ଅଭି-ଶ୍ରାବଣୀ
ଅଭି-ଶ୍ରାବଣୀ
ଶ୍ରାବଣୀ ଆଜି ବହୁତ ଖୁସି। ବାହାଘରର ପାଖାପାଖି ଦେଢ଼ ବର୍ଷ ପରେ ଶ୍ରାବଣୀ ତାଙ୍କର ସ୍ୱାମୀ ଅଭି ସହ ପ୍ରଥମ କରି ବାହାରକୁ ବୁଲିବାକୁ ଯିବ।ଶ୍ରାବଣୀ ପାଞ୍ଚ ମାସର ଗର୍ଭବତୀ।ଶ୍ରାବଣୀ ଆଜି ପୁରା ଦୁଲହନ ପରି ସଜବାଜ ହୋଇଛନ୍ତି। ମନେ ମନେ ଭାବିଛନ୍ତି ଆଜି ଅଭିଙ୍କୁ ସବୁ ମନର କଥା ଖୋଲି କରି କହିଦେବେ।
ରାତି ଆଠଟାରେ ଅଭିଙ୍କର ଆସି ପହଞ୍ଚିବା କଥା। ରାତି ଶ୍ରାବଣୀ ଓ ଅଭି ବୁଲି ସାରି ରାତ୍ରି ଭୋଜନ ହୋଟେଲରେ କରିବା କଥା। କିନ୍ତୁ ରାତି ସାଢେ ନଅଟା ହେଲାଣି ଅଭି ଘରକୁ ଆସି ନାହାଁନ୍ତି।ପୁଣି ଘଡଘଡି ମାରି ବର୍ଷା ଅରମ୍ଭ ହେଲାଣି। ଶ୍ରାବଣୀ ଅଭିଙ୍କୁ ବାରମ୍ବାର ଫୋନ କରୁଥାନ୍ତି। ହେଲେ ଅଭି ଫୋନ କାଟି ଦେଉଥିଲେ। ତାପରେ ଅଭିଙ୍କ ଫୋନ ବି ବନ୍ଦ ହୋଇଗଲା।
ଶ୍ରାବଣୀ ଅଭିଙ୍କୁ ରାତି ଦଶଟା ପର୍ଯ୍ୟନ୍ତ ଅପେକ୍ଷା କଲେ।ତାପରେ ଲୁଗା ବଦଳାଇ ମନ ଦୁଃଖରେ ବସିଥାନ୍ତି।ଭୋକ ବି ଜୋରରେ ଲାଗିଲାଣି। ମନ ନ ଥିଲେ ବି ଶ୍ରାବଣୀ ଶେଷରେ ପଖାଳ ଓ ଆଳୁ ଭଜା କରି ଖାଇଲେ। କ'ଣ ବା କରିବେ ଇଚ୍ଛା ନ ଥିଲେ ବି ନିଜ ଗର୍ଭରେ ଥିବା ଛୁଆ ପାଇଁ ଖାଇବାକୁ ପଡିଲା।
ବିଜୁଳି ଓ ଘଡ଼ଘଡ଼ି ଜରୋରେ ମାରୁ ଥାଏ। ଲାଇଟ ବି ପଳେଇଛି। ଘରେ ଏକୁଟିଆ ଶ୍ରାବଣୀ। ଆଜି ଶ୍ରାବଣୀକୁ ଡର ବି ଲାଗୁଥାଏ।ମନ ବିଚଳିତ ହେଉ ଥାଏ..... ସେପଟେ ଅଭିଙ୍କ ଫୋନ ବି ଲାଗୁ ନ ଥାଏ। ଗତ କିଛି ମାସ ହେବ ଅଭି ଓ ଶ୍ରାବଣୀ ମଧ୍ୟରେ ସବୁ ଠିକ ହୋଇ ଯାଇଥିଲା।ଅଭି ଆସିବାକୁ ଡେରି ହେଲେ ନିହାତି ଶ୍ରାବଣୀଙ୍କୁ ଫୋନ କରି କହି ଦିଅନ୍ତି। ହେଲେ ଆଜି କ'ଣ ହେଲା..... ନିଜେ ଅଭି ଫୋନ କରି ବୁଲିବା ଯୋଜନା କଲେ....ଆଉ ତାପରେ ଏମିତି..... ଆସିଲେ ବି ନାହିଁ। ଶ୍ରାବଣୀ ଅନ୍ଧାରରେ ଝରକା ଖୋଲି ଖଟ ଉପରେ ବସିଛନ୍ତି। ଘର ଭିତରେ ଗୋଟିଏ ଚାର୍ଜର ଲାଇଟ ଜଳେଇଛନ୍ତି।ଝରକାରୁ ମୃଦୁ ପବନ ବହୁଛି। ତଥାପି ଶ୍ରାବଣୀଙ୍କର ମନ ଭିତରେ ଚାଳି ଥାଏ ଅନେକ କଥା....ଚିନ୍ତାରେ ଝାଳେଇ ଗଲେଣି।
ଶ୍ରାବଣୀ ମନେ ପକାଉଛନ୍ତି ବାହାଘର ସମୟର କଥା।ଶ୍ରାବଣୀ ଗୋଟିଏ ଗାଉଁଲି ଗାଁର ଝିଅ।ତାଙ୍କ ପରିବାର କହିଲେ ସେ ଆଉ ତାଙ୍କ ବାପା।ଶ୍ରାବଣୀ ଦେଖିବାକୁ ଯେମିତି ସୁନ୍ଦର ଗୁଣରେ ବି ସେମିତି ସୁନ୍ଦର।ଗାଁରେ ସମସ୍ତେ ଶ୍ରାବଣୀଙ୍କର ପ୍ରଶଂସା କରୁଥାନ୍ତି।ହେଲେ ଶ୍ରାବଣୀଙ୍କ ବାପାଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିଲା। ସେହି ଗାଁରେ ଅଭିଙ୍କ ଘର ମଧ୍ୟ।ଅଭିଙ୍କ ବାପା ରମେଶ ବାବୁ ସେ ଗାଁର ଜମିଦାର। ହେଲେ ବହୁତ ଭଲ।ଅଭି ଛୋଟ ବେଳୁ ସହରର ହଷ୍ଟେଲରେ ରହି ପାଠ ପଢୁ ଥିଲେ।ମଝିରେ ମଝିରେ ଗାଁକୁ ଯାଉଥିଲେ।ପାଠ ପଢା ସାରି ଚାକିରୀ ପାଇବାପରେ ଅଭି ଗାଁକୁ ଯାଇଥାନ୍ତି। ସେହି ସମୟରେ ଶ୍ରାବଣୀଙ୍କର ବାହାଘର ସହରରେ ରହୁଥିବା ଓକିଲ ଶୋଭିତଙ୍କ ସହ ହେବାକୁ ଥାଏ। ହେଲେ ହଠାତ୍ ବାହାଘର ବେଦୀରେ ଶ୍ରାବଣୀଙ୍କ ବାପା ଯୌତୁକ ନ ଦେଇ ପାରିବାରୁ ଭାଙ୍ଗି ଗଲା। ଶ୍ରାବଣୀଙ୍କର ବାପା ପୁଅର ବାପାଙ୍କ ହାତ ଗୋଡ଼ ଧରି ସମୟ ଟିକିଏ ମାଗିଲେ ସୁଧା....ପୁଅର ବାପା ଶୁଣିଲେ ନାହିଁ.... ଆଉ ବାହାଘର ଭାଙ୍ଗିଗଲା। ଏ କଥା ସହି ନ ପାରି ଶ୍ରାବଣୀଙ୍କ ବାପାଙ୍କର ହାର୍ଟ ଆଟାକ୍ ହେଲା। ତାଙ୍କ ଅବସ୍ଥା ଗୁରୁତର ଥିଲା..... ସେ ଚାହୁଁଥିଲେ ଯେ ସେ ମରିବା ଆଗରୁ ଶ୍ରାବଣୀଙ୍କର ବାହାଘର। ପରିସ୍ଥିତି ଦେଖି ରମେଶ ବାବୁ ସମସ୍ତଙ୍କ ସାମନାରେ ଅଭିଙ୍କୁ କିଛି ନ ପଚାରି ଅଭି ଓ ଶ୍ରାବଣୀଙ୍କର ବାହାଘର ସ୍ଥିର କରି ଦେଲେ....ଅଭି ତାଙ୍କ ବାପାଙ୍କୁ ଏ ବାହାଘର ପାଇଁ ମନା କରିବାକୁ ଚାହୁଁଥିଲେ..... କାରଣ ସେ ସହରରେ ନିଶା ନାମକ ଗୋଟିଏ ଝିଅକୁ ଭଲ ପାଉଥିଲେ। ହେଲେ ପରିସ୍ଥିତି ଏମିତି ହୋଇ ଯାଇଥିଲା କାହାକୁ କିଛି ନ କହି ପାରି ବାଧ୍ୟ ହୋଇ ଶ୍ରାବଣୀଙ୍କୁ ବିବାହ କଲେ।ବିବାହ ହେଲା ପରେ ଶ୍ରାବଣୀଙ୍କ ବାପା ମରି ଗଲେ।
