STORYMIRROR

CHINMAYEE PRADHAN

Abstract Drama Action

3  

CHINMAYEE PRADHAN

Abstract Drama Action

ଆଉ କଣ ଅଛି ଯେ ନବୁ

ଆଉ କଣ ଅଛି ଯେ ନବୁ

2 mins
180


ପିଲାଟି ଦିନରୁ ରାଜା ଭାରି ଗେଲବସର। ଯେତେବେଳେ ଯାହା ଚାହିଁଚି ସଙ୍ଗେ ସଙ୍ଗେ ବାପା ଆଣି ଦେଇଛନ୍ତି। ବାପା ବୋଉଙ୍କ ସନ୍ତାନ ସ୍ନେହ ପିଲାଟାକୁ ପୁରା ବିଗାଡି ଦେଇଚି।ଭାରି ଜିଦ୍ ଖୋର ସେ। ସାଙ୍ଗସାଥିଙ୍କର ଯେମିତି ଜାମାପଟା ତାର ସେମିତି ଦରକାର। ଯୋଉଠିକି ଯିବାକୁ ଚାହୁଁଥିଲା ଯାଉଥିଲା। କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ । ଏହାର ପରିଣାମ ଯେ ଦିନେ ସେମାନଙ୍କୁ ଭୋଗିବାକୁ ପଡିବ ସେ କଥା ଚିନ୍ତା କରି ନଥିଲେ।


ହଠାତ୍ ଦିନେ ଆସି କହିଲା ମୋର ଦଶହଜାର ଟଙ୍କା ଦରକାର। ଆରେ ଏତେ ଟଙ୍କା କଣ କରିବୁ? ବୋଉ ତୁ ଏତେ କଥା ପଚାରନା। ଦରକାର ତୁ ଦବୁ ବାଶ୍। ମୁଁ କୋଉଠୁ ଆଣିବି ତୋ ବାପା ଆସନ୍ତୁ। ମତେ ଘଣ୍ଟାଏ ଭିତରେ ଦରକାର। ଆରେ ରହ ଟିକେ। କହିଲା ବେଳକୁ ସେ ଆଲମାରୀ ଚାବି ଆଣି ଟଙ୍କା ନେଇ ସାରିଥିଲା। ବାପା ଆସି ସବୁକଥା ଶୁଣି ନୀରବ ରହିଲେ।


କିଛିଦିନ ପରେ ରାଜା କହିଲା ମୁଁ ଗୋଟେ ଝିଅକୁ ଭଲ ପାଉଛି ଆଉ ତାକୁ ବାହା ହେବା ପାଇଁ ଚାହୁଁଛି। ହଉ ଠିକ୍ ଅଛି। ସେଇଠି ବିବାହ ହେଲା। ବଡ଼ ବ୍ୟବସାୟ କରିବାକୁ ଚାହୁଁଛି। ତେଣୁ ଆମ ସେ ରାସ୍ତା କଡ ଜମି ବିକି ଟଙ୍କା ଦେଲେ ମୁଁ ଆରମ୍ଭ କରିବି। ତାହା ବି ହେଲା। ହେଲେ କିଛି ଦିନ ପରେ ଅବହେଳା ଯୋଗୁଁ ତା ବି ବୁଡିଗଲା। ବାପାଙ୍କର ଯେତେ ସମ୍ପତ୍ତି ଥିଲା ଜୁଆ ଖେଳି ଉଡେଇ ଦେଲା। ବୋଉର ଗହଣା ସ୍ତ୍ରୀର ଗହଣା ସବୁ କିଛି ସରିଗଲା। ବାକି ଥିଲା ଘର ଡିହ ଖଣ୍ଡକ। ସେଇଟା ବି ବାପାଙ୍କ ଅଜାଣତରେ ବନ୍ଧା ପଡିଗଲା। ଏ ସମ୍ପର୍କରେ ଜାଣି ବାପାଙ୍କର ହଠାତ୍ ହାର୍ଟ ସମସ୍ଯା ବାହାରି ପଡିଲା। କିଛି ଦିନ ପରେ ସେ ଆଖି ବୁଜିଦେଲେ। ବୋଉ ଓ ସ୍ତ୍ରୀ କଥା ସେ କିଛି ବି ଶୁଣିଲା ନାହିଁ। ଏମିତି ସମୟ ଆସିଲା ଯେ ଖାଇବାକୁ ବି ମିଳିଲାନି। ଶେଷରେ ସ୍ତ୍ରୀ ମଧ୍ଯ ଘର ଛାଡି ପଳେଇଲା। ଘରେ ଆଣ୍ଠୁଆ ଗୋପାଳଙ୍କର ଗୋଟେ ପିତ୍ତଳ ମୂର୍ତ୍ତି ଥିଲା। ତାକୁ ବିକିବା ପାଇଁ ସେ ଯେତେବେଳେ ନେଲା ବୋଉ ପ୍ରତିବାଦ କଲା। ଶେଷରେ ତୁ ଠାକୁରଙ୍କୁ ବି ଛାଡିଲୁନି। ତାକୁ ବି ନେଇଯା।


କିଛି ଦିନ ପରେ ପୁଣି ଆସି କହିଲା ଘରେ କଣ ଅଛି ଦେ। ବୋଉ କାନ୍ଦି କାନ୍ଦି କହିଲେ କଣ ଆଉ ଅଛି ଯେ ନବୁ? ହଁ କିଛି ତ ନାହିଁ।ତୁ ତ ଅଛୁ। ଆଜିଠୁ ତୁ ରାମ ଦୋକାନରେ ବାସନ ମାଜିବୁ। ସେ ମତେ ଟଙ୍କା ଦବ। ଖାଇବାକୁ ମିଳିଯିବ। ସଞ୍ଜ ବେଳକୁ ବୁଲି ବୁଲି ଆସି ଦେଖିଲା ବେଳକୁ ବୋଉ ମରିକି ପଡିଛି। ଗାଁ ଲୋକେ ଜମା ହେଇଥିଲେ। ସମସ୍ତଙ୍କ ଆଖିରେ ଲୁହ। କୁହାକୁହି ହେଉଥିଲେ କି ପାପ କରିଥିଲେ ଯେ ଏମିତି କୁଳାଙ୍ଗାର ପୁଅ ଜନ୍ମ କଲେ। ସବୁ ତ ନେଲୁ। ଧୂଳିଆ ବୁଢ଼ା କହିଲା ଆଉ କଣ ଅଛି ଯେ ନେବାକୁ ଆସିଚୁ?


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract