ଆରାଧ୍ୟ।ତାଙ୍କର ତ ବାର ମାସରେ ତେର ପର୍ବ।ପରଂପରା ଅନୁସାରେ ସବୁୁ ପର୍ବପର୍ବାଣୀ ପାଳନ ହୁଏ ମିତା ଘରେ। ମହଙ୍ଗା ବଜାରରେ ଆଜିକାଲି ମଧ୍ୟବିିିତ୍ତ ପରିବାରଟିିିଏ ନିଜକୁ କେମିତି ସମ୍ଭାଳି ନିଏ, ତାହା ସେ ଜାଣେ। କିନ୍ତୁ ଚନ୍ଦନ ବାବୁ ଏକଥା କେବେ ନିଜ ପିଲାମାନଙ୍କୁ ଅନୁଭବ କରିବାକୁ ଦେଇ ନାହାନ୍ତି କି ନିଜେ ବିଚଳିତ ହୋଇ ନାହାନ୍ତି। ତେଣୁ ପିଲାମାନେ ଅଭାବକ'ଣ ଜଣନ୍ତିିିନି।

 ଆଜି ମିତା ର ବିଦ୍ୟାଳୟରେ ବାର୍ଷିକ ଉତ୍ସବ। ସେ

ପୁରସ୍କାର ପାଇବ। ଭଲ ଗୀତ ଗାଏନା, ସେଥିପାଇଁ।

ଆଜି ସେ ବହୁତ ଖୁସିି। ପୁୁୁରସ୍କାର ପାଇ ଟ୍ରଫିଟା ବାପାଙ୍କ ହାତକୁ ବଢାଇଦେଇ ବାପା ମା ଙ୍କ ପାଦ ଛୁଇଁ ପ୍ରଣାମ କଲା। ଶେଷରେ ପୁଣିି ତା'ର ନା ଡାକିଲେ ତାର ପ୍ରିୟ ଶିିକ୍ଷକ,ଚଳିତ ବର୍ଷର 'ଭଲ ଛାତ୍ରୀ' ପୁରସ୍କାର ପାଇଁ। ମିିିତା ର ଆଖିିରୁ ଆନନ୍ଦରେ ଲୁହ ଗଡିିିଗଲା।

 କିଛି ଦିନ ପରେ ଆସିଲା ଆଲୋକ ର ପର୍ବ ଦୀପାବଳୀ।ମିତାର ମନରେ କିନ୍ତୁ ଆନନ୍ଦ ନ ଥିଲା। ଆଗ୍ରହ ବି ନଥିଲା। ପ୍ରତ୍ୟେକ ବର୍ଷ ତା' ବାପା ଆଜିିିର ଦିନରେ ନୂଆ ପୋଷାକ, ମିଠା, ବାଣ,ଲିଚୁମାଳ ସବୁ ଆଣୁୁଥିଲେ। ଘର ଆଲୋକ ମାଳା ରେ ଝଲସି ଉଠୁଥିଲା। କିନ୍ତୁ ଏ ବର୍ଷ ଦୀପାବଳୀ ପୂର୍ବରୁ ଭଗବାନ ତା ବାପାଙ୍କୁ ତାଙ୍କ ନିିିକଟକୁ ନେଇ ଯାଇଥିଲେ। ବାପାଙ୍କ ମୃତ୍ୟୁୁ ସହିତ ପରିବାର ର ସବୁ ହସଖୁସି ମଉଳି ଯାଇଥିଲା ସବୁୁୁଦିିିନ ପାଇଁ।

 ସକାଳୁ ସକାଳୁ ରୋହନ ପଚାରିଲା, ଦିଦି, ଆମେ ନୂୂଆ ଡ୍ରେସ ଆଣିବାନି? ମିତା ଆଖିରେ ଲୁହ ଜକେଇ

ଆସିଲା। ସେ ଚାହିଁଲା ରୋହନ ର ମୁହଁଁକୁ ପୁଣି ତା'

ମା'ଙ୍କୁ।ଆଖର ଲୁହ, ଭଂଗା ହୃୃୃଦୟର କୋହକୁ ଚାପି

ରଖିିିବାକୁ ଚେଷ୍ଟା କରି ବି ପାରିଲେନି ବାସନ୍ତୀ ଦେବୀ।ନିଜକୁ ସମ୍ଭାଳିନେଇ ସେ କହିଲା, ଆରେ ଆଣିବାନି କାହିଁକି। ତୁ ଯା ଶୀଘ୍ର ପ୍ରସ୍ତୁତ ହେଇପଡ,

ଆମେ ବଜାର ଯିବା।

 ବଜାର ରୁ ଶାଢୀ, ରୋହନର ଡ୍ରେସ, ମିଠା, ବାଣ

ସବୁ ଆଣିଲା ମିିିତା। ଏତେ ସବୁ ଜିନିଷ ଦେଖି ଦୁଃଖ ଓ ବିରକ୍ତିରେ ବାସନ୍ତୀ ଦେବୀ ପଚାରିଲେ - ଏତେ ଟଙ୍କା କେଉଁଠୁ ଆଣିିିଲୁ ମା? 

 ଦୁୁଃଖମିଶା ଆନନ୍ଦରେ ସେ କହିଲା, ମୋର ହାତଖର୍ଚ୍ଚ ପାଇଁ ବାପା ଦେଇଥିବା ସଂଚିତ ଅର୍ଥ। ତା ପରେ ଆମ ରୋହନ..... ନେ ମା ତୋ ମନପସନ୍ଦ ରଂଗ ର ଶାଢୀ ତୋପାଇଁ ଆଣିିଛି, ପିନ୍ଧି ଦେ। ତୁ ଦୁଃଖ କରେନା ।ଭବିଷ୍ୟତ ପାଇଁ ଆମେ କିଛି କରିବା।କିନ୍ତୁ ଦୂୂୂନିିିଆ ଦାଣ୍ଡରେ ଆମେ ହାରିଯିବାନି। ମୁଁ ଟିଉସନ କରିବି। ଆଖିିରୁ ଝରିପଡୁଥିବା ଅମାନିଆ ଲୁୁହଧାରକୁୁ ପୋଛୁପୋଛୁ ବାସନ୍ତୀ ଦେବୀ ପଚାରିଲେ ଆଉ ତୋର? ନୂଆ ଡ୍ରେସ ପିିିନ୍ଧି ତାକୁ ପ୍ରଣାମ କରି କରି ରୋହନର ସେଇ ଏକା ପ୍ରଶ୍ନ।

କୃତ୍ରିମ ହସଟିିିଏ ହସି ସେ କହିଲା ଅଛି। ଗଣେଶ ପୂଜା

ରେ ବାପା ଆଣିଥିବା ଡ୍ରେସ ଟା । ଏଥିପାଇଁ ବୋଧେ ମୋ ଦେହ ଖରାପ ହେଇଥିଲା ସେଦିନ। ଆଉ କିଛି କହି ପାରିିଲାନି ସେ। ଏକ ସ୍ୱରରେ କାନ୍ଦି ଉଠିିଲେ ସମସ୍ତେ । ଦୀପାବଳୀ ର ଖୁୁସି ଦୁଃଖ ରେ ବଦଳି ଯାଇଥିଲା।



Rate this content
Log in