ଶୁଦ୍ଧ କାମ ସରିଲା ପରେ ବାହାଘରର ବାକି ବିବାହର ରୀତି ନୀତି ହେଲା।ଅଭି ଓ ଶ୍ରାବଣୀଙ୍କର ବାସର ରାତି। ଶ୍ରାବଣୀ ସଜବାଜ ହୋଇ ବସିଛନ୍ତି। ମନରେ ଅନେକ କଥା। କାରଣ ଅଭି ଓ ଶ୍ରାବଣୀ ପରସ୍ପରକୁ ଠିକ କି ଦେଖି ବି ନାହାନ୍ତି କି ଜାଣି ବି ନାହାଁନ୍ତି। ହେଲେ ସେଦିନ ଅଭି ଭଗବାନ ପରି ଆସି ତାଙ୍କୁ ବିବାହ କରି ତାଙ୍କ ସମ୍ମାନ ରଖିଛନ୍ତି।ସେ ଅପେକ୍ଷା କରି ବସିଛନ୍ତି।
ଅଭି ଭିତରକୁ ଆସିଲେ..... ଏବଂ ଧିର ସ୍ୱରରେ କହିଲେ ଶ୍ରାବଣୀ ତୁମ ନାମ ନା। ଆମ ବାହାଘର ଏମିତି ପରିସ୍ଥିତିରେ ହେଲା ଯେ ମୁଁ ତୁମକୁ କିଛି କହି ବି ପାରିଲି ନାହିଁ। ମୋତେ କ୍ଷମା କରିବ ଶ୍ରାବଣୀ। ମୁଁ ତୁମକୁ ମୋ ସ୍ତ୍ରୀ ରୂପେ ଗ୍ରହଣ କରି ପାରିବି ନାହିଁ। ମୁଁ ସହରରେ ନିଶାକୁ ବହୁତ ଭଲ ପାଏ।କଲେଜରୁ ପଢିବା ସମୟରୁ ଆମେ ଦୁହେଁ ପରସ୍ପରକୁ ଭଲ ପାଉ। ଆଉ ତାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇଛି।ମୁଁ କାଲି ସହରକୁ ଏକୁଟିଆ ପଳାଇବି। କିଛି ଦିନ ପରେ ପରିସ୍ଥିତି ଠିକ୍ ହେଲେ ମୁଁ ଗାଁକୁ ଆସି ବାପାଙ୍କୁ ସବୁ କହି ତୁମକୁ ମୁଁ ଡିଭର୍ସ ଦେଇ ଦେବି ଓ ତୁମେ ବନ୍ଧନରୁ ମୁକ୍ତ ହୋଇ ଯିବ।
ଏହା ଶୁଣି ଶ୍ରାବଣୀଙ୍କୁ ଲାଗିଲା ଯେମିତି ତାଙ୍କ ପାଦ ତଳୁ ମାଟି ଖସି ଗଲା।ସେ ଆଖି ଛଳଛଳ କରି ହଁ କହିଲେ।ଅଭି sorry କହି ଟକିଆ ଓ ଚାଦର ନେଇ ଶୋଇବା କୋଠରୀରେ ଥିବା ସଫାରେ ଶୋଇଲେ। ଭୋର ସକାଳୁ ଉଠି ଅଭି ସହର ପାଇଁ ବାହାରୁ ଥାଆନ୍ତି। ଶ୍ରାବଣୀ ପୂଜା ସାରି ଶାଶୁ ସାବିତ୍ରୀ ଦେବୀଙ୍କ ପାଖରେ ବସି ଥାନ୍ତି। ଅଭି ସହରକୁ ବାହାରିବା ଦେଖି ରମେଶ ବାବୁ କହିଲେ ଅଭି ଶ୍ରାବଣୀକୁ ଭି ତୋ ସହ ନେଇ ଯାଆ।
ଅଭି କହିଲେ ବାପା ମୁଁ ତାଙ୍କୁ ପରେ ଆସି କି ନେଇ ଯିବି..... ମୋର ସହରରେ ବହୁତ କାମ ଅଛି ଏବେ.... ସିଏ ସେଠି ଏକୁଟିଆ ହୋଇ ଯିବେ।
ରମେଶ ବାବୁ କିଛି ଶୁଣିଲେ ନାହିଁ....ଆଉ କହିଲେ ଦେଖ ତାର ବାପା ଏମିତି ଭାବେ ତାକୁ ଛାଡ଼ି ଚାଲିଗଲେ..... ତାର ମନ ଅବସ୍ଥା ଠିକ ନାହିଁ..... ତୁ ବି ସହରକୁ ପଳାଇଲେ ସେ ପୁରା ଏକୁଟିଆ ହୋଇ ଯିବ।ଏବେ ତୁ ତାର ସ୍ୱାମୀ ହିସାବରେ ତାର ସାହାରା ହେବୁ ନା। ତୁ ତାକୁ ନେଇ କରି ସହରକୁ ଯାଆ। ମୁଁ ଗାଁରେ ଟିକେ କାମ ସାରିଲା ପରେ କିଛି ଦିନ ମଧ୍ୟରେ ତୋ ମାଆ ଆଉ ମୁଁ ତୁମ ଦୁଇ ଜଣଙ୍କ ପାଖକୁ ଯିବା।
ତାପରେ ରମେଶ ବାବୁ ଶ୍ରାବଣୀକୁ ସହରକୁ ଯିବା ପାଇଁ କହିଲେ।
ବାଧ୍ୟ ହୋଇ ଅଭି ଶ୍ରାବଣୀଙ୍କୁ ସାଙ୍ଗରେ ନେଇ ସହରକୁ ଗଲେ।
ଅଭି ଓ ଶ୍ରାବଣୀ ସ୍ୱାମୀ ସ୍ତ୍ରୀ ହୋଇ ମଧ୍ୟ ଦୁହେଁ ଅଲଗା କୋଠରୀରେ ରହିଲେ। ଶ୍ରାବଣୀ ଘରକୁ ପ୍ରବେଶ କରୁ କରୁ ନିଶା ଓ ଅଭିଙ୍କର ଫୋଟ ଦେଖିଲେ।ଶ୍ରାବଣୀଙ୍କ ଆଖିରୁ ଲୁହ ବହିଗଲା। ହେଲେ ସେ ଅଭିଙ୍କୁ କିଛି ବି ନ କହି ଚୁପ ରହିଲେ। ପ୍ରତିଦିନ ସକାଳୁ ଅଭି ବାହାରି ପଳାନ୍ତି ଏବଂ ଡେରି ରାତିରେ ଘରକୁ ଫେରନ୍ତି।ଆସିବା ସମୟରେ ଘରର ସୌଦାପତ୍ର ନେଇ ଆସନ୍ତି। ହେଲେ ଶ୍ରାବଣୀଙ୍କ ସହ ଠିକ କି କଥା ବି ହୁଅନ୍ତି ନାହିଁ କି ଠିକ କି ଶ୍ରାବଣୀଙ୍କୁ ଦେଖନ୍ତି ବି ନାହିଁ। ଶ୍ରାବଣୀ ବିଚାରି କାହାକୁ କିଛି କହି ନ ପାରି ନିଜ ମନକୁ ବୁଝାଇ ଦେଇ ଥାଆନ୍ତି ଯେ କିଛି ମାସ ପରେ ସେ ଆଉ ଅଭି ଅଲଗା ହୋଇ ଯିବେ।
ସେପଟେ ଅଭି ନିଶାକୁ ସବୁ କଥା କହି ଦେଇଥିଲେ ଏବଂ ଆଗ ଭଳି ଏବେ ବି ସେମାନେ ପରସ୍ପର ସହ ଭଲ ପାଇବା ସମ୍ପର୍କରେ ବନ୍ଧା ହୋଇ ଥିଲେ।
କିଛି ଦିନ ପରେ ରମେଶ ବାବୁ ଅଭିଙ୍କୁ ଫୋନ କରି ସେ ଓ ସାବିତ୍ରୀ ଦେବୀଙ୍କ ସହରକୁ ଯିବା କଥା ଜଣାଇଲେ।
ଅଭି ଅଫିସରୁ ଶୀଘ୍ର ଘରକୁ ଆସି ଶ୍ରାବଣୀଙ୍କୁ କହିଲେ କାଲି ବାପା ମାଆ ଆସିବେ। ଆମକୁ ସେମାନଙ୍କ ସାମନାରେ ସ୍ୱାମୀ ସ୍ତ୍ରୀର ଅଭିନୟ କରିବାକୁ ହେବ..... ବାପାଙ୍କ ଦେହ ଭଲ ନାହିଁ। ମୁଁ ତାଙ୍କୁ ଏବେ କିଛି କହି ପାରିବି ନାହିଁ। ତୁମକୁ ମୋର ଅନୁରୋଧ ତୁମେ ମୋ ସ୍ତ୍ରୀର ଅଭିନୟ କରିବ ଏବଂ ବାପାମାଆଙ୍କୁ ଏବେ କିଛି କହିବ ନାହିଁ।
ଶ୍ରାବଣୀଙ୍କୁ ଅଭିଙ୍କ କଥା ବାଧୁ ଥାଏ.... ତାଥାପି ହଁ କହିଲେ।
ଅଭି ନିଶା ଆଉ ତାଙ୍କ ଫୋଟକୁ ସେ ଘରୁ କାଢି ଦେଇ ଭିତରେ ରଖି ଦେଲେ।ତାପରେ ଘରକୁ ପୁରା ଏମିତି ଭାବେ ଅଭି ଓ ଶ୍ରାବଣୀ ସଜାଇଲେ ଯେମିତି ସେ ଦୁହେଁ ବହୁତ ଖୁସିରେ ଘର ସଂସାର କରି ରହିଛନ୍ତି।
ବାପା ମାଆ ଆସିବାରୁ ଅଭି ଓ ଶ୍ରାବଣୀ ପରସ୍ପର ଗୋଟିଏ କୋଠରୀରେ ଶୋଇବା ପାଇଁ ବାଧ୍ୟ ହେଲେ। ହେଲେ ଶ୍ରାବଣୀ ଖଟ ଉପରେ ଶୋଇଲା ବେଳକୁ ଅଭିଙ୍କୁ ସଫାରେ ଶୋଇବାକୁ ପଡୁଥିଲା।
କିଛି ଦିନ ପରେ ସାବିତ୍ରୀ ବ୍ରତ ପଡିଲା। ଶ୍ରାବଣୀଙ୍କୁ ତାଙ୍କ ଶାଶୁ ସାବିତ୍ରୀ ବ୍ରତର ଭାର ଦେଇ ପୂଜାର ପଦ୍ଧତି କହିଲେ। ଶ୍ରାବଣୀ ପୂଜା ପାଇଁ ବାହାରୁ ଥାଆନ୍ତି। ମାଆ କହିବାରୁ ଅଭି ଗାଡ଼ିରେ ଶ୍ରାବଣୀଙ୍କର ଅପେକ୍ଷା କରିଥାଆନ୍ତି। ଅଭି ଗାଡିରେ ବସିଥିବା ସମୟରେ ଶ୍ରାବଣୀ ଗୋଟିଏ ସୁନ୍ଦର ହଳଦିଆ ରଙ୍ଗର ଶାଢ଼ି ପିନ୍ଧି ସିଡିରୁ ଓହ୍ଲାଇ ଆସୁଥିବା ଦେଖିଲେ। ଅଭି ଶ୍ରାବଣୀଙ୍କୁ ଦେଖି ଚାହିଁ ରହିଗଲେ..... ଶ୍ରାବଣୀ କେତେ ସୁନ୍ଦର..... ପୁରା ସ୍ୱର୍ଗର ଅପସରା.... ହଳଦୀ ବସନ୍ତ ପରି ଦେଖା ଯାଉଥାନ୍ତି ଶ୍ରାବଣୀ। ପୂଜା ସାରି ଦୁହେଁ ଆସିଲା ପରେ ରମେଶ ବାବୁ କହିଲେ ତୁମ ଦୁଇ ଜଣଙ୍କର ଫୋଟୋ ଏ ଘରେ କେଉଁଠି ବି ନାହିଁ..... ଯାଅ ସାଙ୍ଗ ହୋଇ ଫୋଟୋ ଉଠାଇବ।
ଅଭି ଓ ଶ୍ରାବଣୀ ବାପାଙ୍କ କଥା ରଖି ଫୋଟୋ ଉଠାଇବାକୁ ଗଲେ।ଷ୍ଟୁଡିଓରେ ଫୋଟୋ ଉଠାଇବା ସମୟରେ ଫୋଟୋଗ୍ରାଫର ଅଭିଙ୍କୁ ଶ୍ରାବଣୀଙ୍କ ପାଖରେ ଭିଡିକି ଛିଡ଼ା ହେବା ପାଇଁ କହିଲା ଏବଂ ଶ୍ରାବଣୀ କାନ୍ଧରେ ଗୋଟିଏ ହାତ ଓ ତାଙ୍କ ପେଟରେ ଗୋଟିଏ ହାତ ଦେବା ପାଇଁ କହିଲା। ଫୋଟୋ ଉଠାଇବା ସମୟରେ ଯେତେବେଳେ ଶ୍ରାବଣୀ ପ୍ରଥମ ଥର ପାଇଁ ଅଭିଙ୍କର ସ୍ପର୍ଶ ପାଇଲେ ତାଙ୍କ ଦେହରେ ଏକ ଅଦ୍ଭୁତ ଅନୁଭୂତି ସୃଷ୍ଟି ହେଲା। ଅଭିଙ୍କ ଦେହ ମଧ୍ୟ ଟାଙ୍କୁରି ଉଠିଲା। ଦୁହେଁ ଦୁହିଁଙ୍କ ଆଖିରେ ଆଖି ମିଶାଇ ସବୁ କିଛି ଭୁଲି ଗଲେ। ସ୍ୱାମୀ ସ୍ତ୍ରୀ ପରି ବହୁତ ଫୋଟ ଉଠାଇଲେ।ତା ପରେ ଘରକୁ ଆସି ଅଭି ଶ୍ରାବଣୀଙ୍କୁ କହିଲେ ଆଜି ଫୋଟୋ ଉଠାଇବା ସମୟରେ ମୁଁ ତୁମକୁ ଯେଉଁ ପରି ଛୁଇଁଲି ସେଥିପାଇଁ Sorry .....ପରିସ୍ଥିତିରେ ମୁଁ ତୁମକୁ ଛୁଇଁଲି..... ମୋତେ ଭୂଲ ବୁଝିବ ନାହିଁ କହି ଅଭି ଘରୁ ବାହାରି ପଳାଇଲେ। ଶ୍ରାବଣୀ ନିଜ କୋଠରୀରେ ଭୋ ଭୋ ହୋଇ କାନ୍ଦିଲେ..... ବିଚାରୀ କାହାକୁ କହିବେ ନିଜ ମନ କଥା।
ସେଦିନ ପାଖରୁ ଶ୍ରାବଣୀଙ୍କ ପାଇଁ ଅଭି ମନରେ ଏକ ନୂଆ ଅନୁଭୂତି ଆସିଲା। ଅଭି ଘରେ ଶ୍ରାବଣୀଙ୍କ ଉପରେ ନଜର ରଖି ଥାଆନ୍ତି। ତାଙ୍କ ଦୁହିଁଙ୍କ ଭିତରେ କିଛି ନ ଥାଇ ମଧ୍ୟ ଶ୍ରାବଣୀ ତାଙ୍କ ବାପା ମାଆଙ୍କର କେତେ ସେବା ଯତ୍ନ କରୁ ଥାଆନ୍ତି।କେବେ ବି ସେ ସେମାନଙ୍କୁ ଅଭି ଆଉ ତାଙ୍କ ସମ୍ପର୍କ ବିଷୟରେ କହୁ ନ ଥାନ୍ତି।
ଅଭି ମନେ ମନେ ଭାବୁଥାଆନ୍ତି ଶ୍ରାବଣୀ କେତେ ଭଲ। ଏତେ ସବୁ ହେଲା ପରେ ମଧ୍ୟ ସେ ତାଙ୍କ ବାପା ମାଆଙ୍କୁ କେତେ ସ୍ନେହ ଶ୍ରଦ୍ଧା କରୁଛନ୍ତି। ଆଜି ପର୍ଯ୍ୟନ୍ତ ଶ୍ରାବଣୀ ତାଙ୍କୁ କିଛି ମୁହଁ ଖୋଲି କହି ନାହାଁନ୍ତି। ହେଲେ ସେ କଣ କରିବେ... ସେପଟେ ନିଶା ବିନା ସେ ରହିପାରିବେ ନାହିଁ.... ନିଶା ତାଙ୍କର ପ୍ରେମ.....ତାଙ୍କ ଜୀବନ।
କିଛି ଦିନ ଅଭିଙ୍କ ବାପା ମାଆ ସହରରେ ରହୁ ଥାଆନ୍ତି ତ ଆଉ କିଛି ଦିନ ସେମାନେ ଗାଁରେ ରହୁ ଥାଆନ୍ତି।
ଏମିତି ବର୍ଷେ କଟି ଗଲାଣି ବାହାଘରକୁ। ରମେଶ ବାବୁଙ୍କ ଦେହ ଭଲ ନ ଥିବାରୁ ଅଭି ଏ ପର୍ଯ୍ୟନ୍ତ ତାଙ୍କର ଓ ଶ୍ରାବଣୀଙ୍କର ସମ୍ପର୍କ ବିଷୟରେ କହି ପାରୁ ନ ଥାଆନ୍ତି।
