ନିଆରା ଅନୁଭୂତି
ନିଆରା ଅନୁଭୂତି
ବସ୍ ର ଗତି ସହ ତାଳ ଦେଇ ଅଚେତନ ସ୍ତରରେ ବି ଆନନ୍ଦ ବିିିରାଜମାନ କରୁୁଥିଲା ଏକ ନିଆରା ଅନୁଭୂତି ପାଇଁ ଭିିିନ୍ନ ଏକ ସ୍ଥାନକୁ ଯାତ୍ରା କରୁଥିବା ବସ୍ ର ସମସ୍ତ ଯାତ୍ରୀଙ୍କର।ଯାତ୍ରୀ କହିିଲେ ସବୁ ବର୍ଗର, ସବୁ ବୟସର, ନାରୀ ଓ ପୁରୁଷ।ସମସ୍ତେ ନିଦ୍ରିତ ଥିଲା ବେଳେ ଦୁୁୁଇଜଣ ହିିଁଁ ଜାଗ୍ରତ-ଚାଳକ ଓ ସଂଚାଳକ। ପରସ୍ପର ଆଳାପରତ।କଥାର ଆରମ୍ଭ କିମ୍ବା ଲକ୍ଷ୍ୟ କେହି ଜାଣନ୍ତିନି। ପ୍ରସଙ୍ଗ ଭିନ୍ନ।ମୁଖ୍ୟ ତନୁହେଁ ଗୌଣ ବି ନୁହେଁ। ନୂଆ ଯାଗା ନୂଆ ଅନୁଭୂତି ର ସ୍ୱପ୍ନରେ ସମସ୍ତେ ବିଭୋର।ଶୀତ ଦିନ ରେ ବଣଭୋଜିର ଆକର୍ଷଣ ଟିକେ ନିିଆରା।ସେଥିପାଇଁଁ
ତ ବରଫର ସହର-"ଓଡ଼ିଶାର କାଶ୍ମୀର" ଦାରିଙ୍ଗବାଡି
ଅଭିିିମୁଖେ ଏହି ଯାତ୍ରା।
ସ୍ଥାନଟିର ନାମ ସୂଚୀତ କରେ
ବ୍ରିଟିଶ ଅଫିସର ଦାରିଙ୍ଗ ସାହେବଙ୍କ ଶାସନ କୁ।ବାଡି
କହିଲେ ଗ୍ରାମ କୁ ବୁୁୁଝାଏ। ତେଣୁୁ ଏହି ସ୍ଥାନ ର ନାମ
ଦାରିଙ୍ଗବାଡି। ସ୍ଥାନ ଟିର ପ୍ରତିିିଟି ଅଞ୍ଚଳରୁ ଅନୁଭବ ହୁଏ ଭିନ୍ନ ଆନନ୍ଦ, ପୁଲକିିତ ହୁଏ ମନ ପ୍ରାଣ।ସବୁୁୁଜିମା
ଭରା ସହରଟି ବିଛୁରିତ କିନ୍ତୁ ଆକର୍ଷଣୀୟ।କଫି ବଗିଚା, ହିଲ୍ ଭିଉ ପାର୍କ,ନେଚର୍ ପାର୍କ ହେଉ ଅବା
ହର୍ବାଲ ବଗିଚା ଅଥବା ପ୍ରେମୀ ଯୁୁୁଗଳ ଙ୍କ ମିଳନ ସ୍ଥଳ
ସବୁ ଥିରେ ଭରି ରହିଛି ପ୍ରକୃତିର ମନମୁୁୁଗ୍ଧକର ସୁଷମା।ପ୍ରକୃତିି କୁୁ ଆପଣାଇ ନେବାର ଭାବ ନଥିଲେ
ପ୍ରକୃତି ବି ଉପଭୋଗ ର ଆନନ୍ଦ ଦିିିଏ ନାହିଁ। କିନ୍ତୁୁ ଏ ସ୍ଥାନର ପ୍ରକୃୃୃତି ଟିିକେ ନିଆରା।ଦର୍ଶକ କୁୁ କରେ ଆକର୍ଷଣ ପ୍ରକୃୃୃତି ମନସ୍କ।ପ୍ରକୃତି କୁ ଉପଭୋଗ କରୁୁ କରୁ ସେ ଭାବୁୁକ ହୁଏ,ମନେମନେ ଗାଏ:
ସୁନ୍ଦର ତୃପ୍ତି ର ଅବସାଦ ନାହିଁ
ଯେତେ ଦେଖୁଥିଲେ ନୂଆ ଦିିିଶୁୁୁଥାଇ।
କଫି ବଗିଚା ର ମନୋରମ ଦୃଶ୍ୟ ଦର୍ଶକ ର ଆନନ୍ଦ କୁ ଦ୍ୱିଗୁଣିତ କରେ।
ପାର୍କରେ ଲୋକଙ୍କ କୋଳାହଳ,
ସୁଉଚ୍ଚ ବୃକ୍ଷରାଜି ରେ ପକ୍ଷୀ ମାନଙ୍କ କିଚିିିରିିିମିଚିରି
ଶବ୍ଦ, ଝରଣା ର କୁଳୁୁୁକୁଳୁ ନାଦ,କାକରମିଶା ଧିର ପବନର କୋମଳ ସ୍ପର୍ଶ ପରିବେଶ କୁୁ କରୁଥାଏ ରୋମାଞ୍ଚିତ, ସ୍ଥାନର ମହତ୍ତ୍ଵ କୁ ମହିମା ମଣ୍ଡିିିତ।
ସ୍ଥାନଟିର ନୈସର୍ଗିକ ଶୋଭାକୁ
ଉପଭୋଗ କରୁକରୁ କେତେବେଳେ ଯେ ଲଭର୍ସ
ପଏଣ୍ଟ ରେ ପହଞ୍ଚି ଯାଇଥିଲେ ଦୁଇ ପ୍ରେମୀ ଯୁୁୁଗଳ,
ନିହାର ଓ ନିକିତା ନିିିଜେ ବି ଜାାଣି ପାରିଲେ ନାହିଁ।
ଭବିଷ୍ୟତ ର କାର୍ଯ୍ୟପନ୍ଥା,ଉଚ୍ଚଶିକ୍ଷା,ରୋଜଗାର, ହସଖୁସି ଭିତରେ ସେମାନଙ୍କ ପ୍ରେମ ର ପୂର୍ଣତା ବିଷୟରେ ଆଲୋଚନା ସେମାନଙ୍କ ନିିିବିଡତା ବୃୃଦ୍ଧିି
କରୁଥିଲା।ଦୁଇଟି ମନର ଆବେଗ ବଢୁଥିଲା କିନ୍ତୁ ସମୟ ସହିତ ତାଳଦେଇ ସ୍ଥାନଟିର କୋଳାହଳ ବି
କମି ଆସୁଥିଲା।ଖୁବ୍ ଶୀଘ୍ର ମିଳନର ଦିନକୁ ଅପେକ୍ଷା
କରି ପୁଣି ଥରେ ଏହି ସ୍ଥାନ କୁ ଆସିବାର ନିଷ୍ପତ୍ତି କରୁଥିଲେ ଦୁହେଁ କିନ୍ତୁ ଏକ ଭିନ୍ନ ରୂପରେ, ଭିିନ୍ନଭାବରେ,ଭିନ୍ନ ଅନୁଭୂତି ରେ।ପ୍ରକୃତିି କୁୁ ବୁଝିବାକୁ
ଯେମିତି ମନଟିିିଏ ଦରକାର ପ୍ରେମ କୁ ବୁୁୁଝିବାକୁ ସେମିତି ନିର୍ମଳ ହୃଦୟ ଟିଏ ଦରକାର, ଯାହା ନିହାର ଓ ନିକିତା ବୁଝି ପାରିଥିଲେ।ସେଥିପାଇଁ ଦୁହିଁ ଙ୍କ ପ୍ରେମ
ଥିଲା ସ୍ୱର୍ଗୀୟ । ତେଣୁ ସେମାନେ ପ୍ରକୃତିର ନୈସର୍ଗିକ
ଶୋଭା ଭିତରେ ନିଜର ପ୍ରେମର ପରିଭାଷା କୁ ବଖାାଣୁଥିଲେ ନୀରବରେ ନିଃସଂକୋଚରେ।ଠିିିକ
ଯେମିତି ପ୍ରକୃୃୃତି ଓ ପୁରୁଷ ର ପ୍ରେମ, ନଦୀ ଓ ସାଗର ର ପ୍ରେମ , ଫୁୁଲ ଓ ମଧୁମକ୍ଷିକା ର ପ୍ରେମ।
ହଠାତ କାହାର ନିଷ୍ଠୁର ଆଦେଶାତ୍ମକ
ଭାଷା 'ସ୍ଥାନ ପରିତ୍ୟାଗ କର ଅସ୍ତଗାମୀ ସୂର୍ଯ୍ୟ ଦୂର
ଦିଗବଳୟରେ ଲୁୁୁଚିବାକୁ ଗଲେେଣି।'ଦୂହେଁ ପ୍ରକୃତିସ୍ଥ
ହେଲେ। ସୂର୍ଯ୍ୟ ଙ୍କ ଲୋହିତ କିରଣ କୁ ଲକ୍ଷ୍ୟକରି ପକ୍ଷୀ ଫେରୁଥିଲେ ବସାକୁ। ପ୍ରେମୀ ଯୁଗଳ ବି ଫେରୁଥିଲେ ଫେରନ୍ତା ଯାତ୍ରା ପାଇଁ ଅପେକ୍ଷାରତ ବସ୍ ର ଯାତ୍ରୀଙ୍କ ପାଖକୁ ସେହି ମଧୁର ଅନୁଭୂତ ର ସ୍ଥାନ
ପରିତ୍ୟାଗକରି।
