ଆତ୍ମାର ଖେଳ
ଆତ୍ମାର ଖେଳ
ସହର ଠୁ ବହୁତ୍ ଦୂରରେ ଏକ ଗାଆଁ ଥିଲା । ସେଠାକାର ଲୋକେ ବହୁତ୍ ସ୍ଵାଭିମାନୀ,ଭଗଵାନ ବିଶ୍ବାସୀ, ପରଉପକରୀ। ସେଠକାର ଲୋକେ ପରସ୍ପର ବହୁତ୍ ହସ ଖୁସିରେ ରହୁଥିଲେ। ହେଲେ ତାଙ୍କ ଗାଆଁକୁ ଲାଗି ଆଉ ଗୋଟେ ଗାଆଁ ଥିଲା ହେଲେ ସେ ଗାଆଁକୁ ସମସ୍ତେ ସାପିତ ଗାଆଁ ବୋଲି କହୁଥିଲେ। ସେଠୁ ଯଦି କିଏ ଭୁଲରେବି ଯାଇଥିଲା ସେ କେବେବି ଫେରିଆସି ନଥିଲା। ଥରେ ସହରରୁ ଜଣେ ପତ୍ରକାର ଆସିଲେ ସେ ଗାଆଁ କୁ ସତ୍ୟତା ଜାଣିବା ପାଇଁ। ଗାଆଁ ର ମୁଖିଆ ତାକୁ ବହୁତ୍ ମନା କଲେ ସେ ସପିତ ଗାଆଁ କୁ ନ ଯିବା ପାଇଁ। ହେଲେ ସେ ପତ୍ରକାର କୁ ଜାଣିବାର ଥିଲା ସେଠୁ କଣ ହେଇଥିଲା କଣ ପାଇଁ ଲୋକେ ସେ ଗାଆଁ ନାଁ ଶୁଣି ଏତେ ଡରୁଛନ୍ତି। କାହା କଥାକୁ ଖାତିର ନକରି ସେ ଆଉ ତା ସାଥି ବାହାରିଲେ ଆର ଗାଆଁ କୁ ଯିବାକୁ। ପ୍ରଥମେ ଯାଇ ପହଞ୍ଚୁ ପହଞ୍ଚୁ ସବୁ ଠିକ୍ ଲାଗିଲା ତାଙ୍କୁ। ସେମାନେ ସମସ୍ତଙ୍କୁ ଭୁଲ ପ୍ରମାଣ କରିବା ପାଇଁ ଯାଇ ସେଇ ଘରେ ରହିଲେ ଯୋଉଠି ଆତ୍ମାର ସାୟା ଥିବାର ସମସ୍ତେ କହୁଥିଲେ। ପତ୍ରକାର ଓ ତାଙ୍କ ବନ୍ଧୁ ଯାଇ ପହଞ୍ଚିଲେ ସେ ଘରେ। ଘରଟି ଦେଖିବାକୁ ବହୁତ୍ ସୁନ୍ଦର ଥିଲା,କେହି ନ ରହିବି ଏତେ ସଫା ସୁତୁରା ଅଛି ଦେଖି ସେମାନଙ୍କୁ ମଧ୍ୟ ଟିକେ ଆଶ୍ଚର୍ଯ୍ୟ ଲାଗିଲା । ତଥାପି ସେମାନେ ନିଜକୁ ସମ୍ଭାଳି ଆଗକୁ ବଢ଼ିଲେ। ଘର ଭିତରକୁ ଗଲେ। ଘର ଖୋଲା ପଡ଼ିଥିଲା। ତାଙ୍କୁ ସେଠି କିଛିବି ଅଜିବ ଲାଗିଲାନି, ସେମାନେ ଗୋଟେ ରୁମ୍ ରେ ଯାଇ ନିଜ ବ୍ୟାଗ ରଖି ଟିକେ ଆରାମ କରିବେ ବୋଲି ଭାବିଲେ। ଦିଜଣ ବହୁତ୍ ଥକି ଯାଇଥିବାରୁ ଖଟରେ ପଡୁ ପଡୁ ନିଦ ଲାଗିଗଲା। ରାତି ସାରା ସେମାନେ ଆରାମରେ ଶୋଇଲେ। ସକାଳୁ ଉଠି ଦେଖିଲେ ତାଙ୍କ ରୁମ୍ ରେ କିଏ ତାଙ୍କ ପାଇ ଚାହା ଆଉ ଜଳଖିଆ ଆଣି ରଖିଚି। ସେମାନେ ଟିକେ ଡରିଗଲେ ଆଉ ରୁମ୍ ରୁ ବହାରୁକୁ ଆସିଲେ। ଜଣେ ବୁଢ଼ା ଲୋକ ବାହାରେ ଠିଆ ହେଇଥିବାର ଦେଖିଲେ। ଦିଜଣ ଦିଜଣ ଙ୍କୁ ଆଶ୍ଚର୍ଯ୍ୟ ର ସହ ଦେଖିଲେ ଆଉ ଭାବିଲେ ୟେ କିଏ? ମନ କୁ ଦୃଢ଼ କରି ଯାଇ ପଚାରିଲେ ଆପଣ କିଏ? ବୁଢ଼ା ଲୋକ ଟି କହିଲା ଆଜ୍ଞା ମୁଁ ୟେ ଘର ର ଚାକର। ୟେ ଘରର ମୁଁ ହିଁ ଦେଖା ଶୁଣା କରେ। " ଆର ଗାଆଁର ସରପଞ୍ଚ କହିଲେ ଆପଣ ମାନେ ଏଇଠି ରହିବାକୁ ଆସିଛନ୍ତି ସେଥି ପାଇ ମୁଁ ଆପଣ ମାନଙ୍କ ଧ୍ୟାନ ରଖିବାକୁ ଆସିଛି। ପତ୍ରକାର ଭାବିଲେ ଯଦି ଏଠି କେହି ରହି ପାରୁନାହାନ୍ତି ତାହାଲେ ୟେ ବୁଢ଼ା କେମିତି ରହୁଚି? ୟାକୁ ଭୂତ ମାରିନି ଏପର୍ଯ୍ୟନ୍ତ? ତା ପରେ ସେ ଦୁଇଜଣ ନିଜର ନିତ୍ୟକର୍ମ ସାରି ଚାହା ଜଳଖିଆ ଖାଇ ବୁଢ଼ା ପାଖକୁ ଆସିଲେ। ପତ୍ରକାରଙ୍କ ମିତ୍ର ତାଙ୍କୁ ପଚାରିଲେ "ଆଜ୍ଞା ଆପଣ ଏଠି କେମିତି ରହିଛନ୍ତି ଏଠି ତ ଆତ୍ମା ଅଛି ଆମେ ଶୁଣିବାକୁ ପାଇଲୁ?" ବୁଢ଼ା କିଛି ସମୟ ଚୁପ୍ ହେଇ ତା ପରେ କହିଲା ଆଜ୍ଞା ମୁଁ ଏଠି ଦିନ ବେଳା ଆସି ମୋ କାମ ସାରି ଚାଲିଯାଏ। ମତେ କେବେ ୟେ ଆତ୍ମା ହଇରାଣ କରିନାହାନ୍ତି। ମୁଁ ମୋ ମାଲିକଙ୍କ ବହୁତ୍ ପୁରୁଣା ଚାକର ସେ ମତେ କଣ ପାଇ କିଛି କରିବେ। ବୁଢ଼ା କଥା ଶୁଣି ପତ୍ରକାର ଆଉ ଟିକେ ସନ୍ଦେହ କଲା ଆଉ ପୁଣି ପଚାରିଲା ଏହିଠାରେ କିଏ କିଏ ରହୁଥିଲେ ଆଉ କଣ ହେଲା ସେମାନେଙ୍କ ? ବୁଢ଼ା କହିଲା, ଆଜ୍ଞା ଏଇ ଘରେ ମୋ ବାବୁ ତାଙ୍କ ସ୍ତ୍ରୀ ଦୁଇ ପୁଅ ଆଉ ଗୋଟେ ଝିଅ ରହୁଥିଲେ। ବାବୁ ଗାଆଁ ର ସରପଞ୍ଚ ଥିଲେ। ବହୁତ୍ ଭଲ ମଣିଷ। ସମସ୍ତଙ୍କୁ ସାହାଯ୍ୟ କରୁଥିଲେ କେବେ କାହାକୁ ସେ କଷ୍ଟ ଦେଇନାହାନ୍ତି। ହେଲେ ତାଙ୍କ ସହ ଏମିତି କଣ ସବୁ ହେଇଗଲା। ପତ୍ରକାର ଙ୍କ ବନ୍ଧୁ ପଚାରିଲେ, କଣ ହେଲା? ବୁଢ଼ା କହିଲା ଗୋଟେ ଦିନ ମୁଁ ମୋ କାମ ସାରି ମୋ ଘରକୁ ପଳେଇଲି ସେ ଦିନ ମୋ ଦେହ ଟିକେ ଖରାପ ହେଇଯାଇଥିଲା ଦୁଇ ଦିନ ଛୁଟି ନେଇଥିଲି,ଦୁଇ ଦିନ ପରେ ଯେବେ ଆସିଲେ ଦେଖିଲି ବାବୁ ଆଉ ତାଙ୍କ ପୁରା ପରିବାର ଫାଶୀ ଲଗେଇ ମରିଯାଇଛନ୍ତି। କଣ ହେଲା କଣ ପାଇ ଏମାନେ ଏମିତି କଲେ କେହି କିଛି ଜାଣିପାରିଲି। ଏମିତି କହି ବୁଢ଼ା କାନ୍ଦି କାନ୍ଦି ନିଜ ଘରକୁ ପଳେଇଲା। ପତ୍ରକାର ଆଉ ତାଙ୍କ ବନ୍ଧୁ ସବୁ ସତ ଜାଣିବାକୁ ଚେଷ୍ଟା କଲେ। ହେଲେ ସେଦିନ କଣ ହେଇଥିଲା କିଛି ଜାଣି ପାରିଲେ ନାହିଁ। ଏମିତି ଦୁଇ ଚାରିଦିନ ବିତି ଗଲା। ଦିନେ ରାତିରେ ପତ୍ରକାର ଆଉ ତାଙ୍କ ବନ୍ଧୁ ଶୋଇବାକୁ ଗଲା ବେଳକୁ ରାତି ବହୁତ୍ ହେଇଯାଇଥିଲା। ତାଙ୍କୁ ତଳୁ କିଛି ଶବ୍ଦ ଶୁଣା ଗଲା। ଦିଜଣ ଭାବିଲେ କାଳେ କିଏ ପଶି ଆସିଛି। ଦିଜଣ ହାତରେ ଗୋଟେ ବାଡି ଧରି ତଳକୁ ଗଲେ। ହେଲେ କେହି ନଥିଲେ। ପଚାରିଲେ କିଏ କିଏ। କିଛି ଜବାବ ନାହିଁ। ହଠାତ୍ ତାଙ୍କ ସାମ୍ନାକୁ ଜଣେ ଆସିଲେ। ଦେଖିବାକୁ ପୁରା ରାଜା ମହାରାଜା ପରି। ପତ୍ରକାର ପଚାରିଲେ ଆପଣ କିଏ ଆଉ ଘର ଭିତରକୁ କେମିତି ଆସିଲେ? ସେ ଲୋକ ଟି କହିଲେ" ମୋ ଘରେ ମତେ ପଚାରୁଚ ମୁଁ କିଏ!" ପତ୍ରକାର: "ଆପଣଙ୍କ ଘର?" ସେ ଲୋକ: "ହଁ ମୋ ଘର,ମୁଁ ୟେ ଘରର ମାଲିକ ପରିତୋଷ ଚୌଧୁରୀ।" ଦିଜଣ ଡରରେ ପୁରା ଛାନିଆ। ଆପଣ ତ ମରିଯାଇଥିଲେ। ଚୌଧୁରୀ ବାବୁ କହିଲେ "ହଁ ଆଯକୁ ଦଶ ବର୍ଷ ତଳେ ମତେ ଆଉ ମୋ ପରିବାର କୁ କିଛି ଲୋକେ ଷଡ଼ଯନ୍ତ୍ରର ଶିକାର କରି ମାରିଦେଇଥିଲେ ଆଉ ଆମକୁ ଫାଶୀରେ ଲଟକେଇ ଦେଇଥିଲେ। ସେବେଠୁ ମୁଁ ପ୍ରତିଶୋଧର ଅଗ୍ନିରେ ଜଳୁଛି, ହେଲେ ଆଜି ଯାଏ କେହି ତୁମ ପରି ଆସିନଥିଲେ କିଏ ମତେ ନ୍ୟାୟ ଦେଇପାରିବ" ପତ୍ରକାର କହିଲେ" ସେଦିନ କଣ ହେଇଥିଲା ଆପଣ ମତେ କୁହନ୍ତୁ ମୁଁ ଆପଣଙ୍କୁ ନିଶ୍ଚିନ୍ତ ନ୍ୟାୟ ଦେବ" ଚୌଧୁରୀ ବାବୁ କହିଲେ" ଆମ ସହ ବିଶ୍ଵାସରେ ବିଷ ମିଶା ଯାଇଛି। ସେ ଗାଆଁର ସରପଞ୍ଚ ମିଛ ସମ୍ପର୍କ ରଖି ମତେ ଆଉ ମୋ ପରିବାରକୁ ମାରିଦେଇଛନ୍ତି।" ପତ୍ରକାର କହିଲେ "କେମିତି,କଣ ହେଇଥିଲା"
ଚୌଧୁରୀ ବାବୁ: ସେମାନେ ଗାଆଁ ର ପିଲାଙ୍କ ଦ୍ଵାରା ସହରକୁ ନିଶା ଦ୍ରବ୍ୟର ବ୍ୟବସାୟ କରୁଛନ୍ତି ମତେ ଯେବେ ୟେ କଥା ବିଷୟରେ ଜଣା ପଡ଼ିଲା ମୁଁ ପ୍ରତିରୋଧ କଲି ସେମାନେ ଆଉ ପୋଲିସରେ ଦେବା ପାଇଁ କହିଲେ ସେମାନେ ମତେ ମିଛ କହି ମତେ ଆଉ ମୋ ପରିବାରକୁ ମାରିଦେଲେ। ମୁଁ ତା ମିଛ ସମ୍ପର୍କରେ ଆଉ ମିଠା କଥାରେ ଆସି ତାକୁ କ୍ଷମା କରିଦେଇଥିଲି ଆଉ ଭାବିଲି ସେ ଏମିତି ଆଉ କରିବେନି ହେଲେ ସେମାନେ ମୋରି ସହ ହିଁ ଏମିତି କରିଦେଲେ।" ଏସବୁ ଶୁଣି ପତ୍ରକାର ଆଉ ତାଙ୍କ ସାଙ୍ଗଙ୍କ ଆଖିରେ ଲୁହ ଥିଲା। ସେମାନେ ଚୌଧୁରୀ ବାବୁ ଆଉ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ପତିଶୃତି କଲେ। ପତ୍ରକାର ବାବୁଙ୍କ ଚିହ୍ନରେ ତାଙ୍କ ର ଜଣେ ବନ୍ଧୁ ଆଇପିଏସ୍ ଅଫିସର୍ ଥିଲେ ତାଙ୍କ ସହ ଯୋଗାଯୋଗ କରି ୟେ ଅନ୍ୟାୟ ବ୍ୟବସାୟର ପରଦା ଫାସ କଲେ। ସରପଞ୍ଚ ଆଉ ତାଙ୍କ ସାଥିଙ୍କୁ ଜେଲ୍ ପଠେଇଲେ ଆଉ ଚୌଧୁରୀ ବାବୁ ଆଉ ତାଙ୍କ ପରିବାରକୁ ନ୍ୟାୟ ଦେଲେ। ସେ ଗାଆଁରେ କିଏବି ଯାଉଥିଲା ସେମାନେ ଙ୍କୁ ଏଇ ସତର ଜଣ ନା ପଡ଼ିଯାଏ ବୋଲି ସରପଞ୍ଚ ହିଁ ସମସ୍ତଙ୍କୁ ମାରି ପୋତି ଦେଉଥିଲା ଆଉ ପୁରା ଗାଆଁରେ ଭୟର ସାୟା ବିଛେଇ ଦେଉଥିଲା। ଆଜି ପତ୍ରକାର ଆଉ ତାଙ୍କ ବନ୍ଧୁଙ୍କ ଯୋଗୁଁ କେତେ ଛୋଟ ଛୁଆ ଧରା ପଡ଼ିଲେ ଯାହାଙ୍କ ଜୀବନ ବରବାଦ୍ ହେଉଥିଲା ଓ କେତେ ଯେ ଲୋକ ସେ ନିଶା ଦ୍ରବ୍ୟ ଗ୍ରହଣ କରିବାରୁ ବର୍ତ୍ତିଗଲେ ।