ସେପଟେ ଶ୍ରାବଣୀ ମଧ୍ୟ ଅଭିଙ୍କୁ ଭଲ ପାଇବାକୁ ଲାଗିଲେଣି। ଏବେ ଦୁହେଁ ଗୋଟିଏ କୋଠରୀ ସବୁଦିନ ଶୁଅନ୍ତି....କିନ୍ତୁ ଅଲଗା ଅଲଗା ହୋଇ।
ଦିନେ ହଠାତ୍ ଅଭି ଆସିଲେ। ଅବଶ୍ୟ ଟିକେ ଚିନ୍ତିତ ଥାଆନ୍ତି। ଘରେ କେବଳ ଶ୍ରାବଣୀ ଓ ଅଭି। ଆସି ଘରେ ଖାଇ ସାରିବା ପରେ ଶ୍ରାବଣୀ ରୋଷେଇ ଘର ସଫା କରୁ ଥାଆନ୍ତି। ଅଭି ଶ୍ରାବଣୀଙ୍କୁ ପଛପଟୁ କୁଣ୍ଢାଇ ଧରିଲେ.... ଏବଂ ତାଙ୍କ ମୁଣ୍ଡ ଓ ବେକକୁ ପଛ ପଟୁ ଚୁମ୍ବନ କରିବାକୁ ଲାଗିଲେ। ଶ୍ରାବଣୀ ଦେହରେ ଅଦ୍ଭୁତ ଶ୍ରୀହରଣ ଖେଳିଗଲାଣି..... ସେ ବି ଅଭିଙ୍କୁ ଆଉ କିଛି କହି ପାରିଲେ ନାହିଁ.....। ତାପରେ ଅଭି ଶ୍ରାବଣୀଙ୍କୁ ହାତରେ ଉଠାଇ ଶୋଇବା କୋଠରୀ ଭିତରକୁ ନେଇ ଗଲେ। ଦୁହେଁ ନିଜ ଭିତରେ ଥିବା ସବୁ ବନ୍ଧକୁ ଭାଙ୍ଗି ନିଜ ଲାଜ..... ଅଭିମାନକୁ ଭୁଲି ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ବଢାଇଲେ।ତାପରେ ଶ୍ରାବଣୀ ମନେ ମନେ ଖୁସି ହେଉ ଥାଆନ୍ତି..... ପୁଣି ଡରି ବି ଯାଉ ଥାଆନ୍ତି କାଳେ ଅଭି ପୁଣି ଡିଭର୍ସ କଥା କହିବେ।
ଆସ୍ତେ ଆସ୍ତେ ଅଭି ଓ ଶ୍ରାବଣୀଙ୍କ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଲାଗିଲା। ହେଲେ ଅଭି କିଛି କଥାକୁ ନେଇ ଚିନ୍ତିତ ଥାଆନ୍ତି। ଶ୍ରାବଣୀ ପଚାରିଲେ କିଛି କୁହନ୍ତି ନାହିଁ। ହେଲେ ସବୁ ଦିନ ଅଭି ଶ୍ରାବଣୀଙ୍କୁ ଗେହ୍ଲ କରି ଜାବୁଡିକି ଧରି ଶୁଅନ୍ତି।
ଏମିତି ଦୁଇ ମାସ ପାଖାପାଖି ଗଲାପରେ ଦିନେ ଅଭି ମଦ ପିଇ ଘରକୁ ଆସିଲେ। ସେ ଦିନ ସେ ନିଶାରେ ନିଜର ଭାରସ୍ୟାମ ହରାଇ ବସିଲେ।ନିଶା ଅବସ୍ଥାରେ ଜବରଦସ୍ତି ଶ୍ରାବଣୀକୁ ତାଙ୍କ ପ୍ରେମିକା ନିଶା ଭାବି ତାଙ୍କ ସହ ମିଶିବାକୁ ଚେଷ୍ଟା କଲେ ଏବଂ କହିଲେ ନିଶା I love you.... ହେଲେ ତୁମେ ଦୁଇ ତିନି ମାସ ହେଲାଣି ମୋତେ ଛାଡି ଆଉ କାହା ସହ ମିଶୁଛ..... ମୁଁ ସହି ପାରୁ ନାହିଁ..... ସେଥିପାଇଁ ମୁଁ ଶ୍ରାବଣୀ ସହ ସ୍ୱାମୀ ସ୍ତ୍ରୀ ସମ୍ପର୍କ ରଖିଛି..... ଏତିକି କହି ଅଭି ଶୋଇଗଲେ।
ଏହା ଶୁଣି ଶ୍ରାବଣୀ ଭୋ ଭୋ କାନ୍ଦିବାକୁ ଲାଗିଲେ ଯେ ଅଭି ଏବେ ବି ନିଶାକୁ ଭଲ ପାଆନ୍ତି....ହେଲେ ମୁଁ ମୁର୍ଖ ତାଙ୍କୁ ମନେ ମନେ ଭଲ ପାଇ ନିଜକୁ ତାଙ୍କ ପାଖରେ ସମ୍ପର୍ପଣ କଲି... ଛି! ଆଉ ମୁଁ ମୋର ସ୍ବାଭିମାନ ସହ ଖେଳିବି ନାହିଁ.... କାଲି ସକାଳୁ ମୁଁ ଅଭିଙ୍କୁ ଛାଡି ପଳାଇବି।
ସକାଳୁ ଅଭି ଉଠିଲା ବେଳକୁ ଶ୍ରାବଣୀ ଅଭିଙ୍କ ପାଇଁ ଖାଇବା ତିଆରି କରି ବ୍ୟାଗ ଧରି ପଳାଇବାକୁ ବାହାରିଛନ୍ତି। ଅଭି ଯେତେବେଳେ ପଚାରିଲେ କୁଆଡ଼େ ଯାଉଛ ଶାବି....। ଶ୍ରାବଣୀ ଶାବି ନାମ ପ୍ରଥମ ଥର ଅଭି ମୁହଁରୁ ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ କେତେ ମୋ ସହ ଖେଳିବ..... ଯଦି ନିଶା ସହ ଆଗେଇବା ଥିଲା ତେବେ ମୋ ସହ କାହିଁକି ଏମିତି କଲ।
ଅଭି ଶାବି ଶୁଣ ମୋ କଥା। ମାନୁଛି ମୁଁ ତୁମ ସହ ଭୁଲ କରିଛି।ମୋତେ କ୍ଷମା କରି ଦିଅ। ହେଲେ କହି ଅଭି ଘୁରି ପଡିଲା ବେଳକୁ ଶ୍ରାବଣୀ ଅଚେତ ଅବସ୍ଥାରେ ତଳେ ପଡିଛନ୍ତି। ଡକ୍ଟର ଘରକୁ ଆସି ଶ୍ରାବଣୀଙ୍କର ଚିକିତ୍ସା କରି ଖୁସି ଖବର ଦେଲେ ଯେ ଶ୍ରାବଣୀ ଗର୍ଭବତୀ ଅଛନ୍ତି।ଦୁର୍ବଳ ଥିବାରୁ ତାଙ୍କର ଚେତା ଆସିବାରେ ସମୟ ଲାଗିବ।
ଅଭି ସାଙ୍ଗେସାଙ୍ଗ ଫୋନ କରି ବାପା ମାଆଙ୍କୁ ଏ ଖୁସି ଖବର ଦେଲେ।
ଶ୍ରାବଣୀଙ୍କ ଆଖି ଖୋଲିଲା ବେଳକୁ ଅଭି ଓ ଶ୍ରାବଣୀଙ୍କ କୋଠରୀଟି ପୁରା ସୁନ୍ଦର ଭାବରେ ସଜା ହୋଇଛି..... ଯେମିତି ଗୋଟିଏ ଗର୍ଭବତୀ ମହିଳାଙ୍କୁ ଖୁସି କରିବା ପାଇଁ ସଜା ଯାଇ ଥାଏ। ଅଭି ଶ୍ରାବଣୀଙ୍କ ହାତ ଧରି ବସି ଥାଆନ୍ତି। ଶ୍ରାବଣୀଙ୍କ ଚେତା ଆସିବାରୁ ଅଭି ତଙ୍କୁ କୁଣ୍ଢାଇ ଧରିଲେ ଏବଂ କହିଲେ ଆଜି ମୁଁ ମୋ ଜୀବନର ସବୁଠାରୁ ବଡ଼ ଉପହାର ପାଇଲି..... ମୁଁ ବାପା ହେବାକୁ ଯାଉଛି।
ହେଲେ ଶ୍ରାବଣୀ ଅଭିଙ୍କ ହାତକୁ ଏଡାଇ ଦେଇ କହିଲେ ମୋତେ ଛୁଇଁବ ନାହିଁ.... ତୁମେ ନିଶାକୁ ଏବେ ବି ଭଲ ପାଉଛ....। ଏତିକି କହୁ କହୁ ଅଭି ଶ୍ରାବଣୀ ମୁହଁକୁ ଧରି କହିଲେ ଚୁପ.... ପାଗିଳୀ.... ନିଶା ମୋର ଅତୀତ ଥିଲେ ଆଉ ତୁମେ ମୋର ବର୍ତ୍ତମାନ। ମୁଁ ତୁମକୁ ଓ ମୋ ଛୁଆକୁ ଛାଡି ରହି ପାରିବି ନାହିଁ।
ଠିକ ସେତିକିବେଳେ ଅଭିଙ୍କ ମାଆ ବାପା ଆସି ପହଞ୍ଚିଲେ।
>
ତାପରେ ଶ୍ରାବଣୀ ଆଉ କିଛି ନ କହି ଚୁପ ରହିଲେ। ଘରେ ଏବେ ଖୁସିର ବାତାବରଣ। ଅଭି ପୁରା ପରିବର୍ତ୍ତନ। ସେ ଶ୍ରାବଣୀଙ୍କୁ କୌଣସି ବି କାମ କରିବାକୁ ଦେଉ ନ ଥିଲେ।ଅଭି କୁଆଡେ ବି ଗଲେ ଟିକେ ପରେ ଟିକେ ଶ୍ରାବଣୀଙ୍କୁ ଫୋନ କରି ତାଙ୍କ ଦେହ କଥା ପଚାରୁ ଥାଆନ୍ତି। ଅଭିଙ୍କ ବାପା ମାଆ ପୁରା ଝିଅ ପରି ଶ୍ରାବଣୀଙ୍କୁ ରଖିଲେ। ଅଭି ସବୁଦିନ ରାତି ଯାକ ଶ୍ରାବଣୀଙ୍କ ମୁଣ୍ଡକୁ ନିଜ ଗୋଟିଏ ହାତ ଉପରେ ରଖି ଆଉ ଗୋଟିଏ ହାତରେ ଶ୍ରାବଣୀଙ୍କ ପେଟକୁ ଆଉଁସି ଆଉଁସି ଶୁଣନ୍ତି।
ଏମିତି ପାଞ୍ଚ ମାସ କଟିଗଲାଣି। ଆଜି ଅଭିଙ୍କ ବାପା ମାଆ ନ ଥିବାରୁ ଅଭି ବୁଲିବା ଯୋଜନା କରିଛନ୍ତି। ଅଫିସରୁ ଆସିଲା ବେଳକୁ ଶ୍ରାବଣୀଙ୍କ ଡାକ୍ତରଙ୍କୁ ଦେଖା କରି ଆସିବାର ଯୋଜନା ଅଛି। ଡାକ୍ତରଖାନାରେ ଥାଇ ଅଭି ଫୋନ କରି ଶ୍ରାବଣୀଙ୍କୁ ବାହାରିବାକୁ କହିଲେ। ଶ୍ରାବଣୀ ବି ଆଜି ନିଜ ମନ କଥା ଖୋଲି କହିବେ ଯେ ସେ ଅଭିଙ୍କୁ ବହୁତ ଭଲ ପାଆନ୍ତି.... ମନେ ମନେ ସ୍ଥିର କରିଛନ୍ତି ।ହେଲେ ଅଭି ଫୋନ ବି ଉଠାଇଲେ ନାହିଁ କି ଆସିଲେ ନାହିଁ।
ଏମିତି ଭାବୁ ଭାବୁ ଶ୍ରାବଣୀଙ୍କ ଆଖି ଲାଗି ଯାଇଛି। ପାଖାପାଖି ରାତି ବାରଟା ବେଳକୁ ଅଭି ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଲେ।
ଏତେ ମାସ ପରେ ଅଭି ପୁଣି ନିଶା କରି ଆସିବା ଦେଖି ଶ୍ରାବଣୀଙ୍କ ମନ ଦୁଃଖ ହୋଇଛି। ସକାଳୁ ସେ ଅଭିଙ୍କୁ ପଚାରିବେ ଭାବି ଚୁପ୍ ଚାପ୍ ସଫାରେ ଶୋଇବାକୁ ଗଲେ.... ହେଲେ ଶ୍ରାବଣୀଙ୍କୁ ଅଭିଙ୍କ ହାତ ବିନା ନିଦ ଆସୁ ନାହିଁ। କିଛି ସମୟ ପରେ ଅଭି ହଠାତ୍ ଆସି ଶ୍ରାବଣୀଙ୍କୁ ସଫାରୁ ଉଠାଇ ଖଟକୁ ନେଇ କହିଲେ.... କଣ ହେଲା ଆଜି ସେଠି ଶୋଇଛ। ଶାବି.... ମୋ ପାଗଳୀ ମୋତେ ରାଗିଚ.... ଏତିକି କହି ଅଭି ଶ୍ରାବଣୀଙ୍କୁ ଜାକି ଧରି ଶୋଇଗଲେ।
ସକାଳୁ ଶୀଘ୍ର ଉଠି ଶ୍ରାବଣୀ ଚାହା କପ ନେଇ ଅଭିଙ୍କ ପାଖକୁ ଆସି ଡାକିବାକୁ ଗଲା ବେଳକୁ ସେ ଅଭି ମୋବାଇଲରେ ନିଶାଙ୍କର ଗୋଟିଏ ମେସେଜ ଦେଖିଲେ..... ଯେ କାଲି ରାତିରେ ମୋ ସାଙ୍ଗରେ ଥିବାରୁ ଧନ୍ୟବାଦ୍।
ଏହା ଦେଖି ଶ୍ରାବଣୀ ଚାହା କପ ଅଭିଙ୍କ ମୁଣ୍ଡ ପାଖ ଟେବୁଲରେ ରଖି ଦେଇ ବାହାରକୁ ଯାଇ କାନ୍ଦିବାକୁ ଲାଗିଲେ।
ଅଭି ଉଠିଲା ପରେ ଶ୍ରାବଣୀଙ୍କୁ ଖୋଜି ଖୋଜି ବାହାରେ ଦେଖି ପାଖକୁ ଗଲେ।ଶ୍ରାବଣୀ ମୁହଁ ଶୁଖାଇବା ଦେଖି ଅଭି ଭାବିଲେ କାଲି ବୁଲିବାକୁ ଯିବା ଥିଲା.... ଯାଇ ନ ପାରିବାରୁ ଶ୍ରାବଣୀ ବୋଧେ ରାଗିଛନ୍ତି।
ଶ୍ରାବଣୀଙ୍କୁ ପଛପଟୁ ଯାଇ କୁଣ୍ଢାଇ ଧରି କହିଲେ ଶୁଭ ସକାଳ ଶାବି.... ରାଗିଚ.... କାଲି ଟିକେ ମୁଁ କାମରେ ବ୍ୟସ୍ତ ଥିଲି ଆଉ ମୋବାଇଲ ବ୍ୟାଟେରୀ ଚାର୍ଜ ସରିଯିବାରୁ ମୁଁ ତୁମକୁ କହି ପାରିଲି ନାହିଁ।
ଶ୍ରାବଣୀ କହିଲେ ହଁ ମୁଁ ତୁମ ମୋବାଇଲ ଚାର୍ଜ ବସାଇ ସୁଇଚ ଅନ୍ କରି ଦେଇଛି।
ଠିକ୍ ଏତିକି ବେଳେ ଗୋଟିଏ କଲ ଆସିଲା।ଫୋନ ଦେଖି ଆଭିଙ୍କ ମୁହଁ ଶୁଖିଗଲା.... ସେ ଭିତରକୁ ଯାଇ ଶ୍ରାବଣୀଙ୍କୁ ଲୁଚାଇ ଲୁଚାଇ କଥା ହେଲେ.... ସଙ୍ଗେସାଙ୍ଗ ଅଭି ଗାଧୋଇ.... କଛି ନ ଖାଇ ଘରୁ ବାହାରି ଗଲେ.... ଶ୍ରବଣୀ ଖାଇବାକୁ କହିବାରୁ ଅଭି କହିଲେ..... Sorry ଶାବି ମୁଁ ବ୍ୟସ୍ତ ଅଛି.... ମୋର ବହୁତ ଜରୁରୀ କାମ ଅଛି.... ରାତିରେ ଡେରିରେ ଆସବି। ତୁମେ ମୋତେ ରାତିରେ ଅପେକ୍ଷା କରିବ ନାହିଁ.... ମୁଁ ଘରର ଆଉ ଗୋଟିଏ ଚାବିରେ କବାଟ ଖୋଲି ଭିତରକୁ ପ୍ରବେଶ କରିବି.... Bye ଶାବି।
ଶ୍ରାବଣୀ ଅଭି ଗଲା ପରେ ଆହୁରି ଜୋରରେ ଚିତ୍କାର କରି କାନ୍ଦିଲେ.... କାରଣ ସେ ଅଭି ଯିବା ଆଗରୁ ଅଭିଙ୍କ ମୋବାଇଲରେ ନିଶାଙ୍କର କଲ ଆସିଥିବାର ଦେଖିଲେ। ତାମାନେ ଅଭି ଏବେ ବି ନିଶା ସହ ଅଛନ୍ତି। ସନ୍ଦେହ ଠିକ ନା ଭୁଲ ଜାଣିବାକୁ ଯାଇ ଶ୍ରାବଣୀ ଅଭିଙ୍କ ପିଛା କରିଛନ୍ତି ଏବଂ ଦେଖିଲେ ଯେ ଅଭି ନିଶାଙ୍କୁ ନେଇ ଗୋଟିଏ ହୋଟେଲର ରୁମ ଭିତରକୁ ଗଲେ।
ଶ୍ରାବଣୀ ଏବେ ନିଜକୁ ସମ୍ଭାଳି ନ ପାରି ଭୋ ଭୋ କାନ୍ଦିବାକୁ ଲାଗିଲେ.... ତଳେ ବସି ପଡ଼ି। ଠିକ ସେତିକିବେଳେ ଶ୍ରାବଣୀଙ୍କୁ ପଛ ପଟୁ ଆସି ଶୋଭିତ ଉଠାଇ କହିଲେ କଣ ହେଇଛି.....ତୁମେ ଏଠି ଏମିତି ଅବସ୍ଥାରେ।
ଶୋଭିତ ଆଉ କେହି ନୁହେଁ..... ଯାହା ସହ ଶ୍ରାବଣୀଙ୍କର ବାହାଘର ବେଦୀରୁ ଭାଙ୍ଗିଲା ଏବଂ ବାଧ୍ୟ ହୋଇ ଅଭି ଶ୍ରାବଣୀଙ୍କୁ ବିବାହ କଲେ।
ଶ୍ରାବଣୀ ରାଗି ଯାଇ କହିଲେ..... ତୁମେ କାହିଁକି ମୋତେ ସହାନୁଭୂତି ଦେଖାଉଛ..... ସେଦିନ ତୁମେ ବାହାଘର ନ ଭାଙ୍ଗି ଥିଲେ ମୋ ବାପା ଆଜି ମୋ ସହ ଥାଆନ୍ତେ.... ଆଉ ମୋ ଜୀବନକୁ ଅଭି କେବେ ବି ଆସି ନ ଥାଆନ୍ତେ।
ଶୋଭିତ ଶ୍ରାବଣୀ ହାତକୁ ଧରି କହିଲେ Sorry ଶ୍ରାବଣୀ। ମୁଁ ମୋ ଭୁଲ ବୁଝି ସାରିଛି। ମୋ ବାପାଙ୍କ ଧନ ଲୋଭରେ ଏମିତି ହୋଇଛି। ମୁଁ ଏବେ ପ୍ରାୟଶ୍ଚିତ କରିବାକୁ ଚାହେଁ। ମୋ କାର୍ଡ ରଖ ଯଦି କେତେବେଳେ ବି ତୁମର ମୋର ଦରକାର ପଡେ.... ମୋତେ ଫୋନ କରି କହିବ। ଚାଳ ମୁଁ ତୁମକୁ ତୁମ ଘରେ ଛାଡ଼ି ଦେବି। ଏତିକି କହି ଶୋଭିତ ଶ୍ରାବଣୀକୁ ଧରି ନିଜ ଗାଡିକୁ ନେଇ ଯାଉଛି। ଅଭି ପଛପଟୁ ଶ୍ରାବଣୀ ଓ ଶୋଭିତଙ୍କୁ ଏକାଠି ହୋଟେଲରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଶ୍ରାବଣୀଙ୍କୁ ବାରମ୍ବାର ଫୋନ କଲା ପରେ ଶ୍ରାବଣୀ ଫୋନ ଉଠାଇଲେ।
ଅଭି ପଚାରିଲେ ଶାବି କୋଉଠି ଅଛ.... ଏତେ ଡରିରେ ଫୋନ ଉଠାଇଲ। ଶ୍ରାବଣୀ କହିଲେ ମୁଁ ପୂଜା କରୁଥିଲି ତ..... ସେଥିପାଇଁ ଡେରି ହେଲା। ଏହା ଶୁଣି ଅଭିଙ୍କ ଆଖିରେ ପାଣି ଆସିଗଲା...... ଶାବି ମୋତେ ମିଛ କଣ ପାଇଁ କହୁଛନ୍ତି..... ଶୋଭିତଙ୍କୁ କାହଁକି ଲୁଚି ଲୁଚି ଦେଖା କରୁଛନ୍ତି?
ଅଭି ଘରକୁ ଆସିଲା ପରେ ଦେଖିଲେ ଶ୍ରାବଣୀ ବହୁତ ଚିନ୍ତିତ ଅଛନ୍ତି। ସେ ଅଭିଙ୍କ ସହ କଥା ବି ଠିକ କି ହେଉ ନାହାଁନ୍ତି।ତାପରେ ଅଭି ଶ୍ରାବଣୀଙ୍କ ମୋବାଇଲରେ ଶୋଭିତର ମେସେଜ ଦେଖିଲେ ଯେ ତୁମେ ବ୍ୟସ୍ତ ହୁଅ ନାହିଁ। ମୁଁ ସବୁ ବେଳେ ତୁମ ସାଙ୍ଗରେ ଅଛି। ଏ ସବୁ ଦେଖି ଅଭିଙ୍କୁ ବି ଭଲ ଲାଗୁ ନ ଥିଲା। ତେଣୁ ସେ ଘରେ ବେଶୀ ସମୟ ରହୁ ନ ଥିଲେ। ସେ ଭାବୁ ଥିଲେ ଯେ ଶ୍ରାବଣୀ ବୋଧେ ଏବେ ବି ଶୋଭିତକୁ ଭଲ ପାଆନ୍ତି?
ଅଭି ବେଶୀ ଘରେ ରହୁ ନ ଥିବାରୁ ଶ୍ରାବଣୀଙ୍କୁ ଭଲ ଲାଗୁ ନ ଥିଲା। ଦୁହିଁଙ୍କ ମଧ୍ୟରେ ସନ୍ଦେହ ଲକ୍ଷ୍ମଣ ରେଖା କାଟି ସାରିଥିଲା। ଶ୍ରାବଣୀ ଅଭିଙ୍କୁ ତାଙ୍କ ପାଖକୁ ଆସିବାକୁ ମନା କରୁଥିଲେ।
ଏମିତି କିଛି ଦିନ ଗଲା ପରେ ଶ୍ରାବଣୀ ସ୍ଥିର କଲେ ଯେ ସେ ଅଭିଙ୍କୁ ଏ ବାଧ୍ୟତାମୂଳକ ବନ୍ଧନରୁ ମୁକ୍ତି କରି ଦେବେ। ସେ ଶୋଭିତ ଦେଖା କରି ଏ ବିଷୟରେ କହିବା ପାଇଁ ଗୋଟିଏ ରେଷ୍ଟୁରାଣ୍ଟ ଗଲେ। ଅଭି ମଧ୍ୟ ସେଠାକୁ କୌଣସି ଗୋଟିଏ କାମରେ ଯାଇଥିଲେ। ଶ୍ରାବଣୀ ସାଙ୍ଗରେ ଶୋଭିତକୁ ଦେଖି ସେ ପୁରା ଭାଙ୍ଗି ପଡିଲେ।
ଏ ଘଟଣାର ଦୁଇ ଦିନ ଗଲା ପରେ ଅଭି ଶ୍ରାବଣୀଙ୍କ ତରଫରୁ ଡିଭର୍ସ ନୋଟିସ ପାଇଲେ। ଅଭି ଭାବିଲେ ଏଠିରେ ଶ୍ରାବଣୀ ବୋଧେ ଖୁସି ଅଛନ୍ତି..... ତାଙ୍କ ଖୁସି ପାଇଁ ସେ ଡିଭର୍ସ ପାଇଁ ରାଜି ହୋଇ ଗଲେ।
କୋର୍ଟରେ କିନ୍ତୁ ଜଜ୍ ମହୋଦୟ ଅଭି ଓ ଶ୍ରାବଣୀଙ୍କୁ ତିନି ମାସ ସମୟ ଦେଲେ। ଅଭି ଓ ଶ୍ରାବଣୀ ଗୋଟିଏ ଘରେ ରହୁଥିଲେ କିନ୍ତୁ ଅଲଗା ଅଲଗା ରୁମରେ। ଅଭି ବହୁତ ଥର ଭାବନ୍ତି ଶ୍ରାବଣୀ ପାଖକୁ ଯାଇ ତାଙ୍କ ଦେହ ବିଷୟରେ ପଚାରିବେ..... ହେଲେ ଶ୍ରାବଣୀଙ୍କର ତାଙ୍କ ପ୍ରତି ବ୍ୟବହାର ଦେଖି ସେ ଶ୍ରାବଣୀଙ୍କ ପାଖକୁ ଯାଆନ୍ତି ନାହିଁ।ମନେ ମନେ ଭାବନ୍ତି ଯେ ଶ୍ରାବଣୀ ତ ବାଧ୍ୟରେ ତାଙ୍କୁ ବିବାହ କରିଥିଲେ...... ବୋଧେ ସେ ଶୋଭିତଙ୍କୁ ଆଗରୁ ଭଲ ପାଉଥିଲେ..... ପୁଣି ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ଆଗକୁ ବଢ଼ାଇବା ସମୟରେ ସେ ଶ୍ରାବଣୀଙ୍କ ଇଚ୍ଛା ବି ପଚାରି ନ ଥିଲେ..... ବୋଧେ ଆଟ୍ରାକ୍ସନ ପାଇଁ ଶ୍ରାବଣୀ ଅଭିଙ୍କୁ ଅଟକାଇ ନ ଥିଲେ.....ଠିକ ଅଛି ଶ୍ରାବଣୀର ଖୁସି ପାଇଁ ସେ ଅଲଗା ହୋଇ ଯିବେ।
ପୁଣି ଶ୍ରାବଣୀ ବୀ ଭାବନ୍ତି ଅଭି ପାଖକୁ ଯାଇ ପଚାରିବେ କାହିଁକି ସେ ତାଙ୍କ ସହ ଏମିତି କଲେ...... ହେଲେ ଅଭିମାନ ମାରି ଯାଆନ୍ତି ନାହିଁ।
ଅଭିଙ୍କ ବାପାମାଆଙ୍କ ଦେହ ଭଲ ନ ଥିବାରୁ ଅଭି ଓ ଶ୍ରାବଣୀ ସେମାନଙ୍କୁ ଡିଭର୍ସ କଥା ଜଣାଇ ନ ଥିଲେ।
ଡିଭର୍ସ ଡେଟ ଆସିଗଲା। ଅଭି ଓ ଶ୍ରାବଣୀ ଆଖିରେ ଲୁହକୁ ଚାପି କୋର୍ଟକୁ ଗଲେ।କୋର୍ଟରେ ଦୁହେଁ ଦୁହିଁଙ୍କୁ ଆନାଇ ରହି ଥାଆନ୍ତି। ଜଜ୍ ମହୋଦୟ ସେମାନଙ୍କର ନିଷ୍ପତ୍ତି ପଚାରିଲେ..... ସେମାନେ କହିଲେ ଅଲଗା ହେବେ ବୋଲି। ଜଜ୍ ମହୋଦୟ ନିଜ ନିଷ୍ପତ୍ତି ଜଣାଇଲେ ଯେ ଶ୍ରାବଣୀ ଓ ତାଙ୍କ ଗର୍ଭରେ ଥିବା ଛୁଆ ଚଳିବା ପାଇଁ ଭରଣ ପୋଷଣ ଅଭି ପ୍ରତି ମାସ ଦେବେ ଓ ଅଭି ଯେତେବେଳେ ବି ଇଚ୍ଛା କରିବେ ନିଜ ଛୁଆକୁ ଯାଇ ଦେଖା କରି ପାରିବେ। ଏତିକି ଶୁଣୁ ଶୁଣୁ ଶ୍ରାବଣୀ ଅଚେତ ହୋଇ ଶୋଭିତ ଉପରେ ପଡିଗଲେ। ଶୋଭିତ ସାଙ୍ଗେସାଙ୍ଗ ଶ୍ରାବଣୀଙ୍କୁ ନେଇ ହସ୍ପିଟାଲ ଗଲେ। ଅଭି ମଧ୍ୟ ଶ୍ରାବଣୀ ପଛେ ପଛେ ହସ୍ପିଟାଲ ଗଲେ। ଶ୍ରାବଣୀ ଦୁର୍ବଳ ହୋଇ ପଡିଥିବାରୁ ସେ ବାରମ୍ବାର ଅଚେତ ହେଉଛନ୍ତି ଏବଂ ଯେକୌଣସି ସମୟରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ପରେ ବୋଲି ଡାକ୍ତର କହିଲେ। ଏହା ଶୁଣି ଅଭି ନିଜକୁ ଧିକ୍କାର କଲେ ଯେ ଆଜି ଶାବିର ଏମିତି ଅବସ୍ଥାରେ ବି ସେ ସ୍ୱାମୀ ହୋଇ ଶ୍ରାବଣୀ ଠାରୁ ଦୂରେଇ ରହୁଛନ୍ତି। ସେଦିନ ଶ୍ରାବଣୀ ହସ୍ପିଟାଲରେ ରହିଲେ.... ସେ କେବଳ ଦେଖିଲେ ଯେ ଅଭି ଲୁଚି ଲୁଚି ଆସି ଶ୍ରାବଣୀଙ୍କୁ ଦେଖି ପଳାଉଛନ୍ତି।
ତାପର ଦିନ ସକାଳୁ ଶ୍ରାବଣୀ ଆଉ ଅଭିଙ୍କୁ ତାଙ୍କ ପାଖକୁ ଆସିବାର ଦେଖି ପାରିଲେ ନାହିଁ। ମୁହଁ ଶୁଖାଇ ସେ ଶୋଭିତ ସହ ଘରକୁ ଯିବା ପାଇଁ ବାହାରି ଥାଆନ୍ତି।
ହଠାତ ଶ୍ରାବଣୀ ଅଭିଙ୍କୁ କ୍ୟାନସର ବିଭାଗ ପାଖରେ ଦେଖିଲେ। ଅଭି ଶ୍ରାବଣୀଙ୍କୁ ଦେଖି ଆସି ତାଙ୍କୁ ଧରି କୁଣ୍ଢାଇ ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ। ଶ୍ରାବଣୀଙ୍କ ଆଖିରେ ବି ଲୁହ ଆସିଗଲା।
ଶ୍ରାବଣୀ ନିଜ ଲୁହକୁ ଲଚାଇ ପଚାରିଲେ କଣ ହେଇଛି ଅଭି.... କଣ ପାଇଁ କାନ୍ଦୁଛ।ମୁଁ ତ ଠିକ ଅଛି। ମୁଁ ତୁମ ଠାରୁ ବହୁତ ଦୂରକୁ ଚାଳିଯିବି। ତାପରେ ତୁମେ ନିଶା ସହ ଖୁସିରେ ଘର କରିବ।
ଅଭି କହିଲେ.... ଶାବି ତୁମେ ପାଗଳୀ ପରି ଏ କଣ କହୁଛ। ମୁଁ ତୁମକୁ ହିଁ ଭଲ ପାଏ.... ନିଶା ସହ ମୋର ଆଉ କିଛି ସମ୍ପର୍କ ନାହିଁ....।
ଶ୍ରାବଣୀ.... ବସ୍.... ଅଭି ଆଉ ମୋତେ ମିଛ କୁହ ନାହିଁ। ମୁଁ ସବୁ ଜାଣି ସାରିଛି ତୁମେ ନିଶାକୁ ଏବେ ବି ଭଲ ପାଅ.... ମୋ ସହ ପ୍ରେମର ଅଭିନୟ କେବଳ ମୋ ଗର୍ଭରେ ଥିବା ସନ୍ତାନ ପାଇଁ।
ଅଭି ନା ଶାବି... ମୁଁ କେବଳ ତୁମକୁ ଭଲ ପାଏ।
ଶ୍ରାବଣୀ କହିଲା ତାହା ହେଲେ ସେଦିନ ରାତିରେ ମୋତେ ବୁଲାଇବା ପାଇଁ ନେବା କହି ନିଶା ସହ ରାତି ଅଧା ଯାଏଁ କାହିଁକି ଥିଲ.... ମୋତେ ମିଛ ବି କହିଲ.... ତାପରେ ନିଶାକୁ ନେଇ ସେ ହୋଟେଲ ରୁମରେ କଣ କରୁଥିଲ.... କୁହ ଅଭି!
ଅଭି ଶାବି ମୁଁ ତୁମକୁ ସବୁ କଥା କହିବି ବୋଲି ଭାବି ଥିଲି ହେଲେ ତୁମ ଏ ପରି ଅବସ୍ଥାରେ ମୁଁ ତୁମକୁ ଚିନ୍ତା ନ ଦେବା ପାଇଁ ମିଛ କହିଲି। ଚାଲ ଶାବି ସେ କୋଠରୀ ଭିତରକୁ କହି ଅଭି.... ଶ୍ରାବଣୀ ହାତ ଧରି ନେଇଗଲେ।
ଶ୍ରାବଣୀ ସେଠାରେ ଯାହା ଦେଖିଲେ... ସେ ଆଶ୍ଚର୍ଯ୍ୟ ହୋଇ ଗଲେ। ସେ ଦେଖିଲେ ଯେ ନିଶାଙ୍କର ଅକ୍ସିଜେନ ଚାଳିଛି।
ଅଭି କହିଲେ ଶାବି ସେଦିନ ଡାକ୍ତରଖାନାରୁ ମୁଁ ତୁମକୁ ଫୋନ କଲା ପରେ ହଠାତ୍ ନିଶାକୁ ହସ୍ପିଟାଲରେ ଦେଖି ମୁଁ ତାଙ୍କ ପାଖକୁ ଯାଇ ଜାଣିଲି ଯେ ତାଙ୍କୁ ବ୍ଳୋଡ କ୍ୟାନସର।ସେ ଦିନ ତାଙ୍କୁ ରକ୍ତ ଦିଆ ହେଉଥାଏ। ମୁଁ ସେତେବେଳେ ବୁଝିଗଲି ଯେ ନିଶା ହଠାତ୍ ମୋ ଠାରୁ ଦୂରେଇ ଯିବା ଥିଲା ତାଙ୍କର ଅଭିନୟ। କାରଣ ସେ ଜାଣିଥିଲେ ଯେ ମୁଁ ତାଙ୍କୁ ବହୁତ ଭଲ ପାଉଥିଲି..... ତାଙ୍କ ବିନା ବଞ୍ଚି ପାରିବି ନାହିଁ। ରାତିରେ ମୁଁ ନିଶାକୁ ନେଇ ତାଙ୍କ ଘରେ ଛାଡିଲି।ବିଚାରି ନିଶା ଏକୁଟିଆ କେତେ କଷ୍ଟ ସହିଲେ.... ଆମ ବାହାଘର କିଛି ଦିନ ଆଗରୁ ତାଙ୍କ ମାଆ ବି ମରିଗଲେ.... ତାଙ୍କର ନିଜର କହିଲେ ମୁଁ ଏକୁଟିଆ ଥିଲି....ତେଣୁ ବାହାଘର ପରେ ବି ମୁଁ ତାଙ୍କ ସହ ରହିବା ପାଇଁ ନିଷ୍ପତ୍ତି ନେଇଥିଲି। ହେଲେ ସେ ମୋତେ ଏତେ ଭଲ ପାଆନ୍ତି ଯେ ଯେତେବେଳେ ଜାଣିଲେ ତାଙ୍କୁ କ୍ୟାନସର ସେ ମୋ ଠାରୁ ଦୂରେଇ ଯିବା ପାଇଁ ଅନ୍ୟ ପିଲା ସହ ଭଲ ପାଇବାର ଅଭିନୟ କରିଥିଲେ।
ଶ୍ରାବଣୀ କହିଲେ ତେବେ ମୁଁ ଯେତେବେଳେ ତୁମକୁ ଡିଭର୍ସ ମାଗିଥିଲି...... ତୁମେ କାହିଁକି ରାଜି ହୋଇ ଗଲ।
ଅଭି କହିଲେ ଶାବି ମୁଁ ସେଦିନ ତୁମକୁ ଶୋଭିତ ସହ ଦେଖିଲି.... ତାପରେ ତୁମେ ମୋତେ ଲୁଚେଇ ଲୁଚେଇ ଶୋଭିତ ସହ କଥା ହେବାର ମୁଁ ଜାଣିଲି...... ମୁଁ ଭାବିଲି ତୁମେ ବଧେ ଶୋଭିତକୁ ଭଲ ପାଅ..... ସେଥିପାଇଁ ଅଲଗା ହେବା କଥା କହିଲ...... ମୁଁ ତେଣୁ ଡିଭର୍ସ ପାଇଁ ରାଜି ହୋଇ ଗଲି।
ଶ୍ରାବଣୀ କହିଲା ମୁଁ ତ ଡିଭର୍ସ ତୁମ ଖୁସି ପାଇଁ କହିଥିଲି। ଶ୍ରାବଣୀ ନିଜ ଭୁଲ ବୁଝି ପାରି ନିଶାକୁ କ୍ଷମା ମାଗିଲେ। ନିଶା ଠାରି କହିଲେ ତାଙ୍କର ଶେଷ ଇଚ୍ଛା ସେ ଅଭି ନାମରେ ସିନ୍ଦୁର ପିନ୍ଧିବା ପାଇଁ।
ଶ୍ରାବଣୀ ଅଭିଙ୍କୁ କହିଲେ ତାଙ୍କ ମୁଣ୍ଡରୁ ସିନ୍ଦୁର ନେଇ ନିଶାକୁ ପିନ୍ଧାଇବା ପାଇଁ। ଅଭି ଠିକ ସେହି ପରି କଲେ।ସିନ୍ଦୁର ପିନ୍ଧି ନିଶା ଆଖି ବୁଜି ଦେଲେ।
ଅଭି ଶୋଭିତଙ୍କୁ କହିଲେ ଯେ ଶ୍ରାବଣୀକୁ ନେଇ କି ଘରକୁ ଯିବା ପାଇଁ।
ଅଭି ନିଶାର ଅନ୍ତିମ ସଂସ୍କାର ସାରୁ ସାରୁ ସନ୍ଧ୍ୟା ହୋଇ ଗଲା। ଶୋଭିତ ଶ୍ରାବଣୀ ପାଖରେ ଥାଆନ୍ତି। ହଠାତ୍ ସେତେବେଳେ ଝଡ଼ ବର୍ଷା ଅରମ୍ଭ ହୋଇ ଯାଇଛି।ସେହି ସମୟକୁ ହଠାତ୍ ଶ୍ରାବଣୀଙ୍କ ପାଣି ଲିକେଜ ସହ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଛି। ଶୋଭିତ ଅଭିଙ୍କୁ ଫୋନ କରି କହିଲେ ଯେ ଶ୍ରାବଣୀଙ୍କ ଅବସ୍ଥା ବହୁତ ଖରାପ......ତାଙ୍କୁ ଡାକ୍ତରଖାନା ନେଇ ହେବ ନାହିଁ।
ଅଭି ସଙ୍ଗେସାଙ୍ଗ ଡାକ୍ତରଙ୍କୁ ଡାକି ଘରେ ପ୍ରସବର ବ୍ୟବସ୍ଥା କରିବାକୁ କହିଲେ। ଅଭି ଘରେ ପହଞ୍ଚି ଶ୍ରାବଣୀକୁ ଧରି ବସି ଥାନ୍ତି। ଡାକ୍ତର ପ୍ରସବ ପାଇଁ ସମସ୍ତ ଉପକରଣ ନେଇ ପହଞ୍ଚିବାରୁ ଶୋଭିତ ବାହାର କୋଠରୀରେ ଯାଇ ଛିଡା ହେଲେ। ଅଭି ବାହାରକୁ ଆସିବା ସମୟରେ ଶ୍ରାବଣୀ ଅଭିଙ୍କ ହାତ ଧରି ଅଟକାଇଲେ.....କହିଲେ ତୁମେ ମୋ ପାଖରେ ରୁହ...। ଅଭି ଶ୍ରାବଣୀଙ୍କର ପ୍ରସବ ଯନ୍ତ୍ରଣା ଦେଖି ପାରୁ ନ ଥାଆନ୍ତି..... ତଥାପି ଶ୍ରାବଣୀଙ୍କୁ ସ୍ୱାନ୍ତନା ଦେବା ପାଇଁ ଶ୍ରାବଣୀଙ୍କ ହାତକୁ ଜୋରରେ ଧରି ଥାଆନ୍ତି। ପାଖାପାଖି ଏମିତି ଦୁଇ ଘଣ୍ଟା କଷ୍ଟ ପାଇଲା ପରେ..... ଘରେ ଗୋଟିଏ କୁନି ଶିଶୁର ପାଟି ଗୁଞ୍ଜରିତ ହେଲା କୁଆଁ କୁଆଁ ଶବ୍ଦରେ। ଡାକ୍ତର ଶିଶୁଟିକୁ ସଫା କରି ଆଣି ଅଭିଙ୍କୁ ଦେଇ କହିଲେ Congratulations.... ଆପଣଙ୍କର ଘରକୁ ଲକ୍ଷ୍ମୀ ଆସିଛନ୍ତି।
ଅଭି ଝିଅଟିକୁ ଧରି କାନ୍ଦି ପକାଇଲେ। ତାକୁ ବହୁତ ଗେହ୍ଲ କଲେ। କିଛି ସମୟ ପରେ ଶ୍ରାବଣୀଙ୍କର ଚେତା ଆସିଲା। ଅଭି ଝିଅକୁ ନେଇ ଶ୍ରାବଣୀଙ୍କୁ ଦେବାରୁ ଶ୍ରାବଣୀ କହିଲେ ଆମ ନିଶା ଆମ ପାଖକୁ ଫେରି ଆସିଲା। ଝିଅର ନାମ ନିଶା ଦେଲେ। ତାପରେ ସେମାନେ ଶୋଭିତଙ୍କୁ ଡାକି ଅଶେଷ ଧନ୍ୟବାଦ ଜଣାଇଲେ.... ଯେ ଦରକାର ସମୟରେ ସାଙ୍ଗ ଦେଇ ଥିବାରୁ ଏବଂ ଡିଭର୍ସ ଫାଇଲ ବନ୍ଦ କରିବାକୁ କହିଲେ।
ତାପର ଦିନ ସକାଳୁ ଅଭିଙ୍କ ବାପାମାଆ ଖବର ପାଇ ନାତୁଣୀକୁ ଦେଖିବା ପାଇଁ ଆସିଲେ। ଏବେ ସମସ୍ତେ ଖୁସି ପରିବାର ଭଳି ଏକାଠି ରହିଲେ।